Posted inଜାତୀୟ

ବିଦାୟ ନେବେ ୭୨ ରାଜ୍ୟ ସଭା ଏମ୍‌ପି…

ନୂଆଦିଲ୍ଲୀ, ୩୧।୩ : ରାଜ୍ୟ ସଭାରେ ଗୁରୁବାର ୭୨ ଜଣ ଅବସରପ୍ରାପ୍ତ ଏମ୍‌ପିଙ୍କୁ ବିଦାୟ ଦେବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ମୋର କାମନା ଆପଣମାନେ ପୁଣି ରାଜ୍ୟ ସଭାକୁ ଆସନ୍ତୁ। ଏହି ଅବସରରେ ଅଧ୍ୟକ୍ଷ ଏମ ଭେଙ୍କୟା ନାଇଡୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଦସ୍ୟମାନଙ୍କୁ ବିଦାୟ ଦେଇଛନ୍ତି। ଗୃହର ନେତା ପୀୟୁଷ ଗୋୟଲ ଏବଂ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖଡ୍‌ଗେ ମଧ୍ୟ ଉପସ୍ଥିତ ରହିଥିଲେ। ଏହି ଅବସରପ୍ରାପ୍ତ ସଦସ୍ୟମାନଙ୍କ ମଧ୍ୟରେ ୭ ଜଣ ମନୋନୀତ ସଦସ୍ୟ ରହିଛନ୍ତି। ଗୁରୁବାର ଗୃହରେ ଏମ୍‌ପି ବିଦାୟ ସଭା ପାଇଁ ଶୂନ୍ୟକାଳ ଏବଂ ପ୍ରଶ୍ନକାଳ ରହି ନାହିଁ। ବିଭିନ୍ନ ଦଳର ନେତା ଏବଂ ସଦସ୍ୟମାନଙ୍କୁ ବିଦାୟ କାର୍ଯ୍ୟକ୍ରମରେ କହିବାର ସୁଯୋଗ ଦିଆଯାଇଛି ।

ଏପ୍ରିଲରେ ଅବସର ନେଉଥିବା ସଦସ୍ୟମାନଙ୍କ ମଧ୍ୟରେ କଂଗ୍ରେସର ଆନନ୍ଦ ଶର୍ମା, ଏ.କେ ଆଣ୍ଟୋନି, ଭାଜପାର ସୁବ୍ରମଣ୍ୟନ ସ୍ବାମୀ, ଏମସି ମେରିକୋମ ଏବଂ ସପନ ଦାସଗୁପ୍ତ ପ୍ରମୁଖ ରହିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ସୁରେଶ ପ୍ରଭୁ, ଏମଜେ ଆକବର, ଜୟରାମ ରମେଶ, ବିବେକ ତନ୍‌ଖାା, ଭି ବିଜୟସାଇ ରେଡ୍ଡୀଙ୍କ କାର୍ଯ୍ୟକାଳ ଜୁନ ମାସରେ ଶେଷ ହେବ।
ଜୁଲାଇରେ ଅବସର ନେବାକୁ ଥିବା ସଦସ୍ୟମାନଙ୍କ ମଧ୍ୟରେ ପୀୟୁଷ ଗୋୟଲ, ମୁଖ୍‌ତାର ଅବ୍ବାସ ନାକଭି, ପି ଚିଦାମ୍ବରମ, ଅମ୍ବିକା ସୋନି, କପିଲ ସିବଲ, ସତୀଶ ଚନ୍ଦ୍ର ମିଶ୍ର, ସଞ୍ଜୟ ରାଉତ, ପ୍ରଫୁଲ୍ଲ ପଟେଲ ଏବଂ କେଜେ ଆଲଫୋନ୍ସ ଅଛନ୍ତି। କେତେକ କେନ୍ଦ୍ର ମନ୍ତ୍ରୀ ଏବଂ ଭାଜପା ନେତାଙ୍କୁ ପୁନର୍ବାର ମନୋନୀତ କରାଯିବ ଏଥି ସହିତ କଂଗ୍ରେସର କିଛି ସଦସ୍ୟଙ୍କୁ ପୁଣି ମନୋନୀତ କରିବା ଉପରେ ସ୍ଥିତି ସ୍ପଷ୍ଟ ହୋଇନାହିଁ। ଏହି ସଦସ୍ୟମାନଙ୍କ ମଧ୍ୟରୁ କେତେକ ଅସନ୍ତଷ୍ଟ ଗୋଷ୍ଠୀରେ ଯୋଗଦେଇଛନ୍ତି। ସେମାନେ ଦଳର ନେତୃତ୍ୱକୁ ସମାଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଗଣତନ୍ତ୍ର ପାଇଁ ବିଜୟର ଦିନ:ମୋଦି

ନୂଆଦିଲ୍ଲୀ,୨୬।୪: ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ପ୍ରଚାର ଚାଲିଛି। ତୃତୀୟ ପର୍ଯ୍ୟାୟରେ ବିହାରର ଅରାରିଆରେ ଏକ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି।...

ସନ୍ଦେଶଖାଲି ମାମଲାରେ ସିବିଆଇ ଚଢ଼ାଉ

କୋଲକାତା,୨୬ା୪: କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି (ସିବିଆଇ) ପଶ୍ଚିମବଙ୍ଗର ସନ୍ଦେଶଖାଲି ମାମଲାରେ ଶୁକ୍ରବାର ଅନେକ ସ୍ଥାନରେ ଚଢ଼ାଉ କରିଛି। ଅନୁସନ୍ଧାନକାରୀ ସଂସ୍ଥା ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ...

ନୋଟାକୁ ସର୍ବାଧିକ ଭୋଟ ମିଳିବାରୁ ପୁନର୍ବାର ନିର୍ବାଚନ କରିବାକୁ ଦାବି, ନିର୍ବାଚନ କମିଶନଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬।୪: ଭୋଟ ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଶୁକ୍ରବାର ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ସମୟରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା।...

ସିସୋଡିଆଙ୍କୁ ଝଟ୍‌କା, ମେ’ ୮ ପର୍ଯ୍ୟନ୍ତ ରହିବେ ଜେଲରେ

ନୂଆଦିଲ୍ଲୀ,୨୬।୪: ଦିଲ୍ଲୀ ଏକ୍ସାଇଜ ମାମଲାରେ ହୋଇଥିବା ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ମନୀଷ ସିସୋଡିଆଙ୍କ ନ୍ୟାୟିକ ହେପାଜତକୁ ଆସନ୍ତା ମେ ୮ ପର୍ଯ୍ୟନ୍ତ...

ରାହୁଲଙ୍କୁ ଶାହାଙ୍କ ପ୍ରଶ୍ନ

ନୂଆଦିଲ୍ଲୀ,୨୬।୪: ଲୋକ ସଭା ନିର୍ବାଚନ ପାଇଁ ଚାଲିଥିବା ଦ୍ୱିତୀୟ ପର୍ଯ୍ୟାୟ ମତଦାନ ମଧ୍ୟରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ ଦାବି କରିଛନ୍ତି...

ପୂର୍ବାହ୍ନ ୧୧ଟା ସୁଦ୍ଧା ଏହି ରାଜ୍ୟରେ ହୋଇଛି ସବୁଠୁ ଅଧିକ ମତଦାନ

ନୂଆଦିଲ୍ଲୀ,୨୬ା୪: ଆଜି ଅର୍ଥାତ୍‌ ଏପ୍ରିଲ ୨୬ରେ ଲୋକ ସଭାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ଏହି ପର୍ଯ୍ୟାୟରେ ୧୨୦୦ରୁ ଅଧିକ ପ୍ରାର୍ଥୀ ୧୩ଟି ରାଜ୍ୟର...

ପଶ୍ଚିମବଙ୍ଗରେ ଟିଏମସି ଘୋଟାଲା କରୁଛି: ମୋଦି

କୋଲକାତା,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗର ମାଲଦାଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି।...

ମମତା ଗଡ଼ରେ ମୋଦିଙ୍କ ହୁଙ୍କାର

ନୂଆଦିଲ୍ଲୀ,୨୬ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗର ମାଲଦାଠାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri