୭୦୦ କୋଟିର ‘ମହାଭାରତ’

ମୁମ୍ବାଇ: ମହାଭାରତ ସିରିୟଲ ପରେ ଏବେ ଏହା ଉପରେ ଚଳଚ୍ଚିତ୍ର ନିର୍ମାଣ ପାଇଁ ଯୋଜନା ଚାଲିଛି। ଏକ ରିପୋର୍ଟ ଅନୁଯାୟୀ, ଫିରୋଜ ନାଦିୟାଦ୍‌ୱାଲା ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଉଛନ୍ତି। ଏହା ପୂର୍ବରୁ ସେ ‘ହେରାଫେରି’, ‘ୱେଲକମ୍‌’ ଭଳି କମେଡି ସିନେମା ଦର୍ଶକଙ୍କୁ ଭେଟି ଦେଇଛନ୍ତି। ମହାଭାରତର ୨.୦ ସଂସ୍କରଣ ପାଇଁ ନୂଆ ଟେକ୍‌ନିକ୍‌ ସହ ଫିଲ୍ମ ନିର୍ମାଣ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଚଳଚ୍ଚିତ୍ରର ବଜେଟ୍‌ ୭୦୦ କୋଟି ବା ତା’ଠାରୁ ଅଧିକ ଟଙ୍କା ହେବ ବୋଲି ନିର୍ଦ୍ଦେଶକ ଅନୁମାନ କରିଛନ୍ତି। ଏପରି ହେଲେ ଭାରତୀୟ ସିନେମା ଶିଳ୍ପରେ ଏହା ସବୁଠୁ ଅଧିକ ବଜେଟ୍‌ର ଫିଲ୍ମ ହେବ। ସୂଚନାଯୋଗ୍ୟ ଯେ, ୧୯୬୫ରେ ନିର୍ମାତା ଏ.ଜି. ନାଦିୟାଦ୍‌ୱାଲା ‘ମହାଭାରତ’ ସିନେମା ନିର୍ମାଣ କରିଥିଲେ। ଏହା ବକ୍ସ ଅଫିସ୍‌ରେ ବଡ ସଫଳତା ହାସଲ କରିଥିଲା। ବର୍ତ୍ତମାନ ୪-୫ ବର୍ଷ ହେବ ସ୍କ୍ରିପ୍ଟ ଉପରେ କାମ ଚାଲିଥିବା କୁହାଯାଉଛି। ମୁଭିର ମୁଖ୍ୟ ଫଟୋଗ୍ରାଫି ୨୦୨୫ରେ ଆରମ୍ଭ ହେବ। ଏହାକୁ ପ୍ରଥମେ ହିନ୍ଦୀ ଭାଷାରେ ରିଲିଜ୍‌ କରାଯିବ। ପରେ ଅନ୍ୟ ଭାଷାରେ ମୁକ୍ତିଲାଭ କରାଯିବାର ଯୋଜନା ରହିଛି। ୩ ଘଣ୍ଟାର ଫିଲ୍ମରେ ମହାଭାରତର ସମସ୍ତ କାହାଣୀ ରହିବ। ଏହି ମୁଭିର ପ୍ରଡକ୍ସନ ହାଉସ ଅକ୍ଷୟ କୁମାର, ଅଜୟ ଦେବଗନ, ରଣବୀର ସିଂ, ନାନା ପାଟେକର, ପରେଶ ରାୱଲ ଓ ଅନିଲ କପୁରଙ୍କୁ ନେବାକୁ ଚିନ୍ତା କରୁଛି। ଏଥିସହ ଲୋକପ୍ରିୟ ଦକ୍ଷିଣ ଅଭିନେତ୍ରୀ ଅଭିନେତାଙ୍କୁ ସୁଯୋଗ ମିଳିପାରେ ବୋଲି ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?