Posted inଖେଳ

‘ମହିଳା ହକିର ଅଗ୍ରଗତିରେ ମୁଁ ଉଲ୍ଲସିତ’

ଭୁବନେଶ୍ୱର, ୧୬।୯ (କ୍ରୀଡ଼ା ପ୍ରତିନିଧି): ଓଡ଼ିଶାର ଅନ୍ୟତମ ତାରକା ମହିଳା ହକି ଖେଳାଳି ନମିତା ଟପ୍ପୋ ଗୁରୁବାର ଅବସର ଘୋଷଣା କରିଛନ୍ତି। ଭାରତୀୟ ଦଳର ଜଣେ ଦକ୍ଷ ମିଡ୍‌ଫିଲ୍ଡରଭାବେ ପରିଚିତ ସୁନ୍ଦରଗଡ଼ର ନମିତା ଆଗାମୀ ଦିନରେ ହକି ସହିତ ଜଡ଼ିତ ହୋଇ ରହିବେ ବୋଲି ପ୍ରକାଶ କରିଛନ୍ତି।
”ଗତ ୧୦ ବର୍ଷ ମୋ ଜୀବନର ଶ୍ରେଷ୍ଠ ସମୟ ଥିଲା। ଉଚ୍ଚସ୍ତରରେ ଦେଶ ପକ୍ଷରୁ ଖେଳିବା ପାଇଁ ମୋର ସ୍ବପ୍ନ ଥିଲା। ତାହା ସାକାର ହୋଇଥିବାରୁ ମୁଁ ବହୁତ ଖୁସି। ଏହି ସମୟ ମଧ୍ୟରେ ବ୍ୟକ୍ତିଗତ ପ୍ରଦର୍ଶନ ଦ୍ୱାରା ମୁଁ ପ୍ରଭାବ ପକାଇ ପାରିଥିଲି ବୋଲି ଅନୁଭବ କରୁଛି। ଗତ ଏକ ଦଶନ୍ଧି ମଧ୍ୟରେ ଭାରତୀୟ ମହିଳା ହକି ଦଳ ଯେପରି ଅଗ୍ରଗତି କରିଛି ସେଥିରେ ମୁଁ ଅତ୍ୟନ୍ତ ଉଲ୍ଲସିତ। ମୁଁ ଜୀବନର ନୂଆ ଅଧ୍ୟାୟ ଆରମ୍ଭ କଲେ ମଧ୍ୟ ଭାରତୀୟ ଦଳକୁ ସମର୍ଥନ ଜାରି ରଖିବି ଏବଂ ଉତ୍ସାହିତ କରିବି। ସାଥି ଖେଳାଳି ଓ ଓଡ଼ିଶା ସରକାରଙ୍କ ସମର୍ଥନ ବିନା ମୁଁ କେବେହେଲେ ସଫଳତା ପାଇପାରି ନ ଥାନ୍ତି। ରାଜ୍ୟ ସରକାର ଆମର ପ୍ରତି ସଫଳତାକୁ ସ୍ବୀକୃତି ଦେଇଛନ୍ତି। ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟ କ୍ରୀଡ଼ା ବିଭାଗକୁ ଧନ୍ୟବାଦ ଜଣାଇବାକୁ ଚାହିଁବି। ଏହା ବ୍ୟତୀତ ମହିଳା ହକିକୁ ଅଯାଚିତ ସମର୍ଥନ ଦେଇ ଆସିଥିବାରୁ ହକି ଇଣ୍ଡିଆ, ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ, କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଏବଂ ସମସ୍ତ କୋଚ୍‌ଙ୍କୁ ଧନ୍ୟବାଦ ଜଣାଉଛି“ ବୋଲି ନମିତା କହିଛନ୍ତି।
ଦରଦୀ ମଣିଷ
ଭାରତୀୟ ମହିଳା ହକି କୋଚ୍‌ ଜାନେକ ସ୍କୁପମାନ ମଧ୍ୟ ନମିତାଙ୍କ ଅବଦାନକୁ ମନେ ପକାଇଛନ୍ତି। ”ଭାରତୀୟ ହକିକୁ ନମିତାଙ୍କ ଅବଦାନ ଅନେକ। ପଡ଼ିଆରେ ଶ୍ରେଷ୍ଠ ପ୍ରଦର୍ଶନ ସହ ସେ ଯୁବବର୍ଗଙ୍କ ପାଇଁ ରୋଲ ମଡେଲ ସାଜି ପାରିଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ସବୁ ଖେଳାଳି ଦେଶ ପକ୍ଷରୁ ୧୬୮ ମ୍ୟାଚ ଖେଳିବା ସୁଯୋଗ ପାଇ ନ ଥାନ୍ତି। ମାତ୍ର ନମିତା ତାହା କରି ଦେଖାଇଛନ୍ତି। ଶ୍ରେଷ୍ଠ ଖେଳାଳି ବ୍ୟତୀତ ନମିତା ଜଣେ ଦରଦୀ ମଣିଷ ବୋଲି ମୁଁ ଜାଣେ। ସେ ଜଣେ ବିଚାରବନ୍ତ ଏବଂ ସର୍ବଦା ଦଳକୁ ପ୍ରାଥମିକତା ଦେଇଥାନ୍ତି“ ବୋଲି ସ୍କୁପମାନ କହିଛନ୍ତି। ହକି ଇଣ୍ଡିଆ ମଧ୍ୟ ନମିତାଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇଛି। ଭବିଷ୍ୟତ କାର୍ଯ୍ୟପନ୍ଥା ପାଇଁ ହକି ଇଣ୍ଡିଆ ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇତିହାସ ରଚିଲେ ଚହଲ: ଆଇପିଏଲ୍‌ରେ ଏମିତି କାରନାମା କରିବାରେ ପ୍ରଥମ ବୋଲର

ନୂଆଦିଲ୍ଲୀ,୨୩।୪: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୟୁଜବେନ୍ଦ୍ର ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ମୁମ୍ବାଇ...

ଅରେଞ୍ଜ କ୍ୟାପ୍‌ ଉପରେ କୋହଲଙ୍କ କବ୍‌ଜା: ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ରୋଚକ

ନୂଆଦିଲ୍ଲୀ,୨୩।୪: ବ୍ୟାଟ୍ସମ୍ୟାନ ଭାବରେ ବିରାଟ କୋହଲିଙ୍କ ଆଭିମୁଖ୍ୟ ଆଇପିଏଲ ୨୦୨୪ ରେ ଜାରି ରହିଛି। ବିରାଟ କୋହଲି ୮ଟି ମ୍ୟାଚରେ ହାରାହାରି ୬୩.୧୭ରେ ୩୭୯ ରନ...

ହଠାତ୍‌ ପଡ଼ିଆ ମଝିରେ ବିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା: ଜାଣନ୍ତୁ କାହିଁକି

ମୁମ୍ବାଇ,୨୩।୪: ରାଜସ୍ଥାନ ରୟାଲ୍ସର ଓପନର୍‌ ଯଶସ୍ବୀ ଜୟସ୍ବାଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୬୦ ବଲରେ ୧୦୪ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ...

ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ

ଭୁବନେଶ୍ୱର,୨୩।୪: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ବା ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ ଭାବେ ବିଶ୍ୱଜିତ ବିଶ୍ୱାଳ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୪ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ରୁଡ୍‌ଙ୍କୁ କ୍ୟାରିୟରର ବଡ଼ ଟାଇଟଲ

ବାର୍ସିଲୋନା, ୨୩ା୪ (ଏପି): କାସ୍ପର ରୁଡ୍‌ ବାର୍ସିଲୋନା ଓପନ ଟେନିସ ଚାମ୍ପିୟନ ହୋଇଛନ୍ତି। ଟୁର୍ନାମେଣ୍ଟର ଫାଇନାଲରେ ସେ ଷ୍ଟିଫାନସ ସିତ୍‌ସିପାସଙ୍କୁ ୭-୫, ୬-୩ରେ ହରାଇ ଦେଇଛନ୍ତି।...

ବାଗାନ ମୁକାବିଲା ପାଇଁ ଓଡ଼ିଶା ଏଫ୍‌ସି ପ୍ରସ୍ତୁତ

ଭୁବନେଶ୍ୱର, ୨୩।୪ (ତପନ ସ୍ବାଇଁ): ଇତିହାସ ସୃଷ୍ଟି ହୋଇସାରିଛି। ଓଡ଼ିଶା ଏଫ୍‌ସି ପ୍ରଥମ ଥର ପାଇଁ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ସେମିଫାଇନାଲରେ ପ୍ରବେଶ କରିଛି।...

ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିବା କୋହଲିଙ୍କୁ ପଡ଼ିଲା ମହଙ୍ଗା, ବିସିସିଆଇ ନେଲା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୨।୪: ଆଇପିଏଲ ୨୦୨୪ରେ କୋଲକାତା ନାଇଟ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ରବିବାର ଏକ ମ୍ୟାଚ ହୋଇଥିଲା। ଯେଉଁଥିରେ କେକେଆର୍‌ ୧ ରନ୍‌ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri