Posted inଫୁରସତ

୭୦ ବର୍ଷୀୟଙ୍କ ‘ଜୀବନସାଥୀ’ ବିଜ୍ଞାପନ

ୱାଶିଂଟନ୍‌: ମଣିଷର ବୟସ ବଢିବା ସହ ଏକାନ୍ତପଣ ମଧ୍ୟ ବଢ଼ିଥାଏ। ଏହି ସମୟରେ ଯଦି ନିଜ ପରିବାର ପାଖରେ ନଥାଏ, ତେବେ ଏକାନ୍ତପଣକୁ ସାମ୍‌ନା କରିବା କଷ୍ଟସାଧ୍ୟ ହୋଇପଡ଼ିଥାଏ। ଏପରି ପରିସ୍ଥିତିରେ ମଣିଷ ନିଜ ପାଇଁ ଏକ ନୂତନ ସାଥୀ ଆବଶ୍ୟକ କରିଥାଏ। ତେବେ ବିଭିନ୍ନ ପାଶ୍ଚାତ୍ୟ ଦେଶରେ ଏପରି ଘଟିବା ଏବେ ସାଧାରଣ କଥା ହୋଇଗଲାଣି। ଆମେରିକାର ଟେକ୍ସାସରେ ରହୁଥିବା ଜଣେ ୭୦ ବର୍ଷ ବୟସ୍କ ବ୍ୟକ୍ତି ନିଜର ଏକାନ୍ତପଣକୁ ଦୂର କରିବା ପାଇଁ ଅନେକ ଡଲାର ଖର୍ଚ୍ଚ କରି ବିଜ୍ଞାପନ ଦେଉଥିବା ଜଣାପଡ଼ିଛି।
ଟାଇମ୍ସ ରିପୋର୍ଟ ଅନୁଯାୟୀ ଅଲ୍‌ ଗିଲବର୍ଟୀ ନାମକ ଜଣେ ୭୦ ବର୍ଷୀୟ ବ୍ୟକ୍ତି ନିଜ ଏକାନ୍ତପଣକୁ ଦୂର କରିବା ପାଇଁ ସାଥୀଟିଏ ଖୋଜୁଛନ୍ତି। ଏଥିପାଇଁ ସେ ପ୍ରତି ସପ୍ତାହରେ ୪୦୦ ଡଲାର ଖର୍ଚ୍ଚ କରି ବିଭିନ୍ନ ହୋର୍ଡିଂରେ ବିଜ୍ଞାପନ ଦେଉଛନ୍ତି। ଏହି ବିଜ୍ଞାପନରେ ଗିଲବର୍ଟୀ କହିଛନ୍ତି, ମୁଁ ଜଣେ ସାଥୀ ଖୋଜୁଛି ଯାହାଙ୍କୁ ମୁଁ ବିବାହ କରିପାରିବି। ସେ ଜଣେ ଖୋଲା ମନୋଭାବର ବିଶ୍ୱସ୍ତ ସାଥୀ ଚାହୁଁଥିବା ଗିଲବର୍ଟୀ ନିଜ ବିଜ୍ଞାପନରେ ଦର୍ଶାଇଛନ୍ତି। ସ୍ବଭାବରେ ସଚ୍ଚୋଟ ଥିବା ସହ ତାଙ୍କୁ ଓ ତାଙ୍କ ମତକୁ ସମ୍ମାନ ଦେଉଥିବା ଜଣେ ସାଥୀ ଆବଶ୍ୟକ ବୋଲି ସେ ବିଜ୍ଞାପନରେ ଦର୍ଶାଇଛନ୍ତି। ରିପୋର୍ଟ ଅନୁଯାୟୀ, ଗିଲବର୍ଟୀଙ୍କ ବିଜ୍ଞାପନରୁ ଗତ ୨ ସପ୍ତାହ ମଧ୍ୟରେ ୪୦୦ଟି କଲ୍‌ ଓ ୫୦ଟି ଇମେଲ୍‌ ଆସିଛି। ଅନ୍ୟପକ୍ଷରେ, ଗିଲବର୍ଟୀଙ୍କ ଏହି ବିଜ୍ଞାପନ ଉପରେ ଆଗ୍ରହ ଦେଖାଇଥିବା ଅଧିକାଂଶ ମହିଳା ତାଙ୍କ ସମ୍ପତ୍ତି ବିଷୟରେ ଜାଣିବାକୁ ଚାହିଁଥିବା ନେଇ ବିଜ୍ଞାପନ ଛାପିଥିବା କର୍ମଚାରୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?