୭୦% ଚାଷୀଙ୍କୁ ମିଳୁନି କେସିସି ଋଣ

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା): ରାଜ୍ୟରେ ଚାଷୀଙ୍କ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁବିଧ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା ଲାଗି ବିଭାଗୀୟ ସଚିବ ଏବଂ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ହେଲେ ବାସ୍ତବରେ ତାହା ଚାଷୀଙ୍କ ନିକଟରେ ପହଞ୍ଚୁଛି କି ନାହିଁ ତାହା ପରଖିବାକୁ କେହିନାହିଁ। ଫଳରେ ଚାଷୀଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧିରେ ଅନ୍ତରାୟ ସୃଷ୍ଟି ହେଉଛି।
ରାଜ୍ୟସ୍ତରୀୟ ବ୍ୟାଙ୍କ ସମୂହ କମିଟି(ଏସ୍‌ଏଲ୍‌ବିସି) ବୈଠକରେ ଉନ୍ନୟନ ଆୟୁକ୍ତ ଓ ଅର୍ଥ ବିଭାଗର ପ୍ରମୁଖ ସଚିବ ସବୁବେଳେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ କିଷାନ କ୍ରେଡିଟ୍‌ କାର୍ଡ(କେସିସି) ଥିବା ଚାଷୀଙ୍କୁ ଋଣ ଦେବାପାଇଁ ବାରମ୍ୱାର ନିର୍ଦ୍ଦେଶ ଦେଉଛନ୍ତି। ହେଲେ ତାହା କିଭଳି ପ୍ରତିଫଳିତ ହେଉନାହିଁ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ତଥ୍ୟରୁ ଜଣାଯାଇଛି। ବିଭାଗୀୟ ସୂଚନା ଅନୁଯାୟୀ, ପଶୁପାଳନ ଓ ମତ୍ସ୍ୟଚାଷୀଙ୍କ ପାଇଁ କେସିସି ମାଧ୍ୟମରେ ଯେଉଁ ଋଣ ଆବେଦନ ଆସିଥିଲା ତା’ର ମାତ୍ର ୩୦ପ୍ରତିଶତ ଆବେଦନକୁ ବିଚାରକୁ ନିଆଯାଇଥିବାବେଳେ ପ୍ରାୟ ୭୦ ପ୍ରତିଶତ ଆବେଦନକୁ ନାକଚ କରି ଦିଆଯାଇଛି।
ବିଭାଗ ପକ୍ଷରୁ ଡିସେମ୍ୱର ୧୭ରେ ଏସ୍‌ଏଲ୍‌ବିସିକୁ ପ୍ରଦାନ କରାଯାଇଥିବା ବିବରଣୀରେ ସ୍ୱତନ୍ତ୍ର ସଚିବ ଦର୍ଶାଇଛନ୍ତି ଯେ, ୩୦ ସେପ୍ଟେମ୍ୱର ୨୦୨୫ ସୁଦ୍ଧା ବିଭିନ୍ନ ବ୍ୟାଙ୍କରେ ମୋଟ ୬୯,୧୮୭ଟି ପଶୁପାଳନ ଆବେଦନ ଗ୍ରହଣ ହୋଇଥିବା ବେଳେ ଏଥିମଧ୍ୟରୁ ୧୯,୧୬୭ଟି ମଞ୍ଜୁର, ୪୭,୬୨୦ଟି ନାକଚ ଏବଂ ୨,୪୦୦ଟି ବିଚାରାଧୀନ ରହିଛି। ବ୍ୟାଙ୍କ ପକ୍ଷରୁ ଏତେସଂଖ୍ୟକ ଚାଷୀଙ୍କ ଆବେଦନ ଖାରଜ ହେବା ଚିନ୍ତା ବଢାଇଛି।
ତଥ୍ୟ ଅନୁସାରେ, ମତ୍ସ୍ୟଚାଷ କ୍ଷେତ୍ରରେ ୧୧,୮୪୫ଟି ଗ୍ରହଣ ଆବେଦନ ମଧ୍ୟରୁ ୨,୫୪୪ଟି ମଞ୍ଜୁର, ୯,୦୬୧ଟି ନାକଚ ଏବଂ ୨୪୦ଟି ବିଚାରାଧୀନ ରହିଛି। ଏଥିମଧ୍ୟରୁ ଚଳିତ ବର୍ଷ ମାତ୍ର ୩୪ଟି ଆବେଦନ ମଞ୍ଜୁର ହୋଇଛି। ଏନେଇ ମତ୍ସ୍ୟ ନିର୍ଦ୍ଦେଶକ ବୈଠକରେ ପରାମର୍ଶ ଦେଇଛନ୍ତି ଯେ, କେସିସି ମଞ୍ଜୁର କରୁଥିବା ଗ୍ରାମ୍ୟ ଶାଖାଗୁଡ଼ିକର ନିୟମିତ ସମୀକ୍ଷା କରାଯାଇ ଆବେଦନଗୁଡ଼ିକର ବିଚାରାଧୀନ ଅବସ୍ଥା ହ୍ରାସ କରାଯାଉ। ଏହାଦ୍ୱାରା ଅଧିକ ସଂଖ୍ୟକ ଚାଷୀ ଯୋଜନାର ଲାଭ ପାଇପାରିବେ ବୋଲି ସେ ମତ ଦେଇଛନ୍ତି।
ପଶୁପାଳନ ଓ ପଶୁ ଚିକିତ୍ସା ନିର୍ଦ୍ଦେଶକ ଗୁରୁତ୍ୱ ଦେଇ କହିଛନ୍ତି ଯେ, ଦସ୍ତାବିଜ୍‌ ପ୍ରକ୍ରିୟାକୁ ସରଳୀକରଣ କରାଯାଇ ସର୍ୱାଧିକ ଚାଷୀ ଯୋଜନାଗୁଡ଼ିକର ସୁବିଧା ପାଇପାରିବେ। ଏହା ଦ୍ୱାରା ଆବେଦନ ନାକଚ ହେବାର ସଂଖ୍ୟା ହ୍ରାସପାଇବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ପଶୁପାଳନ ଓ ପଶୁଚିକିତ୍ସା ଉପ-ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ଯେ, ନିର୍ଦ୍ଦେଶାଳୟର ବିଭିନ୍ନ ଯୋଜନା ଅଧୀନରେ ସହାୟତାପ୍ରାପ୍ତ ଚାଷୀଙ୍କୁ ବ୍ୟାଙ୍କଗୁଡ଼ିକ କାର୍ଯ୍ୟକାରୀ ପୁଞ୍ଜି (ୱାର୍କିଂ କ୍ୟାପିଟାଲ) ଋଣ ଯୋଗାଇ ଦେବା ଉଚିତ। ମୟୂରଭଞ୍ଜ ଜିଲାର ଉଦାହରଣ ଦେଇ ସେ କହିଛନ୍ତି, ସେଠାରେ ବ୍ୟାଙ୍କଗୁଡ଼ିକ କାର୍ଯ୍ୟକାରୀ ପୁଞ୍ଜି ଋଣ ବଢ଼ାଉନାହାନ୍ତି। ଏହା ଚାଷୀଙ୍କ ପାଇଁ ବଡ଼ ଅସୁବିଧା ସୃଷ୍ଟି କରୁଛି ବୋଲି ସେ ମତ ଦେଇଛନ୍ତି। ମତ୍ସ୍ୟ ନିର୍ଦ୍ଦେଶକ ଆହୁରି ସୂଚନା ଦେଇଛନ୍ତି ଯେ, ସମବାୟ ବ୍ୟାଙ୍କ ମତ୍ସ୍ୟଚାଷ କେସିସି ପ୍ରସ୍ତାବଗୁଡ଼ିକରେ ସର୍ୱାଧିକ ମଞ୍ଜୁରୀ କରିଛି। ଅନ୍ୟ ବ୍ୟାଙ୍କଗୁଡ଼ିକୁ ପରାମର୍ଶ ଦେଇ ସେ କହିଛନ୍ତି, ପଶୁପାଳନ ଓ ମତ୍ସ୍ୟଚାଷୀଙ୍କୁ କେସିସି ପ୍ରଦାନରେ ଅଧିକ ଗୁରୁତ୍ୱ ଦିଆଯାଉ ଏବଂ କୃଷି କେସିସି ସହିତ ଏହାକୁ ଏକ ଯୌଗିକ ଋଣ (କମ୍ପୋଜିଟ୍‌ ଲୋନ୍‌) ରୂପେ ବଢ଼ାଇ ଦିଆଯାଉ। କାରଣ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୌଣସି ଜାମିନ (କୋଲାଟେରାଲ୍‌) ଆବଶ୍ୟକତା ନାହିଁ ବୋଲି ସେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?