କୋଇଲା ଲୋଡିଂ ଜାଲିଆତିରେ ୭ ଗିରଫ

ପାରାଦୀପ, ୨୧।୧୦(ସ୍ବ.ପ୍ର.): ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ପୁଣି ଏକ ବଡ ଧରଣର ଜାଲିଆତି ଘଟଣା ଚଳିତ ମାସରେ ଘଟିଛି। ଏହି ଘଟଣା ପ୍ରଥମେ କୋର୍ଟ ଓ ପରେ ପାରାଦୀପ ଆଦର୍ଶ ଥାନାକୁ ଆସିଛି। ଉକ୍ତ ଘଟଣାରେ ବୁଧବାର ପୋଲିସ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଲୋଡିଂରେ ନିୟୋଜିତ ୨୫ ଟ୍ରକକୁ ଜବତ କରାଯାଇଛି। ଏ ନେଇ ଥାନାରେ ନଂ. ୨୧୭/୨୧ ମାମଲା (ଦଫା ୩୭୯, ୪୬୫, ୪୬୭, ୪୬୮, ୪୬୯, ୪୭୧, ୧୨୦/ବି) ରୁଜୁ ହୋଇଛି। ଗିରଫ ଅଭିଯୁକ୍ତ ହେଲେ ସୌମ୍ୟରଞ୍ଜନ ଶତପଥୀ, ସଞ୍ଜୀବ କୁମାର ମିଶ୍ର, ଚିନ୍ମୟ ଭୂୟଁା, ସୁଶାନ୍ତ କୁମାର ସାମଲ, ଶାରଦା ପ୍ରସନ୍ନ ଓଝା, ପ୍ରକାଶ ମଲ୍ଲିକ ଓ ଭାଗୀରଥି ପ୍ରଧାନ। ଏମାନେ ଇନମେଶିନାରୀ ନାମକ ଷ୍ଟିଭେଡର୍ସ ସଂସ୍ଥାର କର୍ମଚାରୀ, ମେଶିନ ଲୋଡର, ଅପରେଟର ବୋଲି ପୋଲିସ ସୂଚନା ଦେଇଛି। ଉକ୍ତ ଟ୍ରକ୍‌ ଗୁଡିକରେ ଗତ ୫ ତାରିଖରେ କୋକିଂ କୋଲ ଲୋଡିଂ ହୋଇଥିଲା। ଉକ୍ତ କୋଇଲା ଟ୍ରାନ୍ସପୋର୍ଟ ପାଇଁ କାଗଜପତ୍ର ଜାଲିଆତି କରାଯାଇଥିଲା ବୋଲି ଅଭିଯୋଗ ହୋଇଥିଲା। ସମଗ୍ର ଘଟଣାରେ ଏକାଧିକ ବଡ ସଂସ୍ଥାନ ଜଡ଼ିତ ଥିବା ଜଣାପଡିଛି।

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଝାଡଖଣ୍ଡର ଅତାବିରା ନାମକ ଆମଦାନୀକାରୀ ସଂସ୍ଥା ୭୦୦ ମେଟ୍ରିକ ଟନ କୋଇଲା ନେବା ପାଇଁ ପାରାଦୀପର କୋଷ୍ଟାଲ ଟ୍ରାନ୍ସପୋର୍ଟ ନାମକ ସଂସ୍ଥାକୁ ଅଗ୍ରାଧିକାର ଦେଇଥିଲା। କିନ୍ତୁ ଉକ୍ତ ଅର୍ଡରରେ କୋକିଂ କୋଲ ବୋଲି ପ୍ରଥମେ ଉଲ୍ଲେଖ ଥିଲା। ସେହି ଅର୍ଡର ମୁତାବକ କୋଷ୍ଟାଲ ଟ୍ରାନ୍ସପୋର୍ଟ ପାରାଦୀପର ଜେସିସି(ଜଏଣ୍ଟ କୋଅର୍ଡିନେଶନ କମିଟି) କୁ ୨୫ ଟି ଟ୍ରକ ଦେବା ପାଇଁ ମେଲ ଦେଇଥିଲା। ୫ ତାରିଖ ଦିନ ଟ୍ରକଗୁଡିକ ଆବଶ୍ୟକ ପରମିଟ, ଗେଟ୍‌ ପାଶ ଆଦି ନେଇ ପୋର୍ଟ ଭିତରେ ଲୋଡିଂ ପାଇଁ ଯାଇଥିଲେ। ୭ ଟି ଟ୍ରକ ଲୋଡିଂ ପରେ ବନ୍ଦର ସୁରକ୍ଷା ଦାୟିତ୍ୱରେ ଥିବା ସିଆଇଏସ୍‌ଏଫ୍‌ ପାଖରେ ଅଭିଯୋଗ ହୋଇଥିଲା ଯେ ଉକ୍ତ ଗାଡିରେ ଫେକ୍‌ ଡକ୍ୟୁମେଣ୍ଟ ଜରିଆରେ କୋକିଂ କୋଲ ଲୋଡ କରାଯାଉଛି। ସିଆଇଏସ୍‌ଏଫ୍‌ ଓ ବନ୍ଦର ଟ୍ରାଫିକ ବିଭାଗ ପକ୍ଷରୁ ଘଟଣା ସ୍ଥଳରେ ପହଞ୍ଚତ୍ ଯାଞ୍ଚ କରାଯାଇଥିଲା। ସେଥିରେ ଜଣାପଡିଲା ତ୍ରିଶକ୍ତି ନାମକ ସଂସ୍ଥାର କାଗଜପତ୍ରରେ ଏହା ଚାଲିଛି। ଏମିତି ପ୍ରାୟ ୫ ଦିନ ଧରି ଯାଞ୍ଚ ଭିତରେ ତ୍ରିଶକ୍ତି ସଂସ୍ଥା ପକ୍ଷରୁ କୁଜଙ୍ଗ କୋର୍ଟରେ ଏହି ଘଟଣା ସମ୍ପର୍କରେ ଏକ ମାମଲା (ଆଇସିସି ନଂ. ୨୯୨/୨୧) କରାଯାଇଥିଲା। ଉକ୍ତ ମାମଲାର ତଦନ୍ତ ପାଇଁ ପାରାଦୀପ ଆଦର୍ଶ ଥାନା ପୋଲିସକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ୧୫ ଦିନ ତଦନ୍ତ ପରେ ବୁଧବାର ୭ ଜଣ ଗିରଫ ହୋଇଛନ୍ତି। ଆଗକୁ ତଦନ୍ତ ଆଧାରରେ ଅନ୍ୟମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇଆଇସି ରଜନୀକାନ୍ତ ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ଏଏପି ପରେ ଓଡ଼ିଶାରେ ପ୍ରାର୍ଥୀ ଘୋଷଣା କଲା ସିପିଆଇଏମ, ଭୁବନେଶ୍ୱର ଲୋକ ସଭା ଆସନରୁ ଲଢିବେ ଏହି ନେତା

ଭୁବନେଶ୍ୱର,୧୮।୪: ରାଜ୍ୟର ୩୭ଟି ବିଧାନସଭା ପାଇଁ ଆମ ଆଦମୀ ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସିପିଆଇ(ଏମ ) ମଧ୍ୟ ଆଜି ଭୁବନେଶ୍ୱର ଲୋକ...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

ଟ୍ୱିନ୍ ସିଟିରେ ମହିଳାଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କଲା କମିସନରେଟ ପୋଲିସ

ଭୁବନେଶ୍ୱର,୧୮।୪: ସର୍ବସାଧାରଣ ସ୍ଥାନରେ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ଏକ ବଡ ପଦକ୍ଷେପ ନେଇଛି କମିଶନରେଟ୍ ପୋଲିସ୍। ମହିଳା ମାନଙ୍କ ସୁରକ୍ଷା ପାଇଁ ଏଣିକି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri