ଚାକିରି, ଋଣ ଦେବା ଆଳରେ ୭.୧୩ ଲକ୍ଷ ଠକେଇ

ଖୋର୍ଦ୍ଧା ଅଫିସ,୨୯ା୭: ନିଜକୁ ଆର୍‌ବିଏଲ ବ୍ୟାଙ୍କ ଓଡ଼ିଶା ମୁଖ୍ୟ ପରିଚୟ ଦେଇ ଋଣ ଓ ଚାକିରି କରାଇଦେବାକୁ କହି ଏକାଧିକ ବ୍ୟକ୍ତିଙ୍କଠାରୁ ୭ ଲକ୍ଷ ୧୩ ହଜାର ଟଙ୍କା ଠକି ନେଇଥିବା ଅଭିଯୋଗରେ ଖୋର୍ଦ୍ଧା ଆଦର୍ଶ ଟାଉନ ଥାନା ପୋଲିସ ବୁଧବାର ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ବାଲେଶ୍ୱର ସଦର ଥାନା ଶଙ୍କରପୁର ଗ୍ରାମର ଅନିଲ କୁମାର ମହାନ୍ତି (୩୩)। ଗୁରୁବାର ତାଙ୍କୁ କୋର୍ଟ ଚାଲାଣ କରାଯିବ।
ଶିକାର ମହିଳା ଥାନାର ଦ୍ୱାରସ୍ଥ
କଟକ ସାଲେପୁର ଅଞ୍ଚଳରେ ମହିଳାଙ୍କୁ ସିଲେଇ ତାଲିମ ଓ ମେଶିନ ଯୋଗାଇବା ନାମରେ ୨୫ଟି ସ୍ବୟଂସହାୟକ ଗୋଷ୍ଠୀଙ୍କଠାରୁ ଅନିଲ ମହାନ୍ତି ଲକ୍ଷାଧିକ ଟଙ୍କା ଠକି ନେଇଛନ୍ତି। ବୁଧବାର ଉକ୍ତ ଅଞ୍ଚଳର ବହୁ ମହିଳା ଟାଉନ ଥାନାକୁ ଆସି ଏହି ଅଭିଯୋଗ କରିଛନ୍ତି। ସମ୍ପୃକ୍ତ ମହିଳାମାନେ ପୋଲିସ ପାଖରେ ଏ ସଂକ୍ରାନ୍ତ କାଗଜପତ୍ର ଦାଖଲ କରିଛନ୍ତି।
ଅଭିଯୋଗକାରୀମାନଙ୍କ ଠାରୁ ମିଳିଥିବା ତଥ୍ୟ ଅନୁଯାୟୀ, ୨୦୧୭ରେ ଅନିଲ ସାଲେପୁରରେ ଏକାଡେମୀ ଅଫ ସଂସ୍କୃତି ଏଜୁକେଶନ ନାମରେ ଏକ ସଂସ୍ଥା ଖୋଲିଥିଲେ। ଏହା ଜରିଆରେ ମହିଳାଙ୍କୁ ୧୨ସପ୍ତାହ ସିଲେଇ ପ୍ରଶିକ୍ଷଣ ପରେ ମେଶିନ ଯୋଗାଇଦେବାକୁ ସାଲେପୁର, ନିଶ୍ଚିନ୍ତକୋଇଲି, ମାର୍ଶାଘାଇ, ହିନ୍ଦୋଳ ପ୍ରଭୃତି ଅଞ୍ଚଳର ୨୫ଟି ଏସ୍‌ଏଚ୍‌ଜି ସହ ଚୁକ୍ତି କରିଥିଲେ। ପ୍ରାୟ ୫ହଜାର ଯୁବତୀ, ମହିଳାଙ୍କ ବାବଦକୁ ଲକ୍ଷାଧିକ ଟଙ୍କା ଧରି ରାତାରାତି ଚମ୍ପଟ ମାରିଥିଲେ। ଏନେଇ ୨୦୧୮ ସେପ୍ଟେମ୍ବର ୧୨ରେ ସମ୍ପୃକ୍ତ ମହିଳାମାନେ ସାଲେପୁର ଥାନାରେ ଏତଲା ଦେଇଥିଲେ। ଫଳରେ ସେ ଫେରାର ହୋଇଯାଇଥିଲେ। ବୁଧବାର କୌଣସି ସୂତ୍ରରୁ ଖବର ପାଇ ମାର୍ଶାଘାଇର କଳ୍ପନା ଦ୍ୱିବେଦୀ, ଜ୍ୟୋତିର୍ମୟୀ ନାୟକ, ପ୍ରତାପ କୁମାର ସିଂ, ନିଶ୍ଚିନ୍ତ କୋଇଲିର ପ୍ରତିମା ନାୟକ, ସାଲେପୁରର ଶିବପ୍ରସାଦ ସ୍ବାଇଁ ପ୍ରମୁଖ ଥାନାରେ ପହଞ୍ଚି ଅନିଲଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଏନେଇ ଥାନାଧିକାରୀ ସଞ୍ଜୟ ପଟ୍ଟନାୟକ କହିଛନ୍ତି,ଏହି ଘଟଣା ସାଲେପୁର ଅଞ୍ଚଳରେ ଘଟିଥିବାରୁ ସେହି ଥାନାରେ ଅଭିଯୋଗ କରିବାକୁ ସେମାନଙ୍କୁ ପରାମର୍ଶ ଦିଆଯାଇଛି।

ସଙ୍ଗିନ ଅଭିଯୋଗ ଆଣିଲେ ସ୍ତ୍ରୀ

ଅନିଲଙ୍କ ବିରୋଧରେ ତାଙ୍କ ସ୍ତ୍ରୀ ସୋନାଲି ପଟ୍ଟନାୟକ ସଙ୍ଗିନ ଅଭିଯୋଗ ଆଣିଛନ୍ତି। ସୋନାଲି କହିଛନ୍ତି, ଅନିଲ ତାଙ୍କୁ ଯୌତୁକ ନିର୍ଯାତନା, ଗର୍ଭ ନଷ୍ଟ, ହତ୍ୟା ଧମକ ଦେଉଥିଲେ। ଏ ନେଇ ସେ ବୁଧବାର ଖୋର୍ଦ୍ଧା ଟାଉନ ଥାନାରେ ଅଭିଯୋଗ କରିବା ପରେ ପୋଲିସ କେସ୍‌ (ନଂ. ୨୯୨/୨୧) ରୁଜୁ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚନ୍ଦ୍ରପୃଷ୍ଠରେ ବିଶାଳକାୟ ନୂତନ ଗର୍ତ୍ତ ଚିହ୍ନଟ, କୋଲୋସିୟମଠାରୁ ବି ବଡ଼

କେପ କାନାଭେରାଲ (ଫ୍ଲୋରିଡା),୧୮।୯: ଚନ୍ଦ୍ରପୃଷ୍ଠରେ ବିଶାଳକାୟ ନୂତନ ଗର୍ତ୍ତ ସୃଷ୍ଟି ହୋଇଥିବା ନାସାର ‘ଲୁନାର ରେକୋନିସାନ୍ସ ଅର୍ବିଟର’ (ଏଲ୍‌ଆର୍‌ଓ) ମହାକାଶଯାନ ଦ୍ୱାରା ଚିହ୍ନଟ ହୋଇଛି। ରୋମ୍‌ର ପ୍ରସିଦ୍ଧ…

ଘୂର୍ଣ୍ଣିବଳୟ ସକ୍ରିୟ: ୨୩ ଯାଏ ପ୍ରବଳ ବର୍ଷା, ସତର୍କ ଜାରି କରି ପାଣିପାଗ ବିଭାଗ କହିଲା…

ଭୁବନେଶ୍ୱର,୧୮ା୯: ଉତ୍ତର ଥାଇଲାଣ୍ଡ ଉପରେ ଥିବା ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହି ଘୂର୍ଣ୍ଣିବଳୟ ୧୮ ତାରିଖ ସନ୍ଧ୍ୟା ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗର ଉପରେ…

ପଶ୍ଚିମବଙ୍ଗ ରାଜନୀତିରେ ହଲଚଲ: ଉପନିର୍ବାଚନ ପୂର୍ବରୁ ଇସିଙ୍କ ପଦକ୍ଷେପ; ତୃଣମୂଳ କଂଗ୍ରେସର ନାମ, ଚିହ୍ନ ଉପରେ ରୋକ

ନୂଆଦିଲ୍ଲୀ,୧୮।୯(ପି.ଟି.): ପଶ୍ଚିମବଙ୍ଗର ଆଗାମୀ ବିଧାନସଭା ଉପନିର୍ବାଚନ ପୂର୍ବରୁ ‘ଅଲ୍‌ ଇଣ୍ଡିଆ ତୃଣମୂଳ କଂଗ୍ରେସ’ (ଏଆଇଟିସି)ରେ ସୃଷ୍ଟ ତୀବ୍ର ଗୋଷ୍ଠୀ କନ୍ଦଳକୁ ନେଇ ନିର୍ବାଚନ କମିଶନ (ଇସି) ଗୁରୁତ୍ୱପୂର୍ଣ୍ଣ…

ପୀତବାସ ହତ୍ୟା ମାମଲାର ସାକ୍ଷୀଙ୍କୁ ଧମକ: ଡାକ୍ତରଙ୍କ ମୋବାଇଲ ଫୋନ ଜବତ

ବ୍ରହ୍ମପୁର,୧୬ା୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଜେଲ ଭିତରୁ ଯେଉଁ ମୋବାଇଲ ଫୋନରୁ ଧମକ ମିଳିଥିବା ତାହା ସେଠାରେ କାର୍ଯ୍ୟରତ…

ପୋଖରୀରେ ବୁଡ଼ି ଚାଲିଗଲା ଜୀବନ

ଦିଗପହଣ୍ଡି,୧୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମା’ନାରାୟଣୀ ଠାକୁରାଣୀ ମନ୍ଦିର ନିକଟ ପୋଖରୀକୁ ଶୌଚ ପାଇଁ ଯାଇଥିବା ଜଣେ ମହିଳା ଗୁରୁବାର…

ରାଣୀ ସାହି ଦୁର୍ଗାପୂଜା କମିଟି ଗଠିତ, ଆଶ୍ୱିନ ମହାସପ୍ତମୀରୁ ହେବ ମହୋତ୍ସବ

ଦିଗପହଣ୍ଡି,୧୭ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ. ୱାର୍ଡ ରାଣୀ ସାହି ଦୁର୍ଗାପୂଜା କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ଭଳି…

‘ମୁକ୍ତା’ଯୋଜନାରେ ହୋଇଥିବା କାର୍ଯ୍ୟର ଭିଜିଲାନ୍ସ ତଦନ୍ତ ହେବ: ବିଧାୟକ

ଗୁଡାରି,୧୭।୯(ପ୍ରମୋଦ କୁମାର ପତି): ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ ଗୁଡାରି ଏନ୍‌ଏସି କାର୍ଯ୍ୟାଳୟରେ ଗୁରୁବାର ବିଭିନ୍ନ ଯୋଜନାର ସମୀକ୍ଷା କରିଥିଲେ। ନଥିପତ୍ର ଯାଞ୍ଚ ପରେ ଭେଣ୍ଡି ଜୋନ…

ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭ା୯(ସୁଚିସ୍ମିତା ସାହୁ): ଭୁବନେଶ୍ୱର ସମେତ ସାରା ରାଜ୍ୟରେ ଜଳିଲା କୋଟିଏରୁ ଅଧିକ ‘ଆଶୀର୍ବାଦ ଦୀପ’। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ତମ ଜନ୍ମଦିନ ଅବସରରେ ଗୁରୁବାର ରାଜ୍ୟ ସରକାରଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?