ମାର୍ଚ୍ଚ ୩ରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ: ହଟ୍‌ ସିଟ୍‌ରେ ଗୋରଖପୁର

ଲକ୍ଷ୍ନୌ,୨।୩: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ବର୍ତ୍ତମାନ ଶେଷରେ ପହଞ୍ଚିଛି। ପୂର୍ବରୁ ପଞ୍ଚମ ପର୍ଯ୍ୟାୟ ପାଇଁ ମତଦାନ ସରିଥିବା ବେଳେ ଆଉ ୨ଟି ପର୍ଯ୍ୟାୟରେ ମତଦାନ ହୋବାକୁ ଅଛି। ଅବଶିଷ୍ଟ ୨ଟି ପର୍ଯ୍ୟାୟରୁ ଷଷ୍ଠ ପର୍ଯ୍ୟାୟ ମତଦାନ ମାର୍ଚ୍ଚ ୩ରେ ଅନୁଷ୍ଠିତ ହେବ। ବିଧାନସଭା ନିର୍ବାଚନର ଏହି ଷଷ୍ଠ ପର୍ଯ୍ୟାୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ଏହି ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଶଲଭ ମଣି ତ୍ରିପାଠୀ, ସୂର୍ଯ୍ୟ ପ୍ରତାପ ଶାହି, ରାମ ଅଚଲ ରାଜଭର, ଲାଲଜୀ ବର୍ମା ଓ ସ୍ବାମୀ ପ୍ରସାଦ ମୋର୍ଯ୍ୟଙ୍କ ସମେତ ଅନ୍ୟାନ୍ୟ ନାଁକରା ରାଜନୈତିକଙ୍କ ଭାଗ୍ୟ ଏବେ ଭୋଟରଙ୍କ ହାତରେ ରହିଛି। ସୂଚନା ମୁତାବକ ଗୋରଖପୁର ସଦର ହେଉଛି ଉତ୍ତରପ୍ରଦେଶର ହଟ୍‌ ସିଟ୍‌। କାରଣ ଏହି ଆସନରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ନିର୍ବାଚନର ୬ଷ୍ଠ ପର୍ଯ୍ୟାୟରେ ଯୋଗୀ ଆଦିତ୍ୟନାଥଙ୍କ ପ୍ରତିଷ୍ଠା ଏବେ ସଙ୍କଟରେ ରହିଛି। ଯୋଗୀ ଲଗାତାର ଅନେକ ଥର ଏମ୍‌ପି ହେବା ପରେ ୨୦୧୭ରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ। ବର୍ତ୍ତମାନ ପ୍ରଥମ ଥର ପାଇଁ ଗୋରଖପୁର ସଦରର ବିଧାୟକ ଭାବେ ସେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ତାଙ୍କ ବିରୋଧରେ ନିର୍ବାଚନୀ ମଇଦାନକୁ ଚନ୍ଦ୍ରଶେଖର ରହିଥିବା ବେଳେ ଏସ୍‌ପିରୁ ସୁଭାବତୀ ଶୁକ୍ଲା ଓ ବିଏସ୍‌ପିରୁ ଖ୍ବାଜା ଶମସୁଦ୍ଦିନ ଓହ୍ଲାଇଛନ୍ତି। ସେହିପରି କଂଗ୍ରେସରୁ ଚେତନା ପାଣ୍ଡେ ପ୍ରାର୍ଥୀ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟରେ ସର୍ବଦା ରହିଛି ନୂତନତ୍ୱ: ନଡା

ନୂଆଦିଲ୍ଲୀ,୩୦।୫: ମୋଦି ସରକାରକୁ ସୋମବାର ୮ ବର୍ଷ ପୂରଣ ହୋଇଛି। ମେ ୩୦ରେ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ଆଜି...

ଗୌତମ ଗମ୍ଭୀର କରୋନା ପଜିଟିଭ୍‌

ନୂଆଦିଲ୍ଲୀ,୨୫।୧: ପୂର୍ବତନ ଭାରତୀୟ କ୍ରିକେଟର ତଥା ଭାରତୀୟ ଜନତା ପାର୍ଟିର ସାଂସଦ ଗୌତମ ଗମ୍ଭୀର କରୋନା ପଜିଟିଭ୍‌ ହୋଇଛନ୍ତି । ଏ ନେଇ ସେ ନିଜେ...

ଦେଶଦ୍ରୋହ ମାମଲାରେ ଗିରଫ ହୋଇଥିବା ଛାତ୍ରଙ୍କୁ କୋର୍ଟ ଆଗରେ ମାଡ଼

ଆଗ୍ରା,୨୯।୧୦ : ଭାରତ ବିପକ୍ଷରେ ପାକିସ୍ତାନର ବିଜୟ ପରେ ଉତ୍ସବ ମନାଇବାରୁ ଜମ୍ମୁ-କଶ୍ମୀରର ୩ ଛାତ୍ର ଗିରଫ ହୋଇଛନ୍ତି। ସେମାନଙ୍କୁ ଗୁରୁବାର ମାଜିଷ୍ଟ୍ରେଟ୍‌ଙ୍କ ଆଗରେ ହାଜର...

ଭାରତ ଗସ୍ତରେ ଦକ୍ଷିଣ କୋରିଆ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ,୮।୪: ଦକ୍ଷିଣ କୋରିଆ ବୈଦେଶିକ ମନ୍ତ୍ରୀ ପାର୍କ ଜିନ ଦୁଇ ଦିନିଆ ଭାରତ ଗସ୍ତରେ ଅଛନ୍ତି। ଶନିବାର ଜିନ ରାଜଘାଟରେ ପହଞ୍ଚି ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି...

ବିଜ୍ଞାପନ ଖର୍ଚ୍ଚରେ ଭାଜପାକୁ ପଛରେ ଛାଡ଼ିଲେ ଦିଦି

କୋଲକାତା,୨୫।୩ : ଆସନ୍ତା ୨୭ ତାରିଖରୁ ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ନିର୍ବାଚନ ହେବାକୁ ଯାଉଥିବା ବେଳେ ଚଳିତ ବର୍ଷ ଫେସବୁକରେ...

ଦୀପିକାଙ୍କୁ ଦରକାର ମୋ ଭଳି ପରାମର୍ଶଦାତା: ବାବା ରାମଦେବ

ମୁମ୍ବାଇ,୧୪।୧: ଦିଲ୍ଲୀର ଜବାହରଲାଲ ନେହେରୁ ୟୁନିଭର୍ସିଟିରେ ହୋଇଥିବା ହିଂସା ପରେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ସେଠାକୁ ଗସ୍ତ କରିଥିଲେ। ସେଠାରେ ସେ ବିରୋଧ ପ୍ରଦର୍ଶନକାରୀ...

ଦିଲ୍ଲୀ ଡମ୍ପିଂ ୟାର୍ଡରେ ଭୟଙ୍କର ଅଗ୍ନିକାଣ୍ଡ

ନୂଆଦିଲ୍ଲୀ,୨୮।୩: ରାଜଧାନୀ ଦିଲ୍ଲୀର ଗାଜିପୁରରେ ଡମ୍ପିଂ ୟାର୍ଡରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ଘଟଣାସ୍ଥଳରେ ୬ଟି ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ...

୩୯% ଭାରତୀୟ ପରିବାର ଅନ୍‌ଲାଇନ ଠକେଇର ଶିକାର

ନୂଆଦିଲ୍ଲୀ,୩ା୫: ଗତ ୩ ବର୍ଷ ମଧ୍ୟରେ ଭାରତର ପ୍ରାୟ ୩୯% ପରିବାର ଅନ୍‌ଲାଇନ୍‌ରେ ଆର୍ଥିକ ଠକେଇର ଶିକାର ହୋଇଥିବା ଏକ ସର୍ଭେରୁ ଜଣାପଡ଼ିଛି। ଲୋକାଲ୍‌ ସର୍କଲ...

Advertisement
Archives

Model This Week