ବାଲେଶ୍ୱର ଡିଭିଜନରେ ୬୮ ମାମଲା ରୁଜୁ

କେନ୍ଦୁଝର,୮।୧୧(ସ୍ବ.ପ୍ର.): ପ୍ରତ୍ୟେକ ବର୍ଷ ଦୁର୍ନୀତି ନିବାରଣ ସପ୍ତାହ ପାଳନ ହେଉଛି। ଦୁର୍ନୀତି ବିରୋଧରେ ଜନ ସଚେତନତା ସୃଷ୍ଟି କରିବା ପାଇଁ ଶପଥପାଠ, ରାଲି, ସଭାସମିତି, ପ୍ରତିଯୋଗିତା ଆଦି ଆୟୋଜନ ହେଉଛି। ଏହା ସତ୍ତ୍ୱେ ଦୁର୍ନୀତି କମିବାର ନଁା ଧରୁନି। ପ୍ରତିଦିନ ରାଜ୍ୟର କେଉଁଠି ନା କେଉଁଠି ଦୁର୍ନୀତି ଅଭିଯୋଗରେ ଅଧିକାରୀ ହୁଅନ୍ତୁ ଅବା ଚତୁର୍ଥ ଶ୍ରେଣୀ କର୍ମଚାରୀ ଧରାପଡୁଛନ୍ତି। ଅନେକ କୋଟି ଟଙ୍କା, କୋଠା, ଜମି ଜବତ ହେଉଛି।
ତଥ୍ୟ ମୁତାବକ, ବାଲେଶ୍ୱର ଭିଜିଲାନ୍ସ ଡିଭିଜନ ଅଧୀନରେ ୨୦୨୧ରେ ସମୁଦାୟ ୪୦ ମାମଲା ରୁଜୁ ହୋଇଛି। ସେଥିରୁ ୯ଟି ଆୟବହିର୍ଭୂତ ସମ୍ପତ୍ତି ମାମଲା ଥିବା ବେଳେ ୧୧ଟି ଟ୍ରାପ୍‌ ଓ ୨୦ଟି ଅନ୍ୟ ଦୁର୍ନୀତି ସମ୍ପର୍କିତ ମାମଲା ରୁଜୁ ହୋଇଛି। ସେଥିରୁ ୭ ଜଣ କ୍ଲାସ୍‌ ୧ ଅଧିକାରୀ, ୬ ଜଣ କ୍ଲାସ୍‌ ୨ ଅଧିକାରୀ, ୨୩ ଜଣ କ୍ଲାସ୍‌ ୩ ଅଧିକାରୀ ଓ ୧୦ ଜଣ ଅନ୍ୟ ଅଧିକାରୀଙ୍କ ବିରୋଧରେ ମାମଲା ହୋଇଛି। ଚଳିତବର୍ଷ ବାଲେଶ୍ୱର ଭିଜିଲାନ୍ସ ଡିଭିଜନ ପକ୍ଷରୁ ୨୮ ମାମଲାର ତଦନ୍ତ କରାଯାଇଥିଲା। ୨୬ଟି କେସ୍‌ରେ ଅଭିଯୋଗ ଫର୍ଦ୍ଦ ଦାଖଲ ହୋଇଥିବା ବେଳେ ୭ଟି କେସ୍‌ରେ ଦଣ୍ଡବିଧାନ ହୋଇଛି। ୨୧ ଜଣଙ୍କୁ ଗିରଫ କରାଯାଇଛି। ସେଥିରେ ୩ ଜଣ କ୍ଲାସ୍‌ ୧, ୩ ଜଣ କ୍ଲାସ୍‌ ୨ ଓ ୧୦ ଜଣ କ୍ଲାସ୍‌ ୩ ଅଧିକାରୀ ରହିଥିବା ବେଳେ ୨ ଜଣ ଅନ୍ୟ ଅଧିକାରୀ ଏବଂ ୩ ଜଣ ବେସରକାରୀ ଲୋକ ଗିରଫ ହୋଇଛନ୍ତି। ୨ ଜଣ ସରକାରୀ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି।
ସେହିପରି ୨୦୨୧ରେ ଫରେଷ୍ଟ ବିଭାଗ ୧୦ଟି ରେଡ୍‌ କରି ୧୦ ଫରେଷ୍ଟ କେସ କରି ସମୁଦାୟ ୩୦ ଲକ୍ଷ ୬୦ ହଜାର ୩୦୦ ଟଙ୍କା ମୂଲ୍ୟର କାଠ, ମେଶିନ ଆଦି ଜବତ କରିଛି। ୨୦୨୨ରେ ୩୨ଟି କ୍ରିମିନାଲ କେସ କରିଛି ା ଏଥିରେ ୫ଟି ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲା, ୧୧ଟି ଟ୍ରାପ୍‌ ଓ ୧୬ ଅନ୍ୟ ଦୁର୍ନୀତି ମାମଲା ରୁଜୁ କରାଯାଇଛି। ଦୁର୍ନୀତିରେ ୨ ଜଣ କ୍ଲାସ୍‌ ୧, ୩ ଜଣ କ୍ଲାସ୍‌ ୨, ୨୨ ଜଣ କ୍ଲାସ୍‌ ୩ ଅଧିକାରୀ ଓ ୨୦ ଜଣ ଅନ୍ୟ କର୍ମଚାରୀ ଜଡ଼ିତ ଅଛନ୍ତି। ୨୦୨୨ରେ ବାଲେଶ୍ୱର ଭିଜିଲାନ୍ସ ଡିଭିଜନ ୨୭ ଖୋଲା ତଦନ୍ତ କରିଛନ୍ତି। ସେଥିରେ ୨ ଜଣ କ୍ଲାସ୍‌ ୧ , ୨ ଜଣ କ୍ଲାସ ୨, ୨୦ କ୍ଲାସ ୩ ଅଧିକାରୀ ଓ ୮ ଜଣ ଅନ୍ୟ କର୍ମଚାରୀ ଅନ୍ତର୍ଭୁକ୍ତ ଅଛନ୍ତି। ସମୁଦାୟ ୮ କେସ୍‌ରେ ଦଣ୍ଡବିଧାନ ହୋଇଥିବା ବେଳେ ୫ ଜଣ କର୍ମଚାରୀଙ୍କୁ ଚାକିରିରୁ ବାହାର କରାଯାଇଛି। ବନ ବିଭାଗ ପକ୍ଷରୁ ରେଡ୍‌ କରାଯାଇ ୨୮ କେସ୍‌ ରୁଜୁ କରାଯାଇ ୧ କୋଟି ୨୫ ଲକ୍ଷ ୨ ହଜାର ୯୫୦ ଟଙ୍କାର କାଠ, ମେଶିନ ଆଦି ଜବତ ହୋଇଛି।
ବାଲେଶ୍ୱର ଡିଭିଜନ ଅଧୀନ କେନ୍ଦୁଝର ୟୁନିଟ୍‌ ଅଧୀନରେ ୨୦୨୧ ମସିହାରେ ସମୁଦାୟ ୧୩ ଦୁର୍ନୀତି ମାମଲା ରୁଜୁ କରାଯାଇଛି। ସେଥି ମଧ୍ୟରୁ ୪ ଜଣ ବି କ୍ଲାସ୍‌, ୯ ଜଣ ସି କ୍ଲାସ୍‌ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସେହିପରି ୨୦୨୨ରେ ରୁଜୁ ହୋଇଥିବା ୯ ଟି ଦୁର୍ନୀତି ମାମଲାରୁ ଜଣେ କ୍ଲାସ୍‌ ୧, ୨ ଜଣ କ୍ଲାସ ୨ ଓ ୬ ଜଣ କ୍ଲାସ୍‌ ୩ ଅଧିକାରୀ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ଚଣାରେ ଭାବବିହ୍ବଳ ହେଲେ ବର୍ଷା

ଚଣ୍ଡିଖୋଲ/ ଛତିଆ/ ବଡ଼ଚଣା, ୨୭ା୪ (ପ୍ରଦୀପ୍ତ କୁମାର ପୃଷ୍ଟି/ ସୌମ୍ୟରଞ୍ଜନ ସାହୁ/ ଦିଲୀପ କୁମାର ମହାନ୍ତି): ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା...

ଘରୋଇ ଚିକିତ୍ସା କଲେ ଚାକିରିରୁ ବିଦା ହେବେ ଡାକ୍ତର

ବ୍ରହ୍ମପୁର,୨୭।୪(ସୁବାସ ଚନ୍ଦ୍ର ପାଢ଼ୀ): ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମକେସିଜି) ମେଡିକାଲର ବିଭିନ୍ନ ବିଭାଗରେ କାର୍ଯ୍ୟରତ ସିନିୟର୍‌ ରେସିଡେଣ୍ଟ(ଏସ୍‌ଆର) ତଥା ଟ୍ୟୁଟରମାନେ ଘରୋଇ ମେଡିକାଲରେ ରୋଗୀ ଚିକିତ୍ସା କରୁଥିବା...

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri