ବାଲେଶ୍ୱର ଡିଭିଜନରେ ୬୮ ମାମଲା ରୁଜୁ

କେନ୍ଦୁଝର,୮।୧୧(ସ୍ବ.ପ୍ର.): ପ୍ରତ୍ୟେକ ବର୍ଷ ଦୁର୍ନୀତି ନିବାରଣ ସପ୍ତାହ ପାଳନ ହେଉଛି। ଦୁର୍ନୀତି ବିରୋଧରେ ଜନ ସଚେତନତା ସୃଷ୍ଟି କରିବା ପାଇଁ ଶପଥପାଠ, ରାଲି, ସଭାସମିତି, ପ୍ରତିଯୋଗିତା ଆଦି ଆୟୋଜନ ହେଉଛି। ଏହା ସତ୍ତ୍ୱେ ଦୁର୍ନୀତି କମିବାର ନଁା ଧରୁନି। ପ୍ରତିଦିନ ରାଜ୍ୟର କେଉଁଠି ନା କେଉଁଠି ଦୁର୍ନୀତି ଅଭିଯୋଗରେ ଅଧିକାରୀ ହୁଅନ୍ତୁ ଅବା ଚତୁର୍ଥ ଶ୍ରେଣୀ କର୍ମଚାରୀ ଧରାପଡୁଛନ୍ତି। ଅନେକ କୋଟି ଟଙ୍କା, କୋଠା, ଜମି ଜବତ ହେଉଛି।
ତଥ୍ୟ ମୁତାବକ, ବାଲେଶ୍ୱର ଭିଜିଲାନ୍ସ ଡିଭିଜନ ଅଧୀନରେ ୨୦୨୧ରେ ସମୁଦାୟ ୪୦ ମାମଲା ରୁଜୁ ହୋଇଛି। ସେଥିରୁ ୯ଟି ଆୟବହିର୍ଭୂତ ସମ୍ପତ୍ତି ମାମଲା ଥିବା ବେଳେ ୧୧ଟି ଟ୍ରାପ୍‌ ଓ ୨୦ଟି ଅନ୍ୟ ଦୁର୍ନୀତି ସମ୍ପର୍କିତ ମାମଲା ରୁଜୁ ହୋଇଛି। ସେଥିରୁ ୭ ଜଣ କ୍ଲାସ୍‌ ୧ ଅଧିକାରୀ, ୬ ଜଣ କ୍ଲାସ୍‌ ୨ ଅଧିକାରୀ, ୨୩ ଜଣ କ୍ଲାସ୍‌ ୩ ଅଧିକାରୀ ଓ ୧୦ ଜଣ ଅନ୍ୟ ଅଧିକାରୀଙ୍କ ବିରୋଧରେ ମାମଲା ହୋଇଛି। ଚଳିତବର୍ଷ ବାଲେଶ୍ୱର ଭିଜିଲାନ୍ସ ଡିଭିଜନ ପକ୍ଷରୁ ୨୮ ମାମଲାର ତଦନ୍ତ କରାଯାଇଥିଲା। ୨୬ଟି କେସ୍‌ରେ ଅଭିଯୋଗ ଫର୍ଦ୍ଦ ଦାଖଲ ହୋଇଥିବା ବେଳେ ୭ଟି କେସ୍‌ରେ ଦଣ୍ଡବିଧାନ ହୋଇଛି। ୨୧ ଜଣଙ୍କୁ ଗିରଫ କରାଯାଇଛି। ସେଥିରେ ୩ ଜଣ କ୍ଲାସ୍‌ ୧, ୩ ଜଣ କ୍ଲାସ୍‌ ୨ ଓ ୧୦ ଜଣ କ୍ଲାସ୍‌ ୩ ଅଧିକାରୀ ରହିଥିବା ବେଳେ ୨ ଜଣ ଅନ୍ୟ ଅଧିକାରୀ ଏବଂ ୩ ଜଣ ବେସରକାରୀ ଲୋକ ଗିରଫ ହୋଇଛନ୍ତି। ୨ ଜଣ ସରକାରୀ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି।
ସେହିପରି ୨୦୨୧ରେ ଫରେଷ୍ଟ ବିଭାଗ ୧୦ଟି ରେଡ୍‌ କରି ୧୦ ଫରେଷ୍ଟ କେସ କରି ସମୁଦାୟ ୩୦ ଲକ୍ଷ ୬୦ ହଜାର ୩୦୦ ଟଙ୍କା ମୂଲ୍ୟର କାଠ, ମେଶିନ ଆଦି ଜବତ କରିଛି। ୨୦୨୨ରେ ୩୨ଟି କ୍ରିମିନାଲ କେସ କରିଛି ା ଏଥିରେ ୫ଟି ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲା, ୧୧ଟି ଟ୍ରାପ୍‌ ଓ ୧୬ ଅନ୍ୟ ଦୁର୍ନୀତି ମାମଲା ରୁଜୁ କରାଯାଇଛି। ଦୁର୍ନୀତିରେ ୨ ଜଣ କ୍ଲାସ୍‌ ୧, ୩ ଜଣ କ୍ଲାସ୍‌ ୨, ୨୨ ଜଣ କ୍ଲାସ୍‌ ୩ ଅଧିକାରୀ ଓ ୨୦ ଜଣ ଅନ୍ୟ କର୍ମଚାରୀ ଜଡ଼ିତ ଅଛନ୍ତି। ୨୦୨୨ରେ ବାଲେଶ୍ୱର ଭିଜିଲାନ୍ସ ଡିଭିଜନ ୨୭ ଖୋଲା ତଦନ୍ତ କରିଛନ୍ତି। ସେଥିରେ ୨ ଜଣ କ୍ଲାସ୍‌ ୧ , ୨ ଜଣ କ୍ଲାସ ୨, ୨୦ କ୍ଲାସ ୩ ଅଧିକାରୀ ଓ ୮ ଜଣ ଅନ୍ୟ କର୍ମଚାରୀ ଅନ୍ତର୍ଭୁକ୍ତ ଅଛନ୍ତି। ସମୁଦାୟ ୮ କେସ୍‌ରେ ଦଣ୍ଡବିଧାନ ହୋଇଥିବା ବେଳେ ୫ ଜଣ କର୍ମଚାରୀଙ୍କୁ ଚାକିରିରୁ ବାହାର କରାଯାଇଛି। ବନ ବିଭାଗ ପକ୍ଷରୁ ରେଡ୍‌ କରାଯାଇ ୨୮ କେସ୍‌ ରୁଜୁ କରାଯାଇ ୧ କୋଟି ୨୫ ଲକ୍ଷ ୨ ହଜାର ୯୫୦ ଟଙ୍କାର କାଠ, ମେଶିନ ଆଦି ଜବତ ହୋଇଛି।
ବାଲେଶ୍ୱର ଡିଭିଜନ ଅଧୀନ କେନ୍ଦୁଝର ୟୁନିଟ୍‌ ଅଧୀନରେ ୨୦୨୧ ମସିହାରେ ସମୁଦାୟ ୧୩ ଦୁର୍ନୀତି ମାମଲା ରୁଜୁ କରାଯାଇଛି। ସେଥି ମଧ୍ୟରୁ ୪ ଜଣ ବି କ୍ଲାସ୍‌, ୯ ଜଣ ସି କ୍ଲାସ୍‌ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସେହିପରି ୨୦୨୨ରେ ରୁଜୁ ହୋଇଥିବା ୯ ଟି ଦୁର୍ନୀତି ମାମଲାରୁ ଜଣେ କ୍ଲାସ୍‌ ୧, ୨ ଜଣ କ୍ଲାସ ୨ ଓ ୬ ଜଣ କ୍ଲାସ୍‌ ୩ ଅଧିକାରୀ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦିନ ହେଲା ନିଖୋଜ ଥିଲେ ଯୁବକ, ପରିତ୍ୟକ୍ତକୁ ଘରୁ ମିଳିଲା…

କଟକ,୨୫।୮(ପ୍ରଭୁ କଲ୍ୟାଣ ପାଲ୍‌): ବାରଙ୍ଗ ଥାନା ଗୋଡ଼ିସାହିର ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ଯୁବକ ଜଣକ ବାରଙ୍ଗ…

ରକ୍ଷାବନ୍ଧନ ପର୍ଯ୍ୟନ୍ତ ୩ ରାଶିଙ୍କୁ ବୁଧ ଦେବେ ଶୁଭ ଫଳ! ଅଚାନକ ଟଙ୍କା….

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ବୁଦ୍ଧି, ବାଣିଜ୍ୟ ଓ ଆର୍ଥିକ କାରବାରର କାରକ ଗ୍ରହ ବୋଲି ମନାଯାଏ । ବୁଧ ଏବେ କେତୁଙ୍କ ମଘା ନକ୍ଷତ୍ରରେ…

ଉଛୁଳୁଛି ସମୁଦ୍ର, ପୃଥିବୀ ଆଡକୁ ମାଡି ଆସୁଛି ବଡ଼ ‘ବିପର୍ଯ୍ୟୟ’? ବର୍ଷା-ବନ୍ୟା ଦେଉଛି ବିପଦର ବଡ଼ ସଙ୍କେତ

ନୂଆଦିଲ୍ଲୀ,୨୫।୮: ବିଶ୍ୱ ପାଣିପାଗ ଧାରାରେ ଦ୍ରୁତ ପରିବର୍ତ୍ତନ ହେଉଛି। କିଛି ଅଞ୍ଚଳ ପ୍ରବଳ ଗରମ ଅନୁଭବ କରୁଥିବା ବେଳେ, ଅନ୍ୟ ଅଞ୍ଚଳରେ ଅଳ୍ପ ସମୟ ମଧ୍ୟରେ ଏତେ…

୫୦ କିଲୋ ପିଆଜ କିଣିଲେ ଉଠାଇନେବ ପୋଲିସ! ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୫।୮: ସାରା ଦେଶରେ ପିଆଜ ଦରରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି। ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ପିଆଜ ଦର ପ୍ରାୟ ୧୭ ପ୍ରତିଶତ ବଢ଼ିଛି। ଅନେକ…

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଅବସର ନେବେ ଗଡ଼କରୀ! ଦେଲେ ଏମିତି ବୟାନହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ନାଗପୁର ଜିଲାର କାଟୋଲ ଅଞ୍ଚଳର ପାରାଡସିଙ୍ଗାରେ ଆୟୋଜିତ ଏକଲବ୍ୟ ଏକଲ ବିଦ୍ୟାଳୟର ଶିକ୍ଷକ ଏବଂ ପର୍ଯ୍ୟବେକ୍ଷକଙ୍କ ପାଇଁ ଏକ ତାଲିମ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

ବୈଭବ ସୂର୍ଯ୍ୟବଂଶୀ ତାଙ୍କ ଜର୍ସିର ପ୍ରକୃତ ନମ୍ବର କାହିଁକି ଲୁଚାଇ ଦେଇଥିଲେ? ଯାହା ପାଲଟିଲାଣି ଆଲୋଚନାର ବିଷୟ

ନୂଆଦିଲ୍ଲୀ,୨୫।୮: ସମସ୍ତଙ୍କ ନଜର ଏବେ ଭାରତର ଯୁବ ତାରକା, 15 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ। ଏହି ଯୁବ ବ୍ୟାଟସମ୍ୟାନ ତାଙ୍କର ବିସ୍ଫୋରକ ବ୍ୟାଟିଂ ଶୈଳୀ ମାଧ୍ୟମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri