ଚାଇନାରେ ୬୧ ବର୍ଷର ରେକର୍ଡ ଭାଙ୍ଗିଲା ଗରମ

ବେଜିଂ,୨୫ା୮: ଏବେ ଚାଇନାରେ ପ୍ରବଳ ଗ୍ରୀଷ୍ମ ଅନୁଭୂତ ହେଉଛି। ଏପରିକି ୬୧ ବର୍ଷ ମଧ୍ୟରେ ଏମିତି ଖରା, ଗରମ କେବେ ହୋଇ ନ ଥିଲା। ପ୍ରବଳ ଗରମ ଯୋଗୁ ଲୋକେ ନାନା ଯନ୍ତ୍ରଣା ଭୋଗୁଛନ୍ତି। ବିଦ୍ୟୁତ୍‌ ସଙ୍କଟ ଦେଖାଦେଇଛି। ଫଳରେ ଅନେକ ବଡ଼ ସହରରେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍‌ କାଟ୍‌ ହେଉଛି। ଚାଇନାରେ ବିଦ୍ୟୁତ୍‌ ସଞ୍ଚୟ କରିବାକୁ ଶପିଂ ମଲ୍‌ଗୁଡିକ ମାତ୍ର ୫ ଘଣ୍ଟା ପାଇଁ ଖୋଲାଯାଉଛି।

ଚାଇନାରେ ଗ୍ରୀଷ୍ମର ଅବସ୍ଥା ଏପରି ଯେ, ସିଚୁଆନର ଚୋଙ୍ଗକିଙ୍ଗ ସହରରେ ତାପମାତ୍ରା ୪୫ ଡିଗ୍ରୀ ଅତିକ୍ରମ କରିଛି। କେବଳ ଏତିକି ନୁହେଁ, ଦେଶର କେନ୍ଦ୍ରୀୟ ଏବଂ ଦକ୍ଷିଣ-ପଶ୍ଚିମ ଅଞ୍ଚଳର ଅନେକ ସହରରେ ତାପମାତ୍ରା ପ୍ରାୟ ୪୦ ଡିଗ୍ରୀରୁ ଅଧିକ ରହୁଛି।

ବିଦ୍ୟୁତ୍‌ ସଙ୍କଟ ହେତୁ ଚାଇନାର ଚୋଙ୍ଗକିଙ୍ଗ ସହରରେ ମଲ୍‌ ମାତ୍ର ୫ ଘଣ୍ଟା ପାଇଁ ଖୋଲାଯାଉଛି। ସମସ୍ତ ଶପିଂ ମଲ୍‌ ବର୍ତ୍ତମାନ ଅପରାହ୍ନ ୪ରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲାଯାଉଛି। ଏହା ବ୍ୟତୀତ ଉତ୍ତାପ ବୃଦ୍ଧି ହେତୁ ଚାଇନାରେ ଏସିର ଚାହିଦା ମଧ୍ୟ ବୃଦ୍ଧି ପାଇଛି, ଯେଉଁ କାରଣରୁ ପାଓ୍ବାର ଗ୍ରୀଡ୍‌ରେ ଭାର ମଧ୍ୟ ବଢ଼ିଛି।

ଚାଇନାର ୧୬୫ଟି ସହର ପାଇଁ ଉତ୍ତାପ ସତର୍କ ସୂଚନା ଜାରି କରାଯାଇଛି। ଦ୍ରୁତ ଗତିରେ ବଢୁଥିବା ତାପମାତ୍ରାକୁ ଦୃଷ୍ଟିରେ ରଖି ଲୋକଙ୍କୁ ନିଜ ଘରେ ରହିବାକୁ ପରାମର୍ଶ ଦିଆଯାଇଛି। ଉତ୍ତାପ ସହିତ ଚାଇନାବାସୀ ମଧ୍ୟ ଭୟଙ୍କର ମରୁଡ଼ିର ସମ୍ମୁଖୀନ ହେଉଛନ୍ତି। ଗତ ବର୍ଷ ତୁଳନାରେ ଚଳିତ ଜୁଲାଇରେ ଚାଇନାରେ ୪୦% କମ୍‌ ବର୍ଷା ହୋଇଛି। ୧୯୬୧ରୁ ଆଜି ପର୍ଯ୍ୟନ୍ତ ଜୁଲାଇ ମାସରେ ଏହା ହେଉଛି ସର୍ବନିମ୍ନ ବୃଷ୍ଟିପାତ।

ମରୁଡ଼ି ଚାଇନାର ସିଚୁଆନ, ଜିଆଙ୍ଗସି, ଆନ୍‌ହୁଇ, ହୁବେଇ, ହୁନାନ, ଏବଂ ଚୋଙ୍ଗକିଙ୍ଗ ପରି ୨.୫ ମିଲିୟନ ଲୋକ ଏବଂ ୨.୨ ନିୟୁତ ହେକ୍ଟର ଜମିକୁ ସମ୍ପୂର୍ଣ୍ଣ ଶୁଖାଇ ଦେଇଛି। ଚାଇନାର ଜରୁରିକାଳୀନ ପରିଚାଳନା ମନ୍ତ୍ରଣାଳୟ ଅନୁଯାୟୀ, ମରୁଡ଼ି ହେତୁ ୮ ଲକ୍ଷରୁ ଅଧିକ ଲୋକଙ୍କୁ ତୁରନ୍ତ ସହାୟତା ଆବଶ୍ୟକ।

ଚାଇନାର ଦୀର୍ଘତମ ନଦୀ ୟାଙ୍ଗଜେ ମଧ୍ୟ ଶୁଖି ଯାଇଛି। ଚାଇନାର ଲାଇଫ ଲାଇନ କୁହାଯାଉଥିବା ଏହି ନଦୀ ଏଠାରେ ସବୁଠାରୁ ଉର୍ବର ଜମିକୁ ଜଳସେଚନ କରେ। ଏହା ବ୍ୟତୀତ ୟାଙ୍ଗଜେ ନଦୀ ଚାଇନାର ୪୦୦ ନିୟୁତ ଲୋକଙ୍କୁ ପାନୀୟ ଜଳ ଯୋଗାଇଥାଏ, କିନ୍ତୁ ଏଥର ପ୍ରବଳ ଉତ୍ତାପ ହେତୁ ଏହି ନଦୀ ୫୦ ପ୍ରତିଶତ ଶୁଖିଯାଇଛି।

ମରୁଡ଼ି -ଉତ୍ତାପ ଚାଇନାରେ ଚାଉଳ ଏବଂ ମକା ଫସଲରେ ବ୍ୟାପକ କ୍ଷତି ଘଟାଇବ ବୋଲି ଆଶା କରାଯାଉଛି। ଏଭଳି ପରିସ୍ଥିତିରେ ବର୍ତ୍ତମାନ ବ୍ରାଜିଲ ଏବଂ ଆମେରିକାରୁ ମକା ଆମଦାନୀ କରିବାକୁ ପଡ଼ିପାରେ।

ଚାଇନାର ସିଚୁଆନ ଏବଂ ୟାଙ୍ଗଟେଜ ନଦୀର ଅନେକ ଅଞ୍ଚଳରେ ପନିପରିବା ମୂଲ୍ୟ ତୀବ୍ର ବୃଦ୍ଧି ପାଇଛି। ଏହା ସହିତ ପ୍ରବଳ ଉତ୍ତାପ ଯୋଗୁ କୁକୁଡ଼ା ଫାର୍ମରେ ଅଣ୍ଡା ଉତ୍ପାଦନ ମଧ୍ୟ ହ୍ରାସ ଘଟିଛି, ଯେଉଁ କାରଣରୁ ଅନେକ ଅଞ୍ଚଳରେ ଅଣ୍ଡାର ମୂଲ୍ୟ ୩୦ ପ୍ରତିଶତ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କିମ୍‌ଙ୍କ ତାଲିବାନୀ ଦଣ୍ଡ: ଦକ୍ଷିଣ କୋରିଆ ଫିଲ୍ମ ଦେଖିଥିବା ୨ ବାଳକଙ୍କୁ ଗୁଳି କରି ହତ୍ୟା…

ପ୍ୟୋଙ୍ଗୟାଙ୍ଗ,୬।୧୨ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ୍‌ଙ୍କ ନିଷ୍ଠୁରତା ଏବଂ କ୍ରୁରତା ସୀମା ଟପିଛି। ଏବେ କିମ୍‌ ଙ୍କ ତାଲିବାନୀ ଦଣ୍ଡ...

ଚାଇନାରେ ଭାରତ ସରକାରଙ୍କୁ ସମାଲୋଚନା

ନୂଆଦିଲ୍ଲୀ/ବେଜିଂ, ୨୫।୧୧: ଉତ୍ତରପ୍ରଦେଶରେ ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦର (ଜଓ୍ବୋର ଏୟାରପୋର୍ଟ) ନିର୍ମାଣ ନିମନ୍ତେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିଳାନ୍ୟାସ କରିଛନ୍ତି। ଏହା ପରେ କେନ୍ଦ୍ର...

ମିସାଇଲ ମାଡ଼ରେ ୟୁକ୍ରେନରେ ୭ ମୃତ, ୯ ଆହତ

କ୍ୱିଭ,୨୪।୨: ଗୁରୁବାର ସକାଳୁ ୟୁକ୍ରେନର ରାଜଧାନୀ କ୍ୱିଭ ସମେତ ବିଭିନ୍ନ ସହରରେ ରୁଷିଆ କ୍ଷେପଣାସ୍ତ୍ର ମାଡ଼ କରିଛି। ଏଥିରେ ଏପର୍ଯ୍ୟନ୍ତ ୭ ଜଣଙ୍କ ମୃତ୍ୟୁ ହୋଇଥିବା...

ହନ୍ତା ଭାଇରସ୍‌ ସଂକ୍ରମଣରେ ଜଣେ ମୃତ

ବେଜିଂ,୨୫ା୩: ଚାଇନାର ଉହାନ ସହରରୁ ଚାରିଆଡ଼େ ବ୍ୟାପିଥିବା କରୋନା ଭାଇରସ୍‌ ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବାବେଳେ ଏବେ ଆଉ ଏକ ନୂଆ ଭୂତାଣୁ ଆସିଛି। ଏହାର...

୧୦୦ରୁ ଅଧିକ ସିନେମା ହଲ, ବଡ ସହରରେ ସ୍କ୍ରିନରେ ପ୍ରଦର୍ଶିତ ହେବ ମହାରାଣୀଙ୍କ ଅନ୍ତିମ ସଂସ୍କାର

ଲଣ୍ଡନ,୧୮ ।୯: ବ୍ରିଟେନ ମହାରାଣୀ ସ୍ୱର୍ଗତ ଏଲିଜାବେଥ ଦ୍ୱିତୀୟଙ୍କ ରାଜକୀୟ ଅନ୍ତିମ ସଂସ୍କାର ୧୯ ସେପ୍ଟେମ୍ବରରେ ଲଣ୍ଡନର ୱେଷ୍ଟମିଂଷ୍ଟର ଏବେରେ କରାଯିବ । ଏହା ପୂର୍ବରୁ...

ପ୍ରଚାର ପାଇଁ ଟ୍ରମ୍ପ୍‌ ପାଖରେ ଟଙ୍କା ଅଭାବ

ଓ୍ବାଶିଂଟନ, ୯।୯: ନଭେମ୍ବର ୩ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ତେବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପାଖରେ ନିର୍ବାଚନ ପ୍ରଚାର ପାଇଁ ଟଙ୍କାର ଅଭାବ...

ହ୍ୱାଇଟ ହାଉସରେ ସମ୍ପନ୍ନ ହେଲା ବାଇଡେନଙ୍କ ନାତୁଣୀ ନାଓମିଙ୍କ ବିବାହ

ୱାଶିଂଟନ,୨୦ ।୧୧: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ନାତୁଣୀ ନାଓମି ବାଇଡେନଙ୍କର ରବିବାର ହ୍ୱାଇଟ ହାଉସରେ ବିବାହ ସମ୍ପନ୍ନ ହୋଇଛି । ହ୍ୱାଇଟ ହାଉସରେ ଆୟୋଜିତ...

ବିଜୟ ମାଲ୍ୟାଙ୍କୁ ବଡ଼ ଝଟ୍‌କା

ଲଣ୍ଡନ,୨୦।୪: କିଙ୍ଗ୍‌ଫିଶର ଏୟାରଲାଇନ୍ସର ମାଲିକ ତଥା ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ବଡ଼ ଝଟ୍‌କା ଲାଗିଛି। ଭାରତ ପ୍ରତ୍ୟର୍ପଣ ବିରୋଧରେ ମାଲ୍ୟା କରିଥିବା ଆବେଦନକୁ...

Advertisement
Archives

Model This Week