ଲୋକକଳାର ମହାକୁମ୍ଭ ନୃତ୍ୟ ସଙ୍ଗମରେ ଭାଗ ନେବେ ୬ଶହ କଳାକାର

ଭବାନୀପାଟଣା,୨୯।୧୧(ଉତ୍ତମ କୁମାର ଦାଶ): ପ୍ରତିଭା ଅନୁଷ୍ଠାନ ପକ୍ଷରୁ ଶୁକ୍ରବାରଠାରୁ ଲୋକକଳାର ମହାକୁମ୍ଭ ନୃତ୍ୟ ସଙ୍ଗମ ଭବାନୀପାଟଣାସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏହା ଡିସେମ୍ବର ୧ ତାରିଖ ଯାଏଁ ଚାଲିବ। ଚଳିତ ବର୍ଷ ଏହାକୁ ଜାତୀୟ ଉତ୍ସବ ଭାବେ ପାଳନ ପାଇଁ ସ୍ଥିର କରାଯାଇଛି। ଏହି ଉତ୍ସବରେ ରାଜ୍ୟ ଓ ରାଜ୍ୟ ବାହାରର ବହୁ ସାଂସ୍କୃତିକ ଓ ଲୋକନୃତ୍ୟ ଦଳ ଭାଗନେଇ ସେମାନଙ୍କର କଳା କୌଶଳ ପ୍ରଦର୍ଶନ କରିବେ।

ବିଶେଷ କରି ଆସାମର ବିହୁ ନୃତ୍ୟ, ପଶ୍ଚିମବଙ୍ଗର ହାଜିଗିରି ନୃତ୍ୟ ଚଳିତ ବର୍ଷର ମୁଖ୍ୟ ଆକର୍ଷଣ ହେବ। ଏହି ନୃତ୍ୟ ସଙ୍ଗମ କାର୍ଯ୍ୟକ୍ରମରେ ୬ଶହରୁ ଊଦ୍ଧର୍‌ବ କଳାକାର ଅଂଶଗ୍ରହଣ କରିବେ। ସେହିପରି ଲୋକନୃତ୍ୟ ଓ ଲୋକକଳାରେ ଉଲ୍ଲେଖନୀୟ ଅବଦାନ ପାଇଁ କଳାହାଣ୍ଡି ଜିଲା ତଥା ଜିଲା ବାହାରର ବହୁ ସଫଳ କଳାକାରଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯିବ। ଗୁରୁବାର ସନ୍ଧ୍ୟାରେ ଭବାନୀପାଟଣାସ୍ଥିତ ଲାଲବହାଦୁର ଶାସ୍ତ୍ରୀ ଷ୍ଟାଡିୟମଠାରେ ପ୍ରତିଭା ଅନୁଷ୍ଠାନ ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ଆୟୋଜିତ ହୋଇଥିଲା। ଯାହାର ସବିଶେଷ ବିବରଣୀ ପ୍ରତିଭା ଅନୁଷ୍ଠାନର ସଭାପତି ଧ୍ୟାନାନନ୍ଦ ପଣ୍ଡା, ସମ୍ପାଦକ ଚିଣ୍ଟୁ ପ୍ରସାଦ ନାଏକ, ଉପସଭାପତି ଦେବେଶ କୁମାର ସିଂହ ପ୍ରମୁଖ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ଯନ୍ତ୍ରୀଙ୍କ ‘ଜାଲ୍‌’ ବିଲ୍‌ ଆତ୍ମସାତ ଚିଠା : ବିନା କାମରେ କୋଟି କୋଟି ଟଙ୍କା ଲୁଟ୍‌, ଭିଜିଲାନ୍ସ ତଦନ୍ତ ଦାବି

ଥୁଆମୂଳ ରାମପୁର, ୫ା୫ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ସରକାରୀ ଯୋଜନାର କାର୍ଯ୍ୟାନ୍ୱୟନକୁ ନେଇ ସାଂଘାତିକ ଅନିୟମିତତା ଅଭିଯୋଗ ସାମ୍ନାକୁ ଆସିଛି। ବ୍ଲକର…

ଆଇସିସି ଟି୨୦ ଟିମ୍‌ ର଼୍ୟାଙ୍କିଙ୍ଗ୍ସ: ଶୀର୍ଷସ୍ଥାନ ବଜାୟ ରଖିଲା ଭାରତ, ଜାଣନ୍ତୁ ଦ୍ୱିତୀୟ, ତୃତୀୟ ସ୍ଥାନରେ କେଉଁ ଦେଶ…

ଦୁବାଇ,୫ା୫: ୩ ଥରର ବିଶ୍ୱକପ୍‌ ବିଜେତା ଭାରତ ମଙ୍ଗଳବାର ଆଇସିସି ଟି୨୦ ଟିମ୍‌ ର଼୍ୟାଙ୍କିଙ୍ଗ୍ସରେ ଶୀର୍ଷସ୍ଥାନ ବଜାୟ ରଖିଛି। ଗତ ମାର୍ଚ୍ଚରେ ଭାରତ ପ୍ରଥମ ଦଳ ଭାବେ…

ପରାଜୟ ସହିପାରୁନାହାନ୍ତି TMC ସମର୍ଥକ! ବିଜୟ ଶୋଭାଯାତ୍ରା ବେଳେ ଭାଜପା କର୍ମୀଙ୍କୁ ନିର୍ମମ ହତ୍ୟା

କୋଲକାତା,୫।୫: ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ପରେ ପୁଣି ଥରେ ରକ୍ତାକ୍ତ ହୋଇଛି ରାଜ୍ୟର ରାଜନୀତି। ନ୍ୟୁଟାଉନ ଅଞ୍ଚଳରେ ଜଣେ ଭାଜପା କର୍ମୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା…

ଟିକେଟ ଲାଗି ୫ କୋଟି ଦାବି କରୁଥିଲା ଟିଏମ୍‌ସି, ସାଙ୍ଘାତିକ ଅଭିଯୋଗ ଆଣିଲେ ଏହି ପୂର୍ବତନ କ୍ରିକେଟର

କୋଲକାତା,୫ା୫: ୫ କୋଟି ଟଙ୍କା ନ ଦେବାରୁ ହାଓ୍ବରାର ଶିବପୁର ନିର୍ବାଚନ ମଣ୍ଡଳୀରୁ ମୋତେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଟିକେଟ ଦେବାକୁ ମନା କରିଥିଲା। ପଶ୍ଚିମବଙ୍ଗ ବିଧାନସଭା…

କୋଟିଆରେ ସ୍ଥାପନ ହେଲା ଦେବୀ ସୁଭଦ୍ରାଙ୍କ ରଥର ଚକ

କୋରାପୁଟ/ ପଟାଙ୍ଗି , ୫/୫(ଅମିତାଭ ବେହେରା/ ଶରତ ଧଳ ) ମଙ୍ଗଳବାର ପୂର୍ବାହ୍ନରେ କୋରାପୁଟ ଜିଲାର ସୀମାନ୍ତ କୋଟିଆ ଜଗନ୍ନାଥ ମନ୍ଦିରରେ ଦେବୀ ସୁଭଦ୍ରାଙ୍କ ରଥର ଚକ…

ନ୍ୟାୟ ପାଇଁ ଧାରଣାରେ ବସିଥିବା ଯୁବତୀଙ୍କୁ ହତ୍ୟା ବଞ୍ଚାଇ ପାରିଲାନି ପୋଲିସ, ଦିଅର ଅଟକ

ହିଞ୍ଜିଳିକାଟୁ, ୫।୫(ଦ୍ବିତୀକୃଷ୍ଣ ପଣ୍ଡା): ପ୍ରେମ ବିବାହ କରି ନିଜ ଅଧିକାର ପାଉ ନଥିବା ଜଣେ ଯୁବତୀ ୨ବର୍ଷିୟା ଶିଶୁକନ୍ୟାକୁ ଧରି ଶାଶୁଘର ଆଗରେ ଧାରଣା ଦେଇଥିବା ବେଳେ…

ବଜ୍ରପାତ ନେଲା ଜୀବନ

ନନ୍ଦପୁର,୫।୫(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ(ଲମତାପୁଟ ବ୍ଲକ) ବନମାଳୀପୁଟ ପଞ୍ଚାୟତ ସଦର ମହକୁମାରରେ ମଙ୍ଗଳବାର ବଜ୍ରପାତ ଘଟି ଗୋଟିଏ ଗାଈ ଏବଂ ଗୋଟିଏ…

ରାହୁଲଙ୍କ ସହ ହାତ ମିଶାଇବେ ବିଜୟ, ସରକାର ଗଠନ ପାଇଁ ବଡ଼ ରାଜନୈତିକ ଡ୍ରାମା, ଚାଲିଛି…

ଚେନ୍ନାଇ,୫।୫: ତାମିଲନାଡୁ ବିଧାନସଭା ନିର୍ବାଚନ ଶେଷ ହେବା ପରେ ଏକ ବଡ଼ ରାଜନୈତିକ ପରିବର୍ତ୍ତନ ଦେଖିବାକୁ ମିଳିଛି। ପ୍ରଥମ ଥର ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ସୁପରଷ୍ଟାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri