୬ ବର୍ଷ ବିତିଲା, ସମ୍ପୂର୍ଣ୍ଣ ହୋଇନି ଆବାସ ଗୃହ

ନୂଆପଡ଼ା,୩୦।୬(ମକାରୁ ବେମାଲ): ଚାଳ ଛପର ଘରେ ନ ରହି ଛାତ ଘରେ ସମସ୍ତେ ରହିବା ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ପକ୍ଷରୁ ଗରିବ ହିତାଧିକାରୀଙ୍କୁ ପକ୍କା ଘର ଯୋଗାଇ ଦେଉଛନ୍ତି। ହେଲେ ୧ ଲକ୍ଷ ୩୦ ହଜାର ଟଙ୍କାରେ ଗରିବ ହିତାଧିକାରୀ ଘର ବନାଇବା କଷ୍ଟକର ହେଉଥିବାରୁ ସ୍ଥାନୀୟ ଠିକାଦାରମାନଙ୍କୁ ଘର ନିର୍ମାଣ କରିବା ପାଇଁ ହିତାଧିକାରୀମାନେ ଦେଉଛନ୍ତି। ଘର ନିର୍ମାଣ ନାମରେ ଠିକାଦାରମାନେ ଗରିବ ଲୋକଙ୍କୁ ଶୋଷଣ କରୁଛନ୍ତି। ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ କିସ୍ତି ଟଙ୍କା ଜମା ହେଲେ ଠିକାଦାରମାନେ ସାଙ୍ଗେ ସାଙ୍ଗେ ହିତାଧିକାରୀଙ୍କୁ ବ୍ୟାଙ୍କକୁ ନେଇ ଟଙ୍କା ଉଠାଣ କରି ନେଇ ଯାଉଛନ୍ତି। କିନ୍ତୁ ହିତାଧିକାରୀମାନଙ୍କୁ ଭୁଆଁ ବୁଲାଇ ଘର ନିର୍ମାଣ କରିବାରେ ବିଳମ୍ବ କରି ବର୍ଷ ବର୍ଷ ଠକି ଚାଲିଛନ୍ତି। ଏପରି ଘଟଣାର ଅଭିଯୋଗ ଆସିଛି ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ଜଟଗଡ ପଞ୍ଚାୟତ ବାଲିପାଟି ଗାଁରେ। ଠିକାଦାରମାନେ ଘର ନିର୍ମାଣ ନ କରି ହିତାଧିକାରୀଙ୍କୁ ଠକିବାରେ ଲାଗିଛନ୍ତି।
ପ୍ରାପ୍ତ ସୂଚନା ଅନୁସାରେ ଜଟଗଡ ପଞ୍ଚାୟତ ବାଲିପାଟି ଗାଁର କୁମୁରା ମାଝି ଓ ରାମଚନ୍ଦ୍ର ମାଝି ୨୦୧୭-୧୮ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ପାଇଥିଲେ। ସେମାନେ ଅତ୍ୟନ୍ତ ଗରିବ ହୋଇଥିବାରୁ ତାଙ୍କ ପକ୍ଷରେ ଘର ନିର୍ମାଣ କରିବା ସମ୍ଭବ ନ ହେବାରୁ ସ୍ଥାନୀୟ ଠିକାଦାରମାନଙ୍କୁ ନିର୍ମାଣ ପାଇଁ ଦେଇଥିଲେ। ଠିକାଦାରମାନେ ଘର କାର୍ଯ୍ୟ ଆରମ୍ଭ କରି ୬ ଫୁଟ ପର୍ଯ୍ୟନ୍ତ କାନ୍ଥ ଉଠାଇ କାର୍ଯ୍ୟ ବନ୍ଦ କରି ଦେଇଛନ୍ତି। ଆଜକୁ ପ୍ରାୟ ୬ ବର୍ଷ ବିତି ଯାଇଥିଲେ ମଧ୍ୟ ଘର ସମ୍ପୂର୍ଣ୍ଣ ହୋଇନାହିଁ। ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ଘର ବିଲ ହୋଇ ହିତାଧିକାରୀଙ୍କଠାରୁ ଠିକାଦାର ନେଇ ସାରିଲେଣି। ଛାତ ଘରେ ରହିବା ପାଇଁ ଗରିବ ହିତାଧିକାରୀମାନେ ଚାହିଁ ବସିଛନ୍ତି। ହେଲେ ଛାତ ଘର ମିଳୁନାହିଁ। ଏ ସଂକ୍ରାନ୍ତରେ ଜଟଗଡ ପଞ୍ଚାୟତ ନିର୍ବାହୀ ଅଧିକାରୀ କାର୍ତ୍ତିକ ରଥଙ୍କୁ ପଚାରିବାରୁ ମୁଁ ଏହି ବିଷୟ ଉପରେ ଅବଗତ ନ ଥିଲି। ନିଜେ ଯାଇ କ’ଣ ହୋଇଛି ଦେଖିବି ଓ ଘର ସମ୍ପୂର୍ଣ୍ଣ କରିବା ପାଇଁ ଚେଷ୍ଟା କରିବି। ଅସାଧୁ ଉପଉୟ ଅବଲମ୍ବନ କରୁଥିବା ଠିକାଦାର ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

TMCକୁ ଆଉ ଏକ ଧକ୍କା, ମେୟର ପଦରୁ ଇସ୍ତଫା ଦେଲେ ମମତାଙ୍କ ନିକଟତମ

କୋଲକାତା,୫।୬: ବଙ୍ଗଳା ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ତୃଣମୂଳ କଂଗ୍ରେସ ଭିତରେ ଦେଖାଦେଇଥିବା ଅନ୍ତର୍ଦ୍ୱନ୍ଦ୍ୱ ଏବଂ ବିଭାଜନ ମଧ୍ୟରେ, ଦଳର ବରିଷ୍ଠ ନେତା ଏବଂ ପୂର୍ବତନ…

ପାନୀୟ ଜଳ ବିଦ୍ୟୁତ ସମସ୍ୟା ନେଇ ଟାଟା ପାଓ୍ବାର ଅଫିସ ଘେରାଉ

ବଲାଙ୍ଗୀର,୫ା୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମପଞ୍ଚାୟତର ବହୁ ଗ୍ରାମବାସୀ ଶୁକ୍ରବାର ବଲାଙ୍ଗୀର ଆସି ଆରଡବ୍ଲ୍ୟୁଏସ୍‌ଏସ୍‌ ଅଧୀକ୍ଷଣ ଯନ୍ତ୍ରୀ ଅଫିସ ଏବଂ…

ମୋଦିଙ୍କ ପ୍ରଶଂସା ମଧ୍ୟରେ କ୍ୟାମେରାରେ କଏଦ ହୋଇଥିଲା ଏକ ହସ ପୁଟିନଙ୍କ ସାମ୍ନାରେ ବସିଥିବା ଏହି ରହସ୍ୟମୟୀ ମହିଳା ଜଣକ କିଏ? ଜାଣନ୍ତୁ…

ନୂଆଦିଲ୍ଲୀ,୫।୬: ଗୁରୁବାର ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆନ୍ତର୍ଜାତୀୟ ସମ୍ବାଦ ସଂସ୍ଥାର ମୁଖ୍ୟମାନଙ୍କ ସହିତ ଆଲୋଚନା କରିଥିଲେ। ଆଲୋଚନା ସମୟରେ ସେ ଖୋଲାଖୋଲି ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

୯ ଦିନ ପରେ ମିଳିଲା ଗୌରାଙ୍ଗଙ୍କ ଗଳିତ ମୃତଦେହ, ପାଖରେ ପଡ଼ିଥିବା ଏସବୁ ଜିନିଷ ଦେଖି…

ଆଳି,୫ା୬(ବନମାଳୀ ସେନାପତି): ବହୁ ଚର୍ଚ୍ଚିତ ଆଳି ମହାଦେଇପାଟଣା ଗ୍ରାମର ନିଖୋଜ ଗୌରାଙ୍ଗ ସେଠୀଙ୍କ ଗଳିତ ମୃତଦେହ ୯ ଦିନ ପରେ ଉଦ୍ଧାର ହୋଇଛି। ଆଳି ଥାନା ଅନ୍ତର୍ଗତ…

କାହିଁକି ଭାଜପା ଛାଡିଲେ ଆନ୍ନାମଲାଇ? ନିଜେ କହିଲେ ଏହାର ବଡ଼ କାରଣ

ନୂଆଦିଲ୍ଲୀ,୫।୬: ତାମିଲନାଡୁରେ କେ. ଆନ୍ନାମଲାଇ ଏବଂ ଭାଜପା ଅଲଗା ହୋଇଯାଇଛନ୍ତି; ଭାଜପା ଆନ୍ନାମଲାଇଙ୍କ ଇସ୍ତଫା ଗ୍ରହଣ କରିଛି। ଭାଜପାରୁ ଅଲଗା ହେବା ପରେ ତୁରନ୍ତ ଆନ୍ନାମଲାଇ ଘୋଷଣା…

ରାଜନୀତିରେ ବଡ଼ ହଲଚଲ: NAC ଅଧ୍ୟକ୍ଷଙ୍କ ସହ ୧୧ କାଉନସିଲର ଛାଡ଼ିଲେ ବିଜେଡି

ବାଲିଗୁଡ଼ା,୫ା୬: କନ୍ଧମାଳ ଜିଲା ବାଲିଗୁଡ଼ା ରାଜନୀତିରେ ଏକ ବଡ଼ ହଲଚଲ ହୋଇଛି। ଏକାଧିକ ନେତା ବିଜେଡି ଛାଡ଼ିଛନ୍ତି। ବାଲିଗୁଡ଼ା NAC ଅଧ୍ୟକ୍ଷଙ୍କ ସମେତ ୧୧ କାଉନସିଲର ଏକାବେଳକେ…

ଆନ୍ନାମଲାଇ ଦଳ ଛାଡିବା ପରେ ଆସିଲା ଭାଜପାର ପ୍ରଥମ ପ୍ରତିକ୍ରିୟା, କହିଲା ସେ ଦଳ ଛାଡିଲେ କିଛି…

ନୂଆଦିଲ୍ଲୀ,୫।୬: ତାମିଲନାଡୁ ଭାଜପାର ଅନ୍ୟତମ ପ୍ରମୁଖ ନେତା କେ. ଆନ୍ନାମଲାଇ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ଦିନକର କଳ୍ପନାଜଳ୍ପନା ପରେ, ଭାଜପା ଶୁକ୍ରବାର ତାଙ୍କ ଇସ୍ତଫା…

ମହିଳାଙ୍କୁ ବଳାତ୍କାର: ଧରାପଡ଼ିଲେ ମୌଲାନା

କଟକ,୫।୬(ପ୍ରଭୁ କଲ୍ୟାଣ ପାଲ): ମହିଳାଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଜଗତପୁର ଥାନା ପୋଲିସ ଶୁକ୍ରବାର ଜଣେ ମୌଲାନାଙ୍କୁ ଗିରଫ କରିଛି। ସେ ହେଲେ ଏସ୍‌.କେ ନାଜମୁଲ ଆରଫିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri