୬ ପଞ୍ଚାୟତ ଜଳସେଚନରୁ ବାଦ୍‌

ଲୋଇସିଂହା,୯।୬(ଡି.ଏନ.ଏ.): ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ଚଳିତ ବର୍ଷରୁ ଡ୍ୟାମରେ ବର୍ଷା ଜଳ ସଂରକ୍ଷିତ ରଖାଯିବ ଏବଂ ଭୂତଳ ପାଇପ ଲାଇନ ଜରିଆରେ ଜଳସେଚନ ଲକ୍ଷ୍ୟ ରଖାଯାଇଛି। ଏନେଇ ଭୂତଳ ପାଇପ ଲାଇନ କାମ ଆରମ୍ଭ ହୋଇଛି। ପ୍ରକଳ୍ପର ବାମପାର୍ଶ୍ୱ କେନାଲ ପାଇଁ ଲୋୟର ସୁକତେଲ ଜଳସେଚନ ବିଭାଗ ପକ୍ଷରୁ ମେ ୧୫ରୁ ଜୁନ ୨ପର୍ଯ୍ୟନ୍ତ ଲୋଇସିଂହା ବ୍ଲକର ୧୪ଟି ପଞ୍ଚାୟତରେ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି। ଜଳସେଚନ ହେଉଥିବା ଗ୍ରାମର ଶତ ପ୍ରତିଶତ ଜମିକୁ ଜଳସେଚନ ବ୍ୟବସ୍ଥା ରହି ନ ଥିବାରୁ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଅପରପକ୍ଷେ ଭୂତଳ ପାଇପ ଲାଇନ ବରଗଡ-ବଲାଙ୍ଗୀର ୨୬ ନଂ ଜାତୀୟ ରାଜପଥ ଓ ସମ୍ବଲପୁର-ଟିଟିଲାଗଡ ରେଳପଥ ପାର କରିବାର ନିୟମ ନ ଥିବା ବିଭାଗୀୟ ଅଧିକାରୀ ଗ୍ରାମସଭା ବେଳେ କହିଥିଲେ। ପ୍ରକଳ୍ପରୁ ରାଜପଥର ଡାହାଣ ପାର୍ଶ୍ୱର ଜମିକୁ କେବଳ ଜଳସେଚନ ଯୋଜନା ରହିଛି। ରାଜପଥ ଅପରପାର୍ଶ୍ୱରେ ଥିବା ଜମିକୁ ଜଳ ସେଚନା ବ୍ୟବସ୍ଥା ନ ଥିବାରୁ ବୃହତ ଅଞ୍ଚଳ ଜଳସେଚନରୁ ବଞ୍ଚତ୍ତ ରହିବ। ବ୍ଲକ ସଦର ମହକୁମା ଲୋଇସିଂହା, ବୁର୍ଡା ଓ ହୀରାପୁର ପଞ୍ଚାୟତରେ ଆଂଶିକ ଜମିକୁ ଜଳସେଚନ ବ୍ୟବସ୍ଥା ରହିଛି। ଯୋଗୀସର୍ଡା, ବାଦିବାହାଲ ସମେତ ପ୍ରକଳ୍ପର ଉପରମୁଣ୍ଡରେ ଥିବା ରେଙ୍ଗାଲି, ରତାଖଣ୍ଡି ଓ ଉପରବାହାଲ ପଞ୍ଚାୟତପ ସମ୍ପୂର୍ଣ୍ଣ ଭାବେ ଜଳସେଚନରୁ ବାଦ ପଡୁଛି ା ଏହାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ତେଜିବାରେ ଲାଗିଛି।
ବ୍ଲକର ମାଗୁରବେଡାଠାରେ ଲୋୟର ସୁକତେଲ ପ୍ରକଳ୍ପ ଡ୍ୟାମ କାମ ଚାଲିଛି। ଡ୍ୟାମ କାମ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ବ୍ଲକ କୃଷି ବିଭାଗ ୨୦୨୨-୨୩ ଆର୍ଥିକ ବର୍ଷ ତଥ୍ୟ ଅନୁଯାୟୀ ବ୍ଲକରେ ସର୍ବମୋଟ ୨୧ହଜାର ୨୦୦ହେକ୍ଟର ଜମି ରହିଛି। ତନ୍ମ୍ଯଯରୁ ୧୦ହଜାର ୫୯୦ ହେକ୍ଟର ଚାଷ ଉପଯୋଗୀ ଜମିରେ ଖରଫ ଚାଷ କରାଯାଇଥିଲା। ପ୍ରକଳ୍ପର ବାମ କେନାଲର ଭୂତଳ ପାଇପ ଲାଇନ ଜରିଆରେ ବ୍ଲକର ଗଡଶଙ୍କର ଡୁଙ୍ଗରିପାଲି, ବାନିପାଲି, କୁଶମେଲ, ତଲିଉଡାର, ସରଗାଡ, କୁଶଙ୍ଗ, ବାଦିମୁଣ୍ଡା, ଝାରମୁଣ୍ଡା, କନ୍ଦାଜୁରୀ, କୁଟେନପାଲି, ଲୋଇସିଂହା, ବୁର୍ଡା, ବୁଢୀପଦର, ହୀରାପୁର ପଞ୍ଚାୟତ ଅନ୍ତର୍ଗତ ୫୨ଖଣ୍ଡ ଗ୍ରାମର ୧୦ହଜାର ୩୦୩ ହେକ୍ଟରକୁ ଜଳ ସେଚନ ବ୍ୟବସ୍ଥା ରହିଛି। ପୂର୍ବରୁ ଜଳସେଚନ ପାଇଁ ସର୍ଭେ ସରିଥିଲେ ମଧ୍ୟ ବ୍ଲକର ୩୩ ନଂ ଜୋନର ଯୋଗୀସର୍ଡା ଏବଂ ବାଦିବାହାଲ ପଞ୍ଚାୟତ ସମ୍ପୂର୍ଣ୍ଣ ଜଳ ସେଚନରୁ ବାଦ ପଡିଛି। ସେହିପରି ଲୋଇସିଂହା, ବୁର୍ଡା, ବୁଢୀପଦର ପଞ୍ଚାୟତର ସଦର ଗ୍ରାମର ଆଂଶିକ ଜମି ଜଳ ସେଚନ ହେଉଥିବାବେଳେ ଏକତୃତୀୟାଂଶ ଜମି ଜଳସେଚନରୁ ବାଦ୍‌ ପଡୁଛି। ବୁଢୀପଦର ପଞ୍ଚାୟତର ନେଗିପାଲି, ଘୁଷୁରାମୁଣ୍ଡା, ପିପିଲିପାଲି, ପଧାନପାଲି, ଘୁଷୁରାମୁଣ୍ଡା, ଲୁହୁରାପାଲ, ହୀରାପୁର ପଞ୍ଚାୟତର ମାଣ୍ଡିଆପଦର ଗ୍ରାମକୁ ଛାଡି ଦେଲ ହୀରାପୁର, ବାରଡୋଲ, ଟେଭାଡୁଙ୍ଗରୀ, ଗୋପାଳପୁର, ଖରମୁଣ୍ଡା, ସେମେଲମୁଣ୍ଡା ଆଦି ଗାଁ ବାଦ ପଡୁଛି। ୩୪ନଂ ଜୋନର ବାନିପାଲି, ସରଗାଡ, ଠାକୁରପାଲି, ବବଜା ଆଦି ଗ୍ରାମରେ ଅନୁରୂପ ସମସ୍ୟା ଥିବାରୁ ଚାଷୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏ ନେଇ ବିଧାୟକ ମୁକେଶ ମହାଲିଙ୍ଗଙ୍କୁ ପଚାରିବାରୁ ବୁର୍ଡା ସମେତ ବିଭିନ୍ନ ଗ୍ରାମରୁ ଏହି ସମସ୍ୟା ନେଇ ଚାଷୀ ମୋ ପାଖକୁ ଆସିଥିଲେ। ବିଭାଗୀୟ ମୁଖ୍ୟଙ୍କ ସହ ଆଲୋଚନା କରିଛି। ଏନେଇ ଜିଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଣୀ ମୁଖାର୍ଜୀଙ୍କ ଉପରେ ଭାଙ୍ଗିପଡିଲା ଦୁଃଖର ପାହାଡ଼, ଏମିତି କେବେ ଘଟିବ ବୋଲି…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି। ତାଙ୍କ ମାଆ କୃଷ୍ଣା ମୁଖାର୍ଜୀଙ୍କର ୭୫ ବର୍ଷ ବୟସରେ ପରଲୋକ ଘଟିଛି। ମଙ୍ଗଳବାର, ସେପ୍ଟେମ୍ବର…

ଏମିତି ଏକ ରହସ୍ୟମୟ ଗାଁ, ଯେଉଁଠି ଚାଲିଯାଏ ଲୋକଙ୍କ ଦୃଷ୍ଟିଶକ୍ତି! କାରଣ ଜାଣିଲେ ହେବେ ଚକିତ

ମେକ୍ସିକୋର ଏକ ଦୂରଦୂରାନ୍ତ ଗାଁକୁ ନେଇ ଦୀର୍ଘଦିନ ଧରି ଏକ ରହସ୍ୟମୟ କାହାଣୀ ପ୍ରଚଳିତ ରହିଛି। କୁହାଯାଏ, ଏଠାରେ ଲୋକଙ୍କ ସହ ପଶୁମାନଙ୍କର ମଧ୍ୟ ଦୃଷ୍ଟିଶକ୍ତି ଚାଲିଯାଉଥିଲା।…

ଏସିଆନ ଗେମ୍ସ ଫାଇନାଲରେ ସ୍ମୃତି ମନ୍ଧାନା ରଚିଲେ ଇତିହାସ: ଏମିତି ରେକର୍ଡ କରି ହେଲେ ବିଶ୍ୱର ପ୍ରଥମ ବ୍ୟାଟର

ନୂଆଦିଲ୍ଲୀ,୨୨।୯: ଏସିଆନ ଗେମ୍ସର ଗୋଲ୍ଡ ମେଡାଲ ମ୍ୟାଚରେ ଭାରତୀୟ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ରଚିଛନ୍ତି ନୂଆ ଇତିହାସ। ଶ୍ରୀଲଙ୍କା ବିପକ୍ଷ ଫାଇନାଲରେ ୧୧ ହଜାର ଅନ୍ତର୍ଜାତୀୟ…

ଜାଲ ନୋଟ ଦେଇ କିଣୁଥିଲେ ସ୍କୁଟି, ଧରାପଡ଼ିଲେ ଅଭିଯୁକ୍ତ: ପୂରା ଘଟଣା ଜାଣିଲେ…

ବରଗଡ଼,୨୨।୯(ପ୍ରେମାନନ୍ଦ ଖମାରୀ):ଜାଲ ନୋଟ ଦେଇ ବରଗଡ଼ ସହରରେ ଜଣେ ସ୍କୁଟି କିଣି ଧରାପଡ଼ିଡା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ସୂଚନ ଅନୁଯାୟୀ, ବରଗଡ ବ୍ୟାଙ୍କ କଲୋନୀ ବାସିନ୍ଦା…

କର୍କଟ ରାଶିରେ ଏକାଠି ହେବେ ୩ ବଡ଼ ଗ୍ରହ: ୪ ରାଶିଙ୍କ କ୍ୟାରିୟରରେ ଲାଗିବ ଚାରିଚାନ୍ଦ, ହାତକୁ ଆସିବ କୋଟିକୋଟି ଟଙ୍କା!

ଭୁବନେଶ୍ୱର,୨୨।୯: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଯେତେବେଳେ ତିନିଟି ଗ୍ରହ ଗୋଟିଏ ରାଶିରେ ଏକାଠି ଅବସ୍ଥାନ କରନ୍ତି, ସେତେବେଳେ ତ୍ରିଗ୍ରହୀ ଯୋଗ ଗଠିତ ହୁଏ। ଆସନ୍ତା ଅକ୍ଟୋବର ୪ରେ…

ଗ୍ରାଚ୍ୟୁଇଟିକୁୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ପାଇଁ…

ନୂଆଦିଲ୍‌ଲୀ,୨୨।୯: ସୁପ୍ରିମକୋର୍ଟଙ୍କ ଦ୍ୱାରା ଗ୍ରାଚ୍ୟୁଇଟିକୁ ନେଇ ଏକ ବଡ଼ ରାୟ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ ଚୁକ୍ତିଭିତ୍ତିକ (କଣ୍ଟ୍ରାକ୍ଟ) କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ପାଇଁ ମୁଖ୍ୟ…

ବଡ଼ ବର୍ଷା ନେଇ ସତର୍କ କରାଇଲେ ରାଜସ୍ବ ମନ୍ତ୍ରୀ: ଏହି ୭ ଜିଲାରେ ଭୀଷଣ ବର୍ଷା! ରେଡ୍‌ ୱାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୨।୯: ବଡ଼ ବର୍ଷା ନେଇ ସତର୍କ କରାଇଲେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ୨୩ ଓ ୨୪ ପାଇଁ କୋରାପୁଟ, ଗଜପତି, ଗଞ୍ଜାମକୁ ରେଡ…

ଚିଲିକାରେ ଡଙ୍ଗା ଚଳାଚଳ ବନ୍ଦ, ଆତଙ୍କିତ କୃଷ୍ଣପ୍ରସାଦବାସୀ

କୃଷ୍ଣପ୍ରସାଦ, ୨୨।୯(କୈଳାଶ ଚନ୍ଦ୍ର ପଟନାୟକ ): ବଙ୍ଗୋପସାଗରରେ ଧୀରେ ଧୀରେ ତୀବ୍ର ହେଉଛି ଅବପାତ । ଏହାକୁ ନେଇ ପୁରୀ ଜିଲା ଉପକୂଳବାସୀଙ୍କ ମନରେ ଛନକା ପଶିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?