ଜଙ୍ଗଲରେ ପ୍ରସବ

ଟିକିରି,୨୫।୯(ଡି.ଏନ୍‌.ଏ.): ରାୟଗଡ଼ା ଜିଲା କାଶୀପୁର ବ୍ଲକର ଅନେକ ଗାଁକୁ ଏବେ ମଧ୍ୟ ଭଲ ରାସ୍ତାଟିଏ ନାହିଁ। ଆମ୍ବୁଲାନ୍ସ ଗାଁକୁ ଯାଇପାରୁ ନ ଥିବାରୁ ରୋଗୀ ଏବଂ ଗର୍ଭବତୀ ଭାର, ଚୌକି ଏବଂ ଷ୍ଟ୍ରେଚରରେ ବୁହାହେବା ଏବଂ ବାଟରେ ପ୍ରସବ କରିବା ଏହି ଅଞ୍ଚଳ ପାଇଁ ସବୁଦିନିଆ ଘଟଣା ପାଲଟିଛି। ଶିରିପାଇ ପଞ୍ଚାୟତର କେନ୍ଦୁଗୁଡ଼ା ଗ୍ରାମରେ ଶନିବାର ପୁଣି ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି। ଗଁାର ଚାଚିରି ମାଝିଙ୍କ ଗର୍ଭବତୀ ସ୍ତ୍ରୀ ସିନାଇ(୩୩)ଙ୍କୁ ୨ କି.ମି. ଷ୍ଟ୍ରେଚରରେ ବୋହିନେବା ସମୟରେ ବାଟରେ ଜଙ୍ଗଲ ରାସ୍ତାରେ ସେ ପ୍ରସବ କରିଛନ୍ତି।
ଅନୁଯାୟୀ, ସିନାଇଙ୍କର ସକାଳେ ପ୍ରସବ ବେଦନା ଆରମ୍ଭ ହେଇଥିଲା। ତାଙ୍କୁ କାଶୀପୁର ସ୍ବାସ୍ଥ୍ୟକେନ୍ଦ୍ର ନେବା ପାଇଁ ସ୍ବାମୀ ୧୦୮ ଆମ୍ବୁଲାନ୍ସକୁ ଯୋଗାଯାଗ କରିଥିଲେ। ଆମ୍ବୁଲାନ୍ସ କାଶୀପୁରରୁ ଆସିଥିଲେ ମଧ୍ୟ ଭଲ ରାସ୍ତା ନ ଥିବାରୁ କେନ୍ଦୁଗୁଡ଼ାଠାରୁ ୨ କି.ମି. ପୂର୍ବରୁ କେରେଙ୍ଗାଗୁଡ଼ା ଛକରେ ଅଟକିଯାଇଥିଲା। ଆମ୍ବୁଲାନ୍ସ ଚାଳକ ପରିକ୍ଷିତ ନାୟକ ଷ୍ଟ୍ରେଚର ନେଇ ଗାଁକୁ ଚାଲି ଚାଲି ଯାଇଥିଲେ। ପରିବାର ଲୋକେ ଏବଂ ଆଶାକର୍ମୀଙ୍କ ସହାୟତାରେ ସେ ସିନାଇଙ୍କୁ ଷ୍ଟ୍ରେଚରରେ ବୋହି ଆଣିଥିଲେ। ବାଟରେ ପ୍ରସବ ପରେ ଉଭୟ ମା’ ଏବଂ ନବଜାତକଙ୍କୁ ଆମ୍ବୁଲାନ୍ସରେ ନେଇ କାଶୀପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେମାନେ ଏବେ ସୁସ୍ଥ ଥିବା ସୂଚନା ମିଳିଛି। ଉକ୍ତ ଅଞ୍ଚଳବାସୀଙ୍କ ପାଇଁ ଏଭଳି ଘଟଣା ଦେହସୁହା ହୋଇଥିବାବେଳେ ଅନେକ ସମୟରେ ଗର୍ଭବତୀ, ପ୍ରସୂତି ଏବଂ ନବଜାତକଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେଉଛି। ଆମ୍ବୁଲାନ୍ସ ଚାଳକମାନଙ୍କ ସହଯୋଗରେ ଆଉ କେତେଜଣଙ୍କ ଜୀବନ ମଧ୍ୟ ବଞ୍ଚିଯାଉଛି। ଏଭଳି ଘଟଣା ବାରମ୍ବାର ପ୍ରଶାସନର ନଜରକୁ ଆସୁଥିଲେ ମଧ୍ୟ ସବୁ ଗାଁକୁ ଭଲ ରାସ୍ତା ନ ହୋଇପାରିବା ଦୁର୍ଭାଗ୍ୟଜନକ ବୋଲି ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫ ଦିନ ହେଲା ହନୁମାଙ୍କଡ଼ ଆତଙ୍କ: ୧୫ରୁ ଊର୍ଦ୍ଧ୍ୱ ଆହାତ

ପୁରୁଷୋତ୍ତମପୁର,୧୯।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ବାଘଳା ଗ୍ରାମରେ ଗତ ୫ ଦିନ ହେଲା ଦୁଇଟି ହନୁମାଙ୍କଡ ଦୌରାତ୍ମ୍ୟ ଚଐାଇଛନ୍ତି। ଏପରିକି ୧୫ ରୁ...

ବ୍ରିଜ୍‌ ଉପରୁ ଖସିପଡ଼ିଲା କାର

ବାଙ୍କୀ,୨୬।୯(ଡି.ଏନ୍‌.ଏ.): କଟକ ଜିଲା ବାଙ୍କୀ ଥାନା ଅଞ୍ଚଳରେ ରବିବାର ସକାଳେ ଏକ କାର ନାଳରେ ବୁଡ଼ି ଯାଇଛି। ନାଳରେ ବନ୍ୟା ପାଣି ଥିବା ଯୋଗୁ କାରଟି...

ଟ୍ରକ୍‌କୁ ପିଟିଲା ଲୁହାପଥର ବୋଝେଇ ଟ୍ରକ୍‌: ଚାଲିଗଲା ଚାଳକଙ୍କ ଜୀବନ

ପଦ୍ମପୁର, ୪।୩(ଡି.ଏନ୍‌.ଏ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବାଲିମୁଣ୍ଡା ନନ୍ଦପାଟଣା ଛକ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଛି। ବାସୁଦେବପୁରରୁ ଭଦ୍ରକ...

ପରୀ ହତ୍ୟା ମାମଲା: ୧୯ରେ ସୁପ୍ରିମକୋର୍ଟରେ ଶୁଣାଣି

ନୟାଗଡ଼(ଅଫିସ୍‌)/ନୂଆଦିଲ୍ଲୀ, ୬।୪: ନୟାଗଡ଼ର ୫ବର୍ଷୀୟା ଶିଶୁ କନ୍ୟା ପରୀ ହତ୍ୟା ମାମଲାର ଶୁଣାଣି ଆସନ୍ତା ୧୯ରେ ସୁପ୍ରିମକୋର୍ଟରେ ହେବ। ମାମଲାର ସିବିଆଇ ତଦନ୍ତ ଦାବି କରି...

ଟ୍ରାକ୍ଟର-ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ୨ ଜୀବନ

କୁଆଁରମୁଣ୍ଡା,୧୨।୧୨(ଡି.ଏନ.ଏ.)-ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଅନ୍ତର୍ଗତ ବୀରମିତ୍ରପୁର-ସଲଙ୍ଗାବାହାଲ ରୋଡ୍‌ର ଝମନକେରା ବୁଲାଣି ନିକଟରେ ଶନିବାର ପୂର୍ବାହ୍ନରେ ଟ୍ରାକ୍ଟର-ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ବାଇକ୍‌...

ବିନା ଯୋଗ୍ୟତାରେ ଡାକ୍ତରୀ ଡିଗ୍ରୀ

ଖୋର୍ଦ୍ଧା ଅଫିସ,୧ା୫: ପୁରୀସ୍ଥିତ ଗୋପବନ୍ଧୁ ଆୟୁର୍ବେଦ କଲେଜରେ ୨୦୨୦-୨୧ ବ୍ୟାଚ୍‌ରେ ବିନା ଏନ୍‌ଇଇଟିରେ ୨ଜଣ ଛାତ୍ରୀଛାତ୍ର ଆୟୁର୍ବେଦ ଡାକ୍ତରୀ ପାଠ ପଢ଼ୁଥିବା ନେଇ ଏକ ଖବର...

ଜିଲାପାଳଙ୍କ ଅଭିଯୋଗ ଶୁଣାଣି:୧୪୪ ଅଭିଯୋଗରୁ ୭୧ଟିର ତତ୍କାଳ ସମାଧାନ

ଯାଜପୁର ଟାଉନ,୧୧-୯(ଡି.ଏନ୍‌.ଏ.)- ଜିଲାସ୍ତରୀୟ ଅଭିଯୋଗ ଶୁଣାଣି ସ୍ଥାନୀୟ ଜିଲାପରିଷଦ ସଭାଗୃହରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ତେବେ କ୍ରମାଗତ ଛୁଟି, ବର୍ଷାଋତୁ ଓ ବିଶେଷ ପ୍ରଚାରପ୍ରସାର ନ...

ଲାଞ୍ଚ ନେବାବେଳେ ଧରାପଡ଼ିଲେ ଅଗ୍ନିଶମ ଅଧିକାରୀ

ଭଦ୍ରକ ଅଫିସ, ୧୪।୬ – ଗୁରୁବାର ସନ୍ଧ୍ୟାରେ ଭଦ୍ରକ ଅଗ୍ନିଶମ ଅଧିକାରୀ ସଂଗ୍ରାମ କୁମାର ହଁାସଦା ୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ...

Advertisement
Archives

Model This Week