ତାମିଲନାଡୁରେ ୬ ଦାଦନ ଶ୍ରମିକ ଅଟକ ଅଭିଯୋଗ: ଉଦ୍ଧାର ପାଇଁ ନିବେଦନ

ପାଟଣା,୧୯ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା କପୁଣ୍ଡି ପଞ୍ଚାୟତ ଖଲିଆରୀପାଟ ନୂଆଗାଁ ଗ୍ରାମର ୬ଜଣ ଶ୍ରମିକ ତାମିଲନାଡୁର ଚେନ୍ନାଇସ୍ଥିତ ଏକ ଟାୟାର କାରଖାନାରେ ଦାଦନ ଖଟିବାକୁ ଯାଇ ପ୍ରାୟ ଅଢ଼େଇ ମାସ ହେବ ଅଟକି ରହିଥିବା ଅଭିଯୋଗ ହୋଇଛି। ଏନେଇ ମଙ୍ଗଳବାର ରାତିରେ ଶ୍ରମିକଙ୍କ ପରିବାର ପକ୍ଷରୁ ପାଟଣା ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ପରିବାର ସଦସ୍ୟଙ୍କ ସହ ପାଟଣା ଭାଜପାର ଏକ ପ୍ରତିନିଧି ଦଳ ଥାନାରେ ପହଞ୍ଚି ଅଟକ ଥିବା ଶ୍ରମିକଙ୍କୁ ତୁରନ୍ତ ଉଦ୍ଧାର କରିବାକୁ ପୁଲିସକୁ ଅବଗତ କରିଛନ୍ତି।

ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରିତୁ ହୋ (୩୦), ଲକ୍ଷ୍ମୀ ମୁଣ୍ଡା (୧୨), ଲକ୍ଷ୍ମୀଧର ମୁଣ୍ଡା (୧୬), ଶ୍ୟାମସୁନ୍ଦର ହୋ, ମଙ୍ଗଳୁ ହୋ (୨୧) ଓ ଚନ୍ଦ୍‌ରୁ ହୋଙ୍କୁ ସ୍ଥାନୀୟ ଅଞ୍ଚଳର ଜଣେ ଦଲାଲ ତାମିଲନାଡୁର ଏକ କମ୍ପାନୀରେ କାମ ଯୋଗାଇଦେବାକୁ କହି ସାଙ୍ଗରେ ନେଇଥିବା ଅଭିଯୋଗ ହୋଇଛି।
ସେଠାରେ ପ୍ରାୟ ଅଢ଼େଇ ମାସ କାମ କରିବା ପରେ ଶ୍ରମିକମାନେ ଘରକୁ ଫେରିବାକୁ ଚାହିଁଥିଲେ। ହେଲେ କମ୍ପାନୀ ମାଲିକ ଓ ଦଲାଲ ସେମାନଙ୍କୁ ଘରକୁ ଫେରିବାକୁ ଦେଉ ନ ଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଏପରିକି ସେମାନଙ୍କୁ ଅଟକ ରଖି ବଳପୂର୍ବକ କାମ କରାଯାଉଥିବା, ଠିକ୍‌ ଭାବେ ଖାଦ୍ୟ ଦିଆଯାଉ ନ ଥିବା ଏବଂ ଶାରୀରିକ ନିର୍ଯାତନା ଦିଆଯାଉଥିବା ନେଇ ପରିବାର ଅଭିଯୋଗ କରିଛନ୍ତି। ଅଟକ ଥିବା ଶ୍ରମିକମାନଙ୍କୁ ତୁରନ୍ତ ସୁରକ୍ଷିତ ଭାବେ ଉଦ୍ଧାର କରି ଘରକୁ ଫେରାଇ ଆଣିବା ସହ ଅଭିଯୋଗର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ ଆଇନଗତ ପଦକ୍ଷେପ ନେବାକୁ ପରିବାର ପକ୍ଷରୁ ଦାବି କରାଯାଇ।

ପରିବାର ଲୋକଙ୍କ ସହ ଭାଜପା ପାଟଣା ମଣ୍ଡଳ ସଭାପତି ବ୍ରଜବନ୍ଧୁ ସେଠୀ, କେନ୍ଦୁଝର ଏମ୍‌ପିଙ୍କ ଥାନା ପ୍ରତିନିଧି ଯୁଧିଷ୍ଠିର ମହାନ୍ତ, ପାଟଣା ମଣ୍ଡଳ ସାଧାରଣ ସମ୍ପାଦକ ମଧୁସୂଦନ ମହାନ୍ତ, ଜିଲା ସଂଖ୍ୟାଲଘୁ ସମ୍ପ୍ରଦାୟ ଉପସଭାପତି ମନ୍‌ସୂର ଆଲମ। ଏନେଇ ପାଟଣା ଥାନା ଅଧିକାରୀ କିରଣ ପ୍ରାସାଦ ସାହୁ କହିଛନ୍ତି, କମ୍ପାନୀ ମାଲିକ କହିଛନ୍ତି ଆଗାମୀ ୩ ତାରିଖ ଭିତରେ ଶ୍ରମିକଙ୍କ ଆଣି ଘରେ ଛାଡ଼ିବେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମାଷ୍ଟରକ୍ୟାଣ୍ଟିନରେ ଖଣ୍ଡଯୁଦ୍ଧ: ପୋଲିସକୁ ଢେଲା ପଥର ମାଡ଼, ଭାଙ୍ଗିଲେ ଆମ ବସ୍‌

ଭୁବନେଶ୍ୱର,୧୯।୮: ରଣକ୍ଷେତ୍ର ପାଲଟିଲା ରାଜଧାନୀର ମାଷ୍ଟର କ୍ୟାଣ୍ଟିନ ଛକ । ପୋଲିସ ପକ୍ଷରୁ ଲାଠି ଚାର୍ଜ । ପୋଲିସ ଉପରକୁ ମଧ୍ୟ ଢେଲା ପଥର ମାଡ ।…

ଗୋବିନ୍ଦାଙ୍କ ସହ ଛାଡପତ୍ର ନିଶ୍ଚିତ? ପୁଅ ସହିତ ଫ୍ୟାମିଲି କୋର୍ଟରେ ପହଞ୍ଚିଲେ ସୁନିତା ଆହୁଜା

ମୁମ୍ବାଇ,୧୯।୮: ଗତ ବର୍ଷ, ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ମଧ୍ୟରେ ଛାଡପତ୍ର ନେଇ ଖୁବ୍‌ ଗୁଜବ ଉଠିଥିଲା। ଯଦିଓ ଗଣେଶ ପୂଜା ସମୟରେ ଏମାନେ…

ଭିନ୍ନକ୍ଷମ କ୍ରିକେଟ ଦଳକୁ ସମ୍ମାନିତ କଲା ଲଣ୍ଡନର ଓଡ଼ିଆ ରେସ୍ତୋରାଁ ‘ଚିଲିକା’

ବାଲିପାଟଣା, ୧୯।୮(ଅଭିମନ୍ୟୁ ନାୟକ ): ଭାରତୀୟ ଭିନ୍ନକ୍ଷମ କ୍ରିକେଟ ଖେଳାଳିଙ୍କ ସାହସ, ଦୃଢ଼ତା ଓ ସଫଳତାକୁ ସମ୍ମାନ ଜଣାଇ ଦକ୍ଷିଣ-ପୂର୍ୱ ଲଣ୍ଡନରେ ଥିବା ଓଡ଼ିଆ ରେସ୍ତୋରାଁ ‘ଚିଲିକା’…

ବିବାଦ ମଧ୍ୟରେ ଭାରତ ଆସିବେ ବାଂଲାଦେଶ ପ୍ରଧାନମନ୍ତ୍ରୀ, ନିଜର ମତ ସ୍ପଷ୍ଟ କଲା ଭାରତ

ନୂଆଦିଲ୍ଲୀ/ଢାକା,୧୯।୮: ଭାରତ ଏବଂ ବାଂଲାଦେଶ ମଧ୍ୟରେ ସମ୍ପର୍କରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଭାରତୀୟ ହାଇକମିଶନର ଦିନେଶ ତ୍ରିବେଦୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଂଲାଦେଶର ତାରିକ…

ହୀରାକୁଦରେ ପଶିଲା ୩ ଲକ୍ଷରୁ ଅଧିକ ଘନଫୁଟ ବନ୍ୟାଜଳ

ସମ୍ବଲପୁର,୧୯ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣର ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ପାଇଁ ବୁଧବାର ପୂର୍ବାହ୍ନରେ ପୁଣିଥରେ ୨ଟି…

୩ ରାଜ୍ୟରେ ବଢିଲା ପେଟ୍ରୋଲ ଦର, ଜାରି ହେଲା ନୂଆ ରେଟ୍‌…

ନୂଆଦିଲ୍ଲୀ, ୧୯।୮: ଦେଶବ୍ୟାପୀ ପେଟ୍ରୋଲ-ଡିଜେଲ ଦର କମିବାର କୌଣସି ଆଶା ଦେଖାଯାଉନାହିଁ। ଆନ୍ତର୍ଜାତୀୟ ବଜାରରେ କ୍ରୁଡ୍ ଅଏଲ୍ (କଚ୍ଚା ତେଲ) ଦର ପୁଣି ଥରେ ବୃଦ୍ଧି ପାଇଛି…

ତାମିଲନାଡୁ ସରକାରଙ୍କ କଡ଼ା ନିର୍ଦ୍ଦେଶ: CJP ଆନ୍ଦୋଳନରେ ସାମିଲ ହୋଇପାରିବେନି ଛାତ୍ରୀଛାତ୍ର

ଚେନ୍ନାଇ,୧୯ା୮: ତାମିଲନାଡୁ ସରକାର ବୁଧବାର ଏକ କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି। CJP ଆନ୍ଦୋଳନରେ କୌଣସି ଛାତ୍ରୀଛାତ୍ର ସାମିଲ ହୋଇପାରିବେନି ବୋଲି ସରକାର କଡ଼ା ନିର୍ଦ୍ଦେଶ ଦେଇଛନ୍ତି।…

ଦାରିଙ୍ଗବାଡି-କୋଟଗଡ଼ ରାସ୍ତା ଅବସ୍ଥା ଶୋଚନୀୟ: ଯାତ୍ରୀବାହୀ ବସ ଚଳାଚଳ ବନ୍ଦ

ଦାରିଙ୍ଗବାଡି, ୧୯।୮ (ଅରୁଣ ସାହୁ):କନ୍ଧମାଳ ଜିଲାରେ ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଜିଲା ପ୍ରଭାବିତ ହୋଇଛି। ଏହି ପ୍ରରିପ୍ରେକ୍ଷୀରେ ଦାରିଙ୍ଗବାଡି ଅଞ୍ଚଳରେ ମଧ୍ୟ ବର୍ଷାର ପ୍ରଭାବ ଲାଗି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri