ଚଞ୍ଚକତା କରି ୬ଲକ୍ଷ ଟଙ୍କା ଆତ୍ମସାତ

କୋଣାର୍କ,୨୧ା୫(ଡି.ଏନ୍‌.ଏ.): କୋଣାର୍କସ୍ଥିତ ଭଗବତୀ ମହାବିଦ୍ୟାଳୟରେ ୨୦୧୭ଠାରୁ ୨୦୨୨ ମସିହା ପର୍ଯ୍ୟନ୍ତ ତତ୍କାଳୀନ କିରାଣିଙ୍କ ଦ୍ବାରା ନକଲି ରସିଦ ବଳରେ ୬ ଲକ୍ଷ ଟଙ୍କା ହଡ଼ପ କରାଯାଇଥିବା ନେଇ ମହାବିଦ୍ୟାଳୟର ପୁରାତନ ଛାତ୍ର ସଂଗଠନ ପକ୍ଷରୁ ଗୁରୁବାର ଅଭିଯୋଗ କରାଯାଇଛି। ଏଥିସହ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ସଂଗଠନ ପକ୍ଷରୁ ଚିଠି ଜରିଆରେ ଦାବି ଜଣାଇଛନ୍ତି। ପ୍ରକାଶ ଯେ, ଗତ କିଛିମାସ ତଳେ ଭଗବତୀ ମହାବିଦ୍ୟାଳୟରେ ବର୍ତ୍ତମାନ କାର୍ଯ୍ୟରତ ଥିବା କିରାଣି କଲେଜର ରସିଦ ବହି, ଅନ୍ୟାନ୍ୟ ଜରୁରୀ କାଗଜପତ୍ର ତଦାରଖ କରୁଥିବା ବେଳେ ପୂର୍ବ ବର୍ଷଗୁଡ଼ିକର ରସିଦ ବହିର ଟଙ୍କା ସହ ଏବେକାର ରସିଦ ବହିର ଟଙ୍କା ମେଳ ହେଉ ନ ଥିବା ଦେଖିବାକୁ ପାଇଥିଲେ। ଗତ ୫ବର୍ଷ ମଧ୍ୟରେ ପ୍ରାୟ ୬ ଲକ୍ଷ ଟଙ୍କାର ଅର୍ଥ ହେରଫେର ହୋଇଥିବା ଜଣାପଡ଼ିବା ପରେ କଲେଜ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲା। ତେବେ ପୂର୍ବରୁ ଥିବା କିରାଣି ଜଣକ କଲେଜର ନକଲି ରସିଦ ବହି ଛାପିବା ସହ ଏହା ସାହାଯ୍ୟରେ ଛାତ୍ରୀଛାତ୍ରଙ୍କଠାରୁ ଚଞ୍ଚକତା କରି ଟଙ୍କା ଆଦାୟ କରୁଥିଲେ। ଯେପରି କଲେଜର ଛାତ୍ରୀଛାତ୍ରଙ୍କ ସେକ୍ସନ ଚାର୍ଜ ପାଇଁ ରସିଦ ବହିରେ ୨୫୬ ଥିବାବେଳେ ଉକ୍ତ କିରାଣି ଜଣକ ନକଲି ରସିଦ ବହି ଦ୍ୱାରା ୨୦୫୬ ଟଙ୍କା ଆଦାୟ କରୁଥିଲେ। ଏପରି ବିଭିନ୍ନ ଉପାୟରେ ୫ ବର୍ଷ ମଧ୍ୟରେ ପ୍ରାୟ ୬ଲକ୍ଷ ଟଙ୍କା ଆତ୍ମସାତ କରିଥିଲେ। ଏହି ଘଟଣା ବିଷୟରେ ମହାବିଦ୍ୟାଳୟର ପୁରାତନ ଛାତ୍ର ସଂଗଠନ ଜାଣିବା ପରେ ଉଚ୍ଚ ଶିକ୍ଷା ବିଭାଗଙ୍କ ନିକଟରେ ଅଭିଯୋଗ କରିଛି। ଉକ୍ତ କିରାଣି ଜଣକ ଗତ ଜାନୁୟାରୀରେ କାକଟପୁରର ଏକ କଲେଜକୁ ବଦଳି ହୋଇଥିବା ଜଣାପଡିଛି। ଅପରପକ୍ଷେ ଏହି ଘଟଣା ସମ୍ପର୍କରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଅବଗତ ଥିବାବେଳେ କ’ଣ ପାଇଁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ସମ୍ପୃକ୍ତ କିରାଣି ଜଣଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି ବୋଲି ପୁରାତନ ଛାତ୍ର ସଂଘ, ବୁଦ୍ଧିଜୀବୀ ଓ କୋଣାର୍କ ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି। ଏଥିସହ ଏହି ଘଟଣାରେ ସମ୍ପୃକ୍ତ ପୂର୍ବତନ କିରାଣିଙ୍କ ସହ ମହାବିଦ୍ୟାଳୟର ଅନ୍ୟ କେଉଁ କର୍ମଚାରୀଙ୍କ ସମ୍ପୃକ୍ତି ରହିଛି ନା ନାହିଁ ସେନେଇ ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ସାମାଜିକ କର୍ମୀ, ବୁଦ୍ଧିଜୀବୀ ଓ ପୁରାତନ ଛାତ୍ର ସଂଘ ପକ୍ଷରୁ ଅଭିଯୋଗ ହେଉଛି। ଏ ନେଇ ମହାବିଦ୍ୟାଳୟ ଅଧ୍ୟକ୍ଷ ଅବତାର ମିଶ୍ର କୁହନ୍ତି, ଘଟଣା ବିଷୟରେ ଜାଣିବା ପରେ ସମ୍ପୃକ୍ତ କିରାଣିଙ୍କୁ ଅବଗତ କରାଯାଇଛି। ଏହି ଘଟଣାକୁ ତଦାରଖ କରିବା ପାଇଁ ଏକ କମିଟି ଗଠନ କରାଯାଇ ତାଙ୍କଠାରୁ ସମ୍ପୂର୍ଣ୍ଣ ଟଙ୍କା ଆଦାୟ କରାଯିବା ସହ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri