୬ ଶିକାରୀ ଗିରଫ, ଭାଲୁ ନଖ ଜବତ

ବରଗଡ଼,୧୬।୯(ପ୍ରେମାନନ୍ଦ ଖମାରୀ): ବନ୍ୟପ୍ରାଣୀଙ୍କ ବେଆଇନ କାରବାର ଅଭିଯୋଗରେ ବରଗଡ ବନ ବିଭାଗ ଭଟଲି ଫରେଷ୍ଟ ରେଞ୍ଜ୍‌ ପକ୍ଷରୁ ଶୁକ୍ରବାର ୬ ଶିକାରୀଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ବାଲେଶ୍ବର ଜିଲା ଚାନ୍ଦିପୁରର ମନୋରଞ୍ଜନ ନନ୍ଦ(୨୪), ସଞ୍ଜୟ ଦାଶ(୩୮), ବରଗଡ ଜିଲା ବରପାଲି ଥାନା ଧୀରପୁରର ବ୍ୟାସଦେବ ମହାରଣା(୩୬), ମହାରାଷ୍ଟ୍ର ରାଜ୍ୟ ଉସମନାବାଦ ଜିଲା ଅଲିଖୁଦ ତୁଲଜାପୁରର ଗୁରୁନାଥ କିଶାନ କୁମ୍ଭାର(୩୦), ବରଗଡ ଜିଲା ଭଟଲି ଥାନା ସମ୍ବରଧରାର ପଞ୍ଚାନନ ପ୍ରଧାନ(୨୪) ଏବଂ ବରଗଡ ଭଟଲି ରାସ୍ତାର ଚନ୍ଦ୍ରଭାନୁ ନାୟକ(୪୦)। ସେମାନଙ୍କ ପାଖରୁ ଏକ ବୋଲେରୋ (ନଂ.ଓଡି୦୫ଏଲ/୮୧୧୮), ଏକ ପିସ୍ତଲ, ୭ଗୁଳି, ୩ମୋବାଇଲ ଫୋନ, ଏକ ଡିଜିଟାଲ କ୍ୟାମେରା, ୫ଟି ଭାଲୁନଖ, ପେଙ୍ଗୋଲିନର ୨୬ଟି କାତି ଜବତ ହୋଇଛି। ଏକ ଫାର୍ମହାଉସ ଉପରେ ବନ କର୍ମଚାରୀମାନେ ଚଢ଼ାଉ ସମୟରେ ଅଭିଯୁକ୍ତମାନେ ଜବତ ବୋଲେରୋରେ ଫେରାର ହେବାକୁ ଉଦ୍ୟମ କରିଥିଲେ। ସେମାନେ ବରଗଡ଼ ପଟକୁ ଆସୁଥିବା ବେଳେ ବରଗଡ଼ ଟାଉନ ଥାନାର ଏକ ଟିମ୍‌ ସେମାନଙ୍କୁ ବରଗଡ଼ ଭଟଲି ଛକ ସ୍ଥିତ ମଙ୍ଗଳମ ପ୍ୟାଲେସ ପାଖରେ ସେମାନଙ୍କୁ ଧରିବାରେ ସକ୍ଷମ ହୋଇଥିଲା । ଏ ନେଇ ଭଟଲି ଫରେଷ୍ଟ ରେଞ୍ଜରେ ଏକ ମାମଲା (ନଂ.୧୩/୨୩) ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଟିକୁ ଧକ୍କାଦେଲା କାର୍‌, ଭାଙ୍ଗିଲା ଦୋକାନ ଘର, ଜଣଙ୍କ ଜୀବନ ଗଲା

ବାଲେଶ୍ୱର,୧୮ା୫(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ଅନ୍ତର୍ଗତ ସୋର-କୁପାରୀ ରାସ୍ତାର ଖଇରା ଥାନା ଅଧୀନ ଧୋବାଗାଡ଼ିଆ ଛକ ନିକଟରେ ରବିବାର ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି l…

ଯାତ୍ରୀବାହୀ ଟ୍ରେନ କୋଚରେ ଭୟଙ୍କର ଅଗ୍ନିକାଣ୍ଡ; ଯାତ୍ରୀଙ୍କ ମଧ୍ୟରେ ଆତଙ୍କ

ପାଟନା,୧୮।୫: ବିହାରର ସାସାରାମରେ ଏକ ଟ୍ରେନରେ ନିଆଁ ଲାଗିବା ଖବର ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ ସାସାରାମ-ପାଟନା ପାସେଞ୍ଜର ଟ୍ରେନର ଏକ ବଗି ସାସାରାମ ଷ୍ଟେଶନରେ ଅଟକି…

ମିଳୁଥିଲା ୩୫୦୦ ଭତ୍ତା, ମିଳିଲା ୧୦୦୦, ଅଭିଯୋଗ କରିବା ପରେ…

ଆଳି, ୧୮ା୫(ବନମାଳୀ ସେନାପତି ): କେନ୍ଦ୍ରାପଡ଼ା ଜିଲା ଆଳି ବ୍ଳକ ପ୍ରଶାସନ ପକ୍ଷରୁ ଜଣେ ୮୫ବର୍ଷୀୟ ବୃଦ୍ଧଙ୍କୁ ଲଗାତର ଆଠ ମାସ ୩୫୦୦ ଟଙ୍କା ଲେଖାଏ ଭତ୍ତା…

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri