ଯୋଡ଼ା ମଣ୍ଡଳରେ ୫୯ ଖଣି ବନ୍ଦ

ଯୋଡ଼ା,୫ା୫(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ଖଣି ମଣ୍ଡଳରେ ଥିବା ସମୁଦାୟ ୯୦ଟି ଖଣି ମଧ୍ୟରୁ ୫୯ଟି ବନ୍ଦ ରହିଛି। ମାତ୍ର ୩୧ ଖଣି କାର୍ଯ୍ୟକ୍ଷମ ହେଉଥିବା ବେଳେ ବୈଧାନିକ କାରଣ ଯୋଗୁ ଅନେକ ଖଣି ଚାଲିପାରୁନାହିଁ। ଫଳରେ କେନ୍ଦ୍ର ଓ ରାଜ୍ୟ ସରକାର ବ୍ୟାପକ ରାଜସ୍ବ ହରାଉଛନ୍ତି। ଏଥିସହ ଖଣି ପ୍ରିମିୟମ ପ୍ରଦାନରେ ଭିନ୍ନ ନିୟମ କାରଣରୁ ଖଣି ଓ ଶିଳ୍ପରେ ପ୍ରତିଦ୍ୱନ୍ଦ୍ୱିତା କମୁଛି। ଫଳରେ ନୂତନ ନିଲାମଧାରୀ କ୍ଷତି ସହୁଥିବା ଖଣି ବିଶାରଦମାନେ କହିଛନ୍ତି।
ଖଣି ବିଭାଗ ସୂଚନା ଅନୁଯାୟୀ, ବିଭିନ୍ନ ବୈଧାନିକ କାରଣ ଯଥା ଫରେଷ୍ଟ କଞ୍ଜରଭେଶନ ଆକ୍ଟ, ଏନଭାରମେଣ୍ଟ କ୍ଲିୟରାନ୍ସ, ଆଇବିଏମ୍‌(ଇଣ୍ଡିଆନ ବ୍ୟୁରୋ ଅଫ୍‌ ମାଇନ୍ସ )ପ୍ଲାନ ପ୍ରଭୃତିର ଅନୁମୋଦନ ବିଳମ୍ବ ହେତୁ ପ୍ରାୟ ୫୯ ଖଣି କେବଳ ଯୋଡ଼ା ଖଣି ମଣ୍ଡଳରେ ବନ୍ଦ ରହିଛି। ରାଜ୍ୟ ସରକାରଙ୍କ ପ୍ରସ୍ତାବ କ୍ରମେ କେନ୍ଦ୍ର ସରକାରଙ୍କ ମନ୍ତ୍ରଣାଳୟରୁ ଏହି ସବୁ ଅନୁମୋଦନ ମିଳିଥାଏ। ରାଜ୍ୟ ଏବଂ କେନ୍ଦ୍ରର ସମନ୍ବୟ ଅଭାବ ଏବଂ ଲିଜ୍‌ଧାରୀମାନଙ୍କର ଅପାରଗତା ହେତୁ ଅନୁମୋଦନ ନ ପାଇ ଖଣିଗୁଡ଼ିକ ବନ୍ଦ ରହିଛି। ଅଧୁନା ଯୋଡ଼ା ଖଣି ମଣ୍ଡଳରେ କାର୍ଯ୍ୟକ୍ଷମ ଥିବା ୩୧ ଖଣି ମଧ୍ୟରୁ ନିଲାମ ମାଧ୍ୟମରେ ୧୦ଟି ଖଣି ନୂତନ ଭାବେ ୨୦୨୦ ପରେ ଲିଜଧାରୀ ପାଇଛନ୍ତି। ୨୦୨୨-୨୩ ଆର୍ଥିକ ବର୍ଷରେ ୮୭୪ ଲକ୍ଷ ୮୪ହଜାର ୨୮୬ .୧୯ମେଟ୍ରିକ ଟନ ଖଣିଜ ଉତ୍ତୋଳିତ ହୋଇଥିବା ବେଳେ ୭୧୮ ଲକ୍ଷ ୩୪ ହଜାର ୬୪୬.୭୮ମେଟ୍ରିକ ଟନ ଖଣିଜ ପରିବହନ ହୋଇଛି। ଏଥିରୁ ଆର୍ଥିକ ବର୍ଷରେ ୧୬ ହଜାର ୮୯୪ କୋଟି ରାଜସ୍ବ ମିଳିଛି। ତେବେ ୫୯ଟି ଖଣି ବନ୍ଦ ରହିଥିବାରୁ ରାଜ୍ୟ ସରକାରଙ୍କ ବ୍ୟାପକ ରାଜସ୍ବହାନି ହେଉଛି। ଜିଲା ଖଣିଜ ପାଣ୍ଠି ନିଅଣ୍ଟ ହେଉଛି। କେନ୍ଦ୍ର ସରକାରଙ୍କ ନ୍ୟାଶନାଲ ମିନେରାଲ୍ସ ଏକ୍ସପ୍ଲୋରେଶନ ଟ୍ରଷ୍ଟ (ଏନ୍‌ଏମ୍‌ଇଟି)ର ରାଜସ୍ବ ହ୍ରାସ ପାଉଛି। ଅପରପକ୍ଷରେ ନିଲାମ ମାଧ୍ୟମରେ ଲିଜ୍‌ ପାଇଥିବା ଲିଜ୍‌ଧାରୀମାନେ ଅଧିକ ପ୍ରିମିୟମ ଦେଇ ଖଣି ଚଳାଉଥିବା ବେଳେ ବହୁ ଖଣିର ଲିଜ୍‌ ସମୟ ବଳବତ୍ତର ଥିବାରୁ ସେମାନେ ପ୍ରିମିୟମ ଦେବାରୁ ବର୍ତ୍ତିଯାଉଛନ୍ତି। କେବଳ ରାଜସ୍ବ ଓ ଡିଏମ୍‌ଏଫ୍‌ ଦେଉଛନ୍ତି। ଫଳରେ ଇସ୍ପାତ ଶିଳ୍ପରେ ପ୍ରତିଦ୍ବନ୍ଦ୍ୱିତା ବ୍ୟବଧାନ ବଢ଼ୁଥିବାରୁ ଖଣି ଓ ଶିଳ୍ପ ରୁଗୁଣ ହେଉଛି। ୱାନ ନେଶନ ୱାନ ଟ୍ୟାକ୍ସ ନୀତି କେନ୍ଦ୍ର ସରକାର ଲାଗୁ କରିଥିବା ବେଳେ ରାଜସ୍ବ କ୍ଷେତ୍ରରେ ଏହାକୁ ଲାଗୁ କରାଗଲେ ଖଣି ଓ ଶିଳ୍ପ କ୍ଷେତ୍ରରେ ସ୍ବଚ୍ଛତା, ସୁସ୍ଥ ପ୍ରତିଦ୍ୱନ୍ଦ୍ୱିତା ପ୍ରତିପାଦିତ ହେବ ବୋଲି ଇଣ୍ଡଷ୍ଟ୍ରିଜ୍‌ ଏବଂ ମାଇନିଂ ଅବଜରଭର ପତ୍ରିକାର ସମ୍ପାଦକ ଶିରିଶ ଚନ୍ଦ୍ର ମହାନ୍ତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?