ଟେନ୍‌ସନ ! ଏହି ଶବ୍ଦଟି ବୋଧହୁଏ କାହା ପାଟିରୁ ନ ଶୁଣିବା ଏବେ ଏକ ସ୍ବପ୍ନ ହୋଇଗଲାଣି। ଅଧିକାଂଶ ଯୁବବର୍ଗ କିଏ ପାଠପଢ଼ାକୁ ନେଇ ତ କିଏ ଜବ୍‌ ଅବା ପୁଣି କିଏ ଆର୍ଥିକ କିମ୍ବା ପାରିବାରିକ ଭଳି ବିଭିନ୍ନ ସମସ୍ୟାକୁ ନେଇ ଟେନ୍‌ସନ୍‌। ହେଲେ ଏହି ଭାରାକ୍ରାନ୍ତ ମାନସିକ ସ୍ଥିତିର ନକାରାତ୍ମକ ପ୍ରଭାବ ପଡ଼ିଥାଏ ଶରୀର ଉପରେ। ଯେଉଁଥିପାଇଁ ଅପରପକ୍ଷେ ତାହା ହୋଇପଡ଼େ ଅସୁସ୍ଥ। ତେଣୁ ଆଜିର ଦିନରେ କେବଳ ଶରୀରକୁ ସୁସ୍ଥ ନୁହେଁ, ମନ ଖୁସି ରହିବା କୌଣସି ବରଦାନଠୁ କମ୍‌ ନୁହେଁ…

ଓ୍ବାଲର୍‌ଡ ହେଲ୍‌ଥ ଅର୍ଗାନାଇଜେଶନ୍‌ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ମୁତାବକ ପ୍ରତି ୪ ଜଣରେ ଜଣେ ବ୍ୟକ୍ତି ନିଜ ଜୀବନକାଳ ମଧ୍ୟରେ କମ୍‌ ହେଉ ବା ବେଶୀ ଯେକୌଣସି ମାନସିକ ସମସ୍ୟାର ଶିକାର ହୋଇଥାଏ। ଆଜିର ବ୍ୟସ୍ତବହୁଳ ଜୀବନଶୈଳୀ ପାଇଁ ମାନସିକ ଚାପ, ଅବସାଦ, ଉଦ୍‌ବେଗ ଭଳି ମାନସିକ ସମସ୍ୟା ବୃଦ୍ଧି ପାଉଛି। ବିଶେଷକରି ବିଭିନ୍ନ ଇଲେକ୍ଟ୍ରୋନିକ ଗ୍ୟାଜେଟ୍ସର ବହୁଳ ବ୍ୟବହାର ଏହାର ଏକ ସବୁଠୁ ବଡ଼ କାରଣ ବୋଲି ଜଣାପଡ଼ିଛି। ତେଣୁ କୌଣସି କାରଣରୁ ମନ ଭାରାକ୍ରାନ୍ତ ହୋଇପଡ଼ିଲେ ଏହାକୁ ଦୂର କରିବା ଲାଗି ଜୀବନଶୈଳୀରେ ପରିବର୍ତ୍ତନ ରଖିବା ନିହାତି ଆବଶ୍ୟକ। ନଚେତ୍‌ ଏହା ଧୀରେ ଧୀରେ ଜଟିଳ ମାନସିକ ରୋଗର ରୂପ ନେବାର ଦେଖିବାକୁ ମିଳିଥାଏ। ଏମିତିକି ଏଥିପାଇଁ କେହି କେହି ମାନସିକ ବିକୃତିର ଶିକାର ହେବା ସହ ଆଉ କେହି ଆତ୍ମହତ୍ୟା ଭଳି ଭୁଲ୍‌ ପଦକ୍ଷେପ ନେଇ ଜୀବନ ହାରୁଥିବାର ବି ନଜିର ରହିଛି। ତେଣୁ ଜୀବନକୁ ସୁଖମୟ କରିବାକୁ ହେଲେ ଶରୀର ସହ ମନର ସୁସ୍ଥତା ପାଇଁ କେତେକ ଦିଗ ପ୍ରତି ବିଶେଷ ଦୃଷ୍ଟି ଦେବା ଆବଶ୍ୟକ।
ରୁହନ୍ତୁ ଟେନ୍‌ସନ୍‌ ଫ୍ରି: ଆଜିର ଯୁବପିଢ଼ି ପାଠପଢ଼ା, ଜବ୍‌ ଆଦିକୁ ନେଇ ହେଉ କିମ୍ବା କେହି କେହି ପାରିବାରିକ ପରିସ୍ଥିତି, ସାଙ୍ଗସାଥୀଙ୍କ ସହ ଝଗଡ଼ା, ପ୍ରେମରେ ବିଫଳ ହେବା ଆଦି ଭଳି ଅନେକ କାରଣକୁ ନେଇ ଟେନ୍‌ସନ୍‌ ବା ଉଦାସ ରହୁଥିବା ଦେଖବାକୁ ମିଳୁଛି। ହେଲେ ଅଧିକ ଦିନ ଏହି ଟେନ୍‌ସନ୍‌ ମନରେ ରହିବା, କାହା ଆଗରେ ପ୍ରକାଶ ନ କରି ମନ ଭିତରେ ଚାପି ରଖିବା ଦ୍ୱାରା ତାହା ଡିପ୍ରେଶନ୍‌ର ରୂପ ନେଇଥାଏ। ତେଣୁ କୌଣସି କଥା ମନକୁ ଭାରାକ୍ରାନ୍ତ କରୁଥିଲେ ଦୀର୍ଘଦିନ ଚାପି ନ ରଖି ପରିବାର ସଦସ୍ୟ କିମ୍ବା କୌଣସି ବିଶ୍ୱସ୍ତଙ୍କ ନିକଟରେ ପ୍ରକାଶ କରନ୍ତୁ, ମନ ହାଲୁକା ହୋଇଯିବ।
ଦୂରକରନ୍ତୁ ଅଯଥା ଚିନ୍ତା: କୌଣସି ବିଷୟରେ ଚିନ୍ତା କରିବା ଦ୍ୱାରା ଦାୟିତ୍ୱ ବଢ଼ିଥାଏ। ହେଲେ ଏହି ଚିନ୍ତା ଆବଶ୍ୟକତାଠାରୁ ଅଧିକ ହେଲେ ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇଥାଏ। ଅଧିକ ଦିନ ଚିନ୍ତା ରହିଲେ ତାହା ଶରୀରକୁ ମଧ୍ୟ ହାନି ପହଞ୍ଚାଇଥାଏ। କାରଣ ଚିନ୍ତା ମନରେ ନକାରାତ୍ମକ ପ୍ରଭାବ ପକାଇଥାଏ, ଯାହାକି ରହି ରହି ଏଙ୍ଗ୍‌ଜାଇଟି ଡିସ୍‌ଅର୍ଡର ରୋଗର କାରଣ ସାଜିଥାଏ। ଏହା ଫଳରେ କାର୍ଯ୍ୟକ୍ଷମତା ହ୍ରାସ ପାଇଥାଏ। ଏମିତିକି ଧୀରେ ଧୀରେ ଏହା ଯୋଗୁ ବିଭିନ୍ନ ପ୍ରକାର ଫୋବିଆ ବି ଜାତ ହୋଇଥାଏ।
ନିଅନ୍ତୁ ମନସ୍ତତ୍ତ୍ୱବିତ୍‌ଙ୍କ ପରାମର୍ଶ: ଅନେକ ସମୟରେ ମଣିଷ ନିଜର ମାନସିକ ସମସ୍ୟା ସହଜରେ ଚିହ୍ନି ପାରି ନ ଥାଏ। ତେଣୁ ପରିବାର ସଦସ୍ୟ କିମ୍ବା ସାଙ୍ଗସାଥୀ ଯଦି କୌଣସି ଲକ୍ଷଣ ଦେଖି ଏହାକୁ ପରିବର୍ତ୍ତନ କରିବାକୁ ପରାମର୍ଶ ଦିଅନ୍ତି, ଏଥିରେ ବିରକ୍ତି ପ୍ରକାଶ କରିବା କିମ୍ବା ଅଣଦେଖା କରିବା ବଦଳରେ ଏହାକୁ ଦୂର କରିବାକୁ ଚେଷ୍ଟା କରିବା ଆବଶ୍ୟକ। କାରଣ ମାନସିକ ସ୍ଥିତି ବି ଶରୀର ଉପରେ ଅନେକ ପ୍ରଭାବ ପକାଇଥାଏ। ଏହାର ଛୋଟ ଛୋଟ ସମସ୍ୟାକୁ ଅଣଦେଖା କରିବା ଦ୍ୱାରା ଏହା ପରବର୍ତ୍ତୀ ସମୟରେ କୌଣସି ବଡ଼ ମାନସିକ ରୋଗର କାରଣ ସାଜିପାରେ। ଯଦି ବାରମ୍ବାର ମାନସିକ ସ୍ତରରେ ଅସୁସ୍ଥ ଅନୁଭବ କରନ୍ତି, ତେବେ ମନସ୍ତତ୍ତ୍ୱବିତ୍‌ଙ୍କ ପରାମର୍ଶ ନେବା ଆବଶ୍ୟକ।
ନିଜ ପାଖେ ରହିଛି ଉପାୟ:
କମାନ୍ତୁ ଇ-ଗ୍ୟାଜେଟ୍‌ ବ୍ୟବହାର: ଆଜିର ଦିନରେ ମୋବାଇଲ୍‌ ଫୋନ୍‌, କମ୍ପ୍ୟୁଟର, ଲାପ୍‌ଟପ୍‌ ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ସ ଗ୍ୟାଜେଟର ଅନେକଙ୍କ ଆଡିକ୍ସନରେ ପରିଣତ ହେଉଛି। ଏହାକୁ ବ୍ୟବହାର କରିବା ନିଶାରେ ସେମାନେ ପରିବାର, ସାଙ୍ଗସାଥୀ ପ୍ରମୁଖଙ୍କଠାରୁ ସମ୍ପୂର୍ଣ୍ଣ ଦୂରେଇ ଯାଉଛନ୍ତି। ଫଳରେ କେତେକଙ୍କଠାରେ ଏହା ବିଭିନ୍ନ ମାନସିକ ସମସ୍ୟା ଉପୁଯାଉଛି। ତେଣୁ ମାନସିକ ସୁସ୍ଥତା ଲାଗି ଅତ୍ୟାବଶ୍ୟକ ନ ଥିଲେ ଇ-ଗ୍ୟାଜେଟ୍‌ଠାରୁ ଦୂରେଇ ରହି ପରିବାର ସଦସ୍ୟ ଏବଂ ସାଙ୍ଗସାଥୀଙ୍କ ସହ କ୍ଲାସି ଟାଇମ୍‌ ବିତାନ୍ତୁ।
ଏଣ୍ଟରଟେନ୍‌ମେଣ୍ଟ ବହୁତ ଜରୁରୀ: ଦୈନନ୍ଦିନ କାର୍ଯ୍ୟବ୍ୟସ୍ତତା ଚାପରୁ ମନକୁ ହାଲୁକା କରିବା ଲାଗି ଏଣ୍ଟରଟେନ୍‌ମେଣ୍ଟ ନିହାତି ଆବଶ୍ୟକ। ସେଥିପାଇଁ କିଛି ସମୟ ଫିଲ୍ମ ଦେଖିବା, ସଙ୍ଗୀତ ଶୁଣିବା ଆଦିରେ ମନ ନିବେଶ କରନ୍ତୁ। ସମୟ ମିଳିଲେ ପରିବାର ସଦସ୍ୟ କିମ୍ବା ସାଙ୍ଗସାଥୀଙ୍କ ସହ ବୁଲାବୁଲି କରିବାକୁ ଯାଆନ୍ତୁ ଦେଖିବେ ମନ ଖୁସି ରହିବ।
ଜୀବନଶୈଳୀ ପରିବର୍ତ୍ତନ ଦେବ ଖୁସି: ସୁଷମ ଖାଦ୍ୟ ଖାଇବା ସହ ପ୍ରତିଦିନ ପର୍ଯ୍ୟାପ୍ତ ନିଦ୍ରା ଯାଆନ୍ତୁ। କାରଣ ମସ୍ତିଷ୍କକୁ ବିଶ୍ରାମ ଦେବା ହିଁ ମାନସିକ ସୁସ୍ଥତା ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ। ନିଶାସେବନ ଅଭ୍ୟାସ ଥିଲେ ତୁରନ୍ତ ଛାଡିବାକୁ ଚେଷ୍ଟା କରନ୍ତୁ। ତା’ଛଡା ଦୈନିକ ଅତିକମ୍‌ରେ ଅଧଘଣ୍ଟାରୁ ଏକ ଘଣ୍ଟା ପର୍ଯ୍ୟନ୍ତ ଯୋଗ ବ୍ୟାୟାମ କଲେ ଶରୀର ଫିଟ୍‌ ରହିବା ସହ ମନ ମଧ୍ୟ ଖୁସି ରହିବ ଏଥିରେ ସନ୍ଦେହ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?