୫୫ ହଜାର ପ୍ଲଟ୍‌ରେ ହୋଇନି ଚାଷ

କେନ୍ଦୁଝର,୨ା୧(ସ୍ବ.ପ୍ର.):କେନ୍ଦୁଝର ଜିଲାରେ ଚଳିତ ବର୍ଷ ୫୫ ହଜାରରୁ ଊର୍ଦ୍ଧ୍ୱ ଜାଲ୍‌ ପଞ୍ଜୀକରଣ କରାଯାଇଛି। ପଞ୍ଜୀକୃତ ଜମିରେ ଧାନ ଚାଷ ହୋଇନାହିଁ। ପ୍ରଶାସନ ପକ୍ଷରୁ ସାଟେଲାଇଟ୍‌ ସର୍ଭେରେ ଉକ୍ତ ତଥ୍ୟ ଜଣାପଡ଼ିଛି। ମାତ୍ର କେତେଜଣ ଚାଷୀ ସେମାନଙ୍କ ପଞ୍ଜୀକରଣ କରିଥିବା ପ୍ଲଟ୍‌ ମୁତାବକ ଧାନ କିଣା ଯାଉ ନ ଥିବା ଅଭିଯୋଗ କରିଛନ୍ତି। ଏଭଳି ଏକ ଦୃଷ୍ଟାନ୍ତ କ୍ରମେ ସଦର ବ୍ଲକ୍‌ ରାଇସୁଆଁ ଗ୍ରାମର ଅନନ୍ତ ଚରଣ ରାଉତ (ପଞ୍ଜୀକରଣ ନମ୍ବର ଏଫ୍‌ ୧୮୧୦୦୦୦୪୭୯୬) ନାମକ ଚାଷୀ ମାତ୍ର ୧.୧୪ କୁଇଣ୍ଟାଲ ଧାନ ବିକ୍ରି ପାଇଁ ଟୋକନ ପାଇ ଚିନ୍ତାରେ ରହିଛନ୍ତି। ତାଙ୍କର ୧.୩୦ ଏକର ଜମି ରହିଥିବା ବେଳେ ଏତେ କମ୍‌ ପରିମାଣର ଧାନ କିଣିବା ପାଇଁ କିପରି ଟୋକନ (ନମ୍ବର ୪୪୨) ଆସିଲା ବୋଲି ସେ କହିଛନ୍ତି। ଧାନ କିଣାରେ କୌଣସି ତ୍ରୁଟି ହୋଇନାହିଁ। ସାଟେଲାଇଟ୍‌ ସର୍ଭେ ପରେ ଚାଷ ହୋଇ ନଥିବା ଜମିର ଟୋକନ କଟାଯାଇଛି। କୌଣସି ଅଭିଯୋଗ ଥିଲେ ସୂଚନା ଦେଖିପାରିବେ ବୋଲି ସମବାୟ ସମିତି ପକ୍ଷରୁ କୁହାଯାଇଛି।
ବିଭାଗୀୟ ସୂଚନା ମୁତାବକ, ଜିଲାରେ ଚାଷୀମାନେ ପଞ୍ଜୀକରଣ କରିବା ପରେ ଜୁଲାଇ, ସେପ୍ଟେମ୍ବର ଓ ଅକ୍ଟୋବରରେ ସାଟେଲାଇଟ ସର୍ଭେ କରାଯାଇଥିଲା। ପଞ୍ଜୀକରଣ କରିଥିବା ଚାଷୀଙ୍କ ମଧ୍ୟରୁ ୭୨ ହଜାର ପ୍ଲଟ୍‌ ସନ୍ଦେହପୂର୍ଣ୍ଣ ଥିଲା। ଅର୍ଥାତ୍‌ ଆଦୌ ଚାଷ ହୋଇ ନ ଥିବା କିମ୍ବା ପରିବା, ବାଦାମ ଆଦି ଚାଷ ଓ ଘରବାଡ଼ି ଭଳି କାମରେ ବ୍ୟବହାର ହୋଇଥିବା ଆଦି କାରଣରୁ ସର୍ଭେରେ ପ୍ଲଟ୍‌ଗୁଡ଼ିକ ସନ୍ଦେହ ଘେରକୁ ଆସିଥିଲା। ଏହା ସତ୍ତ୍ୱେ ଫିଲ୍ଡ ସର୍ଭେ କରାଯାଇଥିଲା। ସେଥିରୁ ୭ ହଜାର ପ୍ଲଟ୍‌ରେ ଧାନ ଚାଷ କରାଯାଇଥିବା ବେଳେ ୫୫ ହଜାର ପ୍ଲଟ୍‌ରେ ଆଦୌ ଧାନ ଚାଷ ହୋଇ ନ ଥିବା ଧରାପଡ଼ିଥିଲା। ଏଣୁ ଏସବୁ ଜାଲ୍‌ ପ୍ଲଟ୍‌ ପଞ୍ଜୀକରଣ ହୋଇଥିବା ଜଣାପଡ଼ିଥିଲା। ଏଣୁ ସହି ସବୁ କାରଣରୁ ବହୁ ଚାଷୀ ପଞ୍ଜୀକରଣ କରିଥିଲେ ହେଁ ଧାନ ବିକ୍ରିରୁ ବଞ୍ଚତ୍ତ ହେବେ ବୋଲି କୁହାଯାଉଛି। ଏହାକୁ ନେଇ ଚାଷୀମାନେ ସୋସାଇଟି ତଥା ପ୍ରଶାସନ ଉପରେ ଦୋଷାରୋପ କରୁଛନ୍ତି। ଆଗାମୀ ଦିନରେ ଏନେଇ ସ୍ପଷ୍ଟ ସୂଚନା ଦିଆ ନ ଗଲେ ଚାଷୀ ଅସନ୍ତୋଷ ଓ ଆନ୍ଦୋଳନ ବଢ଼ିବ ବୋଲି ମତପ୍ରକାଶ ପାଉଛି। ଏ ନେଇ କେନ୍ଦୁଝର ଡିଆର୍‌ଏସ୍‌ଏସ୍‌ (ଡେପୁଟି ରେଜିଷ୍ଟ୍ରାର କୋ ଅପରେଟିଭ ସୋସାଇଟି) ଶୁଭକାନ୍ତ ଟୁଗି କହିଛନ୍ତି, ସାଟେଲାଇଟ ଜରିଆରେ ମ୍ୟାପିଂ କରାଯାଇଛି। କୌଣସି ତ୍ରୁଟି ହୋଇନାହିଁ। ଏ ନେଇ କୌଣସି ଅଭିଯୋଗ ଥିଲେ ସେମାନେ ଆସି ସୂଚନା ଦେଖିପାରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦିନ ହେଲା ନିଖୋଜ ଥିଲେ ଯୁବକ, ପରିତ୍ୟକ୍ତକୁ ଘରୁ ମିଳିଲା…

କଟକ,୨୫।୮(ପ୍ରଭୁ କଲ୍ୟାଣ ପାଲ୍‌): ବାରଙ୍ଗ ଥାନା ଗୋଡ଼ିସାହିର ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ଯୁବକ ଜଣକ ବାରଙ୍ଗ…

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର: ଛାତ୍ରୀଛାତ୍ରଙ୍କ ମଧ୍ୟରେ ବୃଦ୍ଧି ପାଉଛି ଆଗ୍ରହ

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଙ୍ଗଳବାର ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର ଅନୁଷ୍ଠିତ…

ବ୍ୟବସାୟୀଙ୍କ ଘରୁ ଚୋରି ଘଟଣାରେ ୬ ଗିରଫ: ସୁନା-ରୁପା ଜବତ

କେସିଙ୍ଗା,୨୫।୮(ତୁମେଶ୍ୱର ସାହୁ) : କେସିଙ୍ଗା ସହର ୱାର୍ଡ ନଂ-୩ର ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତ ଜୁଲାଇ ୨୧ ତାରିଖରେ ତାଲା ଭାଙ୍ଗି ସୁନା, ରୁପା ଓ…

ସ୍ବାମୀଙ୍କ ଆଗରେ ଚାଲିଗଲା ସାବିତ୍ରୀଙ୍କ ଜୀବନ: ନାତୁଣୀ ଜନ୍ମଦିନ ସାରି ଫେରୁଥିବାବେଳେ ଘଟିଲା…

ତାଳଚେର,୨୫।୮(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଚାଇଁପାଳ ଓଭର ବ୍ରିଜ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ସ୍କୁଟିକୁ ଧକ୍କା ଦେଇଛି ଟ୍ରକ।…

ଡଙ୍ଗା ଚଢୁଥିଲେ ପରେଶ୍ୱର,ଟାଣିନେଲା କୁମ୍ଭୀର: ଆଉ ତା’ପରେ ଘଟିଲା…

ରାଜକନିକା,୨୫।୮(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ତ୍ରୈଲୋକ୍ୟପୁର ପଞ୍ଚାୟତ ଗଙ୍ଗାଧର ପ୍ରସାଦ ଡିଆ ଗାଁ ସନ୍ନିକଟ ଖରସ୍ରୋତା ନଦୀର ଭରାନଦୀରେ ମଙ୍ଗଳବାର ସକାଳେ ସମୟରେ…

ବିଧାୟକଙ୍କ ଉପସ୍ଥିତିରେ ଆପୋଷ ବୁଝାମଣାରେ ତୁଟିଲା ଉଠାଦୋକାନୀ ବିବାଦ

ଛତ୍ରପୁର,୨୫।୮(ଦିଲ୍ଲୀପ ସାମଲ): ଛତ୍ରପୁର ସହର ବାଳିକା ଉଚ୍ଚ ବିଦ୍ୟାଳୟ ନିକଟ ପରିବା ବଜାର ଉଠାଦୋକାନୀ ମଙ୍ଗଳବାର ବନ୍ଦ ଡାକରା ଦେଇଥିବା ବେଳେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri