Posted inଜାତୀୟ

୫୫% ହୃଦ୍‌ରୋଗୀ ଗମ୍ଭୀରତାକୁ ବୁଝି ନ ପାରି ପ୍ରାଣ ହରାଉଛନ୍ତି

ନୂଆଦିଲ୍ଲୀ, ୩୧ା୫: ହୃଦ୍‌ରୋଗୀ ଏବଂ ହୃଦ୍‌ଘାତର ସମ୍ମୁଖୀନ ହେଉଥିବା ମାତ୍ର ୧୦ ପ୍ରତିଶତ ରୋଗୀ ଘଣ୍ଟାଏ ମଧ୍ୟରେ ହସ୍ପିଟାଲରେ ପହଞ୍ଚୁଛନ୍ତି, ଯାହା ମୃତ୍ୟୁରୁ ବଞ୍ଚାଇବା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସମୟ। ହୃଦ୍‌ଘାତ ଉପରେ ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ (ଏମ୍ସ) ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡ଼ିଛି। ହୃଦ୍‌ରୋଗୀ ଯେତେ ଶୀଘ୍ର ହସ୍ପିଟାଲରେ ପହଞ୍ଚତ୍ବେ, ସେମାନେ ଚିକିତ୍ସାର ସେତେ ଭଲ ଫଳ ପାଇବେ ବୋଲି ଅଧ୍ୟୟନରେ କୁହାଯାଇଛି। ଏମ୍ସର ଏହି ଅଧ୍ୟୟନ ମେଡିକାଲ ପତ୍ରିକା ‘ଦି ଲାନ୍‌ସେଟ୍‌’ରେ ପ୍ରକାଶ ପାଇଛି। ହସ୍ପିଟାଲରେ ପହଞ୍ଚତ୍ବାରେ ବିଭିନ୍ନ ସ୍ତରରେ ଘଟୁଥିବା ବିଳମ୍ବର କାରଣ ଖୋଜି ଏହାର ସମାଧାନ କରାଯିବା ପାଇଁ ଏଥିରେ ପରାମର୍ଶ ଦିଆଯାଇଛି।
ହରିୟାଣାର ଫରିଦାବାଦ ଅନ୍ତର୍ଗତ ବଲ୍ଲଭଗଡ଼ ବ୍ଲକ୍‌ରେ ହୃଦ୍‌ଘାତରେ ପ୍ରାଣ ହରାଇଥିବା ଲୋକମାନଙ୍କର ଏକ ସାମାଜିକ ଅଡିଟ୍‌ କରାଯାଇଥିଲା। ରୋଗୀ ଠିକ୍‌ ସମୟରେ ହସ୍ପିଟାଲରେ ପହଞ୍ଚତ୍ଥିଲେ ବଞ୍ଚତ୍ୟାଇପାରିଥାନ୍ତେ କି ବୋଲି ସେମାନେ ଜାଣିବାକୁ ଚାହିଁଥିଲେ। ଜରୁରୀ ସ୍ବାସ୍ଥ୍ୟସେବା ପାଇବାରେ ସେମାନେ କିଭଳି ସମସ୍ୟାର ସମ୍ମୁଖୀନ ହେଲେ ଏବଂ ହସ୍ପିଟାଲରେ ପହଞ୍ଚତ୍ବାରେ ବିଳମ୍ବର କାରଣ କ’ଣ ଏ ସମ୍ପର୍କରେ ରୋଗୀଙ୍କ ପରିବାର ସଦସ୍ୟଙ୍କୁ ପଚରାଯାଇଥିଲା ବୋଲି ଏମ୍ସର ସେଣ୍ଟର ଫର୍‌ କମ୍ୟୁନିଟି ମେଡିସିନ୍‌ ପ୍ରଫେସର ଆନନ୍ଦ କ୍ରିଷ୍ଣନ କହିଛନ୍ତି। ଇଣ୍ଡିଆନ୍‌ କାଉନସିଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚ ପାଣ୍ଠିରେ ହୋଇଥିବା ଏହି ଅଧ୍ୟୟନରେ ଏମ୍ସର କାର୍ଡିଓଲୋଜି, ନ୍ୟୁରୋଲୋଜି ଏବଂ କମ୍ୟୁନିଟି ମେଡିସିନ୍‌ ବିଭାଗ ସାମିଲ ହୋଇଥିଲେ।
୩୦ରୁ ୪୦ ପ୍ରତିଶତ ଲୋକେ ପରିସ୍ଥିତି କାରଣରୁ ବିଳମ୍ବର ସମ୍ମୁଖୀନ ହୋଇ ନ ଥିବା ଅଧ୍ୟୟନରୁ ଜଣାପଡ଼ିଛି। ପ୍ରାୟ ୫୫ ପ୍ରତିଶତ କ’ଣ ଘଟିଲା ବୁଝି ନ ପାରି ହସ୍ପିଟାଲ ଯିବାରେ ବିଳମ୍ବ କରିଥାନ୍ତି ବୋଲି ଡା. କ୍ରିଷ୍ଣନ କହିଛନ୍ତି। ସେମାନଙ୍କୁ ହୃଦ୍‌ଘାତ ହେଲା କିମ୍ବା ସାମାନ୍ୟ ଯନ୍ତ୍ରଣା ହେଉଛି, ତାହା ସେମାନେ ବୁଝିବାକୁ ସମର୍ଥ ହୋଇ ନ ଥାନ୍ତି। ଫଳରେ ହସ୍ପିଟାଲକୁ ଯିବେ କି ନାହିଁ, ଏନେଇ ସେମାନେ ଦ୍ୱନ୍ଦ୍ୱରେ ପଡ଼ିଥାନ୍ତି। ୨୦ରୁ ୩୦ ପ୍ରତିଶତଙ୍କ କ୍ଷେତ୍ରରେ ଚିକିତ୍ସା ପାଇଁ ଗାଡ଼ି ଏବଂ ଅର୍ଥ ଯୋଗାଡ଼କୁ ନେଇ ବିଳମ୍ବ ଦେଖାଦେଇଥାଏ। ସେମାନେ ତୁରନ୍ତ ହସ୍ପିଟାଲ ଯିବାକୁ ଚାହୁଁଥିଲେ ମଧ୍ୟ ଆର୍ଥତ୍କ ଏବଂ ଭୌଗୋଳିକ ସମସ୍ୟା ଏଥିରେ ଅନ୍ତରାୟ ସୃଷ୍ଟି କରିଥାଏ ବୋଲି ଡା. କ୍ରିଷ୍ଣନ କହିଛନ୍ତିି। ପ୍ରାୟ ୧୦ ପ୍ରତିଶତ ରୋଗୀ ଠିକ୍‌ ସମୟରେ ହସ୍ପିଟାଲରେ ପହଞ୍ଚତ୍ ମଧ୍ୟ ଆପତ୍‌କାଳୀନ ସୁବିଧା ନ ଥିବାରୁ ଚିକିତ୍ସା ପାଇବାରେ ବିଳମ୍ବର ସମ୍ମୁଖୀନ ହୋଇଥାନ୍ତି। କୋଭିଡ୍‌ ମହାମାରୀ ପୂର୍ବରୁ ବର୍ଷେ ପର୍ଯ୍ୟନ୍ତ ଏହି ଅଧ୍ୟୟନ ଚାଲିଥିଲା, ଯେଉଁଥିରେ ୪୩୫ ହୃଦ୍‌ଘାତ ମୃତ୍ୟୁ ମାମଲାକୁ ସାମିଲ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

‘ବିଶ୍ୱବାସୀଙ୍କୁ ଭାରତ ଆସିବା ଉଚିତ ବୋଲି ଅନୁଭବ କରିବା ଦରକାର,’ ମହାକାଶ ଷ୍ଟାର୍ଟଅପ୍ସର ପ୍ରତିଷ୍ଠାତାମାନଙ୍କୁ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ମହାକାଶ କ୍ଷେତ୍ରକୁ ବିଶ୍ୱ ଆକର୍ଷଣର କେନ୍ଦ୍ର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମହାକାଶ ଷ୍ଟାର୍ଟଅପଗୁଡ଼ିକର ସିଇଓ ଏବଂ ପ୍ରତିଷ୍ଠାତାମାନଙ୍କ ସହିତ…

ସୁନା ବ୍ୟବସାୟୀଙ୍କ ଘରେ ମାରଣାସ୍ତ୍ର ଦେଖାଇ ଡକାୟତି: ପ୍ରାୟ କୋଟିଏ ଟଙ୍କାର ସୁନାଗହଣା ଲୁଟ୍

ବଲାଙ୍ଗୀର, ୨୩।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଅଞ୍ଚଳରେ ଏକ ବଡ଼ଧରଣର ସଶସ୍ତ୍ର ଡକାୟତି ଘଟଣା ଘଟିଛି। ସିନ୍ଧେକେଲା ଥାନାଠାରୁ ମାତ୍ର ୧୦୦ ମିଟର…

ବୁଧାଦ୍ଧିତ୍ୟ ରାଜଯୋଗ: ୫ ରାଶିଙ୍କ ହୁ ହୁ ହୋଇ ବଢିବ ଧନ! ମିଳିବ ମନଲାଖି ଚାକିରି…

ଅଗଷ୍ଟ ମାସରେ ଗ୍ରହମାନଙ୍କ ସ୍ଥିତି ଏବଂ ସଂଯୋଗ ଯୋଗୁଁ କେତେକ ରାଶିର ଜାତକଙ୍କୁ ବଡ଼ ଲାଭ ମିଳିପାରେ। ଏହି ସମୟରେ ସିଂହ ରାଶିରେ ସୂର୍ଯ୍ୟ, ବୁଧ ଏବଂ…

ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ପ୍ରସାର ପାଇଁ ଆହ୍ବାନ

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଶନିବାର ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରମୋଦ ପଣ୍ଡାଙ୍କ ବାସଭବନରେ ଆୟୋଜିତ ସଭାରେ ପୁରୀ ଗୋବର୍ଦ୍ଧନ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ନେସଲେ, ପେପ୍ସିକୋରୁ ଡୋମିନୋଜ୍… ଭ୍ରାମକ ବିଜ୍ଞାପନ ପାଇଁ ୧୫୦ରୁ ଅଧିକ କମ୍ପାନୀକୁ ନୋଟିସ୍!

ନୂଆଦିଲ୍ଲୀ,୨୩ା୮: ଭାରତର ଖାଦ୍ୟ ସୁରକ୍ଷା ନିୟାମକ ସଂସ୍ଥା ‘ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ’ (FSSAI) ଦେଶର କେତେକ ପ୍ରମୁଖ ଖାଦ୍ୟ ଏବଂ ପାନୀୟ (Food…

କୁଲଦୀପ ଯାଦବଙ୍କୁ ଦ୍ୱିତୀୟ ଟେଷ୍ଟରୁ କାହିଁକି ବାଦ ଦିଆଗଲା? ବିସିସିଆଇ ପ୍ରକୃତ କାରଣ ପ୍ରକାଶ କଲା

ନୂଆଦିଲ୍ଲୀ,୨୩।୮: କୁଲଦୀପ ଯାଦବ ବର୍ତ୍ତମାନ କଲମ୍ବୋରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଖେଳୁନାହାଁନ୍ତି। ତାଙ୍କ ସ୍ଥାନରେ ଅଫ ସ୍ପିନର ସାରାଂଶ ଜୈନଙ୍କୁ ପ୍ଲେଇଂ ଏକାଦଶରେ ସାମିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri