Posted inଜାତୀୟ

୫୫% ହୃଦ୍‌ରୋଗୀ ଗମ୍ଭୀରତାକୁ ବୁଝି ନ ପାରି ପ୍ରାଣ ହରାଉଛନ୍ତି

ନୂଆଦିଲ୍ଲୀ, ୩୧ା୫: ହୃଦ୍‌ରୋଗୀ ଏବଂ ହୃଦ୍‌ଘାତର ସମ୍ମୁଖୀନ ହେଉଥିବା ମାତ୍ର ୧୦ ପ୍ରତିଶତ ରୋଗୀ ଘଣ୍ଟାଏ ମଧ୍ୟରେ ହସ୍ପିଟାଲରେ ପହଞ୍ଚୁଛନ୍ତି, ଯାହା ମୃତ୍ୟୁରୁ ବଞ୍ଚାଇବା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସମୟ। ହୃଦ୍‌ଘାତ ଉପରେ ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ (ଏମ୍ସ) ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡ଼ିଛି। ହୃଦ୍‌ରୋଗୀ ଯେତେ ଶୀଘ୍ର ହସ୍ପିଟାଲରେ ପହଞ୍ଚତ୍ବେ, ସେମାନେ ଚିକିତ୍ସାର ସେତେ ଭଲ ଫଳ ପାଇବେ ବୋଲି ଅଧ୍ୟୟନରେ କୁହାଯାଇଛି। ଏମ୍ସର ଏହି ଅଧ୍ୟୟନ ମେଡିକାଲ ପତ୍ରିକା ‘ଦି ଲାନ୍‌ସେଟ୍‌’ରେ ପ୍ରକାଶ ପାଇଛି। ହସ୍ପିଟାଲରେ ପହଞ୍ଚତ୍ବାରେ ବିଭିନ୍ନ ସ୍ତରରେ ଘଟୁଥିବା ବିଳମ୍ବର କାରଣ ଖୋଜି ଏହାର ସମାଧାନ କରାଯିବା ପାଇଁ ଏଥିରେ ପରାମର୍ଶ ଦିଆଯାଇଛି।
ହରିୟାଣାର ଫରିଦାବାଦ ଅନ୍ତର୍ଗତ ବଲ୍ଲଭଗଡ଼ ବ୍ଲକ୍‌ରେ ହୃଦ୍‌ଘାତରେ ପ୍ରାଣ ହରାଇଥିବା ଲୋକମାନଙ୍କର ଏକ ସାମାଜିକ ଅଡିଟ୍‌ କରାଯାଇଥିଲା। ରୋଗୀ ଠିକ୍‌ ସମୟରେ ହସ୍ପିଟାଲରେ ପହଞ୍ଚତ୍ଥିଲେ ବଞ୍ଚତ୍ୟାଇପାରିଥାନ୍ତେ କି ବୋଲି ସେମାନେ ଜାଣିବାକୁ ଚାହିଁଥିଲେ। ଜରୁରୀ ସ୍ବାସ୍ଥ୍ୟସେବା ପାଇବାରେ ସେମାନେ କିଭଳି ସମସ୍ୟାର ସମ୍ମୁଖୀନ ହେଲେ ଏବଂ ହସ୍ପିଟାଲରେ ପହଞ୍ଚତ୍ବାରେ ବିଳମ୍ବର କାରଣ କ’ଣ ଏ ସମ୍ପର୍କରେ ରୋଗୀଙ୍କ ପରିବାର ସଦସ୍ୟଙ୍କୁ ପଚରାଯାଇଥିଲା ବୋଲି ଏମ୍ସର ସେଣ୍ଟର ଫର୍‌ କମ୍ୟୁନିଟି ମେଡିସିନ୍‌ ପ୍ରଫେସର ଆନନ୍ଦ କ୍ରିଷ୍ଣନ କହିଛନ୍ତି। ଇଣ୍ଡିଆନ୍‌ କାଉନସିଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚ ପାଣ୍ଠିରେ ହୋଇଥିବା ଏହି ଅଧ୍ୟୟନରେ ଏମ୍ସର କାର୍ଡିଓଲୋଜି, ନ୍ୟୁରୋଲୋଜି ଏବଂ କମ୍ୟୁନିଟି ମେଡିସିନ୍‌ ବିଭାଗ ସାମିଲ ହୋଇଥିଲେ।
୩୦ରୁ ୪୦ ପ୍ରତିଶତ ଲୋକେ ପରିସ୍ଥିତି କାରଣରୁ ବିଳମ୍ବର ସମ୍ମୁଖୀନ ହୋଇ ନ ଥିବା ଅଧ୍ୟୟନରୁ ଜଣାପଡ଼ିଛି। ପ୍ରାୟ ୫୫ ପ୍ରତିଶତ କ’ଣ ଘଟିଲା ବୁଝି ନ ପାରି ହସ୍ପିଟାଲ ଯିବାରେ ବିଳମ୍ବ କରିଥାନ୍ତି ବୋଲି ଡା. କ୍ରିଷ୍ଣନ କହିଛନ୍ତି। ସେମାନଙ୍କୁ ହୃଦ୍‌ଘାତ ହେଲା କିମ୍ବା ସାମାନ୍ୟ ଯନ୍ତ୍ରଣା ହେଉଛି, ତାହା ସେମାନେ ବୁଝିବାକୁ ସମର୍ଥ ହୋଇ ନ ଥାନ୍ତି। ଫଳରେ ହସ୍ପିଟାଲକୁ ଯିବେ କି ନାହିଁ, ଏନେଇ ସେମାନେ ଦ୍ୱନ୍ଦ୍ୱରେ ପଡ଼ିଥାନ୍ତି। ୨୦ରୁ ୩୦ ପ୍ରତିଶତଙ୍କ କ୍ଷେତ୍ରରେ ଚିକିତ୍ସା ପାଇଁ ଗାଡ଼ି ଏବଂ ଅର୍ଥ ଯୋଗାଡ଼କୁ ନେଇ ବିଳମ୍ବ ଦେଖାଦେଇଥାଏ। ସେମାନେ ତୁରନ୍ତ ହସ୍ପିଟାଲ ଯିବାକୁ ଚାହୁଁଥିଲେ ମଧ୍ୟ ଆର୍ଥତ୍କ ଏବଂ ଭୌଗୋଳିକ ସମସ୍ୟା ଏଥିରେ ଅନ୍ତରାୟ ସୃଷ୍ଟି କରିଥାଏ ବୋଲି ଡା. କ୍ରିଷ୍ଣନ କହିଛନ୍ତିି। ପ୍ରାୟ ୧୦ ପ୍ରତିଶତ ରୋଗୀ ଠିକ୍‌ ସମୟରେ ହସ୍ପିଟାଲରେ ପହଞ୍ଚତ୍ ମଧ୍ୟ ଆପତ୍‌କାଳୀନ ସୁବିଧା ନ ଥିବାରୁ ଚିକିତ୍ସା ପାଇବାରେ ବିଳମ୍ବର ସମ୍ମୁଖୀନ ହୋଇଥାନ୍ତି। କୋଭିଡ୍‌ ମହାମାରୀ ପୂର୍ବରୁ ବର୍ଷେ ପର୍ଯ୍ୟନ୍ତ ଏହି ଅଧ୍ୟୟନ ଚାଲିଥିଲା, ଯେଉଁଥିରେ ୪୩୫ ହୃଦ୍‌ଘାତ ମୃତ୍ୟୁ ମାମଲାକୁ ସାମିଲ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ଚଣ୍ଡିଗଡ଼,୨୫।୪: ହରିୟାଣାର ୮ଟି ଲୋକ ସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। କୁମାରୀ ଶୈଳଜାଙ୍କୁ ସିରସା, ରୋହତକରୁ ଦିପେନ୍ଦ୍ର ସିଂ ହୁଡା, ଅମ୍ବାଲାରୁ...

କେଜରିଓ୍ବାଲ ଜେଲରୁ ନ ଆସିବା ପର୍ଯ୍ୟନ୍ତ ହେବ ନାହିଁ ମେୟର ନିର୍ବାଚନ? ଏଲଜି ଦେଲେ ଏହି ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୫।୪: ଅନୁମାନ କରାଯାଉଛି ଯେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜେଲରୁ ବାହାରିବା ପର୍ଯ୍ୟନ୍ତ ଏମସିଡି ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ହୋଇ...

ସ୍ଥଗିତ ରହିଲା ଏମସିଡି ମେୟର, ଡେପୁଟି ମେୟର ନିର୍ବାଚନ

ନୂଆଦିଲ୍ଲୀ,୨୫।୪: ଏପ୍ରିଲ ୨୬ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ମ୍ୟୁନିସିପାଲିଟି କର୍ପୋରେସନ ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ସ୍ଥଗିତ ରଖାଯାଇଛି। ଏହାର କାରଣ...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରସ୍ତୁତି ଶେଷ: ରାହୁଲ, ଓମ୍‌ ବିର୍ଲା, ହେମା ମାଳିନୀଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୨୫ା୪: ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ। ୧୩ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୮୮ ଆସନରେ ମତଦାନ ହେବ। ଏହି ପର୍ଯ୍ୟାୟରେ କଂଗ୍ରେସ...

ଅଣ୍ଡା, ଚିକେନ ଖାଉଥିବା ଲୋକେ ହୁଅନ୍ତୁ ସାବଧାନ

ନୂଆଦିଲ୍ଲୀ,୨୫।୪: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ବାର୍ଡଫ୍ଲୁ ରୋଗ ସଂକ୍ରମଣ ହୋଇଥିବା ଜଣାପଡିଛି। ସେଠାରେ ଅନେକ ନମୁନା ପରୀକ୍ଷା କରାଯାଇଥିଲା ଯେଉଁଥିରେ ଏଭିୟନ ଇନଫ୍ଲୁଏନଞ୍ଜା H5N1 ଚିହ୍ନଟ...

ନିର୍ବାଚନ ଲଢିବେ କଳ୍ପନା

ରାଞ୍ଚି,୨୫।୪: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ସୋରେନ ନିର୍ବାଚନ ମଇଦାନରେ ପ୍ରବେଶ କରିଛନ୍ତି। ଗାଂଡେୟ ବିଧାନସଭା ଆସନରୁ ଉପ-ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି...

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା ବିଏସପି, ରାଏବରେଲିରୁ ଲଢିବେ…

ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ବହୁଜନ ସମାଜ ପାର୍ଟି (ବିଏସପି) ଗୁରୁବାର ଆଉ ଏକ ପ୍ରାର୍ଥୀ ତାଲିକା ଜାରି କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri