ବ୍ୟାଙ୍କ୍‌ରେ ନକଲି ଅଳଙ୍କାର ରଖି ୫୫ ଲକ୍ଷ ଟଙ୍କା ଆତ୍ମସାତ୍‌: ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ

ବାଲିଗୁଡା,୪।୯(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ୟୁକୋ ବ୍ୟାଙ୍କରେ ବଡ଼ଧରଣର ସୁନାଋଣ ଦୁର୍ନୀତି ପଦାକୁ ଆସିଛି। ବ୍ୟାଙ୍କରେ ସୁନା ଆପ୍ରାଇଜର ଭାବେ କାମ କରୁଥିବା ଜଣେ ବ୍ୟକ୍ତି ବ୍ୟାଙ୍କରେ ନକଲି ସୁନା ବନ୍ଧକ ରଖି ପ୍ରାୟ ୫୫ ଲକ୍ଷ ଟଙ୍କା ଋଣ ନେଇଥିବା ଜଣାପଡିଛି। ସୁନା ଆପ୍ରାଇଜର ଜଣକ ନିଜ ନାଁରେ ରଣ ନ ନେଇ ଅନ୍ୟ ୨ଜଣ ନାଁରେ ଏହି ଋଣ ନେଇଥିବାବେଳେ ସେମାନେ ଋଣ ସୁଝି ନ ପାରିବା ପରେ ଘଟଣା ପଦାକୁ ଆସିଛି। ବନ୍ଧକ ପଡିଥିବା ସୁନା ଯାଞ୍ଚ ପରେ ତାହା ନକଲି ବୋଲି ଜଣାପଡିଥିଲା।

ସୂଚନା ଅନୁଯାଇ ବାଲିଗୁଡ଼ା ୟୁକୋ ବ୍ୟାଙ୍କରେ ୩ବର୍ଷ ଧରି ପି. ସତ୍ୟରାମ ଆଚାରୀ ସୁନା ଆପ୍ରାଇଜର ଭାବେ ଦାୟିତ୍ୱ ତୁଲାଉଥିଲେ। ଏହାର ସୁଯୋଗ ନେଇ ସେ ଚତୁରତାର ସହ ନିଜର ସୁନା ଦୋକାନ ରେ କାମ କରୁଥିବା ୨ଜଣଙ୍କ ନାଁରେ ୨ଟି କିସ୍ତିରେ ପ୍ରାୟ ୫୫ ଲକ୍ଷ ଟଙ୍କାର ସୁନା ଋଣ ନେଇଥିଲେ। ଦୋକାନରେ କାମ କରୁଥିବା ଗରିବ ଝିଅ ରୁନୁବାଳା ପ୍ରଧାନଙ୍କ ଦସ୍ତଖତ ନେଇ ୨୦୨୧ରେ ୟୁକୋ ବ୍ୟାଙ୍କରେ ନକଲି ସୁନା ଅଳଙ୍କାର ବନ୍ଧକ ରଖି ସେ ୨୫ ଲକ୍ଷ ଟଙ୍କା ଋଣ ମଞ୍ଜୁର କରି ନେଇଥିଲେ। ପରେ ରୁନୁବାଳାଙ୍କ ଆକାଉଣ୍ଟରୁ ଟଙ୍କା ନିଜ ଆକାଉଣ୍ଟକୁ ନେଇଥିଲେ I ଦୀର୍ଘ ୩ବର୍ଷ ପରେ ଋଣ ଅବଧି ଶେଷ ହୋଇଯିବା ପରେ ବ୍ୟାଙ୍କ ପକ୍ଷରୁ ଗତ ଜୁଲାଇ ମାସରେ ଘଟଣାର ଖୋଳତାଡ଼ କରାଯାଇଥିଲା। ଯାଞ୍ଚ ବେଳେ ଋଣ ନେଇଥିବା ରୁନୁବାଳା ଋଣ ସୁଝି ନ ଥିବା ଜଣାପଡିଥିଲା। ଏ ସଂକ୍ରାନ୍ତରେ ବ୍ୟାଙ୍କ ପକ୍ଷରୁ ତାଙ୍କୁ ନୋଟିସ ଜାରି ହୋଇଥିଲା। ଦୋକାନରେ କାମ କରୁଥିବା ରୁନୁଙ୍କୁ ବ୍ୟାଙ୍କ ପକ୍ଷରୁ ୩୪ ଲକ୍ଷ ଟଙ୍କା ଋଣ ପରିଶୋଧ କରିବାକୁ ଜୁଲାଇ ମାସରେ ନୋଟିସ ଜାରି ହୋଇଥିଲା। ସେ ଜଣେ ଗରିବ ପରିବାରର ହୋଇଥିବାରୁ ଏତେ ଟଙ୍କା ଋଣ କିଭଳି ନେବେ ବୋଲି କହିବା ପରେ ଘଟଣା ପଦାକୁ ଆସିଥିଲା। ଯାଞ୍ଚ ପରେ ଜାଲିଆତି କରି ନକଲି ସୁନା ଦେଇ ବିପୁଳ ପରିମାଣର ଋଣ ନିଆଯାଇଥିବା ଜଣାପଡିଥିଲା। ସେହିପରି ଜି.ସୀମାଞ୍ଚଳ ରେଡ୍ଡୀଙ୍କ ନାମରେ ମଧ୍ୟ ସୁନା ଆପ୍ରାଇଜର ପ୍ରାୟ ୩୦ଲକ୍ଷ ଟଙ୍କାର ଋଣ ନେଇଥିବା ଜଣାପଡିଛି। ଏଠରେ ନକଲି ସୁନା ଅଳଙ୍କାର ଦିଆଯାଇ ଏହି ସୁନା ଋଣ ନିଆଯାଇଥିବା ଜଣାପଡିଛି।
ଏତେ ଟଙ୍କାର ଋଣ ପରିଶୋଧ ନ ହେବା ପରେ ବ୍ୟାଙ୍କ ପକ୍ଷରୁ ସେମାନଙ୍କ ଦ୍ବାରା ବ୍ୟାଙ୍କରେ ଦାଖଲ ହୋଇଥିବା ସୁନା ଅନ୍ୟ ଜଣେ ସୁନାରୀଙ୍କ ଦ୍ବାରା ଯାଞ୍ଚ ପରେ ତାହା ନକଲି ସୁନା ଅଳଙ୍କାର ବୋଲି ଜଣାପଡିଥିଲା। ଏହି ୫୫ଲକ୍ଷ ଟଙ୍କାର ଦୁର୍ନୀତି ପଛରେ ବ୍ୟାଙ୍କ କର୍ମଚାରୀଙ୍କ ହାତ ଥିବା ସନ୍ଦେହ କରାଯାଉଛି। ଇତିମଧ୍ୟରେ ସୁନା ଆପ୍ରାଇଜର ସତ୍ୟରାମ ଗତ ଜୁଲାଇ ମାସଠାରୁ ନିଜର ସୁନା ଦୋକାନ ବନ୍ଦ କରି କେଉଁଆଡ଼େ ଚାଲିଯାଇଥିବା ଜଣାପଡିଛି। ମଙ୍ଗଳବାର ଏହି ଘଟଣାର ତଦନ୍ତ କରିବାକୁ ଫୁଲବାଣୀ ୟୁକୋ ବ୍ୟାଙ୍କର ଆସିଷ୍ଟାଣ୍ଟ ମ୍ୟାନେଜର କାହ୍ନୁ ଚରଣ ସାହୁ ଓ ଭଞ୍ଜନଗରର ଜଣେ ସୁନାରି ବାଲିଗୁଡ଼ା ୟୁକୋ ବ୍ୟାଙ୍କକୁ ଆସି ମାମଲାର ତଦନ୍ତ କରିଛନ୍ତି। ସଂପୃକ୍ତ ସୁନାରି ସୁନା ଚିହ୍ନିବା ପରେ ବ୍ୟାଙ୍କର ଜୋନାଲ ଅଫିସକୁ ତଦନ୍ତ ରିପୋର୍ଟ ଦେଇଛନ୍ତି । ଘଟଣା ସମ୍ପର୍କରେ ଶାଖା ପରିଚାଳକଙ୍କୁ ପଚାରିବାରୁ ସେ କହିଛନ୍ତି, ଉକ୍ତ ଘଟଣା ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଛି। ଉପରିସ୍ଥ ଅଧିକାରୀଙ୍କ ପକ୍ଷରୁ ଯାହା ନିର୍ଦ୍ଦେଶ ଆସିବ ସେ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବ୍ୟାଙ୍କ ପକ୍ଷରୁ ପୁଣି ଉକ୍ତ ସୁନାର ତନଖି କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?