୨୩ ବର୍ଷ ପରେ ହାଇକୋର୍ଟଙ୍କ ରାୟ: ସରକାରୀ ଖାତାକୁ ଫେରିବ ୫ଶହ ଏକର ଜମି

ପୁରୀ ଅଫିସ,୧୦।୬: ସରକାରଙ୍କ ମାଲିିିିିକାନାକୁ ଫେରିବ ପୁରୀ ସିପସରୁ ବାଲି ଅଞ୍ଚଳରେ ଥିବା ୫ଶହ ଏକରରୁ ଅଧିକ ଜମି। ରାଜ୍ୟ ସରକାରଙ୍କ ସପକ୍ଷରେ ଏହି ରାୟ ଶୁଣାଇଛନ୍ତି ହାଇକୋର୍ଟ। ଦୀର୍ଘ ୨୩ ବର୍ଷ ଧରି ରାଧାକାନ୍ତ ମଠ ପକ୍ଷରୁ ଚାଲିଥିବା ମାମଲାର ଶୁଣାଣି କରି ଗତ ୭ତାରିଖରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ରାଧାକାନ୍ତ ମଠ ପକ୍ଷରୁ ସିପସରୁବାଲି ଅଞ୍ଚଳର ୫ଶହ ଏକର ଜମିକୁ ନିିଜର ବୋଲି ଦାବି କରାଯାଇଆସୁଥିଲା। ୧୯୯୯ ମସିହାରେ ଏ ନେଇ ମଠ ପକ୍ଷରୁ ହାଇକୋର୍ଟରେ ରିଟ୍‌ ପିଟିଶନ ଦାୟର କରାଯାଇଥିଲା।
ଉଲ୍ଲେଖଯୋଗ୍ୟ, ସିପସରୁବାଲି ଅଞ୍ଚଳର ୫୩୩ ଏକର ଜମିର ମାଲିକାନା ଦାବି କରି ରାଧାକାନ୍ତ ମଠ ପକ୍ଷରୁ ୧୯୯୬ ମସିହାରେ ପ୍ରଥମେ ପୁରୀ ତହସିଲଦାରଙ୍କ କୋର୍ଟରେ ମାମଲା ହୋଇଥିଲା। ତହସିଲଦାର ଏଭଳି ଦାବି ଖାରଜ କରିବା ପରେ ଉପଜିଲାପାଳଙ୍କ କୋର୍ଟରେ ଆବେଦନ କରାଯାଇଥିଲା। ସେଠାରେ ମଧ୍ୟ ମାମଲା ଖାରଜ ହେଲା। ଏହାପରେ ଅତିରିକ୍ତ ଜିଲାପାଳଙ୍କ କୋର୍ଟରେ ଏସଂକ୍ରାନ୍ତ ଆବେଦନ ଖାରଜ ହୋଇଥିଲା। ପରେ ୧୯୯୯ରେ ହାଇକୋର୍ଟରେ ରିଟ୍‌ ପିଟିଶନ ଦାଖଲ କରାଯାଇଥିଲା। ତାହା ଏପର୍ଯ୍ୟନ୍ତ ବିଚାରାଧୀନ ଥିଲା। ବିଭିନ୍ନ ପକ୍ଷକୁ ଶୁଣିବା ପରେ ହାଇକୋର୍ଟ ଗତ ୭ ତାରିଖରେ ରାୟ ଶୁଣାଇଛନ୍ତି। ରାୟରେ ଜମିର ମାଲିକାନା ସରକାରଙ୍କ ପାଖରେ ରହିବ ବୋଲି କହିଛନ୍ତି। ସରକାରୀ ଖାତାକୁ ଜମି ଫେରାଇବା ପାଇଁ କାର୍ଯ୍ୟକ୍ରମ ହାତକୁ ନେବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଏବେ ସରକାରୀ ଖାତାକୁ ଜମି ଫେରାଇବା ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ପ୍ରଶାସନ ସ୍ପଷ୍ଟ କରିଛି। ୨୦୧୨ରେ ହାଇକୋର୍ଟ ଏକ ଅନ୍ତରୀଣ ରାୟରେ ମଠ ପାଖରେ ଜମିର ମାଲିକାନା ରହିବ ବୋଲି କହିଥିଲେ। ମାତ୍ର ୭ତାରିଖ ରାୟ ପରେ ଅନ୍ତରୀଣ ରାୟ ନାକଚ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri