୫୦ ବର୍ଷ ତଳେ ଧରିତ୍ରୀ ଖବରକାଗଜ ଆତ୍ମପ୍ରକାଶ କରିଥିଲା। କାଳିନ୍ଦୀ ଚରଣ ପାଣିଗ୍ରାହୀ, ନନ୍ଦିନୀ ଶତପଥୀ, ଦେବେନ୍ଦ୍ର ଶତପଥୀ, ରାମନାଥ ପଣ୍ଡା ପ୍ରମୁଖ ବିଶିଷ୍ଟ ବ୍ୟକ୍ତିଙ୍କ ଉଦ୍ୟମ ଯୋଗୁ ଏହା ସେବେଠାରୁ ଓଡ଼ିଶାବାସୀଙ୍କ ସ୍ୱର ଭାବେ ରହିଆସିଛି। ଏହି ଅର୍ଦ୍ଧ ଶତାବ୍ଦୀରେ ଦୁର୍ନୀତି, ଅନ୍ୟାୟ ଅତ୍ୟାଚାରକୁ ପଦାରେ ପକାଇବାଠାରୁ ଆରମ୍ଭ କରି ରାଜନୀତି, କୃଷି, ବିଜ୍ଞାନ, କ୍ରୀଡ଼ା, ମହିଳା ସଶକ୍ତୀକରଣ, ଯୁବଶକ୍ତି ଜାଗରଣ ଭଳିି ବିଭିନ୍ନ କ୍ଷେତ୍ରରେ ଉଜାଗର ସୃଷ୍ଟି ଲାଗି ଧରିତ୍ରୀ ଏକ ମଞ୍ଚ ପାଲଟିଯାଇଛି। ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ ଏହାର ପ୍ରଚେଷ୍ଟା ଅନସ୍ବୀକାର୍ଯ୍ୟ। ସାହିତ୍ୟର ପରିସର ବ୍ୟାପକ କରିବା ଲାଗି ‘ସାହିତ୍ୟାୟନ’ ଓ ପିଲାଙ୍କ ସକାଶେ ‘ପିଲାଙ୍କ ଧରିତ୍ରୀ’ ଏବଂ ସପ୍ତାହବ୍ୟାପୀ ସ୍ୱତନ୍ତ୍ର ପୃଷ୍ଠାମାନ ପ୍ରକାଶ ପାଇଆସୁଛି। କିଛି ବର୍ଷ ହେବ ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱତାପନ ଯୋଗୁ ପ୍ରାଣିଜଗତ ଅତିଷ୍ଠ ହୋଇଯାଇଥିବାରୁ ୟୁଥ୍‌ କନ୍‌କ୍ଲେଭ ଜରିଆରେ ପରିବେଶ ସଂକ୍ରାନ୍ତ କାର୍ଯ୍ୟକ୍ରମ ଆୟୋଜନ କରି ଧରିତ୍ରୀ ସଚେତନତା ବୃଦ୍ଧି କରିବା ପାଇଁ ଚେଷ୍ଟିତ। ରାଜ୍ୟରେ ଔଦ୍ୟୋଗିକ ଉତ୍କର୍ଷ ପ୍ରତିପାଦନ କରୁଥିବା ଉଦ୍ୟୋଗୀଙ୍କ ପାଇଁ ‘ବିଜ୍‌ନେସ୍‌ ଏମିନେନ୍ସ ଆଓ୍ବାର୍ଡ’ ଏବଂ ଧରିତ୍ରୀର ସହଯୋଗୀ ସଂସ୍ଥା ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ‘ମେଟଲ୍‌ ମିଟ୍‌’ ଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଛାତ୍ରୀଛାତ୍ରଙ୍କ ମଧ୍ୟରେ କୁଇଜ୍‌ ସଂସ୍କୃତିକୁ ବ୍ୟାପକ କରାଯାଉଛି।
ଧରିତ୍ରୀ ଗଣମାଧ୍ୟମ ଏଥିକ୍ସ ବା ନୀତିଶାସ୍ତ୍ରକୁ ଅନୁପାଳନ କରିବା ସହ ନିରପେକ୍ଷତା ଅବଲମ୍ବନ କରିଚାଲିଛି। ଏସବୁ ବଜାୟ ରଖିବା ଲାଗି ବିଭିନ୍ନ ସମୟରେ ଏହା ଅନେକ ଆହ୍ବାନର ସମ୍ମୁଖୀନ ହୋଇଛି। କିନ୍ତୁ ଆଭିମୁଖ୍ୟ ସ୍ପଷ୍ଟ ଓ ନିର୍ଭୀକ ଥିବାରୁ କୌଣସି ବ୍ୟକ୍ତି ବା ସଂସ୍ଥା ଏହା ଉପରେ ଚାପ ପକାଇବାରେ ଏପର୍ଯ୍ୟନ୍ତ ସକ୍ଷମ ହୋଇନାହାନ୍ତି। ସକାରାତ୍ମକ ଓ ଗଠନମୂଳକ ଖବର ପ୍ରକାଶ ସହ ସାମାଜିକ ଓ ସାଂସ୍କୃତିକ ମୂଲ୍ୟବୋଧ ବଜାୟ ରଖିବା ଲକ୍ଷ୍ୟରେ ଧରିତ୍ରୀ ଧାବମାନ।
ବିଶ୍ୱ ପ୍ରେକ୍ଷାପଟକୁ ଦେଖିଲେ ଏବେ ଚାରିଆଡ଼େ ଗୋଟେ ଅଶାନ୍ତ ବାତାବରଣ ସୃଷ୍ଟି ହୋଇଯାଇଛି। ରୁଷିଆ-ୟୁକ୍ରେନ୍‌, ଇସ୍ରାଏଲ୍‌-ହମାସ୍‌ ଯୁଦ୍ଧଠାରୁ ଆରମ୍ଭକରି ତାଇଓ୍ବାନ କେବଳ ଅଶାନ୍ତ ନୁହେଁ, ଭାରତ ସୀମାରେ ମଧ୍ୟ ଅସ୍ୱାଭାବିକ ସ୍ଥିତି ଉପୁଜିଛି। ଅଶାନ୍ତି ମଧ୍ୟରେ ଶାନ୍ତି ଖୋଜିବା ହୋଇଯାଇଛି ମଣିଷ ପାଇଁ ବଡ଼ କାର୍ଯ୍ୟ। ଏହି ଖୋଜିବାରେ ଗଣମାଧ୍ୟମର ଭୂମିକା ଯଥେଷ୍ଟ ରହିଛି। ଅସତ୍ୟ ଖବର ବା ଫେକ୍‌ ନ୍ୟୁଜ୍‌ ସବୁଆଡ଼େ ବ୍ୟାପୁଛି। ଏସବୁର ପୃଷ୍ଠପୋଷକ ହୋଇଯାଇଛନ୍ତି ଇଲେକ୍‌ଟ୍ରୋନିକ୍‌ ଏବଂ ଇଣ୍ଟରନେଟ୍‌ ଆଧାରିତ ଗଣମାଧ୍ୟମ। ଟେଲିଭିଜନରେ ସନ୍ଧ୍ୟା ୭ଟା ବା ୮ଟାରେ ଯେଉଁ ଖବର ଦେଖିବେ ତାହା ୯ଟା ବେଳର ପ୍ରାଇମ୍‌ ଟାଇମ୍‌ ନ୍ୟୁଜ୍‌ରେ ଉଭାନ ହୋଇଯାଉଛି। ସୋସିଆଲ ମିଡିଆ ଓ ଇଣ୍ଟରନେଟ୍‌ ଆଧାରିତ ଗଣମାଧ୍ୟମରେ ଗୋଟେ ଭିଡିଓ ଦେଖି ଜଣେ ବ୍ୟକ୍ତି ତାହାକୁ ସମ୍ପୂର୍ଣ୍ଣ ବିଶ୍ୱାସ କରିଯାଏ। କାରଣ ନିଜ ହାତରେ ଥିବା ମୋବାଇଲ ଫୋନ୍‌ରୁ ତାହାକୁ ଦେଖୁଥିବାରୁ ସେଗୁଡ଼ିକ ଉପରେ ଅଶେଷ ବିଶ୍ୱାସ ସୃଷ୍ଟି ହେଉଛି। ଏକ ଦଶନ୍ଧି ପୂର୍ବେ ଏହି ସ୍ଥିତି ଟେଲିଭିଜନ୍‌ର ଥିଲା। ନିଜ ଶୋଇବା ଘରେ ଯାହା ଦେଖିଲେ ତାହାକୁ ସାଧାରଣରେ ବିଶ୍ୱାସ କଲେ। କାରଣ ସମସ୍ତଙ୍କ ହୃଦ୍‌ବୋଧ ହେଲା ଯେ ଆମେ ସ୍ଵଚକ୍ଷୁରେ ଘଟଣାକୁ ଦେଖୁଛୁ। ଆଗରୁ କଥା ଥିଲା-
‘ଯାହା ନ ଦେଖିବ ବେନି ନୟନେ
ପରତେ ନ ଯିବ ଗୁରୁବଚନେ’।
ଏହି ଢଗ ଏବେ ମଧ୍ୟ ତା’ର ପ୍ରାସଙ୍ଗିକତା ବଜାୟ ରଖିଛି। କିନ୍ତୁ ଆମେ ଯାହା ଦେଖୁଛୁ ବା ଶୁଣୁଛୁ, ସେଥିରୁ ଅଧିକାଂଶ ଏକପାଖିଆ କିମ୍ବା ଅସମ୍ପୂର୍ଣ୍ଣ। ଏଠାରେ ମନେରଖିବା ଦରକାର ଯେ ଅସମ୍ପୂର୍ଣ୍ଣ ସତ୍ୟ ହେଉଛି ସବୁଠାରୁ ମାରାତ୍ମକ। କାରଣ ଫଟୋଶପ୍‌ଠାରୁ ଆରମ୍ଭକରି ପ୍ରାୟ ସମସ୍ତଙ୍କୁ ମାଗଣାରେ ମିଳୁଥିବା ଅନେକ ଆପ୍ସ ମାଧ୍ୟମରେ ଚିତ୍ର ଓ ଭିଡିଓକୁ ପୂରା ବଦଳାଇ ଦିଆଯାଇପାରୁଛି। ମଣିଷ ସ୍ବରକୁ ଅବିକଳ ନକଲ କରି ଦିଆଯାଉଛି। ଏଥିପାଇଁ ଗୋଟିଏ କମ୍ପ୍ୟୁଟର ଯଥେଷ୍ଟ। ଏଭଳି ଢଙ୍ଗରେ ପ୍ରସ୍ତୁତ ଭିଡିଓ କିମ୍ବା ଚିତ୍ର ଦେଖି ସମସ୍ତେ ବିହ୍ବଳ। ବାସ୍ତବରେ ଏହା ମାନବଜାତି ସହିତ ସମଗ୍ର ପୃଥିବୀ ସକାଶେ କ୍ଷତିକାରକ ପାଲଟିପାରେ।
ଏଭଳି ସ୍ଥିତିରେ ଛାପା ଗଣମାଧ୍ୟମ, ଯାହାକି ଅନେକ ଯୁଗ ପର୍ଯ୍ୟନ୍ତ କାଗଜ ଥିବା ଯାଏ ରହିଥିବ, ସେଥିରେ ଭୁଲ ଖବର ବା ଚିତ୍ର ବସିଗଲେ ଆହୁରି କ୍ଷତି ଆଣିଥାଏ। ତେଣୁ ଛାପା ଗଣମାଧ୍ୟମର ଦାୟବଦ୍ଧତା ସବୁଠାରୁ ଅଧିକ ରହିବା ଜରୁରୀ। ଧରିତ୍ରୀ ତା’ର ଜନ୍ମଲଗ୍ନରୁ ମିଡିଆ ଏଥିକ୍ସକୁ ପାଳନ କରି ଆସୁଥିବାରୁ ତିଷ୍ଠି ରହିଛି। କେବଳ ତିଷ୍ଠି ରହି ନାହିଁ, ସାମାଜିକ ଦାୟିତ୍ୱବୋଧକୁ ସୁଚାରୁରୂପେ ତୁଲାଇ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?