୨ ବର୍ଷ ହେବ ଅନ୍ଧାରରେ ୫୦ ପରିବାର

ଯାଜପୁର/କୋରେଇ(ହର୍ଷବର୍ଦ୍ଧନବେହେରା/ଚନ୍ଦ୍ରକାନ୍ତ ପତି),୩।୩: ପ୍ରତି ୫ ବର୍ଷରେ ଥରେ ସାଧାରଣ ନିର୍ବାଚନ ହୁଏ। କିନ୍ତୁ ଯାଜପୁର ଜିଲା କୋରେଇ ବ୍ଲକର କେତେକ ଆଦିବାସୀ ବହୁଳ ଗ୍ରାମର ଭାଗ୍ୟ ବଦଳେ ନାହିଁ। ବିଡମ୍ବନା ଯେ, ଏହି ବ୍ଲକର ଗୌରାପାଳ ଗ୍ରାମର ସ୍କୁଲ ପିଲାମାନେ ଆଜି ବି ଡିବିରି ଆଲୁଅରେ ପାଠ ପଢୁଛନ୍ତି। ସରକାରଙ୍କ ବିଭିନ୍ନ ବିଦ୍ୟୁତୀକରଣ ଯୋଜନା ଫେଲ୍‌ ମାରିଥିବାବେଳେ ଦୁର୍ବଳ ନେତୃତ୍ୱ ଓ ଠିକାଦାରି ରାଜନୀତି ବିକାଶର ଧାରାକୁ ବହୁ ପଛକୁ ପକାଇ ଦେଇଥିବା ସାଧାରଣରେ ଆଲୋଚନା ହେଉଛି।
ଯାଜପୁର ଓ କେନ୍ଦୁଝର ଜିଲାର ସୀମାନ୍ତ କୋରେଇ ବ୍ଲକ ଅଧୀନ ପଛିକୋଟ ପଞ୍ଚାୟତର ଗୌରାପାଳରେ ପ୍ରାୟ ୧୨୫ ଆଦିବାସୀ ପରିବାର ବାସ କରନ୍ତି। ଗ୍ରାମର ପ୍ରାୟ ୯୦ ପ୍ରତିଶତ ଲୋକ ଦିନମଜୁରିଆ ଭାବେ କାମ କରିଥାନ୍ତି। ଦିନକୁ ମଜୁରି ହିସାବରେ ଯାହା ଅର୍ଥ ମିଳେ, ସେଥିରେ ସେମାନେ ପରିବାର ପ୍ରତିପୋଷଣ କରିଥାନ୍ତି। ଜିଲା ପ୍ରଶାସନ ଏହି ଆଦିବାସୀ ବସ୍ତିକୁ ଅଣଦେଖା କରୁଥିବା ଅଭିଯୋଗ ହୋଇଛି। ସରକାର ଅନୁସୂଚିତ ବର୍ଗ ଲୋକଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକୁ ବିଭିନ୍ନ ଯୋଜନା କରୁଥିବାବେଳେ ଆଦିବାସୀ ବସ୍ତି ଗୌରାପାଳରେ ସବୁକିଛି ଅପହଞ୍ଚ ହୋଇଛି। ୨ ବର୍ଷରୁ ଊଦ୍ଧର୍‌ବ ହେବ ଏହି ବସ୍ତିର ୪୦ରୁ ଅଧିକ ପରିବାର ଅନ୍ଧାରରେ ଦିନ କାଟୁଛନ୍ତି। କୁଟୀର ଜ୍ୟୋତି ଯୋଜନାରେ ଏହି ଗ୍ରାମର ପ୍ରାୟ ୫୦ ବିପିଏଲ ଶ୍ରେଣୀ ପରିବାରଙ୍କୁ ବିଜୁଳି ସଂଯୋଗ ଦିଆଯାଇଥିଲା। ଅନ୍ୟମାନେ ବ୍ୟକ୍ତିଗତ ଟ୍ରାନ୍ସଫର୍ମର ବସାଇ ବିଦ୍ୟୁତ୍‌ ବ୍ୟବହାର କରୁଥିଲେ। ୨ ବର୍ଷ ତଳେ ବିପିଏଲ ଟ୍ରାନ୍ସଫର୍ମର ପୋଡ଼ି ଯାଇଥିଲା। ଗ୍ରାମବାସୀ ଯାଜପୁର ରୋଡ୍‌ ବିଦ୍ୟୁତ୍‌ ବିଭାଗକୁ ନୂଆ ଟ୍ରାନ୍ସଫର୍ମର ପାଇଁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥିଲେ ହେଁ କୌଣସି ସୁଫଳ ମିଳି ନ ଥିଲା। ବିଭାଗୀୟ ଅଧିକାରୀମାନେ ପୂର୍ବରୁ ବାକି ଥିବା ଲକ୍ଷାଧିକ ଟଙ୍କା ପୈଠ କଲେ ନୂତନ ଟ୍ରାନ୍ସଫର୍ମର ମିଳିବ କହି ଗ୍ରାମବାସୀଙ୍କୁ ବିଦା କରିଦେଇଥିଲେ। ତେବେ ଏଠାରେ କୁଟୀର ଜ୍ୟୋତି ଯୋଜନା କାହା ପାଇଁ ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି। ସେବେଠୁ ପ୍ରାୟ ୨ ବର୍ଷରୁ ଊଦ୍ଧର୍‌ବ ହେବ ଗ୍ରାମର ପ୍ରାୟ ୫୦ ଆଦିବାସୀ ପରିବାର ଖରାବର୍ଷା ଶୀତ କାକରରେ ଅନ୍ଧାରରେ ଜୀବନ ଅତିବାହିତ କରୁଛନ୍ତି। ଡିବିରି ଆଲୁଅ ହିଁ ସେମାନଙ୍କ ପାଇଁ ଏକମାତ୍ର ସାହା ଭରସା। ଅନ୍ୟପକ୍ଷରେ ବାକି ୭୦ରୁ ଊଦ୍ଧର୍‌ବ ପରିବାର ମଧ୍ୟ ଗତ ୪ ଦିନ ହେବ ଅନ୍ଧାରରେ ଅଛନ୍ତି। ଏଠାରେ ବି ପୁରୁଣା ବିଲ୍‌ ବାକିଥିବା କହି ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରିଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଭଳି ପରିସ୍ଥିତିରେ ଗୌରାପାଳ ଗ୍ରାମ ସମ୍ପୂର୍ଣ୍ଣ ଅନ୍ଧକାରମୟ ହୋଇପଡ଼ିଛି। ଗ୍ରୀଷ୍ମପ୍ରବାହ ବଢ଼ିବା ସହିତ ଅସହ୍ୟ ତାତି ଆରମ୍ଭ ହୋଇଗଲାଣି। ଏଥିସହିତ ମାଟ୍ରିକ ପରୀକ୍ଷା ଚାଲୁଥିବାବେଳେ ପିଲାଙ୍କ ପାଠପଢ଼ାରେ ବ୍ୟାଘାତ ଘଟୁଛି। ଡିବିରି ଧୂଆଁର ଅସ୍ବାସ୍ଥ୍ୟକର ପରିବେଶରେ ପିଲାମାନେ ରହୁଛନ୍ତି। ବିଜୁଳି ବିଚ୍ଛିନ୍ନ ହେବାର କଷ୍ଟ ଶୀତତାପ ନିୟନ୍ତ୍ରିତ ରୁମ୍‌ରେ ବସୁଥିବା ସରକାରୀ ଅଧିକାରୀ ଓ କର୍ମଚାରୀମାନେ କେମିତି ବୁଝିବେ ବୋଲି ଗୌରାପାଳ ଗ୍ରାମବାସୀ କହୁଛନ୍ତି। ଏନେଇ ବିଦ୍ୟୁତ୍‌ ବିଭାଗର କନିଷ୍ଠ ଯନ୍ତ୍ରୀ ସଞ୍ଜୟ କୁମାର ବିଶ୍ବାଳଙ୍କୁ ପଚାରିବାରେ ଗ୍ରାମବାସୀଙ୍କ ବିଲ୍‌ ବାକି ଥିବାରୁ ବିଜୁଳି କଟାଯାଇଛି। ବିଲ୍‌ ପୈଠ କଲେ ବିଦ୍ୟୁତ୍‌ ସଂଯୋଗ ଦିଆଯିବ ବୋଲି କହିଛନ୍ତି।
ଖାଲି ସେତିକି ନୁହେଁ, ଏହି ଅଞ୍ଚଳରେ ସାଧାରଣ ବଣ୍ଟନ, ଆବାସ ଯୋଜନା ଓ ବାର୍ଦ୍ଧକ୍ୟ ଭତ୍ତା ହିତାଧିକାରୀ ଚୟନରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି। ବହୁ ଗରିବ ଆଦିବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ମିଳି ନ ଥିବାବେଳେ କୁଟୀର ଜ୍ୟୋତି ଯୋଜନାର ସଫଳ ରୂପାୟନ ହୋଇ ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆସିଲା ବଡ଼ ଅପଡେଟ୍‌: ଏମାନଙ୍କୁ ମିଳିବନି ପେଟ୍ରୋଲ-ଡିଜେଲ! ଶୀଘ୍ର କରନ୍ତୁ ଏହି କାମ…

ନୂଆଦିଲ୍ଲୀ,୧୮।୯: ଗାଡ଼ି ଚଳାଉଥିବା ଲୋକଙ୍କ ପାଇଁ ଆସିଛି ବଡ଼ ଖବର। ଯଦି ଗାଡ଼ିର ବୈଧ ଥାର୍ଡ-ପାର୍ଟି ଇନ୍ସୁରାନ୍ସ ନଥାଏ, ତେବେ ଆଗାମୀ ଦିନରେ ପେଟ୍ରୋଲ ପମ୍ପରେ ଇନ୍ଧନ…

ଉପନିର୍ବାଚନ ପୂର୍ବରୁ ଦିଦିଙ୍କୁ ବଡ଼ ଝଟକା: ରାତାରାତି ଖେଳିଲେ ବଡ଼ ଗେମ୍‌, ECଙ୍କୁ ରାତିରେ ଦେଲେ…

କୋଲକାତା,୧୮।୯: ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ନାମ ଓ ନିର୍ବାଚନୀ ଚିହ୍ନକୁ ନେଇ ବିବାଦ ମଧ୍ୟରେ ନୂଆ ମୋଡ଼ ଆସିଛି। ନିର୍ବାଚନ ଆୟୋଗଙ୍କ ଅନ୍ତରୀଣ ଆଦେଶର କିଛି ଘଣ୍ଟା…

ସୁପ୍ରିମକୋର୍ଟଙ୍କ ପରାମର୍ଶ, ଆଗାମୀ ବର୍ଷଠାରୁ ୬ଷ୍ଠ ଶ୍ରେଣୀ ପାଇଁ ତ୍ରିଭାଷା ନୀତି ଲାଗୁ…

ନୂଆଦିଲ୍ଲୀ,୧୮।୯: ଛାତ୍ରୀଛାତ୍ରମାନଙ୍କୁ ଆଶ୍ୱସ୍ତି ଏବଂ ମାନସିକ ଚାପରୁ ମୁକ୍ତ ରଖିବା ଉଦ୍ଦେଶ୍ୟରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ଆଗାମୀ ୨୦୨୭ ଶିକ୍ଷାବର୍ଷ ଠାରୁ…

ଟ୍ରଫି ନେବା ସମୟରେ ଶ୍ରେୟସ କଲେ ଏମିତି କାମ, ଚାରିଆଡ଼େ ହେଉଛି ପ୍ରଶଂସା; ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୮।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ତଥା ଶେଷ ଟି-୨୦ ମ୍ୟାଚରେ ୧୨୭ ରନର ବଡ଼ ବ୍ୟବଧାନରେ ବିଜୟୀ ହୋଇଛି ଭାରତ। ଅଭିଷେକ ଶର୍ମା ଓ ସଞ୍ଜୁ ସାମସନଙ୍କ…

ଶତକ ପରେ କାହିଁକି ‘ଓଁ ନମଃ ଶିବାୟ’ଜପିଲେ ଅଭିଷେକ? ବଡ଼ ରାଜ୍‌ ଖୋଲିଲେ ବାପା, କହିଲେ…

ନୂଆଦିଲ୍ଲୀ,୧୮।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ଭାରତ ୧୨୭ ରନରେ ବିଜୟୀ ହୋଇଥିବା ବେଳେ ଅଭିଷେକ ଶର୍ମାଙ୍କ ଐତିହାସିକ ଶତକ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି।…

‘ଓଁ ନମଃ ଶିବାୟ’ : ଶତକ ପରେ ମଇଦାନ ମଝିରେ ବସି ମନ୍ତ୍ର ଜପିଲେ ଅଭିଷେକ ଶର୍ମା, ତା’ପରେ…

ନୂଆଦିଲ୍ଲୀ,୧୮।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ବ୍ୟାଟର ଝଡ଼ ଆଣିଛନ୍ତି ଭାରତୀୟ ଯୁବ ବ୍ୟାଟର୍‌ ଅଭିଷେକ ଶର୍ମା। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଧୂଆଁଧାର ଶତକ…

ଘରେ ବାହାର ପଟୁ ତାଲା ପକାଇ ୫ ଛେଳି ଚୋରି, ୨ ଜଣଙ୍କୁ ଧରି…

ପାରପାଟଣା,୧୮ା୯(ବୀରକିଶୋର ଦାଶ): କିଛିଦିନ ହେବ ପାଟଣା, ଘଟଗାଁ, ତୁରୁମୁଙ୍ଗା ଥାନା ଅଞ୍ଚଳର ପାଟଣା ଓ ସାହାରପଡ଼ା ବ୍ଲକ ଅଞ୍ଚଳରେ ଛେଳି ଚୋରି ବୃଦ୍ଧି ପାଇଛି। ବହୁ ସଂଖ୍ୟକ…

୩୧ ଦିନ ପରେ ଉଦୟ ହେଲେ ବୁଧ: ବୃଷ ସମେତ ୫ ରାଶିଙ୍କ ଉପରେ ଧନବର୍ଷା! ଘର-ଗାଡ଼ି କିଣିବାର ରହିଛି ଯୋଗ

ଭୁବନେଶ୍ୱର: ୩୧ ଦିନ ଅସ୍ତ ରହିବା ପରେ ୨୦୨୬ ସେପ୍ଟେମ୍ବର ୧୭ ତାରିଖ ସନ୍ଧ୍ୟା ୬ଟା ୫୫ ମିନିଟରେ ଉଦୟ ହୋଇଛନ୍ତି ବୁଧ। ଜ୍ୟୋତିଷାଚାର୍ଯ୍ୟଙ୍କ ମତରେ, ମଙ୍ଗଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?