୫ ବାଘ ଶିକାରୀ ଗିରଫ

ନୂଆପଡ଼ା ଅଫିସ/ ଖଡ଼ିଆଳ, ୭।୬ (ଡି.ଏନ.ଏ.): ନୂଆପଡା ଜିଲା ଖଡ଼ିଆଳ ବନଖଣ୍ଡ ଅଧୀନ ସୁନାବେଡ଼ା ଅଭୟାରଣ୍ୟ ପତାଦର୍ହା ଅଞ୍ଚଳରେ ଛତିଶଗଡ ବନ ବିଭାଗ ଓ ଖଡ଼ିଆଳ ବନବିଭାଗ ବାଘ ଶିକାର କରିବା ଘଟଣାରେ ୫ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ନୂଆପଡା ଜିଲା ବୋଡ଼େନ ଥାନା ପାଟଧରା ଗ୍ରାମର ସଚିନ୍ଦ୍ର ମାଝି ଓ ବଡ଼ ମାଝି, ଖଡୁପାଣି ଗ୍ରାମର ବଦନ ମାଝି, ଚିକଲ ଚୁଆଁ ଗ୍ରାମର ଖଗେଶ୍ବର ମାଝି ଓ ଖଡ଼ିଆଳ ବ୍ଲକ ଭାଲୁଡୁଙ୍ଗରି ଗ୍ରାମର ଅଚ୍ୟୁତାନନ୍ଦ ମାଝି। ସେମାନଙ୍କଠାରୁ ବାଘ ଛାଲ, ନଖ, ଦାନ୍ତ, ବଜ୍ରକାପ୍ତାର କାତି, ଦେଶୀ ବନ୍ଧୁକ, ଲୁହାତାର ଫାଶ ଜବତ କରାଯାଇଛି। ଛତିଶଗଡ ସୀତା ନଦୀକୂଳ ଉଦନ୍ତୀ ଅଭୟାରଣ୍ୟରେ ବନ ବିଭାଗ ପକ୍ଷରୁ ଏକ ଟ୍ରାକ କ୍ୟାମେରା ଲଗାଇ ବାଘର ଗତିବିଧି ଉପରେ ନଜର ରଖାଯାଇଥିଲା। ସେହି ଟ୍ରାକ କ୍ୟାମେରାରେ ଦୁଇଟି ମହାବାଳ ବାଘର ଚିତ୍ର କଏଦ ହୋଇଥିଲା। କିଛି ଦିନ ପରେ ଗୋଟିଏ ବାଘ କ୍ୟାମେରାରେ ଦେଖା ନ ଯିବାରୁ ବିଭାଗୀୟ ଅଧିକାରୀମାନେ ଶିକାର କରାଯାଇଥିବା ନେଇ ସନ୍ଦେହ କରିଥିଲେ। ପରେ କୌଣସି ସୂତ୍ରରୁ ଖବର ପାଇ ଛତିଶଗଡ ବନ ବିଭାଗ ନୂଆପଡା ଜିଲା ବୋଡ଼େନ ଥାନା ଖଡୁପାଣି ଗାଁର ଜଣଙ୍କ ଘରେ ଚଢ଼ାଉ କରିଥିଲା। ଛତିଶଗଡର ଉଦନ୍ତୀ ଅଭୟାରଣ୍ୟ ଉପନିର୍ଦ୍ଦେଶକ ଅନୁଜ ଜୈନଙ୍କ ନେତୃତ୍ୱରେ ୨୦ଜଣିଆ ଏକ ଟିମ୍‌ ଖଡ଼ିଆଳ ବନଖଣ୍ଡ ଅଞ୍ଚଳରେ ୩ ଦିନ ରହି ତଦନ୍ତ କରିଥିଲା। ପରେ ଛତିଶଗଡ ବନ ବିଭାଗ ୫ଜଣଙ୍କୁ ଉଠାଇ ନେଇ ପଚରାଉଚରା କରିଥିଲା। ସେମାନେ ବନ ବିଭାଗ ନିକଟରେ ସ୍ବୀକାର କରିଥିଲେ। ସୋମବାର ଶିକାରୀମାନଙ୍କଠାରୁ ଏକ ୬ ଇଞ୍ଚର ଲମ୍ବର ବାଘ ଛାଲ ସମେତ ଅନ୍ୟାନ୍ୟ ଶିକାର ସାମଗ୍ରୀ ଜବତ କରାଯାଇଥିବା ନେଇ ଥିବା ଡିଏଫ୍‌ଓ କାର୍ଯ୍ୟାଳୟରେ ଖଡ଼ିଆଳ ଡିଏଫଓ ସୁଶୀଲ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜମିବାଡ଼ି ବିବାଦକୁ ନେଇ ଗୋଟିଏ ପରିବାର ଉପରେ ସଂଘବଦ୍ଧ ଆକ୍ରମଣ, ମେଡିକାଲରେ ଦମ୍ପତି

ହାଟଡିହୀ/ଛେନାପଦୀ,୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ଥାନା ଅଧୀନ ମିଠିଗାଁ ଗ୍ରାମରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଗୋଟିଏ ପରିବାର ଉପରେ ସଂଘବଦ୍ଧ…

ଭଦ୍ରକରୁ ଆସି କେନ୍ଦୁଝରରେ ଚୋରି, ଆଗରପଡ଼ାରୁ ଧରାପଡ଼ିଲେ…

ହାଟଡିହୀ/ଛେନାପଦୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ପୋଲିସ ଆଗରପଡ଼ା ଥାନା ଅଞ୍ଚଳରୁ ମୋଟରସାଇକେଲ୍ ଚୋରି ଅଭିଯୋଗରେ ଜଣକୁ ଗିରଫ କରିଛି। ଆଗରପଡ଼ା…

ଗଡ଼ଚଣ୍ଡୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହରେ ଆଣ୍ଠୁଏ ପାଣି, ଶିକ୍ଷାଦାନ ବନ୍ଦ

ହାଟଡିହୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡା): ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହୋଇଛି। କେଉଁଠି ପୋଲ…

ଜନ୍ତରମନ୍ତରରେ ପୁଣି ପୋଲିସ-ପ୍ରଦର୍ଶନକାରୀ ମୁହାଁମୁହିଁ, ପଥର ମାଡ଼ ପରେ ଲାଠିଚାର୍ଜ

ନୂଆଦିଲ୍ଲୀ,୨୨।୭: ନୂଆଦିଲ୍ଲୀର ଜନ୍ତର ମନ୍ତରରେ ଚାଲିଥିବା CJP ପ୍ରତିବାଦ ମଧ୍ୟରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି । ପ୍ରଦର୍ଶନକାରୀ ଏବଂ ଦିଲ୍ଲୀ ପୋଲିସ ମଧ୍ୟରେ ସଂଘର୍ଷ ହୋଇଛି…

ନମ୍ବରହୀନ କାର୍‌ରେ ଚାଲାଣ ହେଉଥିଲା ୪୦ କେଜି ଗଞ୍ଜେଇ: ପାଟପୁର ପୋଲିସ ହାତରେ ଧରାପଡ଼ିଲେ ୨…

ଦିଗପହଣ୍ଡି,୨୨।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ବୁଧବାର ଅପରାହ୍ନରେ ଏକ ଗଞ୍ଜେଇ ବୋଝେଇ ନମ୍ବରହୀନ ହୁଣ୍ଡାଇ କାର୍ ଜବତ କରିବା ସହ ଦୁଇ ଜଣ…

ରାଜ୍ୟ ରାଜନୀତିରେ ହଲଚଲ୍! କ୍ୟାପିଟାଲ୍‌ ଥାନା ପକ୍ଷରୁ ପାଣ୍ଡିଆନଙ୍କୁ ନୋଟିସ, ଏହି ଦିନ ହେବ ହାଜର

ଭୁବନେଶ୍ବର,୨୨।୭: CMOରୁ ଫାଇଲ୍‌ ଗାୟବ ମାମଲାରେ ଭିକେ ପାଣ୍ଡିଆନ୍‌ଙ୍କୁ ନୋଟିସ କରାଯାଇଛି । ପୂର୍ବତନ ଆଇଏଏସ୍‌ ଅଫିସର ଭି.କେ ପାଣ୍ଡିଆନଙ୍କୁ ଆସନ୍ତା ୨୫ ତାରିଖ ଦିନ ୧୧ଟା…

ଦିଗପହଣ୍ଡିରେ ଗୋପାଳ ସମାଜର ତୃତୀୟ ବାର୍ଷିକ ସମ୍ମିଳନୀ: କଲ୍ୟାଣ ମଣ୍ଡପ ନିମନ୍ତେ ଏମ୍.ପି. କଲେ ଶିଳାନ୍ୟାସ

ଦିଗପହଣ୍ଡି,୨୨|୭(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି-ପୋଡ଼ାମାରି ରାସ୍ତାରେ ଥିବା ତିନି ତାଲୁକା ଷୋହଳ ଖଣ୍ଡ ଗୋପାଳ ସମାଜ ପରିଚାଳନା ପରିଷଦ କାର୍ଯ୍ୟାଳୟ ପରିସରରେ ଗୋପାଳ…

ବିଦ୍ରୋହ ମଧ୍ୟରେ ଆସିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନ, ‘୨୯ ଜୁଲାଇ ସମସ୍ତଙ୍କ ପାଇଁ….’

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଶିକ୍ଷା ମନ୍ତ୍ରୀମାନଙ୍କ ଏକ ସମ୍ମିଳନୀରେ ବୁଧବାର ଦିନ ଉଦବୋଧନ ଦେଇଥିଲେ। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri