ଜିଲା କୋଷାଗାରକୁ ଗଲା ୫ କୁଇଣ୍ଟାଲ ରୁପା

ପୁରୀ ଅଫିସ,୬।୧୦: ଶ୍ରୀମନ୍ଦିରର ସାତ ଦ୍ୱାର ରୁପା ଛାଉଣି ସରିଥିବାବେଳେ କଳାହାଟ ଦ୍ୱାରର ରୁପା ଛାଉଣି ହୋଇପାରିନାହିଁ। ଆସନ୍ତା ବର୍ଷ ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ କଳାହାଟ ଦ୍ୱାରର ରୁପା ଛାଉଣି କରାଯିବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀଳାଦ୍ରି ଭକ୍ତନିବାସ ଷ୍ଟ୍ରଙ୍ଗ୍‌ରୁମ୍‌ରେ ୧୧ଟି ବଡ ବାକ୍ସରେ ରଖାଯାଇଥିବା ୫କୁଇଣ୍ଟାଲ୍‌ ରୁପାକୁ ମଙ୍ଗଳବାର କଡ଼ା ସୁରକ୍ଷା ମଧ୍ୟରେ ଜିଲା କୋଷାଗାରକୁ ନିଆଯାଇଛି।
ଏତେ ପରିମାଣର ରୁପାକୁ ଆସନ୍ତା ରଥଯାତ୍ରା ପର୍ଯ୍ୟନ୍ତ ନୀଳାଦ୍ରି ଭକ୍ତନିବାସ ଷ୍ଟ୍ରଙ୍ଗ୍‌ରୁମ୍‌ରେ ରଖିବାକୁ ଶ୍ରୀମନ୍ଦିର ପ୍ରଶାସନ ସୁରକ୍ଷିତ ମଣୁ ନ ଥିବାରୁ ତାହାକୁ ଜିଲା କୋଷାଗାରକୁ ସ୍ଥାନାନ୍ତର ପାଇଁ ଗତ ୨୪ ତାରିଖରେ ଜିଲାପାଳଙ୍କୁ ଚିଠି ଲେଖିଥିଲା। ଜିଲାପାଳଙ୍କଠାରୁ ଅନୁମୋଦନ ମିଳିବା ପରେ ମଙ୍ଗଳବାର ୧୧ଟି ବଡ ଟିଣ ବାକ୍ସରେ ରୁପା ସ୍ଥାନାନ୍ତର କରାଯାଇଛି। ବାକ୍ସଗୁଡ଼ିକର ଅଲଗା ଅଲଗା ୨୨ଟି ଚାବିକୁ ଜଉମୁଦ ଦିଆଯାଇଛି। ପ୍ରାୟ ୪ଘଣ୍ଟା ଧରି ଏହି ସ୍ଥାନାନ୍ତର କାର୍ଯ୍ୟ ଚାଲିଥିଲା। ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି, ବେହରଣ ଦ୍ୱାର, ଜୟବିଜୟ ଦ୍ୱାର, ସାତପାହାଚ ଦ୍ୱାର, ଭୋଗ ମଣ୍ଡପ ଦ୍ୱାର, ମହାଲକ୍ଷ୍ମୀ ମନ୍ଦିର, ବିମଳା ମନ୍ଦିର ଏବଂ ଆଦିନୃସିଂହ ମନ୍ଦିର ଦ୍ୱାରର ରୁପା ଛାଉଣି ସରିଛି। ଆସନ୍ତା ବର୍ଷ କଳାହାଟ ଦ୍ୱାର ରୁପା ଛାଉଣି ହେବ। ଚଳିତ ବର୍ଷ ରୁପା ଛାଉଣି କାମ ହେବାର ନ ଥିବାରୁ ୫ଶହ କିଲୋଗ୍ରାମର ରୁପାକୁ ସୁରକ୍ଷିତ ଭାବେ ଜିଲା କୋଷାଗାରକୁ ସ୍ଥାନାନ୍ତର କରାଯାଇଛି। ଶ୍ରୀମନ୍ଦିରର ୭ଟି କବାଟରେ ରୁପା ଲଗାଯିବା ପରେ ଏହା ବଳକା ରୁପା। ତେବେ ଏହି ରୁପା ଉଭୟ ପ୍ଲେଟ୍‌ ଓ କାରୁକାର୍ଯ୍ୟ ଆକାରର। ଆସନ୍ତା ରଥଯାତ୍ରା ପୂର୍ବରୁ ଏହାକୁ ପୁଣି ଥରେ ଶ୍ରୀମନ୍ଦିର ପ୍ରଶାସନ ହାତକୁ ଆଣିବ ଓ ରୁପା ଛାଉଣି କାମ କରାଯିବ। ଅନ୍ୟପକ୍ଷରେ ଶ୍ରୀମନ୍ଦିର ପ୍ରଶାସନର ଚିଠି ପରେ ସୁରକ୍ଷିତ ଭାବେ ଜିଲା ଟ୍ରେଜେରିରେ ରୁପା ରଖାଯାଇଥିବା ଜିଲାପାଳ ସମର୍ଥ ବର୍ମା କହିଛନ୍ତି। ଉଲ୍ଲେଖଯୋଗ୍ୟ, ମୁମ୍ବାଇର ଜଣେ ଦାତା ଶ୍ରୀମନ୍ଦିର ୮ଟି ଦ୍ୱାରର ରୁପା ଛାଉଣି ପାଇଁ ପ୍ରାୟ ୨ଟନ୍‌ ଓଜନର ରୁପା ଦାନ କରିଥିଲେ। ମୁମ୍ବାଇରୁ କାରିଗର ଆସି ନୀଳାଦ୍ରି ଭକ୍ତନିବାସର ଅସ୍ଥାୟୀ ଷ୍ଟ୍ରଙ୍ଗ୍‌ରୁମ୍‌ରେ ରଖାଯାଇଥିବା ଏହି ରୁପାକୁ ଉତ୍କଳୀୟ କଳା ଶୈଳୀରେ ଦ୍ୱାରଗୁଡ଼ିକରେ ଛାଉଣି କରିଥିଲେ। ରୁପା ଛାଉଣି ହୋଇଥିବା ଦ୍ୱାରଗୁଡ଼ିକର କାରୁକାର୍ଯ୍ୟକୁ ଦେଖି ଶ୍ରଦ୍ଧାଳୁମାନେ ପ୍ରଶଂସା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଢୁଛି ଅନଲାଇନ ଓ୍ବେଡିଂ ଟ୍ରେଣ୍ଡ, ଚଳିତ ବର୍ଷ ୩୮% ବିବାହ ଅନଲାଇନରେ ଅନୁଷ୍ଠିତ ହୋଇଛି , ଜାଣନ୍ତୁ ଏହାର କାରଣ କ’ଣ

କ୍ୱିଭ,୩୦।୮: ପ୍ରଚଣ୍ଡ ସୂର୍ଯ୍ୟ ତାପ ମଧ୍ୟରେ, ଟେଟିଆନା – ଏକ ବର ପୋଷାକ ପିନ୍ଧିଥିବା ଏବଂ ଓଲେକଜାଣ୍ଡର – ସାମରିକ ପୋଷାକ ପିନ୍ଧି କ୍ରାମଟୋର୍ସ୍କର କେନ୍ଦ୍ରୀୟ ଶାନ୍ତି…

ଲଘୁଚାପ ଆଣିଲା ଆଶଙ୍କା: ପୁଣି ଭୟଙ୍କର ବର୍ଷା, ଏହି ୩ ଜିଲାକୁ ସତର୍କ ସୂଚନା ଜାରି କରି ପାଣିପାଗ ବିଭାଗ…

ଭୁବନେଶ୍ୱର,୩୦ା୮: ବଙ୍ଗୋପସାଗରରେ ସୃଷ୍ଟି ସକ୍ରିୟ ଲଘୁଚାପ ବଳୟ ପ୍ରଭାବରେ ରାଜ୍ୟରେ ପୁଣି ଆରମ୍ଭ ହୋଇଛି ବର୍ଷାର ତାଣ୍ଡବ। ଅବିଶ୍ରାନ୍ତ ବର୍ଷା ଯୋଗୁ ଉତ୍ତର ଓଡ଼ିଶାର ସ୍ଥିତି ସମ୍ପୂର୍ଣ୍ଣ…

ମୃତ୍ୟୁମୁହଁରୁ ୧୬୪୩ ପିଲାଙ୍କୁ ଟାଣିଆଣିଲେ ଶିକ୍ଷକ; ନେପାଳ ବନ୍ୟାରେ ସାଜିଲେ ହିରୋ, ଚାରିଆଡେ ଚର୍ଚ୍ଚା

କାଠମାଣ୍ଡୁ,୩୦ା୮: ଅଗଷ୍ଟ ୨୬ରେ ନେପାଳରେ ଆସିଥିବା ଭୟଙ୍କର ବନ୍ୟାରେ ଅନେକ ଅଞ୍ଚଳ ଛାରଖାର ହୋଇଯାଇଛି। ହଠାତ୍ ନଦୀର ପାଣି ବସ୍ତି ଓ ରାସ୍ତାରେ ପଶିଯିବାରୁ ଚାରିଆଡ଼େ ଆତଙ୍କ…

ଜନ୍ମାଷ୍ଟମୀରେ ଦୁର୍ଲଭ ଗ୍ରହ ସଂଯୋଗ: ୪ଟି ରାଶିର ଚମକିବ ଭାଗ୍ୟ, କ୍ୟାରିୟରରେ ଗ୍ରୋଥ୍‌ ସାଙ୍ଗକୁ ଅଚାନକ ଧନଲାଭ

ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଏଥର ଜନ୍ମାଷ୍ଟମୀ ପର୍ୱ ଅତ୍ୟନ୍ତ ଖାସ ବୋଲି ମାନାଯାଉଛି। ୪ ସେପ୍ଟେମ୍ୱର ୨୦୨୬ ଜନ୍ମାଷ୍ଟମୀ ଦିନ ଅନେକ ପ୍ରମୁଖ ଗ୍ରହ ଶୁଭ ସ୍ଥିତିରେ…

ଭଲିବଲ୍‌ରେ ଡିଏଭି ଚାମ୍ପିଅନ୍‌

ଭଞ୍ଜନଗର, ୩୦।୮ (ବାବୁଲା ପ୍ରଧାନ): ଜାତୀୟ କ୍ରୀଡ଼ା ଦିବସ ଅବସରରେ ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଶନିବାର ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିସହ କିଛି…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନ: ଏପର୍ଯ୍ୟନ୍ତ ୩୬ଟି ଦେଶ ଦ୍ୱାରା ସମ୍ମାନିତ ହେଲେଣି…

ତାସକେଣ୍ଟ,୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉଜବେକିସ୍ତାନର ସର୍ବୋଚ୍ଚ ରାଷ୍ଟ୍ର ସମ୍ମାନ ‘ଓଲି ଦାରାଜଲି ଦୋ’ଷ୍ଟଲିକ’ (ସର୍ବୋଚ୍ଚ ଡିଗ୍ରୀର ବନ୍ଧୁତା କ୍ରମ) ପ୍ରଦାନ କରାଯାଇଥିଲା। ଉଜବେକିସ୍ତାନର ରାଷ୍ଟ୍ରପତି ଶାଭକତ…

ଦୁଲୀପ ଟ୍ରଫି ସେମିଫାଇନାଲରେ କାହିଁକି ବୈଭବ ସୂର୍ଯ୍ୟବଂଶୀଙ୍କୁ ଦିଆଗଲା ଅଧିନାୟକ ଦାୟିତ୍ୱ? ହେଲାଣି ଖୁବ୍‌…

ନୂଆଦିଲ୍ଲୀ,୩୦।୮: ଦୁଲୀପ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ ବର୍ତ୍ତମାନ ସେଣ୍ଟ୍ରାଲ ଜୋନ ଏବଂ ପୂର୍ବ ଜୋନ ମଧ୍ୟରେ ଚାଲିଛି। ବିସିସିଆଇ ସେଣ୍ଟର ଅଫ ଏକ୍ସଲେନ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା…

ମେସିଙ୍କ ଇଭେଣ୍ଟକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, କହିଲେ ମିଳିବ କ୍ଷତିପୂରଣ

କୋଲକାତା,୩୦।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଲିଓନେଲ ମେସିଙ୍କ ଗସ୍ତକୁ ନେଇ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ଘୋଷଣା କରିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri