ବଦଳିଲେ ୫ ପୋଲିସ ଅଫିସର

କେନ୍ଦୁଝର, ୨ା୯(ଡି.ଏନ୍‌.ଏ.): ୫ ପୋଲିସ ଅଫିସରଙ୍କୁ କେନ୍ଦୁଝର ଜିଲାରୁ ବଦଳି କରାଯାଇଥିବାବେଳେ ୨ଜଣ ଜିଲାକୁ ଆସିଛନ୍ତି। ପଶ୍ଚିମାଞ୍ଚଳ ରେଞ୍ଜ ଡିଆଇଜିଙ୍କ ଆଦେଶ ସଂଖ୍ୟା ୯୯/ ୩୧ା୮ା୨୦୨୦ରେ ଏହି ନିର୍ଦ୍ଦେଶନାମା ପ୍ରକାଶ ପାଇଛି। କେନ୍ଦୁଝର ଜିଲାରେ କାର୍ଯ୍ୟରତ ଇନ୍ସପେକ୍ଟର ମାନସ କୁମାର ସ୍ବାଇଁଙ୍କୁ ରାଉରକେଲାକୁ ବଦଳି କରାଯାଇଥିବାବେଳେ ରାଉରକେଲାରେ କାର୍ଯ୍ୟରତ ଇନ୍ସପେକ୍ଟର ପ୍ରମୋଦିନୀ ସାହୁ କେନ୍ଦୁଝର ଜିଲାକୁ ଆସିଛନ୍ତି। ସେହିପରି ଇନ୍ସପେକ୍ଟର ରାମଚନ୍ଦ୍ର ବିଶ୍ୱାଳଙ୍କୁ କେନ୍ଦୁଝରରୁ ରାଉରକେଲା,ସ୍ମୃତିପ୍ରଭା ପ୍ରଧାନଙ୍କୁ କେନ୍ଦୁଝରରୁ ସୁନ୍ଦରଗଡ,ସବ୍‌ଇନ୍ସପେକ୍ଟର ଶ୍ରୀକାନ୍ତ ସାହୁଙ୍କୁ କେନ୍ଦୁଝରରୁ ରାଉରକେଲା,ସହକାରୀ ସବ୍‌ଇନ୍ସପେକ୍ଟର କିରାଣୀ ମହାନ୍ତଙ୍କୁ ସୁନ୍ଦରଗଡରୁ କେନ୍ଦୁଝର ଓ ଏଏସ୍‌ଆଇ ଟିକେଶ୍ୱର ବୁଡାଙ୍କୁ କେନ୍ଦୁଝରରୁ ସୁନ୍ଦରଗଡକୁ ବଦଳି କରାଯାଇଛି। ଇନ୍ସପେକ୍ଟର ମାନସ ଓ ପ୍ରମୋଦିନୀ ଏବଂ ଏଏସ୍‌ଆଇ କିରାଣୀ ଓ ଟିକେଶ୍ୱରଙ୍କୁ ସେମାନଙ୍କର ନିଜସ୍ବ ଆବେଦନକୁ ବିଚାର କରାଯାଇ ବଦଳି କରାଯାଇଥିବାବେଳେ ରାମଚନ୍ଦ୍ର,ସ୍ମୃତିପ୍ରଭା ଏବଂ ଶ୍ରୀକାନ୍ତଙ୍କୁ ପ୍ରଶାସନିକ ଆବଶ୍ୟକତାକୁ ଲକ୍ଷ୍ୟ କରି ବଦଳି କରାଯାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁବର୍ଣ୍ଣରେଖାରେ ବୁଡ଼ି ଜଣେ ମୃତ : ବେଆଇନ ବାଲି ଉତ୍ତୋଳନକୁ ଦାୟୀ କଲେ ଗ୍ରାମବାସୀ

ଜଳେଶ୍ୱର, ୯।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଅଧୀନ ସୁବର୍ଣ୍ଣରେଖା ନଦୀର ମହମ୍ମଦନଗରପାଟଣାସ୍ଥିତ ବାଲିଉତ୍ସ ଗଭୀର ଗର୍ତ୍ତରେ ବୁଡ଼ି ଜଣକର ମୃତ୍ୟୁ ଘଟିଛି। ମୃତକ ହେଲେ ଜଳେଶ୍ୱର...

ସ୍ବାମୀ, ଶାଶୁ ଓ ଶ୍ୱଶୁରଙ୍କୁ ଆଜୀବନ କାରାଦଣ୍ଡ

ଜଗତ୍‌ସିଂହପୁର ଅଫିସ, ୧ା୧୦: ଜଗତ୍‌ସିଂହପୁର ଥାନା ଅନ୍ତର୍ଗତ ନିନୀଗାଁରେ ୨୦୧୯ରେ ଏକ ବଧୂହତ୍ୟା ହୋଇଥିଲା। ଶୁକ୍ରବାର ଏହି ମାମଲାର ରାୟ ପ୍ରକାଶ ପାଇଛି। ହରପ୍ରିୟା ଖଟୁଆଙ୍କୁ...

ସ୍ବେଚ୍ଛାସେବୀଙ୍କୁ ପୋଲିସର ଦୁର୍ବ୍ୟବହାର, ଜିଲାପାଳ, ଏସ୍‌ପିଙ୍କୁ ଫେରାଦ

ବରଗଡ଼ ଅପିସ୍‌, ୧ା୫ – କରୋନା ଭୂତାଣୁ ସଂକ୍ରମଣ ପ୍ରତିହତ ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍‌ କଟକଣା ଲାଗୁ ହୋଇଛି। ଏଭଳିସ୍ଥଳେ ଗରୀବ, ଅସହାୟଙ୍କ ଜୀବନଯାପନ ଦୁର୍ବିସହ...

ଖଣି ଅଞ୍ଚଳ ଏବେ ଶସ୍ୟଶ୍ୟାମଳା

ଯୋଡ଼ା,୧୮ା୧୧(ଡି.ଏନ୍‌.ଏ): କେନ୍ଦୁଝର ଜିଲା ଯୋଡ଼ା ଖଣି ଅଞ୍ଚଳ, ଭୌଗୋଳିକ ଦୃଷ୍ଟିକୋଣରୁ ବଣ ପାହାଡ଼ ଘେରା ଏହି ଅଞ୍ଚଳରେ ରାଜ୍ୟର ଅନେକ ଛୋଟ ବଡ଼ ଲୁହାପଥର ଖଣି...

ମାସ୍କ ନ ପିନ୍ଧି ତଣ୍ଡ ଗଣିଲେ ପୋଲିସ କର୍ମଚାରୀ

ବ୍ରହ୍ମଗିରି,୩୦ା୪(ଡି.ଏନ.ଏ): ଦେଶରେ କରୋନା ଭାଇରସ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଏହାକୁ ରୋକିବା ପାଇଁ କୌଣସି ରୋଗପ୍ରତିଷେଧକ ବାହାରି ନଥିବାରୁ କେବଳ ଲକଡାଉନ ଯୋଗୁ ନିୟନ୍ତ୍ରଣ...

ପାଠ ପଢ଼ାଇବାବେଳେ ଶିଶୁପୁତ୍ରକୁ ସିଗାରେଟ୍‌ ଚେଙ୍କ

ଚଣ୍ଡିଖୋଲ/ଛତିଆ,୧୫ା୩(ଡି.ଏନ୍‌.ଏ.): ଯାଜପୁର ଜିଲା ଛତିଆ ନିକଟସ୍ଥ ଗୋପପୁର ଛକରେ ଘରଭଡ଼ା ନେଇ ରହୁଥିବା ବଡ଼ଚଣା ବ୍ଲକ ଅନ୍ତର୍ଗତ କାଇମାଟିଆ ଗ୍ରାମର ରଶ୍ମି ମହାପାତ୍ର ପାଠ ନ...

ମଧ୍ୟାହ୍ନରେ ଆରଟିଓ, ରାତିରେ ପୋଲିସ ପକ୍ଷରୁ ଯାଞ୍ଚ:ପ୍ରଥମ ଦିନରେ ୧୩ ହଜାର ଜରିମାନା ଆଦାୟ

ଅନୁଗୋଳ ଅଫିସ, ୩।୯ ଭାରତ ସରକାରଙ୍କ ସଂଶୋଧିତ ମୋଟରଯାନ ଆଇନ ସେପ୍ଟେମ୍ବର ପହିଲାରୁ ଲାଗୁ ହେଉ ହେଉ ଅନୁଗୋଳ ପୋଲିସ ଓ ପରିବହନ ବିଭାଗ ପକ୍ଷରୁ...

୩ କୋଟି ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଚିତ୍ରକୋଣ୍ଡା,୨୭ା୩(ଡି.ଏନ୍‌.ଏ.): ଚିତ୍ରକୋଣ୍ଡା ପୋଲିସକୁ ଗଞ୍ଜେଇ ଚଢ଼ାଉରେ ସଫଳତା ମିଳିଛି। ମାଲକାନଗରି ଜିଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଡାଇକ ଥ୍ରୀ (dyke-3) ଜଙ୍ଗଲରେ ଚଢ଼ାଉ କରି ୧୩୨...

Advertisement
Archives

Model This Week