Posted inଜାତୀୟ

ବିମାନ କ୍ରାସ ଘଟଣାରେ ୫ ଡାକ୍ତରୀ ଛାତ୍ର ମୃତ

ଅହମଦାବାଦ,୧୨।୬: ଅହମଦାବାଦରୁ ଲଣ୍ଡନ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନ ଉଡ଼ାଣ ପରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ବିମାନରେ ଥିବା ସମସ୍ତ ୨୪୨ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏପରିକି ଦୁର୍ଘଟଣାରେ ୫ଜଣ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୪ଜଣ UG ଡାକ୍ତରୀ ଛାତ୍ର ହୋଇଥିବା ବେଳେ ଜଣେ PG ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଆଉ କିଛି ଡାକ୍ତରୀ ଛାତ୍ର ଆହତ ହୋଇଥିବା ସୂଚନା ମିଳିଛି। ମଧ୍ୟାହ୍ନ ଭୋଜନ କରିବା ବେଳେ ଛାତରେ ବିମାନଟି ଖସି ପଡିଥିଲା।

କମିଶନର ଜିଏସ୍‌ ମଲିକ କହିଛନ୍ତି, ବିମାନ ଦୁର୍ଘଟଣାରୁ କେହି ବଞ୍ଚି ନାହାଁନ୍ତି ବୋଲି ମନେ ହେଉଛି। ସେ କହିଛନ୍ତି, ବିମାନଟି ଆବାସିକ ଅଞ୍ଚଳ ବିଜେ ମେଡିକାଲ କଲେଜ ହଷ୍ଟେଲ ଉପରେ ପଡ଼ିଥିବା ଫଟୋ ସାମ୍ନାକୁ ଆସିଥିବା ପ୍ରକାଶ କରିଛନ୍ତି।

ବର୍ତ୍ତମାନ, NDRFର ୩ଟି ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ଏହା ବ୍ୟତୀତ NDRFର ଦୁଇଟି ଟିମ ଭଦୋଦରାରୁ ଅହମ୍ମଦାବାଦ ଅଭିମୁଖେ ଯାତ୍ରା କରିଛନ୍ତି। ଅହମ୍ମଦାବାଦର ସିଭିଲ ହସ୍ପିଟାଲ ପର୍ଯ୍ୟନ୍ତ ଏକ ଗ୍ରିନ କରିଡର ସୃଷ୍ଟି କରାଯାଇଛି। ଆହତମାନଙ୍କୁ ସେଠାରେ ଭର୍ତ୍ତି କରାଯାଉଛି। ଅହମ୍ମଦାବାଦର ମ୍ୟୁନିସିପାଲ କମିଶନର ଏବଂ ପୋଲିସ କମିଶନର ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାକାଶରୁ ଫେରିବା ପରେ ଏସବୁ ଜିନିଷ ଭୁଲିଯିବେ ଶୁଭାଂଶୁ ଶୁକ୍ଲା: ଖାଇବାଠାରୁ ଚାଲିବା ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୧୪।୭: ଭାରତର ମହାକାଶ ଅଭିଯାନରେ ଆଉ ଏକ ଐତିହାସିକ ମୁହୂର୍ତ୍ତ ଆସିବାକୁ ଯାଉଛି। ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ୧୮ ଦିନ...

ସାହାଯ୍ୟ ପାଇଁ କଙ୍ଗନାଙ୍କ ପାଖକୁ ଯାଇଥିଲେ ବୃଦ୍ଧ: ଏମିତି କଥା କହିଲେ ଅଭିନେତ୍ରୀ, ସମସ୍ତେ ଆଶ୍ଚର୍ଯ୍ୟ

ମଣ୍ଡି,୧୪।୭: ହିମାଚଳ ପ୍ରଦେଶର ମଣ୍ଡିର ଭାଜପା ଏମ୍‌ପି ଏବଂ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ବଞ୍ଜାର ଅଞ୍ଚଳ ଗସ୍ତ ସମୟରେ,...

ଅଭାବନୀୟ ଘଟଣା: ବିବାହ ଭୋଜିରେ ଅଧିକ ଚିକେନ ମାଗିବାରୁ ବନ୍ଧୁକୁ ଛୁରୀରେ ହାଣି ହତ୍ୟା

ବେଙ୍ଗାଲୁରୁ,୧୪।୭: କର୍ଣ୍ଣାଟକର ବେଲାଗାଭି ଜିଲାରେ ଏକ ଦୁଃଖଦ ଘଟଣାରେ ବିବାହ ଭୋଜିରେ ଅଧିକ ଚିକେନ ମାଗିବା କାରଣରୁ ଜଣେ ୩୦ ବର୍ଷୀୟ ଯୁବକଙ୍କୁ ଛୁରୀରେ ହାଣି...

8th pay commission: ସରକାରୀ କର୍ମଚାରୀଙ୍କ ପାଇଁ ଆସିଲା ଖୁସିଖବର, ଏହି ଦିନଠୁ…

ନୂଆଦିଲ୍ଲୀ,୧୪।୭: ଦେଶର ୪୪ ଲକ୍ଷ ସରକାରୀ କର୍ମଚାରୀ ଏବଂ ୬୮ ଲକ୍ଷ ପେନସନଭୋଗୀ ଅଷ୍ଟମ ବେତନ କମିଶନ ଲାଗୁ ହେବା ପାଇଁ ଉତ୍ସାହର ସହିତ ଅପେକ୍ଷା...

ମୁଖ୍ୟମନ୍ତ୍ରୀଙ୍କୁ ଅଟକାଇଲା ପୋଲିସ, ତଥାପି ଛାଡ଼ିଲେନି ପାଚେରି ଡେଇଁ ଭିତରେ ପଶିଲେ

ଶ୍ରୀନଗର,୧୪।୭: ଶହୀଦ ଦିବସକୁ ନେଇ ଜମ୍ମୁ କଶ୍ମୀରରେ ଆରମ୍ଭ ହୋଇଥିବା ବିବାଦ ଥମିବାର ନାଁ ନେଉନାହିଁ। ପ୍ରଶାସନ ଅନେକ ନେତାଙ୍କୁ ଗୃହବନ୍ଦୀ କରିଥିଲା ଏବଂ ଅନେକଙ୍କୁ...

ହରିଆଣା, ଗୋଆକୁ ମିଳିଲା ନୂଆ ରାଜ୍ୟପାଳ

ନୂଆଦିଲ୍ଲୀ,୧୪।୭: ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହରିୟାଣା ଏବଂ ଗୋଆରେ ନୂତନ ରାଜ୍ୟପାଳ ନିଯୁକ୍ତ କରିଛନ୍ତି। ଏହା ବ୍ୟତୀତ ଲଦାଖରେ ଜଣେ ନୂତନ ଉପରାଜ୍ୟପାଳଙ୍କୁ ନିଯୁକ୍ତ...

ସିଙ୍ଗଡ଼ା, ଜିଲାପୀ ଓ ସିଗାରେଟ୍ ଏବେ ଗୋଟିଏ ତାଲିକାରେ: ଏଣିକି ସ୍ୱାସ୍ଥ୍ୟ ଚେତାବନୀ ସହ ମିଳିବ ଲୋକପ୍ରିୟ ଖାଦ୍ୟ

ନୂଆଦିଲ୍ଲୀ,୧୪।୭: ଜିଲାପୀ ଖାଇବା ସମୟରେ ଏବେ ଆପଣଙ୍କୁ ଅପରାଧବୋଧ ହୋଇପାରେ। ସିଙ୍ଗଡ଼ା ସହ ଲଜ୍ଜାଜନକ ଅନୁଭବ ଏବଂ ଚା’ ବିସ୍କୁଟ ଖାଉଥିବା ବେଳେ ପଛରେ ସ୍ୱାସ୍ଥ୍ୟ...

ସାକ୍ଷ ଭାବେ ଗ୍ରହଣ କରାଯାଇ ପାରିବ ଦମ୍ପତିଙ୍କ ଗୁପ୍ତ କଥାବାର୍ତ୍ତାର ରେକର୍ଡିଂ, ବଡ଼ ମନ୍ତବ୍ୟ ଦେଲେ କୋର୍ଟ

ନୂଆଦିଲ୍ଲୀ,୧୪।୭: ସୋମବାର ସୁପ୍ରିମକୋର୍ଟ ବୈବାହିକ ମାମଲା ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଏପରି ମାମଲାରେ ସ୍ତ୍ରୀ ଏବଂ ସ୍ବାମୀଙ୍କ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri