କଲେକ୍ସନ କରି ଫେରୁଥିଲେ, କୋଲାବ ବ୍ରିଜ୍‌ ନିକଟରୁ ବ୍ୟବସାୟୀଙ୍କଠାରୁ ଲୁଟିନେଲେ ୫ ଲକ୍ଷ ଟଙ୍କା

କୁନ୍ଦୁରା, ୨୯।୧୦(ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଖଟଲାପଦର କୋଲାବ ବ୍ରିଜ ନିକଟରୁ ବ୍ୟବସାୟୀଙ୍କଠାରୁ ବୁଧବାର ଅପରାହ୍ନରେ ଲୁଟ୍‌ ହୋଇଛି। ଦୁର୍ବୃତ୍ତମାନେ ବ୍ୟବସାୟୀମାନଙ୍କଠାରୁ ୫ଲକ୍ଷ ଟଙ୍କା ଓ ଫୋନ୍‌ ଆଦି ଚୋରି କରି ନେଇଥିବା କୁନ୍ଦୁରା ଥାନାରେ ଅଭିଯୋଗ ହୋଇଛି। କୁନ୍ଦୁରା ପୋଲିସ କେସ୍‌ ନଂ.୧୩୪/୨୫ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।
କୁନ୍ଦୁରା ପୋଲିସ ସୂଚନା ମୁତାବକ ଅପରାହ୍ନ ୩ଟା କୋଟପାଡ଼ର ୫ଜଣ ବ୍ୟବସାୟୀ ଦେବାଶିଷ ପଟ୍ଟନାୟକ, ସାହିଲ, ଶ୍ୟାମ, ସୁଦାମ ଏବଂ ଅନିକେତ ଟଙ୍କା କଲେକ୍ସନ କରି କାର୍‌ (ସିଜି-୦୪ଏନ୍‌ଟି-୬୦୭୪) ରେ ଫେରୁଥିଲେ। ଏହି ସମୟରେ ପ୍ରାୟ ୮ ଜଣ ଲୁଟେରା ଖଟଲାପଦର କୋଲାବ ବ୍ରିଜ ଉପରେ ସେମାନଙ୍କୁ ଅଟକାଇ ଥିଲେ। ବ୍ୟବସାୟୀମାନେ କାର୍‌ ଡୋର୍‌ ନ ଖୋଲିବାରୁ ଦୁର୍ବୃତ୍ତମାନେ ଗାଡ଼ି କାଚ ଭାଙ୍ଗି ଦେଇଥିଲେ। ସାମ୍ନା ଡୋର, ମୁଖ୍ୟ କାଚ ଏବଂ ପଛପଟ କାଚ ଭାଙ୍ଗି ଗାଡ଼ି ଭିତରେ ଥିବା ୫ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଏଥିସହ ବ୍ୟବସାୟୀମାନଙ୍କ ପାଖରେ ଥିବା ୪ଟି ମୋବାଇଲ ଫୋନ୍‌ ନେଇ ଯାଇଛନ୍ତି। ଏହାପରେ ବ୍ୟବସାୟୀ ଦେବାଶିଷ କୁନ୍ଦୁରା ଥାନାରେ ଏ ନେଇ ଏତଲା ଦେଇଛନ୍ତି। ପୋଲିସ ବ୍ୟବସାୟୀଙ୍କ କାର୍‌କୁ ଥାନାରେ ରଖି ଅଧିକ ତଦନ୍ତ କରୁଥିବା ଥାନାଧିକାରୀ ଅଶ୍ୱିନୀ ପଟ୍ଟନାୟକ ସୂଚନା ଦେଇଛନ୍ତି।

ପ୍ରକାଶ ଯେ ପ୍ରତି ବୁଧବାର ଏହି ବ୍ୟବସାୟୀମାନେ କୁନ୍ଦୁରା ଅଞ୍ଚଳରେ ନିଜ ବ୍ୟବସାୟ ଟଙ୍କା ଆଦାୟ କରୁଥିବା ବେଳେ ଆଜି ଲୁଟ୍‌ର ଶିକାର ହୋଇଛନ୍ତି। ଉକ୍ତ ବ୍ୟବସାୟୀମାନଙ୍କ ସହ ୨୦୧୪-୧୫ରେ ସମାନ ପ୍ରକାରର ଲୁଟ୍‌ ହୋଇଥିଲା। ଗାଡ଼ିରେ ବସିଥିବା ୫ ଜଣ ବ୍ୟବସାୟୀଙ୍କଠାରୁ ୪ ଟି ମୋବାଇଲ ଦୁର୍ବୃତ୍ତମାନେ ନେଇଯାଇଥିବାବେଳେ ଜଣେ ବ୍ୟବସାୟୀଙ୍କ ନିକଟରେ ଥିବା ଏକ ଆଇ ଫୋନ ନେଇ ନ ଥିବା ସମସ୍ତଙ୍କୁ ସନ୍ଦେହ ଘେରକୁ ନେଇଛି। ସେହିଭଳି ଜିଏସଟି ଫାଙ୍କିବା ନେଇ ଏହା ଏକ ପ୍ରମୁଖ ଉପାୟ ବୋଲି ଲୋକେ ଟୁପୁରୁଟାପୁରୁ ହେଉଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରେଳଲାଇନରୁ ମିଳିଲା ମାଇନ୍ସ ବ୍ୟବସାୟୀଙ୍କ ମୃତଦେହ: ହତ୍ୟା ନା ଆତ୍ମହତ୍ୟା, ଖୋଜୁଛି ପୋଲିସ

କୋରାପୁଟ,୭।୧୧(ଅମିତାଭ ବେହେରା ): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଡୁମୁରିପୁଟ ରେଳ ରାସ୍ତା କଡରେ ଏକ ମୃତଦେହକୁ କୋରାପୁଟ ରେଲୱେ ପୋଲିସ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ...

ଉତ୍ତରାଖଣ୍ଡରେ ରାୟଗଡ଼ା ଯୁବତୀଙ୍କୁ ହତ୍ୟା କରି ନଦୀରେ ଫିଙ୍ଗିଦେଲେ

ରାୟଗଡ଼ା,୭।୧୧ (ଆଶିଷ ରଞ୍ଜନ ପଣ୍ଡା): ଉତ୍ତରାଖଣ୍ଡରେ ରାୟଗଡ଼ା ଜିଲା ଚାନ୍ଦିଲି ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ହତ୍ୟା କରାଯାଇ ମୃତଦେହକୁ ଏକ ନଦୀରେ ଫିଙ୍ଗି ଦିଆଯାଇଥିଲା।...

୩ ବାର୍‌ହାଙ୍କ ମୃତଦେହ ଜବତ, ୧୧ ଶିକାରୀଙ୍କୁ ଗିରଫ କଲା ବନ ବିଭାଗ

ଦେବଗଡ଼,୭ା୧୧(ଶଶାଙ୍କ ଶେଖର ଝାଙ୍କର): ବନ ବିଭାଗ ପକ୍ଷରୁ ରାତ୍ର କାଳୀନ ପାଟ୍ରୋଲିଂ ଚାଲିଥିବାବେଳେ ଦେବଗଡ଼ ବନଖଣ୍ଡ ତଥା ଦେବଗଡ଼ ବନାଞ୍ଚଳ ଓ ଦେବଗଡ଼ ଫରେଷ୍ଟ ସେକ୍ସନ...

ବିଜ୍ଞାପିତ ଅଞ୍ଚଳ ପରିଷଦକୁ ବିରୋଧ କରି ଜିଲାପାଳଙ୍କ ଦ୍ୱାରସ୍ଥ

କୋରାପୁଟ,୬ା୧୧(ଅମିତାଭ ବେହେରା): ଚାରାଙ୍ଗୁଲ ପଞ୍ଚାୟତକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ନଗର ପ୍ରଶାସନକୁ ନେବା ପ୍ରସ୍ତାବ ବିରୋଧରେ ଦୃଢ଼ ପ୍ରତ୍ୟାଖ୍ୟାନ କରି କୋରାପୁଟ ଜିଲା ସେମିଲିଗୁଡ଼ା ବ୍ଲକ...

ସାଲୁର୍‌ ଘାଟରେ OSRTC ବସରେ ଲାଗିଗଲା ନିଆଁ , ଘାଟି ଉଠୁଥିବାବେଳେ ହଠାତ୍‌…

ପଟ୍ଟାଙ୍ଗି,୬।୧୧(ଶରତ କୁମାର ଧଳ): କୋରାପୁଟ ଜିଲାକୁ ଲାଗି ରହିଥିବା ପଡୋଶୀ ଆନ୍ଧ୍ର ରାଜ୍ୟର ସାଲୁର୍‌ ଘାଟରେ ଭୋର୍‌ ସକାଳୁ ଏକ OSRTC ବସରେ ନିଆଁ ଲାଗି...

ସାଙ୍ଗମାନଙ୍କ ସହ ବସି ଗପୁଥିଲେ, ହଠାତ ଲୁହାଛଡ଼ରେ ମରଣାନ୍ତକ ଆକ୍ରମଣ, ୨ଜଣଙ୍କୁ…

ଦିଗପହଣ୍ଡି,୫।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମର କୃଷ୍ଣ ଗୌଡ଼ଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ବୁଧବାର...

ସ୍ତ୍ରୀଙ୍କ ସହ ଶାଶୁ-ଶ୍ୱଶୁରଙ୍କୁ କଟୁରିରେ ଆକ୍ରମଣ କଲେ ଜ୍ୱାଇଁ, ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ବାଙ୍କୀ,୫ା୧୧(ଶୁଭେନ୍ଦୁ ମହାପାତ୍ର): କଟକ ଜିଲା ବାଙ୍କୀ ଥାନା ଅନ୍ତର୍ଗତ ଶିଶୁଆ ଗ୍ରାମରେ ବୁଧବାର ଘଟିଛି ଏକ ଅଭାବନୀୟ ଘଟଣା କାଣ୍ଡ। ଜ୍ବାଇଁଙ୍କ ଆକ୍ରମଣରେ ଶାଶୁ-ଶ୍ୱଶୁର ଏବଂ...

ନାବାଳିକା ପ୍ରେମିକାଙ୍କ ବାପାଙ୍କ ବେକ କାଟିଦେଲେ ଯୁବକ, ଆଉ ତା’ ପରେ…

ବାସୁଦେବପୁର,୫ା୧୧(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲା ଆରୁହା ପଞ୍ଚାୟତର କୁଞ୍ଚଆଢ଼ିଆ ଗ୍ରାମର ଏକ ଅଭାବନୀୟ କାଣ୍ଡ ଘଟିଛି। ଜନୈକା ନାବାଳିକାଙ୍କ ବାପାଙ୍କ ବେକକୁ ବିଷ୍ଣୁବିନ୍ଧା ଗ୍ରାମରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri