୫ ନିର୍ବାଚନ

ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ ବିଧାନସଭା ନିର୍ବାଚନ ଲାଗି ପ୍ରଚାର କାର୍ଯ୍ୟ ଜୋରସୋରରେ ଚାଲିଛି। ଏଥିମଧ୍ୟରୁ ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ଉପରେ ସମଗ୍ର ଦେଶର ନଜର ରହିଛି। ଏହି ରାଜ୍ୟର ନିର୍ବାଚନ କେତେ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ଫେବୃୟାରୀ ୨୬ରେ ନିର୍ବାଚନ କମିଶନ (ଇସି) ତାରିଖ ଘୋଷଣା କରିବା ଦିନ ସୂଚାଇ ଦେଇଥିଲେ। ଇସିଙ୍କ ତାଲିକାରେ ତାମିଲନାଡ଼ୁ, କେରଳ ଓ ପୁଡୁଚେରୀ ଲାଗି ଏପ୍ରିଲ ୬ ମତଦାନ ଦିବସ ରଖାଯାଇଛି। ଅର୍ଥାତ୍‌ ଗୋଟିଏ ଦିନରେ ଏଭଳି ରାଜ୍ୟଗୁଡ଼ିକର ଭୋଟ ଗ୍ରହଣ ଶେଷ କରିବାର ଦକ୍ଷତା ଇସି ରଖିଛନ୍ତି ବୋଲି ସମସ୍ତେ ଜାଣି ଖୁସି ହେଲେ। ଏଇ ଗୋଟେ ଖୁସି ହେଲା ବେଳକୁ ପଶ୍ଚିମବଙ୍ଗର ଖବର ସ୍ଥିତିକୁ ମଳିନ ପକାଇଦେଲା। ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ ଯେତେବେଳେ ଖବର ମିଳିଲା ଯେ ପଶ୍ଚିମବଙ୍ଗରେ ୮ଟି ପର୍ଯ୍ୟାୟରେ ଭୋଟ୍‌ କରାଯିବ। ଆସାମରେ ୩ ପର୍ଯ୍ୟାୟରେ ଭୋଟ ଗ୍ରହଣ ସ୍ବାଭାବିକ ମନେହେଉଛି, କାରଣ ସେଠାରେ ପାହାଡ଼ିଆ ଅଞ୍ଚଳ ରହିଛି। କିନ୍ତୁ ପଶ୍ଚିମବଙ୍ଗରେ ୮ ପର୍ଯ୍ୟାୟରେ ମତଦାନ କଥା ଯିଏ ବୁଝିବା ଲୋକ ଉଦ୍ଦେଶ୍ୟ ବୁଝିଲେ।
ପଶ୍ଚିମବଙ୍ଗରେ ଯେଭଳି ଭୋଟଗ୍ରହଣ ବ୍ୟବସ୍ଥା କରାଯାଇଛି, ସେଥିରୁ ପର୍ଯ୍ୟବେକ୍ଷକଙ୍କ କହିବା ଅନୁଯାୟୀ ଇସି ଏକତରଫା ଭାବେ ଭାଜପା ସମର୍ଥନରେ କାର୍ଯ୍ୟ କରୁଛି। ଉଲ୍ଲେଖଯୋଗ୍ୟ ଯେ, ଆଜି ଭାରତରେ ପ୍ରାୟ ସମସ୍ତ ସାମ୍ବିଧାନିକ ସଂସ୍ଥା କେନ୍ଦ୍ର ସରକାରଙ୍କ ମିଜାଜ୍‌ ଅନୁଯାୟୀ କାର୍ଯ୍ୟ କରୁଛନ୍ତି। ଯେତେବେଳେ ନିର୍ବାଚନ ପରିଚାଳନାର ବୃହତ୍‌ ସଂସ୍ଥାକୁ ମୋଡ଼ିବାରେ କେନ୍ଦ୍ର ସରକାର ସକ୍ଷମ ହେଉଛନ୍ତି, ସେତେବେଳେ ଆଗକୁ ଅନେକ ଅସ୍ବାଭାବିକ ସ୍ଥିତି ଉପୁଜିବା ନେଇ ଆଶଙ୍କା ସୃଷ୍ଟି ହେବା ସ୍ବାଭାବିକ। ପଶ୍ଚିମବଙ୍ଗ ଦୀର୍ଘ ବର୍ଷ ଧରି ବାମପନ୍ଥୀ ଶାସନାଧୀନ ଥିଲା। ୨୦୧୧ରେ ମମତା ବାନାର୍ଜୀ କ୍ଷମତାକୁ ଆସି ତୃଣମୂଳ କଂଗ୍ରେସକୁ ଡ୍ରାଇଭର ସିଟ୍‌ରେ ବସାଇ ଦେଇଥିଲେ। ପାଖାପାଖି ୮ ବର୍ଷ ଶାସନରେ ବସିବା ପରେ ୨୦୧୯ରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ତୃଣମୂଳକୁ ଧକ୍କା ଦେଇ ଭାଜପା ୪୨ ଲୋକ ସଭା ଆସନରୁ ୧୮ ଆସନରେ ବିଜୟୀ ହୋଇଥିଲା। ସେହି ବିଜୟରୁ ଉତ୍ସାହିତ ହୋଇ ଭାଜପା ତା’ର କଳବଳ କୌଶଳକୁ ପଶ୍ଚିମବଙ୍ଗରେ ଲଗାଇଚାଲିଛି। ଏଥିରେ ଭାଜପାର ଏକ ବୃହତ୍‌ ଉଦ୍ଦେଶ୍ୟ ରହିବା ସ୍ବାଭାବିକ। ଦେଖିବାକୁ ଗଲେ ଆଜିର ଭାରତରେ ମମତା ବାନାର୍ଜୀଙ୍କ ବ୍ୟତୀତ ଅନ୍ୟ କୌଣସି ମୁଖ୍ୟମନ୍ତ୍ରୀ ସିଧାସଳଖ ମୋଦିଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତିଗୁଡ଼ିକୁ ଲୋକଲୋଚନକୁ ଆଣିବାରେ ସତ୍‌ସାହସ ଦେଖାଇ ପାରୁନାହାନ୍ତି। ଯେପର୍ଯ୍ୟନ୍ତ ଗୋଟିଏ ମମତା ବାନାର୍ଜୀ କ୍ଷମତାରେ ରହିପାରିବେ, ସେ ପର୍ଯ୍ୟନ୍ତ ଭାରତରେ ଏକଚ୍ଛତ୍ରବାଦ ପ୍ରତିଷ୍ଠା କରିବା ଅତ୍ୟନ୍ତ କଷ୍ଟକର ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦିଅନ୍ତି। ପଶ୍ଚିମବଙ୍ଗରେ ଭାଜପାର କୌଣସି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଏବେ ଲୋକଚକ୍ଷୁରେ ଆସିପାରି ନାହାନ୍ତି। ତେବେ ମହାରାଷ୍ଟ୍ରରେ ଦେବେନ୍ଦ୍ର ଫଡ୍‌ନବିଶ୍‌, ହରିୟାଣାରେ ମନୋହର ଲାଲ୍‌ ଖଟ୍ଟର, ଉତ୍ତରାଖଣ୍ଡରେ ତୀରଥ ସିଂ ରାଓ୍ବତଙ୍କ ଭଳି କୌଣସି ଜଣେ ଅଜଣା ଅଚିହ୍ନା ସ୍ବୟଂସେବକଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇଦେଇ ପାରନ୍ତି। କାରଣ ପୂର୍ବରୁ କଂଗ୍ରେସ ଯେମିତି କରୁଥିଲା ଆଜି ଭାଜପା ମଧ୍ୟ ସେହିପ୍ରକାର ଚରିତ୍ର ପ୍ରଦର୍ଶନ କରୁଛି। କଂଗ୍ରେସ ଯେଉଁଭଳି ସବୁ ଭିତ୍ତିଭୂମିର ନାମକରଣ ଗାନ୍ଧୀ ପରିବାର ସଦସ୍ୟଙ୍କ ନାମରେ କରୁଥିଲା, ଭାଜପା ମଧ୍ୟ ସେମିତି ସର୍ଦ୍ଦାର ପଟେଲଙ୍କ ନାମକୁ ସ୍ବାହା କରି ନରେନ୍ଦ୍ର ମୋଦିଙ୍କ ନାମରେ ନାମିତ କରୁଛି, ତଦନୁଯାୟୀ ଇତିହାସରେ କଂଗ୍ରେସ ଭଳି ଭାଜପା ତା’ର ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ ରଖିବାକୁ ଚାହେଁନାହିଁ। ସମ୍ପୃକ୍ତ ବ୍ୟକ୍ତିବିଶେଷ ଯେତେ ଅଧିକ ଅଜଣା ଅଶୁଣା ହୋଇଥିବେ ସେତେ ଅଧିକ ଉଚ୍ଚ ପଦବୀ ମଣ୍ଡିତ କରିବାକୁ ଯୋଗ୍ୟ ବିବେଚିତ ହେବେ।
ଆସାମରେ ମଧ୍ୟ ଏହି ନିର୍ବାଚନ ପରେ ହେମନ୍ତ ବିଶ୍ୱଶର୍ମା ମୁଖ୍ୟମନ୍ତ୍ରୀ ଆସନ ପାଇବା ଅସମ୍ଭବ ହୋଇଯିବ। ଯଦି ସର୍ବାନନ୍ଦ ସୋନଓ୍ବାଲଙ୍କ ରାଜନୈତିକ ଆୟୁଷ ପୂରିଲାଣି ତେବେ ତାଙ୍କରି ଭଳି ଅନାମଧ୍ୟେୟ ଉପରୁ ଖୋଜାହୋଇ ଆସିବେ। ଯେମିତି ପଶ୍ଚିମବଙ୍ଗରେ ମିଥୁନ ଚକ୍ରବର୍ତ୍ତୀ କିମ୍ବା ଶୁଭେନ୍ଦୁ ଅଧିକାରୀ ଭାଜପାର ମୁଖ୍ୟମନ୍ତ୍ରୀ ହେବା ସମ୍ଭବପର ହେବନାହିଁ, ସେହିପରି କେରଳରେ ମେଟ୍ରୋମ୍ୟାନ୍‌ ଇ. ଶ୍ରୀଧରନ ଭାଜପା ଜିଣିଲେ କେବେହେଲେ ମୁଖ୍ୟମନ୍ତ୍ରୀ ଗାଦିରେ ବସିପାରିବେ ନାହିଁ। କୁହାଯାଉଛି ହାତୀର ଦେଖେଇବା ଦାନ୍ତଠାରୁ ଖାଇବା ଦାନ୍ତ ଭିନ୍ନ। ସେହିଭଳି ଭାଜପା ରାଜନୀତିରେ ଏହି ନବାଗତମାନେ କେବଳ ଦେଖେଇବା ଦାନ୍ତ ହୋଇପାରିବେ।
ତାମିଲନାଡୁ ରାଜନୀତିକୁ ଦେଖିଲେ ଦୀର୍ଘ ବର୍ଷ ପରେ ଟାଣୁଆ ନେତାଙ୍କ ଅବର୍ତ୍ତମାନରେ ଡିଏମ୍‌କେ ଓ ଏଆଇଏଡିଏମ୍‌କେ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇବେ। ଏଆଇଏଡିଏମ୍‌କେର ଜୟଲଲିଥା ଓ ଡିଏମ୍‌କେର ଏମ୍‌. କରୁଣାନିଧିଙ୍କ ଦେହାନ୍ତ ପରେ ଦୁଇ ରାଜନୈତିକ ଦଳ ଯଥାକ୍ରମେ ଇ. କେ. ପାଲାନିସ୍ବାମୀ ଏବଂ ଏମ୍‌. କେ. ଷ୍ଟାଲିନ୍‌ଙ୍କ ନେତୃତ୍ୱରେ ଲଢ଼ିବାକୁ ଯାଉଛି। ସେଠାରେ ୫ ବର୍ଷରେ ଥରେ ପଟପରିବର୍ତ୍ତନ ହୋଇଥାଏ। କିନ୍ତୁ ଗତଥର ଜୟଲଲିଥା ପ୍ରଥା ଭାଙ୍ଗି ଲାଗ୍‌ ଲାଗ୍‌ ଦୁଇଥର ମୁଖ୍ୟମନ୍ତ୍ରୀ ହୋଇଥିଲେ। କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ ରାଜନୀତିରେ ଭାଜପାର ବାରମ୍ବାର ହସ୍ତକ୍ଷେପ ଦଳର ଭାବମୂର୍ତ୍ତିକୁ ନିକଟରେ ପାଣିଚିଆ କରିଦେଇଛି। ଏପରିକି ସେଠାକାର ଉପରାଜ୍ୟପାଳ ଥିବା କିରଣ ବେଦୀଙ୍କୁ ଅସ୍ବାଭାବିକ ପରିସ୍ଥିତିରେ ବିଦା କରିଦିଆଗଲା।
ଏହିଭଳି ବିଭିନ୍ନ ସମୟରେ ରାଜ୍ୟଗୁଡ଼ିକର ନିର୍ବାଚନ ହେଉଥିବାରୁ ଭାରତର ଗଣତନ୍ତ୍ର ସୁଦୃଢ଼ ହେଉଛି। ସାଧାରଣରେ ଅଣଗଣତାନ୍ତ୍ରିକ ଶକ୍ତିମାନେ ସବୁ ନିର୍ବାଚନକୁ ଏକସଙ୍ଗେ କରିଦେବା ପାଇଁ ପସନ୍ଦ କରିଥାନ୍ତି। ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ଧ୍ୱନି ଦେଉଥିବା ବ୍ୟକ୍ତିମାନେ ପାଦେ ଆଗକୁ ଯାଇ ଗୋଟିଏ ଭାଷା, ଗୋଟିଏ ସଂସ୍କୃତି, ଗୋଟିଏ ଠାକୁର ଭଳି ଅସ୍ବାଭାବିକ ମନ୍ତବ୍ୟ ଦେଇଥାନ୍ତି। ଏଭଳି ମାନସିକତା ହେଉଛି ସମ୍ପୂର୍ଣ୍ଣ ଭାବେ ଭାରତୀୟ ଆତ୍ମା ବିରୋଧୀ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତାମିଲନାଡୁର ସତ୍ୟମଙ୍ଗଳମ୍‌ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରେ ଲାଟାନା ଘାସ ଏବେ ଆଦିବାସୀଙ୍କ ପାଇଁ ଜୀବିକାର ସାହାରା ପାଲଟିଛି। କେବଳ ଏତିକି ନୁହେଁ ଜଙ୍ଗଳ ଅର୍ଥନୀତିକୁ ମଧ୍ୟ ସଶକ୍ତ…

ବିକାଶ ବେଦିରେ ବଳି

ଓଡ଼ିଶାର ଆଦିବାସୀମାନଙ୍କ ଅସ୍ତିତ୍ୱ ଦିନକୁ ଦିନ ଅଧିକ ବିପନ୍ନ ହେଉଥିବା ଦେଖିବାକୁ ମିଳୁଛି। ସେମାନଙ୍କର ମାଟି, ପାଣି, ଜଙ୍ଗଲ, ଝରଣା, ପାହାଡ଼ ଧୀରେ ଧୀରେ ସେମାନଙ୍କ କବଳରୁ…

ନିଜକୁ ଚିହ୍ନିବା

ଓଡ଼ିଆରେ ଗୋଟିଏ ଢଗ ଅଛି, ”ନିଜ ବୁଦ୍ଧିରେ ଶୃଗାଳ ହେବ ପଛେ, ପର ବୁଦ୍ଧିରେ ସିଂହ ହେବନାହିଁ।“ ଏହି ଢଗଟି ପରୋକ୍ଷରେ ପ୍ରସଙ୍ଗ ‘ନିଜକୁ ନିଜେ ଚିହ୍ନିବା’ର…

ଡାଟା ସେଣ୍ଟରକୁ ବିରୋଧ

ଦି ଗ୍ରେଟ୍‌ ରିପ୍ଲେସମେଣ୍ଟ’ ଧାରଣା ଦର୍ଶାଏ ଯେ ସ୍ଥାନୀୟ ଲୋକଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ପ୍ରବାସୀମାନଙ୍କ ଦ୍ୱାରା ହଟାଯାଉଛି। ଫ୍ରାନ୍ସର ଲେଖକ ରେନାଡ୍‌ କାମୁସ ଏହି ଶବ୍ଦ ପ୍ରଥମେ…

ନୀତିର ଠିକାଦାର

ସନ୍ଧ୍ୟାରେ ଜଣେ ଯୁବତୀ ଓ ଯୁବକ ରାସ୍ତାକଡ଼ରେ ଠିଆ ହୋଇ କଥା ହେଉଥିଲେ। ହଠାତ୍‌ କିଛି ଲୋକ ସେମାନଙ୍କୁ ଘେରିଗଲେ। ପ୍ରଶ୍ନ ଆରମ୍ଭ- କିଏ ତୁମେ? ଏଠାରେ…

ବିଜ୍ଞାନର ଆଧ୍ୟାତ୍ମିକତା

ଅନେକ ଶତାବ୍ଦୀ ଧରି ମାନବ ସଭ୍ୟତା ବିଜ୍ଞାନ ଏବଂ ଆଧ୍ୟାତ୍ମିକତାକୁ ଦୁଇଟି ପରସ୍ପର ବିରୋଧୀ ମାର୍ଗ ଭାବରେ ଦେଖିଆସିଛି। ଗୋଟିଏ ପଟେ ବିଜ୍ଞାନ, ଯାହା ପ୍ରମାଣ, ପରୀକ୍ଷା,…

ବୈଦିକ ଭୂମିରେ ହିନ୍ଦୁଧର୍ମ

ସିନ୍ଧୁ ନଦୀର ଶାଖାନଦୀଗୁଡ଼ିକ ଦ୍ୱାରା ପ୍ଳାବିତ ପଞ୍ଜାବ ମୂଳ ବୈଦିକ ଭୂମି ଥିଲା। ହେଲେ ଏବେ ଯମୁନା-ଗଙ୍ଗା ଧୋୟାଞ୍ଚଳ ସହିତ ବେଦକୁ ଅଧିକ ଜଡ଼ିତ କରାଯାଉଥିବାବେଳେ ଅନ୍ୟପକ୍ଷରେ…

ବ୍ୟକ୍ତିନୀତି-ଗଣନୀତି-ଦୈବୀନୀତି

ପ୍ରାକ୍‌ ସ୍ବାଧୀନତା କାଳରେ ରାଜନୀତିର ସଂଜ୍ଞା ଓ ସ୍ବରୂପ ନିରୂପଣ କରିବା ଆଦୌ କଠିନ ନ ଥିଲା, ବରଂ ଅତ୍ୟନ୍ତ ସହଜ ସାଧ୍ୟ ଥିଲା। ମାତ୍ର ସ୍ବାଧୀନତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?