୪୨୬ ପଞ୍ଚାୟତରେ ହାଇସ୍କୁଲ ନାହିଁ

ଭୁବନେଶ୍ୱର,୨୩।୧୧(ଅନିଲ ଦାସ)ରାଜ୍ୟର ୭୯୯୮ ପଞ୍ଚାୟତରେ ୮୦୯୯ ହାଇସ୍କୁଲ ରହିଛି। ତେବେ ୪୨୬ ପଞ୍ଚାୟତରେ କୌଣସି ହାଇସ୍କୁଲ ନାହିଁ। ସେହି ପଞ୍ଚାୟତର ପିଲାମାନେ ନିକଟସ୍ଥ ପଞ୍ଚାୟତରେ ଥିବା ହାଇସ୍କୁଲରେ ପଢୁଛନ୍ତି। ବିଜେଡି ସଭ୍ୟ ଭୂପିନ୍ଦର ସିଂଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ବୁଧବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି। ଭୂପିନ୍ଦର ପଚାରିଥିଲେ ଯେ ରାଜ୍ୟରେ କେତେସଂଖ୍ୟକ ପ୍ରାଥମିକ, ଉଚ୍ଚପ୍ରାଥମିକ, ସେକେଣ୍ଡାରି ଓ ହାୟର ସେକେଣ୍ଡାରି ସ୍କୁଲ ଅଛି। ଚଳିତବର୍ଷ ଏହି ଶିକ୍ଷାନୁଷ୍ଠାନରେ କେତେ ନିଯୁକ୍ତି ଦେବାର ବ୍ୟବସ୍ଥା ହୋଇଛି ଏବଂ କେତୋଟି ପଞ୍ଚାୟତରେ ହାଇସ୍କୁଲ ନାହିଁ। ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ୫୨,୮୦୭ ସ୍କୁଲ ରହିଛି। ଚଳିତ ବର୍ଷ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲରେ ଆବଶ୍ୟକ ଥିବା ୨୦,୦୦୦ କନିଷ୍ଠ ଶିକ୍ଷକ ପଦବୀ ପୂରଣ ପାଇଁ ବିଜ୍ଞାପନ ପ୍ରକାଶ ପାଇବା ସହ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି। ସେହିପରି ସରକାରୀ ଉଚ୍ଚ ବିଦ୍ୟାଳୟରେ ୭,୫୪୦ ଶିକ୍ଷକ ପଦବୀ ପୂରଣ ପାଇଁ ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିଶନ (ଓଏସ୍‌ଏସ୍‌ସି) ଜରିଆରେ ନିଯୁକ୍ତି ପାଇଁ ବ୍ୟବସ୍ଥା ହୋଇଛି। ସେହିଭଳି ୬୯୦ ପୂର୍ଣ୍ଣ ଅନୁଦାନପ୍ରାପ୍ତ ହାଇସ୍କୁଲ ପାଇଁ ୨୦୬୪ ଶିକ୍ଷକ ପଦବୀ ପୂରଣ ନିମନ୍ତେ ଏସ୍‌ଏସ୍‌ବି ଜରିଆରେ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି। ଚଳିତ ବର୍ଷ ସରକାରୀ ହାଇସ୍କୁଲରେ ୯୨ଟି ପ୍ରଧାନଶିକ୍ଷକ ପଦବୀରେ ଯୋଗ୍ୟ ବିବେଚିତ ଓଇଏସ୍‌ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯାଇଛି। ସରକାରୀ ଉଚ୍ଚ ମାଧ୍ୟମିକ ସ୍କୁଲରେ ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ବିଷୟରେ ୩୩୫ ପିଜିଟି ପଦବୀ ପୂରଣ ନିମନ୍ତେ ଓପିଏସ୍‌ସି ଜରିଆରେ ଚୟନ କରାଯାଇ ୩୨୭ ପିଜିଟି ପଦବୀରେ ନିଯୁକ୍ତି ଦିଆଯାଇଛି। ଏହାଛଡ଼ା ୧୦୦୮ ପିଜିଟି ପଦବୀ ପୂରଣ ନିମନ୍ତେ ପଦକ୍ଷେପ ନିଆଯାଉଛି। ଏତଦ୍‌ବ୍ୟତୀତ ୨୨୬ ପୂର୍ଣ୍ଣ ଅନୁଦାନପ୍ରାପ୍ତ ହାଇସ୍କୁଲ ପାଇଁ ୧୫୪୩ ପିଜିଟି ଶିକ୍ଷକ ପଦବୀ ସୃଷ୍ଟି କରାଯାଇଛି। ଉକ୍ତ ପଦବୀ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୫୫୫ ପଦବୀ ପୂରଣ ନିମନ୍ତେ ଏସ୍‌ଏସ୍‌ବି ମାଧ୍ୟମରେ ପ୍ରକ୍ରିୟା ଜାରି ରହିଛି ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ନିର୍ବାଚନରେ ​​ସଫଳତା ପାଇଁ ତ୍ରିପୁରା ଏବଂ ଆସାମ ସୂତ୍ରକୁ ନକଲ କରିବ ଭାଜପା

ଭୁବନେଶ୍ୱର,୨୭ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ତାଙ୍କ ସୋନପୁର ରାଲିରେ ଓଡ଼ିଶାରେ ଭାରତୀୟ ଜନତା ପାର୍ଟି (ଭାଜପା) ର ନେତା ଓ କର୍ମୀଙ୍କ ମନୋବଳ ବଢ଼ାଇଛନ୍ତି।...

ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ପାଇଁ ଓଡ଼ିଶାରେ ମୁତୟନ ହେବେ ୧୬୫ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ

ଭୁବନେଶ୍ୱର,୨୭ା୪: ରାଜ୍ୟରେ ସମ୍ପୂର୍ଣ୍ଣ ଶାନ୍ତିଶୃଙ୍ଖଳା ମଧ୍ୟରେ ଆଗାମୀ ସାଧାରଣ ନିର୍ବାଚନ ପ୍ରକ୍ରିୟା ପରିଚାଳନା ନିମନ୍ତେ ୧୬୫ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ମୁତୟନ କରାଯାଉଛି...

ନ୍ୟୁୟର୍କ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ: ଦମନ, ପ୍ରତୀକ୍ଷା ମନୋନୀତ

ଭୁବନେଶ୍ୱର,୨୭ା୪(ଶର୍ମିଷ୍ଠା ପାଣିଗ୍ରାହୀ): ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ଖୁସି ଓ ଗର୍ବର ଖବର। ନିକଟରେ ଓଡ଼ିଆ ସିନେମାରେ ଚର୍ଚ୍ଚାରେ ଥିବା ଦୁଇଟି ଚଳଚ୍ଚିତ୍ର ‘ଦମନ’...

ପୂର୍ବତନ ସମିତି ସଭ୍ୟଙ୍କ ଗଳାକାଟି ହତ୍ୟା, ମାଓବାଦୀଙ୍କ ହାତ ଥିବା ସନ୍ଦେହ

ମାଲକାନଗିରି,୨୭ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ରେ କଂଗ୍ରେସ ନେତା ତଥା ପୂର୍ବତନ ସମିତି ସଭ୍ୟଙ୍କୁ ଶନିବାର କେହି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ଏଥିରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ...

ବଜ୍ରପାତରେ ମା’-ପୁଅଙ୍କ ଜୀବନ ଗଲା

ଡେରାବିଶ,୨୭ା୪(ଅଜୟ ବେବର୍ତ୍ତା): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଖମୋଳ ପଞ୍ଚାୟତ ଅନ୍ତର୍ଗତ ଜହ୍ନିମୂଳ ଗ୍ରାମରେ ଶନିବାର ସନ୍ଧ୍ୟାରେ ବଜ୍ରପାତରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି।...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

କଟକ-ବାରବାଟୀରୁ ଲଢ଼ିବେ ମୋକିମ୍‌ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ

କଟକ,୨୭ା୪: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ରାଜନୀତିକୁ ଓହ୍ଲାଇବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ସୋଫିଆଙ୍କୁ ବିଧାୟିକା ପ୍ରାର୍ଥୀ କରିବା...

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

କୋକସରା,୨୭ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ। ପ୍ରଥମେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri