Posted inଫୁରସତ

୪୨ ଫୁଟ୍‌ର ଲମ୍ବା ନଖ, ୨୫ ବର୍ଷ ହେବ କାଟି ନାହାନ୍ତି…

ଆମେରିକାର ୬୩ ବର୍ଷୀୟା ଡାଏନା ଆମ୍ରଷ୍ଟ୍ରଙ୍ଗ ଦୀର୍ଘ ୨୫ ବର୍ଷ ହେବ ନିଜ ଦୁଇ ହାତର ନଖ କାଟି ନାହାନ୍ତି। ଫଳରେ ଏବେ ତାଙ୍କ ଦୁଇ ହାତର ନଖର ଲମ୍ବ ୪୨ ଫୁଟ୍‌ରୁ ଅଧିକ ହୋଇଗଲାଣି। କହିବାକୁ ଗଲେ ଏକ ବସ୍‌ର ଲମ୍ବଠାରୁ ବି ତାଙ୍କ ନଖର ଲମ୍ବ ଅଧିକ। ଫଳରେ ତାଙ୍କ ନାମ ଗିନିଜ ଓ୍ବାର୍ଲଡ ରେକର୍ଡସ୍‌ରେ ସ୍ଥାନ ପାଇଛି। ତେବେ ସେ ଫ୍ୟାଶନ କିମ୍ବା ରେକର୍ଡ କରିବା ଉଦ୍ଦେଶ୍ୟରେ ନଖ ବଢାଇ ନାହାନ୍ତି। ବରଂ ଏତେ ଲମ୍ବା ନଖ ରଖିବା ପଛରେ ଡାଏନାଙ୍କ ଜୀବନର ଏକ ଦୁଃଖଦ କାହାଣୀ ଜଡିତ ଅଛି। ଡାଏନାଙ୍କର ଏକ ଝିଅ ଥିଲା, ଯାହାର ନାଁ ଲତିଶା ଥିଲା। ମାତ୍ର ୧୬ ବର୍ଷ ବୟସରେ ଲତିଶାଙ୍କର ମୃତ୍ୟୁ ଅସ୍ଥମା ଆଟାକ୍‌ରେ ହୋଇଗଲା। ଲତିଶା ମା’ ଡାଏନାଙ୍କର ବହୁତ ଯତ୍ନ ନେଉଥିଲେ। ସେ ମା’ଙ୍କ ନଖ କାଟିବା, ମାନେକ୍ୟୋର କରିବା, ନେଲପଲିଶ ଲଗାଇବା ଆଦି କାମ ଭାରି ଖୁସିରେ କରୁଥିଲେ। ୧୯୯୭ରେ ଯେବେ ଲତିଶାଙ୍କର ମୃତ୍ୟୁ ହୋଇଗଲା ଡାଏନା ଦୁଃଖରେ ଭାଙ୍ଗିପଡିଲେ। ଆଉ ନିଜର ନଖ ପ୍ରତି ଜମାରୁ ନଜର ଦେଲେନି। ନଖ କାଟିବା ପୁରା ବନ୍ଦ କରିଦେଲେ। ଫଳର ନଖ ଧୀରେ ଧୀରେ ବଢି ଲମ୍ବା ହେବାକୁ ଲାଗିଲା। ଆଉ ଏତେ ଲମ୍ବା ହୋଇଗଲା ଯେ, ଗିନିଜ ଓ୍ବାର୍ଲଡ ରେକର୍ଡସରେ ସବୁଠାରୁ ଲମ୍ବା ନଖଭାବେ ସ୍ଥାନ ପାଇଲା। ତାଙ୍କର ଏହି ଲମ୍ବା ନଖର ଯତ୍ନ ଏବେ ତାଙ୍କ ନାତୁଣୀ ନେଉଛନ୍ତି। ତାଙ୍କ ନଖରେ ନେଲପେଣ୍ଟ କରିବା ପାଇଁ ଥରକରେ ୧୦-୧୫ଟି ନେଲପଲିସ୍‌ ବୋତଲ ଆବଶ୍ୟକ ହୁଏ। ଡାଏନା କୁହନ୍ତି, ‘ନଖ ଏତେ ଲମ୍ବା ହୋଇଯିବାରୁ ମୁଁ ଏବେ ଆଉ ବାହାରକୁ ବିଶେଷ ଯାଉନାହିଁ। ତଥାପି ମୋର କେବେବି ନଖ କାଟିବାକୁ ଇଛା ହୋଇନାହଁି।’


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଏକମାତ୍ର ନଦୀ, ଯାହାର ବାଲିରୁ ମିଳେ ସୁନା! ଓଡ଼ିଶାରେ ବି ବୋହୁଛି…

ନୂଆଦିଲ୍‌ଲୀ,୨୬।୯: ଭାରତରେ ନଦୀଗୁଡ଼ିକୁ କେବଳ ଜଳର ଉତ୍ସ ଭାବେ ଗ୍ରହଣ କରାଯାଏ ନାହିଁ, ବରଂ ଦେଶର ଅର୍ଥନୀତି ଏବଂ ଲୋକଙ୍କ ଦୈନନ୍ଦିନ ଜୀବନରେ ମଧ୍ୟ ଏଗୁଡ଼ିକର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?