୧୪ ପ୍ରକଳ୍ପ ପାଇଁ ସୋରଡ଼ା ବ୍ଲକକୁ ପ୍ରଥମଥର ଆସିଲା ୪୧ ଲକ୍ଷ ୬୦ ହଜାର ଟଙ୍କା

ସୋରଡ଼ା,୬ା୩(ଲମ୍ବୋଦର ପାଣିଗ୍ରାହୀ): ଆଦିବାସୀ ବହୁଳ ସୋରଡ଼ା ବ୍ଲକ୍‌କୁ ୨୦୨୩ /୨୪ ଆର୍ଥିକ ବର୍ଷରେ ୧୪ଟି ପ୍ରକଳ୍ପ ପାଇଁ ୪୧ ଲକ୍ଷ ୬୦ ହଜାର ଓ ପାତ୍ରପୁର ବ୍ଲକକୁ ୧୪ଟି ପ୍ରକଳ୍ପ ପାଇଁ ୪୮ ଲକ୍ଷ ଟଙ୍କା ପରିଷଦ ଗଠନ ହେବା ପରେ ପ୍ରଥମ କରି ଆସିଥିବା ଜଣାପଡ଼ିଛି। ଗତ ଡିସେମ୍ବରରେ ପ୍ରସ୍ତାବ ଯାଇଥିବା ବେଳେ ଏବେ ଅଳ୍ପ ଦିନ ବ୍ୟବଧାନରେ ଅର୍ଥ ପହଞ୍ଚିଛି । ୨୦୧୭ରେ ଏହି ପରିଷଦ ଗଠନ ହେଲାପରେ ପ୍ରଥମେ ୯ ଜିଲା ଅନ୍ତର୍ଭୁକ୍ତ ହୋଇଥିଲା। ପରେ ୨୦୨୩ରେ ୧୪ଟି ଜିଲା ପୁଣି ସାମିଲ ହେଲା। ସେଥି ମଧ୍ୟରେ ଗଞ୍ଜାମ ଜିଲାର ପାତ୍ରପୁର ଓ ସୋରଡ଼ା ବ୍ଲକକୁ ସାମିଲ କରାଯାଇଥିଲା। ଉନ୍ନୟନ ପରିଷଦ ଅଧ୍ୟକ୍ଷ ବିଦ୍ୟାଧର ଯାନୀ ସୋରଡ଼ା ଗସ୍ତରେ ଆସିଥିବା ବେଳେ ତାଙ୍କ କହିବା ଅନୁଯାୟୀ, ଆଦିବାସୀ ବହୁଳ ଅଞ୍ଚଳରେ କଳା,ସଂସ୍କୃତି,ପରମ୍ପରାକୁ ଜାଗ୍ରତ ରଖିବା, ବିକାଶ ତଥା ସେମାନଙ୍କର ସାମୂହିକ ଉନ୍ନତି ପାଇଁ ସରକାରଙ୍କ ଏହି ଯୋଜନା ରହିଛି । ଗଞ୍ଜାମ ସତନ୍ତ୍ର ଉନ୍ନୟନ ପରିଷଦ ତରଫରୁ ଚିଠି ନମ୍ବର ୧୭୯୭/୨୩/୦୨/୨୦୨୪ ରେ ବିଙ୍କୁ ମଞ୍ଜୁରୀ ନିର୍ଦ୍ଦେଶ ଆସିଯାଇଛି। କ୍ରୀଡ଼ା, ଶିକ୍ଷା, ଧାର୍ମିକ ପୀଠସ୍ଥଳୀ, ସାଂସ୍କୃତିକ ଅଭିବୃଦ୍ଧି, ପାରମ୍ପରିକ ପୋଷାକ, ଜୀବନଧାରାକୁ ବଜାୟ ରଖିବା ପାଇଁ ପରିଷଦ ଚେଷ୍ଟିତ ରହିଛି। ସୋରଡ଼ା ବ୍ଲକର କେ ବରିଡା, ଜିପି ଶାସନ, ଗାଜରକୁମ୍ପା,ବାଟପଡିଆ,ହରିପୁର, ସାଗିଡି, ମାଣ୍ଡିଆଖମଣ, ଶାନ୍ତିନଗର, ଆକାଶନଗର,କୁରୁବନ୍ଧ,ବାଦୁଆପଲ୍ଲଦ୍‌,କାଳିଆପଲ୍ଲୀ,ବାଲାପଙ୍କାଠାରେ ଜନଜାତି ସାଂସ୍କୃତିକ ଗୃହ,ଉପାସନା ପୀଠ ଧାର୍ମିକ ପୀଠମାନଙ୍କ ସୁରକ୍ଷା ପାଇଁ ପାଚେରି ନିର୍ମାଣ ପାଇଁ ଏହି ଅର୍ଥ ବ୍ୟୟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?