Posted inଫୁରସତ

ଏହି ଗାଁର ୪୦ କୁମାରୀ ହେଲେ ଗର୍ଭବତୀ! ଲୋକେ ଆଶ୍ଚର୍ଯ୍ୟ

ବାରାଣସୀ,୧୦।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ କ୍ଷେତ୍ର ବାରାଣସୀରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ସେଠାରେ ଥିବା ମଲହିୟା ଗାଁର ପ୍ରାୟ ୪୦ କୁମାରୀ ଯୁବତୀ ଗର୍ଭବତୀ ଥିବା ଖବର ପ୍ରଚାର ହେବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ଏ ସମ୍ପର୍କରେ ଗାଁର ମୁଖିଆଙ୍କୁ ଅବଗତ କରାଯିବା ପରେ ଯେଉଁ କଥା ସାମ୍ନାକୁ ଆସିଲା ତାହା ସମସ୍ତଙ୍କୁ ଚକିତ କରି ଦେଇଛି।
ଗଣମାଧ୍ୟମର ସୂଚନା ଅନୁଯାୟୀ, ବାରାଣସୀର ମହଲିୟା ଗ୍ରାମ ନିବାସି ପ୍ରାୟ ୪୦ କୁମାରୀଙ୍କ ମୋବାଇଲ ଫୋନକୁ ମହିଳା ଏବଂ ବାଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଏକ ବାର୍ତ୍ତା ବା ମେସେଜ ଆସିଥିଲା, ଯେଉଁଥିରେ ଲେଖାଯାଇଥିଲା, ଆପଣଙ୍କୁ ଶୁଭେଚ୍ଛା! ଆପଣଙ୍କ ଶିଶୁ ପୋଷଣ ଟ୍ରାକରରେ ସଫଳତା ପୂର୍ବକ ପଞ୍ଜିକୃତ ହୋଇଯାଇଛି। ଆପଣ ହୋମ ଭିଜିଟ ମାଧ୍ୟମରେ ସ୍ତନ୍ୟପାନ ଉପରେ ପରାମର୍ଶ, ବୃଦ୍ଧିମାପ, ସ୍ବାସ୍ଥ୍ୟ ରେଫରାଲ ସେବା ଓ ଟିକାକରଣ ଭଳି ସେବାର ଲାଭ ଅଙ୍ଗନବାଡି କେନ୍ଦ୍ର ମାଧ୍ୟମରେ ଉଠାଇ ପାରିବେ। ଅଧିକ ସୂଚନା ପାଇଁ ୧୪୪୦୮ ନମ୍ବରରେ କଲ କରନ୍ତୁ, ମହିଳା ଏବଂ ବାଳ ବିକାଶ ମନ୍ତ୍ରଣାଳୟ।

ଏହି ମେସେଜ ପାଇବା ପରେ ସାରା ଗାଁରେ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ଏହାପରେ ଗାଁ ମୁଖିଆ ମୁଖ୍ୟ ବିକାଶ ଅଧିକାରୀଙ୍କୁ ଏ ସମ୍ପର୍କରେ ଅବଗତ କରାଇଥିଲେ। ଯାଞ୍ଚ ପରେ ଜଣାପଡିଥିଲା କି ଏହା ଅଙ୍ଗନବାଡି କର୍ମୀଙ୍କ ଭୁଲ ଯୋଗୁଁ କୁମାରୀମାନଙ୍କ ନିକଟକୁ ମେସେଜ ଚାଲି ଯାଇଛି। କୁହାଯାଉଛି କି ଏହି ଯୁବତୀମାନେ ଭୋଟର ରେଜିଷ୍ଟ୍ରେଶନ ପାଇଁ ଯାଇଥିଲେ ହେଲେ ଭୁଲ ବଶତଃ ପୋଷଣ ଟ୍ରାକରରେ ତାଙ୍କର ପଞ୍ଜୀକରଣ ହୋଇଯାଇଥିଲା। ସେଥିପାଇଁ ସମସ୍ତଙ୍କ ମୋବାଇଲକୁ ଗୋଟିଏ ବାର୍ତ୍ତା ଚାଲିଯାଇଥିଲା। ଯାଞ୍ଚ ପରେ ଅଙ୍ଗନବାଡି କର୍ମୀ ତାଙ୍କର ଭୁଲ ସ୍ବୀକାର କରିଛନ୍ତି।
ଅନ୍ୟପଟେ ସିଡିଓ ପୋଷଣ ଟ୍ରାକରରୁ ଏହି ତଥ୍ୟ ଶୀଘ୍ର ହଟାଇବାକୁ ନିର୍ଦ୍ଦେଷ ଦେଇଛନ୍ତି। ଏହାସହ ଚେତାବନୀ ଦେଇଛନ୍ତି କି ଦ୍ୱିତୀୟ ଥର ଏମିତି ଭୁଲ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସୂଚନାଯୋଗ୍ୟ, ଏବେ ପର୍ଯ୍ୟନ୍ତ କୌଣସି ଯୁବତୀଙ୍କ ନାଁରେ କୌଣସି ପୋଷଣ ସାମଗ୍ରୀ ଜାରି କରାଯାଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?