ଆର୍ଥିକ ଅନଟନରେ ଯୁଝୁଛନ୍ତି ୪୦ ପରିବାର

କେନ୍ଦୁଝର,୮ା୫(ସ୍ବ.ପ୍ର.): ପ୍ରଥମେ କଂସା ଓ ଆଲୁମିନିୟମରେ ନିର୍ମିତ ବାସନର ଚାହିଦା ବହୁଳ ମାତ୍ରାରେ ଥିଲା। ଏବେ ପ୍ଲାଷ୍ଟିକ୍‌ ଓ ଷ୍ଟିଲ୍‌ ନିର୍ମିତ ସାମଗ୍ରୀ ପ୍ରତି ଲୋକେ ଆକୃଷ୍ଟ ହେଉଛନ୍ତି। ମାତ୍ର ଆଲୁମିନିୟମ, କଂସା ଓ ପିତ୍ତଳର ବ୍ୟବହାର ଆଗ ଭଳି ହେଉ ନ ଥିଲେ ବି ବନ୍ଦ ହୋଇନାହିଁ। ଲୋକେ ଆଲୁମିନିୟମ ଓ କଂସାରେ ତିଆରି ଘରକରଣା ସାମଗ୍ରୀ ଓ ବାସନ ବ୍ୟବହାର କରୁଛନ୍ତି। ବିଶେଷକରି ଗ୍ରାମାଞ୍ଚଳରେ ଏସବୁର ଚାହିଦା ରହିଛି। ଏବେ ଆଲୁମିନିୟମ ଓ କଂସା କାରିଗରି ସଂକଟ ଦେଇ ଗତି କରୁଥିବା ବେଳେ କେନ୍ଦୁଝର ଜିଲା ହରିଚନ୍ଦନପୁର, ଘଟଗାଁ ଓ ପାଟଣା ବ୍ଲକ୍‌ର ୪୦ ପରିବାର ନିଜ କୌଳିକ ବୃତ୍ତିକୁ ବଞ୍ଚାଇ ରଖିଛନ୍ତି। ମାତ୍ର ଆଗଭଳି ଉକ୍ତ ବ୍ୟବସାୟରେ ଲାଭ ହେଉ ନ ଥିବାରୁ କାରିଗର ପରିବାର ଆର୍ଥିକ ଅନଟନରେ ଦିନ କାଟୁଥିବା ହରିଚନ୍ଦନପୁର ବ୍ଲକ୍‌ର କଂସାବାସନ କାରିଗର ମାଗୁଣି ମହାରଣା କହିଛନ୍ତି।
ହରିଚନ୍ଦନପୁର ବ୍ଲକ୍‌ର ଠାକୁରପଡ଼ା, ପିଟା ଟାଙ୍ଗର, ଶଙ୍କରପୁର, ଘଟଗାଁ ବ୍ଲକ୍‌ର ମସିଣାବିଲା, ପାଟଣା ବ୍ଲକ୍‌ର ଧନୁର୍ଜ୍ୟୟପୁର ଆଦି ଗ୍ରାମରେ ଉକ୍ତ କାରିଗର ବସବାସ କରୁଛନ୍ତି। ଆଲୁମିନିୟମ ଓ କଂସାକୁ ତରଳାଇ ସେଥିରୁ ବିଭିନ୍ନ ପ୍ରକାର ଘର ଉପକରଣ, ମାଣ, ଚଲା, ଘୋଡ଼ଣି ଆଦି ପ୍ରସ୍ତୁତ କରିଥାନ୍ତି। ସାମଗ୍ରୀକୁ ହାଟ ବଜାର, ଗାଁ ଗଣ୍ଡା ଏବଂ ଯାନିଯାତ୍ରାରେ ବିକ୍ରି କରି ଚଳୁଥିଲେ। ଏବେ ପିତ୍ତଳ କିଲୋ ପାଖାପାଖି ୨୮୦ ଟଙ୍କାରେ କିଣି ସେଥିରୁ ସାମଗ୍ରୀ ପ୍ରସ୍ତୁତ କରି ବିକିଲେ କିଲୋ ପିଛା ୪୦୦ ଟଙ୍କା ମିଳୁଛି। ଆଲୁମିନିୟମ କିଲୋ ୨୫୦ ଟଙ୍କାରେ କିଣି ୩୦୦ରୁ ୩୫୦ରେ ସାମଗ୍ରୀ ବିକ୍ରି କରିଥାଉ। ଏଥିରେ ପରିଶ୍ରମ ସାଙ୍ଗକୁ ପ୍ରସ୍ତୁତ ପାଇଁ ଦରକାର ସାମଗ୍ରୀ କୋଇଲା ଆଦି ବାବଦକୁ ଖର୍ଚ୍ଚ ଅଧିକା ହୋଇଥାଏ। ବହୁ କଷ୍ଟରେ ମାସକୁ ୨/୩ ହଜାର ଟଙ୍କା ରୋଜଗାର କରିପାରୁଛୁ। ପରିଶ୍ରମ ଅନୁଯାୟୀ ପାରିଶ୍ରମିକ ମିଳୁନାହିଁ। ଏଣୁ ଧୀରେ ଧୀରେ ଆଗ୍ରହ କମୁଛି। ଫଳରେ ଆଗାମୀ ପିଢ଼ି କୌଳିକ ବୃତ୍ତିକୁ ଆପଣାଇବାକୁ ଅମଙ୍ଗ ହେଉଛନ୍ତି। ସରକାରଙ୍କ ପକ୍ଷରୁ ଲୋନ ଓ ଅନ୍ୟାନ୍ୟ ସୁବିଧା ମିଳିଲେ କୌଳିକ ବୃତ୍ତି ବଞ୍ଚତ୍ ରୁହନ୍ତା ବୋଲି ମସିଣାବିଲା ଗ୍ରାମର କାରିଗର ସନ୍ତୋଷ ମହାରଣା କହିଛନ୍ତି। ବ୍ୟକ୍ତିଗତ ଋଣ ମିଳୁ ନାହିଁ। ଗୋଷ୍ଠୀ ଜରିଆରେ ଋଣ ବ୍ୟବସ୍ଥା କରାଯାଉଛି। ଫଳରେ ଏଭଳି କାମରେ ଗୋଷ୍ଠୀ ଗଠନ କରି ଋଣ କରିବା ସୁବିଧା ହେବନାହିଁ। ବରଂ ସମବାୟ ସମିତି ଗଠନ କରି ତା ମାଧ୍ୟମରେ ସରକାର ଅର୍ଥ, କଞ୍ଚାମାଲ ଆଦି ଯୋଗାଇଦେଲେ, ବିକ୍ରି ବ୍ୟବସ୍ଥା କରାଇଲେ ସମସ୍ତେ ଲାଭବାନ ହେବେ ବୋଲି ଅନେକେ ମତବ୍ୟକ୍ତ କରୁଛନ୍ତି। ଅଧିକ ଋଣ ସୁବିଧା ମିଳିଲେ ଏବଂ ବିକ୍ରିବଟା ବ୍ୟବସ୍ଥା କରାଗଲେ ସେମାନଙ୍କ ଅବସ୍ଥା ସୁଧୁରିଯିବ ବୋଲି ପୁରୁଖା କାରିଗର ନୀଳକଣ୍ଠ ମହାରଣା, ଧୂଳିଆ ମହାରଣା ପ୍ରମୁଖ ମତବ୍ୟକ୍ତ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri