ଆର୍ଥିକ ଅନଟନରେ ଯୁଝୁଛନ୍ତି ୪୦ ପରିବାର

କେନ୍ଦୁଝର,୯ା୫(ସ୍ବ.ପ୍ର.): ପ୍ରଥମେ କଂସା ଓ ଆଲୁମିନିୟମରେ ନିର୍ମିତ ବାସନର ଚାହିଦା ବହୁଳ ମାତ୍ରାରେ ଥିଲା। ଏବେ ପ୍ଲାଷ୍ଟିକ୍‌ ଓ ଷ୍ଟିଲ୍‌ ନିର୍ମିତ ସାମଗ୍ରୀ ପ୍ରତି ଲୋକେ ଆକୃଷ୍ଟ ହେଉଛନ୍ତି। ମାତ୍ର ଆଲୁମିନିୟମ, କଂସା ଓ ପିତ୍ତଳର ବ୍ୟବହାର ଆଗ ଭଳି ହେଉ ନ ଥିଲେ ବି ବନ୍ଦ ହୋଇନାହିଁ। ଲୋକେ ଆଲୁମିନିୟମ ଓ କଂସାରେ ତିଆରି ଘରକରଣା ସାମଗ୍ରୀ ଓ ବାସନ ବ୍ୟବହାର କରୁଛନ୍ତି। ବିଶେଷକରି ଗ୍ରାମାଞ୍ଚଳରେ ଏସବୁର ଚାହିଦା ରହିଛି। ଏବେ ଆଲୁମିନିୟମ ଓ କଂସାବାସନ ଶିଳ୍ପ ସଂକଟ ଦେଇ ଗତି କରୁଥିବା ବେଳେ କେନ୍ଦୁଝର ଜିଲା ହରିଚନ୍ଦନପୁର, ଘଟଗାଁ ଓ ପାଟଣା ବ୍ଲକ୍‌ର ୪୦ ପରିବାର ନିଜ କୌଳିକ ବୃତ୍ତିକୁ ବଞ୍ଚାଇ ରଖିଛନ୍ତି। ମାତ୍ର ଆଗଭଳି ଉକ୍ତ ବ୍ୟବସାୟରେ ଲାଭ ହେଉ ନ ଥିବାରୁ କାରିଗର ପରିବାର ଆର୍ଥିକ ଅନଟନରେ ଦିନ କାଟୁଥିବା ହରିଚନ୍ଦନପୁର ବ୍ଲକ୍‌ର କଂସାବାସନ କାରିଗର ମାଗୁଣି ମହାରଣା କହିଛନ୍ତି।
ହରିଚନ୍ଦନପୁର ବ୍ଲକ୍‌ର ଠାକୁରପଡ଼ା, ପିଟା ଟାଙ୍ଗର, ଶଙ୍କରପୁର, ଘଟଗାଁ ବ୍ଲକ୍‌ର ମସିଣାବିଲା, ପାଟଣା ବ୍ଲକ୍‌ର ଧନୁର୍ଜ୍ୟୟପୁର ଆଦି ଗ୍ରାମରେ ଉକ୍ତ କାରିଗର ବସବାସ କରୁଛନ୍ତି। ଆଲୁମିନିୟମ ଓ କଂସାକୁ ତରଳାଇ ସେଥିରୁ ବିଭିନ୍ନ ପ୍ରକାର ଘର ଉପକରଣ, ମାଣ, ଚଲା, ଘୋଡ଼ଣି ଆଦି ପ୍ରସ୍ତୁତ କରିଥାନ୍ତି। ସାମଗ୍ରୀକୁ ହାଟ ବଜାର, ଗାଁ ଗଣ୍ଡା ଏବଂ ଯାନିଯାତ୍ରାରେ ବିକ୍ରି କରି ଚଳୁଥିଲେ। ଏବେ ପିତ୍ତଳ କିଲୋ ପାଖାପାଖି ୨୮୦ ଟଙ୍କାରେ କିଣି ସେଥିରୁ ସାମଗ୍ରୀ ପ୍ରସ୍ତୁତ କରି ବିକିଲେ କିଲୋ ପିଛା ୪୦୦ ଟଙ୍କା ମିଳୁଛି। ଆଲୁମିନିୟମ କିଲୋ ୨୫୦ ଟଙ୍କାରେ କିଣି ୩୦୦ରୁ ୩୫୦ରେ ସାମଗ୍ରୀ ବିକ୍ରି କରିଥାଉ। ଏଥିରେ ପରିଶ୍ରମ ସାଙ୍ଗକୁ ପ୍ରସ୍ତୁତ ପାଇଁ ଦରକାର ସାମଗ୍ରୀ କୋଇଲା ଆଦି ବାବଦକୁ ଖର୍ଚ୍ଚ ଅଧିକା ହୋଇଥାଏ। ବହୁ କଷ୍ଟରେ ମାସକୁ ୨/୩ ହଜାର ଟଙ୍କା ରୋଜଗାର କରିପାରୁଛୁ। ପରିଶ୍ରମ ଅନୁଯାୟୀ ପାରିଶ୍ରମିକ ମିଳୁନାହିଁ। ଏଣୁ ଧୀରେ ଧୀରେ ଆଗ୍ରହ କମୁଛି। ଫଳରେ ଆଗାମୀ ପିଢ଼ି କୌଳିକ ବୃତ୍ତିକୁ ଆପଣାଇବାକୁ ଅମଙ୍ଗ ହେଉଛନ୍ତି। ସରକାରଙ୍କ ପକ୍ଷରୁ ଲୋନ ଓ ଅନ୍ୟାନ୍ୟ ସୁବିଧା ମିଳିଲେ କୌଳିକ ବୃତ୍ତି ବଞ୍ଚତ୍ ରୁହନ୍ତା ବୋଲି ମସିଣାବିଲା ଗ୍ରାମର କାରିଗର ସନ୍ତୋଷ ମହାରଣା କହିଛନ୍ତି। ବ୍ୟକ୍ତିଗତ ଋଣ ମିଳୁ ନାହିଁ। ଗୋଷ୍ଠୀ ଜରିଆରେ ଋଣ ବ୍ୟବସ୍ଥା କରାଯାଉଛି। ଫଳରେ ଏଭଳି କାମରେ ଗୋଷ୍ଠୀ ଗଠନ କରି ଋଣ କରିବା ସୁବିଧା ହେବନାହିଁ। ବରଂ ସମବାୟ ସମିତି ଗଠନ କରି ତା ମାଧ୍ୟମରେ ସରକାର ଅର୍ଥ, କଞ୍ଚାମାଲ ଆଦି ଯୋଗାଇଦେଲେ, ବିକ୍ରି ବ୍ୟବସ୍ଥା କରାଇଲେ ସମସ୍ତେ ଲାଭବାନ ହେବେ ବୋଲି ଅନେକେ ମତବ୍ୟକ୍ତ କରୁଛନ୍ତି। ଅଧିକ ଋଣ ସୁବିଧା ମିଳିଲେ ଏବଂ ବିକ୍ରିବଟା ବ୍ୟବସ୍ଥା କରାଗଲେ ସେମାନଙ୍କ ଅବସ୍ଥା ସୁଧୁରିଯିବ ବୋଲି ପୁରୁଖା କାରିଗର ନୀଳକଣ୍ଠ ମହାରଣା, ଧୂଳିଆ ମହାରଣା ପ୍ରମୁଖ ମତବ୍ୟକ୍ତ କରିଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri