ଆର୍ଥିକ ଅନଟନରେ ଯୁଝୁଛନ୍ତି ୪୦ ପରିବାର

କେନ୍ଦୁଝର,୯ା୫(ସ୍ବ.ପ୍ର.): ପ୍ରଥମେ କଂସା ଓ ଆଲୁମିନିୟମରେ ନିର୍ମିତ ବାସନର ଚାହିଦା ବହୁଳ ମାତ୍ରାରେ ଥିଲା। ଏବେ ପ୍ଲାଷ୍ଟିକ୍‌ ଓ ଷ୍ଟିଲ୍‌ ନିର୍ମିତ ସାମଗ୍ରୀ ପ୍ରତି ଲୋକେ ଆକୃଷ୍ଟ ହେଉଛନ୍ତି। ମାତ୍ର ଆଲୁମିନିୟମ, କଂସା ଓ ପିତ୍ତଳର ବ୍ୟବହାର ଆଗ ଭଳି ହେଉ ନ ଥିଲେ ବି ବନ୍ଦ ହୋଇନାହିଁ। ଲୋକେ ଆଲୁମିନିୟମ ଓ କଂସାରେ ତିଆରି ଘରକରଣା ସାମଗ୍ରୀ ଓ ବାସନ ବ୍ୟବହାର କରୁଛନ୍ତି। ବିଶେଷକରି ଗ୍ରାମାଞ୍ଚଳରେ ଏସବୁର ଚାହିଦା ରହିଛି। ଏବେ ଆଲୁମିନିୟମ ଓ କଂସାବାସନ ଶିଳ୍ପ ସଂକଟ ଦେଇ ଗତି କରୁଥିବା ବେଳେ କେନ୍ଦୁଝର ଜିଲା ହରିଚନ୍ଦନପୁର, ଘଟଗାଁ ଓ ପାଟଣା ବ୍ଲକ୍‌ର ୪୦ ପରିବାର ନିଜ କୌଳିକ ବୃତ୍ତିକୁ ବଞ୍ଚାଇ ରଖିଛନ୍ତି। ମାତ୍ର ଆଗଭଳି ଉକ୍ତ ବ୍ୟବସାୟରେ ଲାଭ ହେଉ ନ ଥିବାରୁ କାରିଗର ପରିବାର ଆର୍ଥିକ ଅନଟନରେ ଦିନ କାଟୁଥିବା ହରିଚନ୍ଦନପୁର ବ୍ଲକ୍‌ର କଂସାବାସନ କାରିଗର ମାଗୁଣି ମହାରଣା କହିଛନ୍ତି।
ହରିଚନ୍ଦନପୁର ବ୍ଲକ୍‌ର ଠାକୁରପଡ଼ା, ପିଟା ଟାଙ୍ଗର, ଶଙ୍କରପୁର, ଘଟଗାଁ ବ୍ଲକ୍‌ର ମସିଣାବିଲା, ପାଟଣା ବ୍ଲକ୍‌ର ଧନୁର୍ଜ୍ୟୟପୁର ଆଦି ଗ୍ରାମରେ ଉକ୍ତ କାରିଗର ବସବାସ କରୁଛନ୍ତି। ଆଲୁମିନିୟମ ଓ କଂସାକୁ ତରଳାଇ ସେଥିରୁ ବିଭିନ୍ନ ପ୍ରକାର ଘର ଉପକରଣ, ମାଣ, ଚଲା, ଘୋଡ଼ଣି ଆଦି ପ୍ରସ୍ତୁତ କରିଥାନ୍ତି। ସାମଗ୍ରୀକୁ ହାଟ ବଜାର, ଗାଁ ଗଣ୍ଡା ଏବଂ ଯାନିଯାତ୍ରାରେ ବିକ୍ରି କରି ଚଳୁଥିଲେ। ଏବେ ପିତ୍ତଳ କିଲୋ ପାଖାପାଖି ୨୮୦ ଟଙ୍କାରେ କିଣି ସେଥିରୁ ସାମଗ୍ରୀ ପ୍ରସ୍ତୁତ କରି ବିକିଲେ କିଲୋ ପିଛା ୪୦୦ ଟଙ୍କା ମିଳୁଛି। ଆଲୁମିନିୟମ କିଲୋ ୨୫୦ ଟଙ୍କାରେ କିଣି ୩୦୦ରୁ ୩୫୦ରେ ସାମଗ୍ରୀ ବିକ୍ରି କରିଥାଉ। ଏଥିରେ ପରିଶ୍ରମ ସାଙ୍ଗକୁ ପ୍ରସ୍ତୁତ ପାଇଁ ଦରକାର ସାମଗ୍ରୀ କୋଇଲା ଆଦି ବାବଦକୁ ଖର୍ଚ୍ଚ ଅଧିକା ହୋଇଥାଏ। ବହୁ କଷ୍ଟରେ ମାସକୁ ୨/୩ ହଜାର ଟଙ୍କା ରୋଜଗାର କରିପାରୁଛୁ। ପରିଶ୍ରମ ଅନୁଯାୟୀ ପାରିଶ୍ରମିକ ମିଳୁନାହିଁ। ଏଣୁ ଧୀରେ ଧୀରେ ଆଗ୍ରହ କମୁଛି। ଫଳରେ ଆଗାମୀ ପିଢ଼ି କୌଳିକ ବୃତ୍ତିକୁ ଆପଣାଇବାକୁ ଅମଙ୍ଗ ହେଉଛନ୍ତି। ସରକାରଙ୍କ ପକ୍ଷରୁ ଲୋନ ଓ ଅନ୍ୟାନ୍ୟ ସୁବିଧା ମିଳିଲେ କୌଳିକ ବୃତ୍ତି ବଞ୍ଚତ୍ ରୁହନ୍ତା ବୋଲି ମସିଣାବିଲା ଗ୍ରାମର କାରିଗର ସନ୍ତୋଷ ମହାରଣା କହିଛନ୍ତି। ବ୍ୟକ୍ତିଗତ ଋଣ ମିଳୁ ନାହିଁ। ଗୋଷ୍ଠୀ ଜରିଆରେ ଋଣ ବ୍ୟବସ୍ଥା କରାଯାଉଛି। ଫଳରେ ଏଭଳି କାମରେ ଗୋଷ୍ଠୀ ଗଠନ କରି ଋଣ କରିବା ସୁବିଧା ହେବନାହିଁ। ବରଂ ସମବାୟ ସମିତି ଗଠନ କରି ତା ମାଧ୍ୟମରେ ସରକାର ଅର୍ଥ, କଞ୍ଚାମାଲ ଆଦି ଯୋଗାଇଦେଲେ, ବିକ୍ରି ବ୍ୟବସ୍ଥା କରାଇଲେ ସମସ୍ତେ ଲାଭବାନ ହେବେ ବୋଲି ଅନେକେ ମତବ୍ୟକ୍ତ କରୁଛନ୍ତି। ଅଧିକ ଋଣ ସୁବିଧା ମିଳିଲେ ଏବଂ ବିକ୍ରିବଟା ବ୍ୟବସ୍ଥା କରାଗଲେ ସେମାନଙ୍କ ଅବସ୍ଥା ସୁଧୁରିଯିବ ବୋଲି ପୁରୁଖା କାରିଗର ନୀଳକଣ୍ଠ ମହାରଣା, ଧୂଳିଆ ମହାରଣା ପ୍ରମୁଖ ମତବ୍ୟକ୍ତ କରିଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?