ଘରେ ଛାଡ଼ିଦେବାକୁ କହି ୪ ବର୍ଷର ଶିଶୁକନ୍ୟାକୁ କରିଥିଲେ ବଳାତ୍କାର, ଏବେ…

ଫୁଲବାଣୀ, ୨୪।୭(ରାକେଶ କୁମାର ରାଉତ): ଜଣେ ୪ ବର୍ଷର ନାବାଳିକାଙ୍କୁ ବଳାତ୍କାର ମାମଲାର ବିଚାର କରି ମଙ୍ଗଳବାର ଫୁଲବାଣୀ ସ୍ବତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ରାଜେଶ ଦାସ ଅଭିଯୁକ୍ତଙ୍କୁ ୨୫ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ତାଙ୍କୁ ୬୦ ହଜାର ଟଙ୍କା ଜରିମାନା କରାଯାଇଛି। ଏହା ଅନାଦାୟ ଅଧିକ ୭ ମାସ ଜେଲ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି। ଅଭିଯୁକ୍ତ ହେଲେ ଖଜୁରୀପଡା ଥାନା ଅଞ୍ଚଳର ହେମନ୍ତ ମଲ୍ଲିକ ଓରଫ ପବନ (୨୧)।
ଅନୁସାରେ, ୨୦୨୨ ଜୁନ ୯ରେ ଖଜୁରିପଡା ଥାନା ଅଞ୍ଚଳର ଏକ ଗ୍ରାମରେ ପର୍ବତ ପୂଜା ଉପଲକ୍ଷେ ଭୋଜି ହେଉଥିଲା। ଭୋଜି ଖାଇବା ପାଇଁ ସମ୍ପୃକ୍ତ ୪ ବର୍ଷର ଶିଶୁ କନ୍ୟା ନିଜ ସାଙ୍ଗ ସହିତ ସେଠାକୁ ଯାଇଥିଲେ। ଖାଇସାରିବା ପରେ ନିଜ ଘରକୁ ଆସିବା ପାଇଁ ଗ୍ରାମର ସମ୍ପର୍କୀୟ ଦାଦା ହେମନ୍ତଙ୍କୁ ଛାଡ଼ିଦେବା ପାଇଁ କହିଥିଲେ। ହେମନ୍ତ ଘରେ ଛାଡ଼ି ଦେବି କହି ସମ୍ପୃକ୍ତ ଶିଶୁକୁ ଜବରଦସ୍ତ ଏକ ବିଲମାଳକୁ ନେଇ ବଳାତ୍କାର କରିଥିଲେ।
ବହୁ ସମୟ ପର୍ଯ୍ୟନ୍ତ ଶିଶୁ କନ୍ୟା ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ଦୀର୍ଘ ସମୟ ପରେ ଘର ପାଖରେ ଥିବା ଏକ ପଣଷ ଗଛ ନିକଟରୁ ପୀଡ଼ିତାଙ୍କ ମା’ ଝିଅକୁ ଉଦ୍ଧାର କରିଥିଲେ। ସେହି ସମୟରେ ଝିଅ ଭୟଭୀତ ହୋଇପଡ଼ିଥିଲେ। ୧୨ ତାରିଖରେ ପିଲାଟି ଘରେ ଗାଧୋଇବା ସମୟରେ ମା’ ତାଙ୍କୁ ସେଦିନର କଥା ପଚାରିଥିଲେ। ଝିଅ ସମସ୍ତ ଘଟଣା ବିଷୟରେ ମା’ଙ୍କୁ କହିଥିଲେ। ଏହି କଥା କାହାରିକୁ କହିଲେ ତଣ୍ଟି ଚିପି ମାରିଦେବାକୁ ଅଭିଯୁକ୍ତ ଧମକ ଦେଇଥିବା କଥା ମଧ୍ୟ କହିଥିଲେ। ଏ ନେଇ ଝିଅର ମା’ ଖଜୁରିପଡ଼ା ଥାନାରେ ଏତଲା ଦେଇଥିଲେ। ପୋଲିସ ୭୪ା୨୨ରେ ଏକ ମାମଲା ରୁଜୁ କରି ହେମନ୍ତଙ୍କୁ ଗିରଫ କରିଥିଲା। ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଏବଂ ଡ଼ାକ୍ତରୀ ରିପୋର୍ଟକୁ ଆଧାର କରି ବିଚାରପତି ଉପରୋକ୍ତ ଦଣ୍ଡାଦେଶ ଦେଇଛନ୍ତି। ସେହିପରି ପୀଡ଼ିତାଙ୍କୁ ୭ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ମଧ୍ୟ ଜିଲା ଆଇନ ସେବା ପ୍ରାଧୀକରଣଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପି.ପି ଅସୀମ ପ୍ରହରାଜ ମାମଲା ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର! ମନ୍ତ୍ରୀଙ୍କ ଘରେ ପାଣି ପଶିବା ପରେ ବାଲି ପକାଇବାକୁ ଯାଉଥିଲେ ଶ୍ରମିକ, ମଝି ନଦୀରେ ଓଲଟିଲା ଡଙ୍ଗା, ୨୨ ଶ୍ରମିକ…

ପାଟନା,୨୬।୮: ବିହାରର ଭାଗଲପୁରରେ ଗଙ୍ଗା ନଦୀରେ ଏକ ବଡ଼ ଅଘଟଣ ଘଟିଛି । ନବଗଛିଆ ଅନ୍ତର୍ଗତ ଖରୀକ ବ୍ଲକର ରାଘୋପୁର ତଟବନ୍ଧ ନିକଟରେ ୨୨ ଜଣ ଶ୍ରମିକଙ୍କୁ…

ଚନ୍ଦ୍ରଗ୍ରହଣରେ ସମ୍ଭାଳିକି ରୁହନ୍ତୁ ଏହି ଗୋଟିଏ ରାଶି , ବଢ଼ିବ ମାନସିକ ଚାପ, ମାସେ ଯାଏ ଭାବିଚିନ୍ତି ନିଅନ୍ତୁ ନିଷ୍ପତ୍ତି!

ଜ୍ୟୋତିଷ ସିଦ୍ଧାନ୍ତ ଅନୁସାରେ, ଯେତେବେଳେ ବି କୌଣସି ବଡ଼ ଖଗୋଳୀୟ ଘଟଣା ଘଟେ, ସେତେବେଳେ ଏହାର ସିଧାସଳଖ ପ୍ରଭାବ ଦେଶ-ଦୁନିଆ ଏବଂ ରାଶିଗୁଡ଼ିକ ଉପରେ ପଡ଼ିଥାଏ। କିନ୍ତୁ…

ନେପାଳରେ ବନ୍ୟା ବିପର୍ଯ୍ୟୟ: ଭାସିଗଲା ଅନେକ ଗାଁ, ୭ଜଣଙ୍କ ମୃତ୍ୟୁ, ୧୦୫ ଜଣ ଭାରତୀୟଙ୍କ ସମେତ ୨୯୧ ବିଦେଶୀ ନିଖୋଜ

କାଠମାଣ୍ଡୁ,୨୬।୮: ଉତ୍ତର ନେପାଳର ଭୋଟେ କୋଶି ନଦୀରେ ବୁଧବାର ହଠାତ ବନ୍ୟା ଆସିଥିଲା। ଏପର୍ଯ୍ୟନ୍ତ ୭ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହି ସମୟରେ, ୨୯୧ ବିଦେଶୀ ନାଗରିକଙ୍କ…

‘ଛାତ୍ରଙ୍କୁ ଚାକିରି ନୁହେଁ ଲାଠି ମିଳୁଛି’, ରାସ୍ତାରେ ଗର୍ଜିଲେ ୬ ବର୍ଷର ବାଳକ, ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା…

ପାଟନା,୨୬।୮: ରୋଜଗାର ସମେତ ବିଭିନ୍ନ ଦାବି ନେଇ ପାଟନାର ଡାକବଙ୍ଗଲା ଛକରେ ଛାତ୍ର ଓ ପରୀକ୍ଷାର୍ଥୀଙ୍କ ଆନ୍ଦୋଳନ ଜାରି ରହିଛି । ଏହି ଭିଡ଼ ମଧ୍ୟରେ ପ୍ରାୟ…

Video: ନେପାଳରେ ପ୍ରକୃତିର କୋପ, ଆସିଲା ଭୟଙ୍କର ଭଡ଼ିଓ, ହଠାତ୍‌ ମାଡିଆସିଲା ପାଣି ୧୦୦୦ରୁ ଅଧିକ ଲୋକ ଭାସିଯାଇଥିବା ଆଶଙ୍କା

କାଠମାଣ୍ଡୁ,୨୬।୮: ପ୍ରତିବର୍ଷ ମୌସୁମୀ ଋତୁରେ, ନେପାଳ ଏବଂ ଭାରତର ପାର୍ବତ୍ୟାଞ୍ଚଳ ପ୍ରକୃତିର କୋପ ଦେଖିଥାଏ। ବୁଧବାର ସକାଳେ ନେପାଳରେ ସମାନ ଦୃଶ୍ୟ ଦେଖାଦେଇଥିଲା ଯେତେବେଳେ ତିବ୍ଦତ ସୀମା…

ମାତ୍ର ଏତିକି କିଲୋର କିଣିପାରିବେ ଚିନି! ବିଗ୍‌ବାସ୍କେଟ-ଇନଷ୍ଟାମାର୍ଟ ଭଳି କମ୍ପାନୀ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ, ୨୬।୮: ଭାରତରେ ପର୍ବପର୍ବାଣିର ମୁଖ୍ୟ ଋତୁ ପୂର୍ବରୁ ଯୋଗାଣରେ ହ୍ରାସ କାରଣରୁ D-Mart ଭଳି ରିଟେଲର୍ସ ଏବଂ BigBasket, Blinkit ଓ Swiggy Instamart ଭଳି…

ମହଙ୍ଗା ମାଡ଼: ବଢ଼ିଲା ଅଣ୍ଡା ଦର, ଏତିକି ଟଙ୍କା ହେବ ଚିକେନ ଦାମ୍

ନୂଆଦିଲ୍ଲୀ,୨୬।୮: ଦୈନନ୍ଦିନ ଖାଦ୍ୟସାମଗ୍ରୀର ବୃଦ୍ଧିପାଉଥିବା ଦରଦାମ୍ ମଧ୍ୟରେ ଏବେ ଅଣ୍ଡା ଦର ସାଧାରଣ ଖାଉଟିଙ୍କ ଚିନ୍ତା ବଢ଼ାଇଦେଇଛି । ବିଗତ ଗୋଟିଏ ବର୍ଷ ମଧ୍ୟରେ ଅଣ୍ଡା ମୂଲ୍ୟରେ…

ବୋମା ଗିଳିଦେଲା ଷଣ୍ଢ, ଚାଲିଗଲା ଜୀବନ

ବାଙ୍କୀ,୨୬ା୮(ଶୁଭେନ୍ଦୁ ମହାପାତ୍ର): ବାର୍‌ହା ଶିକାର ପାଇଁ ଖଞ୍ଜା ହୋଇଥିଲା ବୋମା। କିନ୍ତୁ ବାର୍‌ହା ବଦଳରେ ଶିକାର ସାଜିଲା ଷଣ୍ଢ। ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri