ଓଡ଼ିଶା ଫେରିଲେ ଟନେଲରେ ଫଶିଥିବା ୪ ଶ୍ରମିକ

ଭୁବନେଶ୍ୱର,୧।୧୨: ଉତ୍ତରାଖଣ୍ଡର ଉତ୍ତରକାଶୀ ଟନେଲରୁ ଉଦ୍ଧାର ହୋଇଥିବା ୪ଜଣ ଓଡ଼ିଆ ଶ୍ରମିକ ଶୁକ୍ରବାର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି। ସେମାନଙ୍କ ସହ ରାଜ୍ୟ ଶ୍ରମ ମନ୍ତ୍ରୀ ସାରଦା ନାୟକ ମଧ୍ୟ ଫେରିଛନ୍ତି। ବିମାନବନ୍ଦରରେ ୪ ଶ୍ରମିକ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ କରାଯାଇଛି। ୪ଜଣ ଶ୍ରମିକ ଭୁବନେଶ୍ୱର ଫେରିଥିବା ବେଳେ ଅନ୍ୟ ଜଣେ ଶ୍ରମିକ ତପନ ମଣ୍ଡଳ ପରେ ନିଜ ଭାଇଙ୍କ ସହ ପରେ ଫେରିବେ ବୋଲି ସୂଚନା ରହିଛି। ଶ୍ରମିକମାନେ ବିମାନବନ୍ଦରରୁ ସର୍କିଟ ହାଉସ ଯାଇଥିବା ଜଣାପଡିଛି। ଏପରିକି ଶ୍ରମିକମାନେ ନବୀନନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ପରେ ସେମାନେ ଘରକୁ ଯିବେ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି।

ଦୀର୍ଘ ୧୭ ଦିନ ପରେ ଟନେଲରୁ ୪୧ଜଣ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା। ଏଥିରେ ୫ଜଣ ଓଡ଼ିଆ ଶ୍ରମିକ ମଧ୍ୟ ରହିଥିଲେ। ଶ୍ରମିକମାନେ ହେଲେ ଭଦ୍ରକ ଜିଲାର ତପନ ମଣ୍ଡଳ, ନବରଙ୍ଗପୁରର ଭଗବାନ ଭତ୍ରା, ମୟୁରଭଞ୍ଜର ବିଶେଶ୍ବର ନାୟକ, ଧୀରେନ ନାୟକ ଏବଂ ରାଜୁ ନାୟକ।

ସୂଚନାଯୋଗ୍ୟ, ଶ୍ରମିକଙ୍କ ପରିବାର ଲୋକେ ୫-ଟି ଅଧ୍ୟକ୍ଷଙ୍କୁ ଭେଟି ତୁରନ୍ତ ଫଶି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବାକୁ କହିଥିଲେ। ୫-ଟି ଅଧ୍ୟକ୍ଷ ସେମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ଧାର ପାଇ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଜଣାଇଥିଲେ। ଏପରିକି ଖୁବ ଶୀଘ୍ର ତାଙ୍କୁ ଉଦ୍ଧାର କରିବାକୁ ପ୍ରତିଶ୍ରୁତି ଦେଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଗାଡ଼ି ଚଳାଉଥିବା ବେଳେ ରାସ୍ତାରେ ହେଲା ହାର୍ଟ ଆଟାକ୍‌, ଚାଲିଗଲା ଜୀବନ

ବୁଗୁଡ଼ା,୧ା୫(କାଳିଚରଣ ଦାଶ): ଗାଡ଼ି ଚଳାଇ ଆସୁଥିବା ବେଳେ ଅଧା ରାସ୍ତାରେ ହୋଇଗଲା ହାର୍ଟ ଆଟାକ୍‌। ଆଉ ଗାଡ଼ି ଭିତରେ ହିଁ ଚାଲିଗଲା ଜୀବନ ଏମିତି ଏକ...

ଭଟଲି ବିଧାନସଭା ଆସନ ପାଇଁ ନାମାଙ୍କନ ଦାଖଲ କଲେ ମହମ୍ମଦ ଶାହାରୁଖ

ବରଗଡ଼,୧ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ପ୍ରାର୍ଥୀ ମହମ୍ମଦ ଶାହାରୁଖ ଲୋଧିଆ...

ଡବଲ ଇଞ୍ଜିନ୍‌ ଭୋଟ୍‌ ପାଇଁ କାମ କରେ, କାହିଁକି ଏମିତି କହିଲେ ପାଣ୍ଡିଆନ

ଛତ୍ରପୁର,୧ା୫(ଦିଲ୍ଲୀପ ସାମଲ): ଛତ୍ରପୁରରେ କାର୍ତ୍ତିକ ପାଣ୍ଡିଆନଙ୍କ ମାରାଥନ ପ୍ରଚାର। ସାଧାରଣ ସଭାରେ କାର୍ତ୍ତିକ ପାଣ୍ଡିଆନଙ୍କ ଉଦ୍‌ବୋଧନ ଦେଇ କହିଛନ୍ତି, ଡବଲ ଇଞ୍ଜିନ୍‌ ବୋଲି କିଛି ଲୋକ...

ବ୍ରିଜ୍‌ ଉପରେ ସାଇକେଲ ରଖି ନଦୀକୁ ଡେଇଁ ପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ପାରାଦୀପ,୧ା୫(ଶରତ ରାଉତ): ପାରାଦୀପ ଆଦର୍ଶଥାନା ଅନ୍ତର୍ଗତ ଅଠରବାଙ୍କି ଓଭରବ୍ରିଜ୍‌ ଉପରୁ ବୁଧବାର ଖରାବେଳେ ଜଣେ ଦଶମ ଶ୍ରେଣୀ ଛାତ୍ର ନାହିଁ କାଉଡ଼ିଆ ନଦୀରେ ପଡ଼ି ଯାଇ...

ପ୍ରାର୍ଥିପତ୍ର ଦାଖଲ କଲେ ଇରାସିସ ଆଚାର୍ଯ୍ୟ

ବରଗଡ଼,୧ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଭାଜପା ପ୍ରାର୍ଥୀ ଇରାସିସ ଆଚାର୍ଯ୍ୟ ବୁଧବାର ନାମାଙ୍କନପତ୍ର ଦାଖଲ କରିଛନ୍ତି।...

ରାଜଗାଙ୍ଗପୁର ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ଅନିଲ ବରୁଆ

ସୁନ୍ଦରଗଡ଼,୧ା୫(ଜୟନାରାୟଣ ମେଣ୍ଡୁଳି): ରାଜଗାଙ୍ଗପୁର ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଅନିଲ ବରୁଆ ବୁଧବାର ନିଜର ନାମାଙ୍କନପପତ୍ର ଦାଖଲ କରିଛନ୍ତି। ଅନିଲ ସୁନ୍ଦରଗଡ଼ ଅତିରିକ୍ତ ଜିଲାପାଳ...

ନାମାଙ୍କନପତ୍ର ଦାଖଲ କଲେ ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ନାଏକ

ସୁନ୍ଦରଗଡ଼,୧ା୫(ଜୟନାରାୟଣ ମେଣ୍ଡୁଳି): ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ ବୁଧବାର ପ୍ରାର୍ଥିପତ୍ର ଦାଖଲର ଚତୁର୍ଥ ଦିବସରେ ସୁନ୍ଦରଗଡ଼ ବିଧାନସଭା ଆସନ ପାଇଁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସିପିଆଇ) ପ୍ରାର୍ଥୀ...

ନାମାଙ୍କନପତ୍ର ଦାଖଲ କଲେ ଡା. ଆଶିଷ ଶତପଥୀ

ବରଗଡ଼,୧ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଆମ ଆଦ୍‌ମୀ ପାର୍ଟି (ଏଏପି) ପ୍ରାର୍ଥୀ ଡା. ଆଶିଷ ଶତପଥୀ ବୁଧବାର ନାମାଙ୍କନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri