ବଦଳିବ ୪ ଚିରସ୍ରୋତା ଝରଣାର ରୂପ

ନୟାଗଡ଼ ଅଫିସ,୩।୩: ଓଡ଼ଗାଁ ବ୍ଳକ ବାଣ୍ଠପୁର ପଞ୍ଚାୟତର ଗୋଟିଏ ପାହାଡ଼ରେ ୪ ଚିରସ୍ରୋତା ଝରଣାକୁ ଦେଖିବାକୁ ଗୁରୁବାର ନୟାଗଡ଼ ବିଧାୟକ ଅରୁଣ ସାହୁ, ଜିଲାପାଳ ରବୀନ୍ଦ୍ର ନାଥ ସାହୁ, ଡିଏଫଓ କ୍ଷମା ଷଡ଼ଙ୍ଗୀ, ବିଡିଓ ସନ୍ତୋଷ କୁମାର ଜେନା, ଜିଲା ପର୍ଯ୍ୟଟନ ଅଧିକାରୀ ମୀରା ବେହେରା, ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ସୁଧାକର ଶତପଥୀ, ତହସିଲଦାର ଅନୀଲ ଆଚାର୍ଯ୍ୟ, ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ ସେଠାକୁ ଯାଇଥିଲେ। ଏହାପରେ ଇକୋ ଟୁରିଜିମର ଆଶା ସଫଳ ହେବାକୁ ଯାଉଛି ବୋଲି ମତ ପ୍ରକାଶ ପାଇଛି। ଜିଲାପାଳ, ବିଧାୟକ ଓ ଡିଏଫ୍‌ଓଙ୍କ ସୂଚନା ପରେ ୪ ଝରଣାର ଆଖପାଖ ଅଞ୍ଚର ରୂପ ବଦଳିବାକୁ ଯାଉଛି । ସମ୍ପୃକ୍ତ ସ୍ଥାନ ଇକୋ ଟୁରିଜିମର ମାନ୍ୟତା ପାଇବ ବୋଲି ଆଶ୍ୱସନା ମିଳିଛି ।
ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ ବାଣ୍ଠପୁର ପଞ୍ଚାୟତ ନିହଲପ୍ରସାଦ ଗାଁରେ ରହିଛି ୪ ଚିରସ୍ରୋତା ଝରଣା। ଏଥିସହିତ କାନଖାଇ ପାହାଡ଼ର ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ଶରଣକୁଳ ଓଡ଼ଗାଁ ରାସ୍ତାର କେନାଲ ଛକଠାରୁ ବୁଢ଼ାବୁଢ଼ିଆଣି ଡ୍ୟାମ ଠାରୁ ୫ କିମି ଓ ବୁଢ଼ାବୁଢ଼ିଆଣି ଡ୍ୟାମ୍‌ଠାରୁ ୪ କିମି ଗଲେ ପଡେ ଏହି କାନଖାଇ ପାହା । କାନଖାଇ ପାହାଡର ପାଦ ଦେଶରୁ ଶିଖର ପର୍ଯ୍ୟନ୍ତ ବହୁଛି ଏହି ୪ ଚିରସ୍ରୋତା ଝରଣା। ପାହାଡ ଉପରିଭାଗରେ କାନଖାଇ, ପରେ ହଳଶଗଡ, ବରକନ୍ୟା ଓ ପାଦ ଦେଶରେ ବହୁଛି ଶିଶୁ ପୁତ୍ର ଝରଣା। ଏହି ଝରଣାର ଜଳ ସବୁବେଳେ କୁଳୁକୁଳୁ ନାଦରେ ବହି ଚାଲିଥାଏ । ଗ୍ରୀଷ୍ମଋତୁରେ ସେଠାକାର ପରିବେଶ ପର୍ଯ୍ୟଟକଙ୍କୁ ବେଶ ଆମୋଦ ଦିଏ । ଗ୍ରୀଷ୍ମଋତୁରେ ସେଠାରେ ଶୀତ ଅନୁଭୂତ ହୁଏ। ଦିନବେଳା ଏଠାରେ ରାତିର ଭ୍ରମ ସୃଷ୍ଟି କରିଥାଏ ।
ଏନେଇ ବିଧାୟକ ସାହୁ ଓ ଜିଲାପାଳ ସାହୁ କୁହନ୍ତି, ରିଜର୍ଭ ଫରେଷ୍ଟ ଭିତରେ ଗୋଟିଏ ମୁଣ୍ଡିଆରେ ୪ଟି ଚିରସ୍ରୋତା ଝରଣା ରହିଥିଲେହେଁ ଏହା ନଜରକୁ ଆସି ନ ଥିଲା। ବନବିଭାଗ ସହ ଆଲୋଚନା କରାଯାଇ ଏହାକୁ ଇକୋ ଟୁରିଜିମ ରୂପେ ଘୋଷଣା କରାଯିବାକୁ ପଦକ୍ଷେପ ନିଆଯିବ। ଡିଏଫ୍‌ଓ କ୍ଷମା ଷଡ଼ଙ୍ଗୀ କୁହନ୍ତି, ଆସନ୍ତା ବର୍ଷ ଏହାକୁ ଇକୋ ଟୁରିଜିମରେ ଘୋଷଣା କରାଯିବାକୁ ପ୍ରସ୍ତାବ ଦିଆଯିବ। ତେବେ ସେଠାକାର ଜଙ୍ଗଲିଆ ପରିବେଶ ହାତୀଙ୍କ ଚଳପ୍ରଚଳ ସ୍ଥଳ ସାଜିଛି। ହାତୀଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ପଦକ୍ଷେପ ନିଆଯିବ। ଅନ୍ୟପକ୍ଷେ ବଣଭୋଜି ଝରଣା ପାଖରେ ନ କରି ପାହାଡ଼ ପାଦଦେଶରେ କରାଯାଇ ପାରିବ। କିନ୍ତୁ ଝରଣାଗୁଡିକୁ ବୁଲିବାକୁ ଗଲେ କୌଣସି ଅସୁବିଧା ହେବ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri