ବଦଳିବ ୪ ଚିରସ୍ରୋତା ଝରଣାର ରୂପ

ନୟାଗଡ଼ ଅଫିସ,୩।୩: ଓଡ଼ଗାଁ ବ୍ଳକ ବାଣ୍ଠପୁର ପଞ୍ଚାୟତର ଗୋଟିଏ ପାହାଡ଼ରେ ୪ ଚିରସ୍ରୋତା ଝରଣାକୁ ଦେଖିବାକୁ ଗୁରୁବାର ନୟାଗଡ଼ ବିଧାୟକ ଅରୁଣ ସାହୁ, ଜିଲାପାଳ ରବୀନ୍ଦ୍ର ନାଥ ସାହୁ, ଡିଏଫଓ କ୍ଷମା ଷଡ଼ଙ୍ଗୀ, ବିଡିଓ ସନ୍ତୋଷ କୁମାର ଜେନା, ଜିଲା ପର୍ଯ୍ୟଟନ ଅଧିକାରୀ ମୀରା ବେହେରା, ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ସୁଧାକର ଶତପଥୀ, ତହସିଲଦାର ଅନୀଲ ଆଚାର୍ଯ୍ୟ, ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ ସେଠାକୁ ଯାଇଥିଲେ। ଏହାପରେ ଇକୋ ଟୁରିଜିମର ଆଶା ସଫଳ ହେବାକୁ ଯାଉଛି ବୋଲି ମତ ପ୍ରକାଶ ପାଇଛି। ଜିଲାପାଳ, ବିଧାୟକ ଓ ଡିଏଫ୍‌ଓଙ୍କ ସୂଚନା ପରେ ୪ ଝରଣାର ଆଖପାଖ ଅଞ୍ଚର ରୂପ ବଦଳିବାକୁ ଯାଉଛି । ସମ୍ପୃକ୍ତ ସ୍ଥାନ ଇକୋ ଟୁରିଜିମର ମାନ୍ୟତା ପାଇବ ବୋଲି ଆଶ୍ୱସନା ମିଳିଛି ।
ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ ବାଣ୍ଠପୁର ପଞ୍ଚାୟତ ନିହଲପ୍ରସାଦ ଗାଁରେ ରହିଛି ୪ ଚିରସ୍ରୋତା ଝରଣା। ଏଥିସହିତ କାନଖାଇ ପାହାଡ଼ର ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ଶରଣକୁଳ ଓଡ଼ଗାଁ ରାସ୍ତାର କେନାଲ ଛକଠାରୁ ବୁଢ଼ାବୁଢ଼ିଆଣି ଡ୍ୟାମ ଠାରୁ ୫ କିମି ଓ ବୁଢ଼ାବୁଢ଼ିଆଣି ଡ୍ୟାମ୍‌ଠାରୁ ୪ କିମି ଗଲେ ପଡେ ଏହି କାନଖାଇ ପାହା । କାନଖାଇ ପାହାଡର ପାଦ ଦେଶରୁ ଶିଖର ପର୍ଯ୍ୟନ୍ତ ବହୁଛି ଏହି ୪ ଚିରସ୍ରୋତା ଝରଣା। ପାହାଡ ଉପରିଭାଗରେ କାନଖାଇ, ପରେ ହଳଶଗଡ, ବରକନ୍ୟା ଓ ପାଦ ଦେଶରେ ବହୁଛି ଶିଶୁ ପୁତ୍ର ଝରଣା। ଏହି ଝରଣାର ଜଳ ସବୁବେଳେ କୁଳୁକୁଳୁ ନାଦରେ ବହି ଚାଲିଥାଏ । ଗ୍ରୀଷ୍ମଋତୁରେ ସେଠାକାର ପରିବେଶ ପର୍ଯ୍ୟଟକଙ୍କୁ ବେଶ ଆମୋଦ ଦିଏ । ଗ୍ରୀଷ୍ମଋତୁରେ ସେଠାରେ ଶୀତ ଅନୁଭୂତ ହୁଏ। ଦିନବେଳା ଏଠାରେ ରାତିର ଭ୍ରମ ସୃଷ୍ଟି କରିଥାଏ ।
ଏନେଇ ବିଧାୟକ ସାହୁ ଓ ଜିଲାପାଳ ସାହୁ କୁହନ୍ତି, ରିଜର୍ଭ ଫରେଷ୍ଟ ଭିତରେ ଗୋଟିଏ ମୁଣ୍ଡିଆରେ ୪ଟି ଚିରସ୍ରୋତା ଝରଣା ରହିଥିଲେହେଁ ଏହା ନଜରକୁ ଆସି ନ ଥିଲା। ବନବିଭାଗ ସହ ଆଲୋଚନା କରାଯାଇ ଏହାକୁ ଇକୋ ଟୁରିଜିମ ରୂପେ ଘୋଷଣା କରାଯିବାକୁ ପଦକ୍ଷେପ ନିଆଯିବ। ଡିଏଫ୍‌ଓ କ୍ଷମା ଷଡ଼ଙ୍ଗୀ କୁହନ୍ତି, ଆସନ୍ତା ବର୍ଷ ଏହାକୁ ଇକୋ ଟୁରିଜିମରେ ଘୋଷଣା କରାଯିବାକୁ ପ୍ରସ୍ତାବ ଦିଆଯିବ। ତେବେ ସେଠାକାର ଜଙ୍ଗଲିଆ ପରିବେଶ ହାତୀଙ୍କ ଚଳପ୍ରଚଳ ସ୍ଥଳ ସାଜିଛି। ହାତୀଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ପଦକ୍ଷେପ ନିଆଯିବ। ଅନ୍ୟପକ୍ଷେ ବଣଭୋଜି ଝରଣା ପାଖରେ ନ କରି ପାହାଡ଼ ପାଦଦେଶରେ କରାଯାଇ ପାରିବ। କିନ୍ତୁ ଝରଣାଗୁଡିକୁ ବୁଲିବାକୁ ଗଲେ କୌଣସି ଅସୁବିଧା ହେବ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ହାଇକୋର୍ଟର ୨ ନୂଆ ବିଚାରପତି

କଟକ ଅଫିସ,୧୩ା୮: ଓଡ଼ିଶା ହାଇକୋର୍ଟର ନୂତନ ବିଚାରପତି ଭାବେ ୨ ଜଣଙ୍କୁ ରାଷ୍ଟ୍ରପତି ନିଯୁକ୍ତି ଦେଇଛନ୍ତି। ସମ୍ବିଧାନର ଧାରା ୨୧୭ ଅନୁଯାୟୀ ବରିଷ୍ଠତା ଭିତ୍ତିରେ ବରିଷ୍ଠ...

ଟୁସୁ ପର୍ବରେ ଶତାଧିକ ଗାଁ ଉତ୍ସବମୁଖର

କେନ୍ଦୁଝର, ୯ା୧ (ସ୍ବ.ପ୍ର.)-କେନ୍ଦୁଝର ଜିଲାରେ କୁଡୁମୀ ସମ୍ପ୍ରଦାୟର ଲୋକେ ବସବାସ କରୁଥିବା ଶତାଧିକ ଗାଁ ପ୍ରସିଦ୍ଧ ଟୁସୁ ପର୍ବ ପାଇଁ ଉତ୍ସବମୁଖର ହୋଇଉଠିଛି। ଆସନ୍ତା ମକର...

ବ୍ୟାୟାମ ଦ୍ୱାରା ଅନେକ ରୋଗରୁ ମୁକ୍ତି ମିଳିଥାଏ

ଭଞ୍ଜନଗର,୭।୧୦(ଡି.ଏନ.ଏ.)-ମେକ୍ସିକୋର ମଣ୍ଟେରେ ଗତ ୨୬ ତାରିଖରେ ମେଦ ବହୁଳତା ଉପରେ ଲଣ୍ଡନ ବିଶ୍ୱ ମେଦବହୁଳତା ମହାସଂଘ ଏବଂ ମେକ୍ସିକୋ ମେଦବହୁଳତା ସମାଜ ମିଳିତ ଆନୁକୂଲ୍ୟରେ ସ୍କୋପ...

ସରପଞ୍ଚଙ୍କୁ ହାଣିଲେ ଦୁର୍ବୃତ୍ତ

ସାକ୍ଷୀଗୋପାଳ,୧୬ା୧୦(ଡି.ଏନ୍‌.ଏ.): ପୁରୀ ଜିଲା ସତ୍ୟବାଦୀ ବ୍ଲକ ଦାଶବିଦ୍ୟାଧରପୁର ସରପଞ୍ଚ ହରିହର ନନ୍ଦଙ୍କୁ ଗୁରୁବାର ରାତିରେ ଦୁର୍ବୃତ୍ତମାନେ ଅତର୍କିତ ମରଣାନ୍ତକ ଆକ୍ରମଣ କରିଥିଲେ। ଏଥିରେ ସରପଞ୍ଚଙ୍କ ଡାହାଣ...

ନିମ୍ନମାନର ରାସ୍ତାକାମ, ବନ୍ଦ କଲେ ଗ୍ରାମବାସୀ

ଅମରପାଲି, ୧୧।୭(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ମୁଖ୍ୟ ଛକଠାରୁ ରେଢ଼ାଖୋଲ- ବୀରମହାରାଜପୁର ସୀମାବର୍ତ୍ତୀ ଅମରପାଲି ପର୍ଯ୍ୟନ୍ତ ହେଉଥିବା ରାସ୍ତା କାମ ନିମ୍ନମାନର ହେଉଥିବା ଅଭିଯୋଗ ହେଉଛି।...

ଭିମ୍‌ସାର ଘଟଣା ଭିନ୍ନ ରୂପ ନେଲା: ସୀମା ଭୁଲିଯାଇଥିଲେ ଡାକ୍ତର

ସମ୍ବଲପୁର,୨୨ା୧୦(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲା ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ (ଭିମ୍‌ସାର)ରେ ଡାକ୍ତର ସୂର୍ଯ୍ୟକାନ୍ତ ପାଟ୍ଟଯୋଶୀଙ୍କୁ ରବିବାର ମାଡ଼...

ନୂଆବର୍ଷରେ ଫୁଲତୋଡ଼ା ବଦଳରେ ବହି ଦିଅ: ଜିଲାପାଳ

ଛତ୍ରପୁର,୧ା୧(ଡି.ଏନ୍‌.ଏ.)-ବୁଧବାର ନୂତନ ବର୍ଷ ୨୦୨୦ ଆରମ୍ଭ ହେବ। ସାଧାରଣତଃ ଗ୍ରୀଟିଙ୍ଗସ୍‌ କାର୍ଡ, ଫୁଲ ତୋଡ଼ା ଓ ବିଭିନ୍ନ ଉପହାର ଦେଇ ନୂତନବର୍ଷର ଶୁଭେଚ୍ଛା ଜଣାଯାଏ। ତେବେ...

ବିବାହର ୬ ମାସ ପରେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ

ସିମୁଳିଆ,୨୩ା୧୧(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ସିମୁଳିଆ ଥାନା ଅଧୀନ ବାଡ଼ିଆସାହି ଅଞ୍ଚଳର ବିଷ୍ଣୁପ୍ରିୟା ଶିଅଳ(୨୨)ଙ୍କ ବିବାହର ୬ ମାସ ପରେ ମୃତ୍ୟୁ ଘଟିଛି। ପାରିବାରିକ କଳହକୁ ନେଇ...

Advertisement
Archives

Model This Week