ବାର୍‌ହା ଆକ୍ରମଣରେ ୪ ଗୁରୁତର

କେନ୍ଦୁଝର,୫ା୪(ସ୍ବ.ପ୍ର.): ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ବାମେବାରୀ ସେକ୍ସନ ଜଜାଙ୍ଗ ପାଚେରୀ ସାହିରେ ବୁଧବାର ଏକ ଜଙ୍ଗଲୀ ବାର୍‌ହା ଆକ୍ରମଣରେ ୪ ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ଜଜାଙ୍ଗ ଗ୍ରାମର ମାନସିଂହ ମୁଣ୍ଡା,ଭଟ୍ଟ ମାଝି,କବିତା ସେଠୀ ଓ ତାଙ୍କ ୪ବର୍ଷର ଶିଶୁ ପୁତ୍ର।

ଖବର ନେବାରୁ ଜଣାପଡ଼ିଛି,ବୁଧବାର ପୂର୍ବାହ୍ନରେ ପ୍ରଥମେ ପାଚେରି ସାହିରେ ରହୁଥିବା କବିତା ସେଠୀଙ୍କ ଘରକୁ ପଶି ତାଙ୍କ ୪ବର୍ଷର ଶିଶୁପୁତ୍ରକୁ ଆକ୍ରମଣ କରି ଲହୁଲୁହାଣ କରିଥିଲା। ଶିଶୁପୁତ୍ରକୁ ଉଦ୍ଧାର କରିବାକୁ ଯାଇ କବିତା ସେଠୀ ବାର୍‌ହା ଆକ୍ରମଣର ଶିକାର ହୋଇଥିଲେ। ତାଙ୍କୁ ମଧ୍ୟ ବାର୍‌ହାଟି ଆକ୍ରମଣ କରି ରକ୍ତାକ୍ତ କରି ଗୁରୁତର କରିଥିଲା। ସେ ଚିତ୍କାର କରିବାରୁ ସ୍ଥାନୀୟ ଗ୍ରାମବାସୀ ସେଠାକୁ ପହଞ୍ଚି ବାର୍‌ହାକୁ ଗୋଡ଼ାଇବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ବାରହାଟି ପାଲଟା ଆକ୍ରମଣ କରି ମାନସିଂହ ମୁଣ୍ଡା,ଭଟ୍ଟ ମାଝିକୁ ଗୁରୁତର କରି ଚାଲିଯାଇଥିଲା। ବନ ବିଭାଗ ଖବର ପାଇ ଯୋଡ଼ା ବନପାଳ ଦାୟିତ୍ବରେ ଥିବା ବନପାଳ କାଳିନ୍ଦୀ ଚରଣ ସାମଲ,ବାମେବାରୀ ବନପାଳ ରତ୍ନାକର ମହାନ୍ତ ସଦଳବଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଚମ୍ପୁଆ ରେଞ୍ଜର ଅକ୍ଷୟ କୁମାର ଛତିଆ ଓ୍ବାଇଲ୍ଡ ଲାଇଫ୍‌ ପ୍ରୋଟେକ୍ସନର ଟ୍ରାଙ୍କୁଲାଇଜର ଏକ୍ସପର୍ଟଙ୍କୁ ଧରି ଘଟଣାସ୍ଥଳରେ ପହଞ୍ଚି ବାର୍‌ହାକୁ ଟ୍ରାଙ୍କୁଲାଇଜ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ-ମାଓବାଦୀ ଗୁଳି ବିନିମୟ: ଟଳିପଡ଼ିଲେ ମାଓବାଦୀ ମୁନି

ମାଲକାନଗିରି,୨୦ା୧(ଡି.ଏନ୍‌.ଏ.): ମାଲକାନଗିରି ସୀମାରେ ପୋଲିସ ଏନ୍‌କାଉଣ୍ଟରରେ ଜଣେ ଦୁର୍ଦ୍ଦାନ୍ତ ମାଓବାଦୀ ନିହତ ହୋଇଛନ୍ତି। ମୃତ ମାଓବାଦୀ ମହୁପଦର ଏଲ୍‌ଓଏସ କମାଣ୍ଡର ମୁନି ବୋଲି ଜଣାପଡ଼ିଛି ।...

ଗ୍ୟାସ୍‌ ଲିକ୍‌ରୁ ନିଆଁ : ୪ ଗୁରୁତର

ନୟାଗଡ଼ ଅଫିସ,୨୬।୫-ନୟାଗଡ଼ ଜିଲା ନୂଆଗାଁ ବ୍ଲକ ବହାଡ଼ାଝୋଲା ଢିପିସାହିରେ ଜଣେ ବ୍ୟକ୍ତିଙ୍କ ଘରେ ଗ୍ୟାସ୍‌ ଲିକ୍‌ରୁ ନିଆଁ ଲାଗି ୪ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରେ...

‘ଝିଅକୁ ହତ୍ୟା କରାଯାଇଛି’

ବଲାଙ୍ଗୀର ଅଫିସ, ୪ା୩: ଭିସୁଟ୍‌ର ପୁରାତନ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ହତ୍ୟା ମାମଲାରେ ଶୁକ୍ରବାର ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ତାଙ୍କ ବାପା ଡାକ୍ତର ବନମାଳୀ...

ଅଦ୍ଭୁତ ଶିଶୁ ପୁତ୍ର ଜନ୍ମ

ଭବାନୀପାଟଣା,୨୮।୧୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ଥାନା ଅନ୍ତର୍ଗତ ତାସୀଗୁଡା ଗ୍ରାମରେ ଜନ୍ମ ନେଇଛି ଏକ ଅଦ୍ଭୁତ ଶିଶୁ। ସାଧାରଣ ଭାବରେ ଜନ୍ମ ହୋଇଥିଲେ ହେଁ...

ନିଆଳିରେ ପୁଣି ଅଜଣା ଜନ୍ତୁ ଆତଙ୍କ

ନିଆଳି,୩।୪(ଡି.ଏନ.ଏ.): କଟକ ଜିଲା ନିଆଳି ଅଞ୍ଚଳରେ ପୁଣି ଅଜଣା ଜନ୍ତୁ ଆତଙ୍କ ଦେଖାଦେଇଛି। ଗୁରୁବାର ରାତିରେ ଅଜଣା ଜନ୍ତୁ ଆକ୍ରମଣରେ ନିଆଳି ବ୍ଲକ ଅନ୍ତର୍ଗତ ତିହୁଡି...

ଗମନାଗମନ ସୁବିଧା ହେଲେ ବିକାଶ ତ୍ୱରାନ୍ବିତ ହେବ: ମନ୍ତ୍ରୀ

ଭଣ୍ଡାରିପୋଖରୀ/ଭଦ୍ରକ ଅଫିସ,୨୪।୧୨(ସ୍ବ.ପ୍ର.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଛତାବର-ନିଳୋକ ଓ ଛତାବର-ବଳିଘାଇ ରାସ୍ତାର ନବୀକରଣ ପାଇଁ ଶୁକ୍ରବାର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଛତାବର-ବଳିଘାଇ ଚାରିଥାକିଆ ରାସ୍ତାର...

ବୋଲେରୋରେ ଚାଲାଣ ହେଉଥିଲା ଦେଶୀ ମଦ, ୩ ଗିରଫ

ବାହାନଗା, ୩୧ା୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ସାହାସପୁରାସ୍ଥିତ ସଲ୍ଟ ରୋଡରୁ ଗୋପାଳପୁର ଫାଣ୍ଡି ପୋଲିସ୍‌ ୩ଶହ ଲିଟର ଦେଶୀମଦ ସହିତ ଏକ ବୋଲେରୋକୁ ଜବତ କରିଛନ୍ତି।...

ବ୍ୟବସାୟୀଙ୍କୁ ପିଟି ପିଟି ମାରିଦେଲେ

ଛତ୍ରପୁର,୨୩।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଥାନା ହଂସପୁରରେ ଶୁକ୍ରବାର ରାତିରେ ଜଣେ ସିମେଣ୍ଟ ବ୍ୟବସାୟୀଙ୍କୁ ପିଟି ପିଟି ହତ୍ୟା କରାଯାଇଛି। ସେ ହେଲେ ହଂସପୁର ଗ୍ରାମର...

Advertisement
Archives

Model This Week