ଗିରଫ ହେଲେ ୪ ଲୁଟେରା: ୫ ବାଇକ୍‌ ସହ ଟଙ୍କା ଜବତ

ଭଦ୍ରକ ଅଫିସ,୨୨।୭: ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ୨ଟି ମାମଲାରେ ୪ଜଣ ଲୁଟେରାଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୫ ଚୋରି ବାଇକ୍‌ ଓ ନଗଦ ଟଙ୍କା ଜବତ କରାଯାଇଥିବା ଶୁକ୍ରବାର ଗ୍ରାମାଞ୍ଚଳ ଥାନାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଭଦ୍ରକ ଏସ୍‌ଡିପିଓ ପ୍ରଭାସ ଚନ୍ଦ୍ର ପାଲ ସୂଚନା ଦେଇଛନ୍ତି।

ପ୍ରକାଶ ଯେ, ଗତ ୧୯ ତାରିଖରେ ଚରମ୍ପା ଶୁଭମ ଲଜିଷ୍ଟିିକ୍‌ ସମ୍ମୁଖରେ ଇନାମୁଲ ରହମାନ ନାମକ ଝାଡ଼ଖଣ୍ଡ ଟ୍ରକ୍‌ ଡ୍ରାଇଭର ଓ ହେଲ୍‌ପର ମହମ୍ମଦ ସକୀଲ ଗାଡ଼ି ରଖି ଅନ୍‌ଲୋଡିଂ କରୁଥିଲେ। ଏହି ସମୟରେ ୩ଜଣ ଲୁଟେରା ଏକ ବାଇକ୍‌ରେ ଆସି ଲୁହାରଡ୍‌ରେ ସକୀଲଙ୍କୁ ଆକ୍ରମଣ କରି ମୋବାଇଲ ଛଡ଼ାଇ ନେବା ସହ ଟଙ୍କା ମାଗିଥିଲେ। ସେମାନେ ମାଲିକଙ୍କୁ ଫୋନ୍‌ କରି ଟଙ୍କା ମାଗିବାରୁ ସେ ଫୋନପେ ମାଧ୍ୟମରେ ୪ ହଜାର ଟଙ୍କା ପଠାଇ ଦେଇଥିଲେ। ଏହାପରେ ୩ ଲୁଟେରା ମୋବାଇଲ ଧରି ଫେରାର ହୋଇଯାଇଥିଲେ।

ପରେ ରାତିରେ ଆରଡ଼ି ଛକ ଜାତୀୟ ରାଜପଥ ପାଖରେ ଦେବସ୍ମିତା ମହାନ୍ତି ନାମ୍ନୀ ମହିଳାଙ୍କ ଘର ତାଲା ଭାଙ୍ଗି ପଶିଥିଲେ। ହେଲେ ଘର ଲୋକ ଉଠି ପଡ଼ିବାରୁ କାର୍‌କୁ ଲୁହା ରଡ୍‌ରେ ପିଟି ଭାଙ୍ଗିବା ପରେ ୨ଟି ବାଇକ୍‌ରେ ଫେରାର ହୋଇଯାଇଥିଲେ। ଅଭିଯୋଗ କ୍ରମେ ଗ୍ରାମାଞ୍ଚଳ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ୨ଟି ମାମଲାର ତଦନ୍ତ କରି ଫୋନପେ ନମ୍ବରରୁ ଠିକଣା ଓ ବାଇକ୍‌ ନମ୍ବରରୁ ମାଲିକଙ୍କ ଠିକଣା ବାହାର କରି ଲୁଟେରା ଗ୍ୟାଙ୍ଗ୍‌କୁ ଧରିବା ନେଇ ପୋଲିସର ତଦନ୍ତ ଆରମ୍ଭ କରିଥିଲା। ମୋବାଇଲ ଲୋକେଶନକୁ ଆଧାର କରି ଚରମ୍ପା ରେଲୱେ ପୋଲଠାରେ ଗୁରୁବାର ଚଢ଼ାଉ କରି ୪ ଜଣଙ୍କୁ ଗିରଫ ସହ ୩ ବାଇକ୍‌ ଜବତ କରିଥିଲା। ଏପରିକି ପୋଲିସ ଅଭିଯୁକ୍ତଙ୍କ ଘରେ ଚଢାଉ କରି ମୋବାଇଲ ଫୋନ, ୨ଟି ବାଇକ୍‌ ଓ ୪ ହଜାର ନଗଦ ଟଙ୍କା ଜବତ କରିଥିଲା। ପୋଲିିସ ଘଟଣାର ଅଧିକ ତଦନ୍ତ ନେଇ ଅଭିଯୁକ୍ତମାନଙ୍କ ନଁା ପ୍ରକାଶ କରିନାହିଁ। ତେବେ ସେମାନଙ୍କ ନଁାରେ ଭଦ୍ରକ ଟାଉନ, ଗ୍ରାମାଞ୍ଚଳ ଓ ବାସୁଦେବପୁର ଥାନାରେ ବହୁ ମାମଲା ରହିଛି। ଆଗରୁ ବିଭିନ୍ନ ମାମଲାରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଏସ୍‌ଡିପିଓ ପାଲ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଝରିଗାଁରେ ପାରମ୍ପରିକ ବିହନ ମେଳା

ଝରିଗାଁ,୨୫ା୨(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସଭା ଗୃହଠାରେ ଏକ ଦିବସୀୟ ପାରମ୍ପରିକ ବିହନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ ଆସିଥିବା ଆରସିଡିସି...

ନାସାରେ କୀର୍ତ୍ତିମାନ ରଚିଛନ୍ତି ଓଡ଼ିଆ ଝିଅ

ରାଜକନିକା,୨୮।୧୨(ଡି.ଏନ.ଏ.): ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସାରେ ଶନିବାର ନୂଆ କୀର୍ତ୍ତିମାନ ରଚିଛନ୍ତି ଓଡ଼ିଆ ଝିଅ ଓଁ ନାରାୟଣୀ ନାୟକ(୩୦)। କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ...

୯୮ ବର୍ଷରେ କପିଳ ମୁନି ମହୋତ୍ସବ

ପଦ୍ମପୁର,୨୧ା୧(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ୍‌ ବିଦେଇପୁର ପଞ୍ଚାୟତର କପିଳ ମୁନି ପଡ଼ିଆରେ ପାଳନ ହେଉଥିବା କପିଳମୁନି ମହୋତ୍ସବ ୯୮ ବର୍ଷରେ ପଦାର୍ପଣ କରିଛି। ଚଳିତ...

ମାଓବାଦୀ ମୁକାବିଲାକୁ ଜୋରଦାର କରିବାକୁ ଚିତ୍ରକୋଣ୍ଡାରେ ବିଏସ୍‌ଏଫ୍‌ ଡିଆଇଜି

ଚିତ୍ରକୋଣ୍ଡା,୩୧।୮(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡାର ସ୍ବାଭିମାନ ଅଞ୍ଚଳର ସମୀକ୍ଷା କରିବା ଲାଗି ଶନିବାର ବିଏସ୍‌ଏଫ୍‌ ଡିଆଇଜି ଅର୍ଜୁନ ସିଂ ରାଠୋର ହେଲିକାପ୍ଟର ଯୋଗେ ୮ନଂ ବିଏସ୍‌ଏଫ୍‌...

ଟ୍ରାକ୍ଟର ଚକା ଫାଟି ଦୁର୍ଘଟଣା: ମାଉସୀ ମୃତ, ପୁତୁରା ଗୁରୁତର

ଦିଗପହଣ୍ଡି,୨୨।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିପଗହଣ୍ଡି-ଆସିକା ରାସ୍ତାର କବିରାଜ ବନ୍ଧ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ...

୪୮ଦିନର କାମ ୪ ବର୍ଷରେ ସରୁନି

ଖଡିଆଳ,୧୦।୧: ନୂଆପଡ଼ା ଜିଲା ଖଡିଆଳ ବ୍ଲକ ବିରିଘାଟ ପଞ୍ଚାୟତ ଗଦାପଦର ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣାଧୀନ ଘର ୪ ବର୍ଷ ପରେ ସମ୍ପୂର୍ଣ୍ଣ ନ...

ମନ୍ଦିର ଗେଟ୍‌ରୁ ପଡ଼ି ସୁରକ୍ଷାକର୍ମୀଙ୍କ ମୃତ୍ୟୁ: ମୃତଦେହ ରଖି ଧାରଣା

ପାଟଣା,୧୫।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବୈତରଣୀ ନଦୀକୂଳରେ ଥିବା ପରମେଶ୍ୱର ଶିବ ମନ୍ଦିର ଗେଟ୍‌ରୁ ପଡ଼ି ସୁରକ୍ଷାକର୍ମୀ ସନ୍ତୋଷ କୁମାର ମହାନ୍ତଙ୍କ(୪୬) ରବିବାର ମୃତ୍ୟୁ ଘଟିଥିଲା।...

ମାଲ୍‌ ପରିବହନରେ ଖୋର୍ଦ୍ଧାରୋଡ୍‌ ରେଳମଣ୍ଡଳ ଶୀର୍ଷରେ

ଜଟଣୀ, ୬ା୯(ଡି.ଏନ୍‌.ଏ.):ପୂର୍ବତଟ ରେଲ୍‌ଓ୍ବେର ଖୋର୍ଦ୍ଧାରୋଡ୍‌ ରେଳ ମଣ୍ଡଳ ୨୦୨୨ ଅଗଷ୍ଟରେ ଭାରତୀୟ ରେଳ ମଧ୍ୟରେ ମାଲ୍‌ ପରିବହନରେ ଶୀର୍ଷ ସ୍ଥାନ ହାସଲ କରିଛି। ଅଗଷ୍ଟ ୨୦୨୨ରେ...

Advertisement
Archives

Model This Week