ଗିରଫ ହେଲେ ୪ ଲୁଟେରା: ୫ ବାଇକ୍‌ ସହ ଟଙ୍କା ଜବତ

ଭଦ୍ରକ ଅଫିସ,୨୨।୭: ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ୨ଟି ମାମଲାରେ ୪ଜଣ ଲୁଟେରାଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୫ ଚୋରି ବାଇକ୍‌ ଓ ନଗଦ ଟଙ୍କା ଜବତ କରାଯାଇଥିବା ଶୁକ୍ରବାର ଗ୍ରାମାଞ୍ଚଳ ଥାନାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଭଦ୍ରକ ଏସ୍‌ଡିପିଓ ପ୍ରଭାସ ଚନ୍ଦ୍ର ପାଲ ସୂଚନା ଦେଇଛନ୍ତି।

ପ୍ରକାଶ ଯେ, ଗତ ୧୯ ତାରିଖରେ ଚରମ୍ପା ଶୁଭମ ଲଜିଷ୍ଟିିକ୍‌ ସମ୍ମୁଖରେ ଇନାମୁଲ ରହମାନ ନାମକ ଝାଡ଼ଖଣ୍ଡ ଟ୍ରକ୍‌ ଡ୍ରାଇଭର ଓ ହେଲ୍‌ପର ମହମ୍ମଦ ସକୀଲ ଗାଡ଼ି ରଖି ଅନ୍‌ଲୋଡିଂ କରୁଥିଲେ। ଏହି ସମୟରେ ୩ଜଣ ଲୁଟେରା ଏକ ବାଇକ୍‌ରେ ଆସି ଲୁହାରଡ୍‌ରେ ସକୀଲଙ୍କୁ ଆକ୍ରମଣ କରି ମୋବାଇଲ ଛଡ଼ାଇ ନେବା ସହ ଟଙ୍କା ମାଗିଥିଲେ। ସେମାନେ ମାଲିକଙ୍କୁ ଫୋନ୍‌ କରି ଟଙ୍କା ମାଗିବାରୁ ସେ ଫୋନପେ ମାଧ୍ୟମରେ ୪ ହଜାର ଟଙ୍କା ପଠାଇ ଦେଇଥିଲେ। ଏହାପରେ ୩ ଲୁଟେରା ମୋବାଇଲ ଧରି ଫେରାର ହୋଇଯାଇଥିଲେ।

ପରେ ରାତିରେ ଆରଡ଼ି ଛକ ଜାତୀୟ ରାଜପଥ ପାଖରେ ଦେବସ୍ମିତା ମହାନ୍ତି ନାମ୍ନୀ ମହିଳାଙ୍କ ଘର ତାଲା ଭାଙ୍ଗି ପଶିଥିଲେ। ହେଲେ ଘର ଲୋକ ଉଠି ପଡ଼ିବାରୁ କାର୍‌କୁ ଲୁହା ରଡ୍‌ରେ ପିଟି ଭାଙ୍ଗିବା ପରେ ୨ଟି ବାଇକ୍‌ରେ ଫେରାର ହୋଇଯାଇଥିଲେ। ଅଭିଯୋଗ କ୍ରମେ ଗ୍ରାମାଞ୍ଚଳ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ୨ଟି ମାମଲାର ତଦନ୍ତ କରି ଫୋନପେ ନମ୍ବରରୁ ଠିକଣା ଓ ବାଇକ୍‌ ନମ୍ବରରୁ ମାଲିକଙ୍କ ଠିକଣା ବାହାର କରି ଲୁଟେରା ଗ୍ୟାଙ୍ଗ୍‌କୁ ଧରିବା ନେଇ ପୋଲିସର ତଦନ୍ତ ଆରମ୍ଭ କରିଥିଲା। ମୋବାଇଲ ଲୋକେଶନକୁ ଆଧାର କରି ଚରମ୍ପା ରେଲୱେ ପୋଲଠାରେ ଗୁରୁବାର ଚଢ଼ାଉ କରି ୪ ଜଣଙ୍କୁ ଗିରଫ ସହ ୩ ବାଇକ୍‌ ଜବତ କରିଥିଲା। ଏପରିକି ପୋଲିସ ଅଭିଯୁକ୍ତଙ୍କ ଘରେ ଚଢାଉ କରି ମୋବାଇଲ ଫୋନ, ୨ଟି ବାଇକ୍‌ ଓ ୪ ହଜାର ନଗଦ ଟଙ୍କା ଜବତ କରିଥିଲା। ପୋଲିିସ ଘଟଣାର ଅଧିକ ତଦନ୍ତ ନେଇ ଅଭିଯୁକ୍ତମାନଙ୍କ ନଁା ପ୍ରକାଶ କରିନାହିଁ। ତେବେ ସେମାନଙ୍କ ନଁାରେ ଭଦ୍ରକ ଟାଉନ, ଗ୍ରାମାଞ୍ଚଳ ଓ ବାସୁଦେବପୁର ଥାନାରେ ବହୁ ମାମଲା ରହିଛି। ଆଗରୁ ବିଭିନ୍ନ ମାମଲାରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଏସ୍‌ଡିପିଓ ପାଲ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାର୍ଥୀଙ୍କୁ କ୍ୟାରିୟର ଚୟନ ନେଇ ମାର୍ଗଦର୍ଶନ: ଭଞ୍ଜନଗର କେଭିରେ ପ୍ରଥମଥର ପାଇଁ…

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଦଶମ ଓ ଏକାଦଶ ଶ୍ରେଣୀର ବିଜ୍ଞାନ ବିଭାଗର ଛାତ୍ରୀଛାତ୍ରଙ୍କୁ ନେଇ ପ୍ରଥମଥର ପାଇଁ…

ମନ୍ତ୍ରୀଙ୍କ ବଡ଼ ଚେତାବନୀ, ସାର କଳାବଜାରୀ କଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୫।୮: ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମଙ୍ଗଳବାର ଏକ ବଡ଼ ଚେତାବନୀ ଦେଇଛନ୍ତି। ସାର କଳାବଜାରୀ କଲେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି…

ମମତାଙ୍କ ସନ୍ନ୍ୟାସ ବୟାନକୁ ନେଇ ଭାଜପାର ତୀବ୍ର ଟାର୍ଗେଟ୍‌, କହିଲା- ‘ତାଙ୍କ ବୟସ ମଧ୍ୟ…’

କୋଲକାତା,୨୫।୮: ଟିଏମସି ପ୍ରମୁଖ ମମତା ବାନାର୍ଜୀଙ୍କ ପକ୍ଷରୁ ‘ରାଜନୀତିରୁ ସନ୍ନ୍ୟାସ’ ନେବା ସମ୍ପର୍କରେ ଦିଆଯାଇଥିବା ବୟାନ ଉପରେ ଭାଜପା ପକ୍ଷରୁ ପାଲଟା ଜବାବ ଦିଆଯାଇଛି। ପଶ୍ଚିମବଙ୍ଗର ସ୍ବାସ୍ଥ୍ୟମନ୍ତ୍ରୀ…

ବଡ଼ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ୨ ପୋଲିସ କର୍ମଚାରୀ

ବୌଦ୍ଧ,୨୫।୮: ବୌଦ୍ଧ ପୋଲିସ ପକ୍ଷରୁ ମଙ୍ଗଳବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟରେ ଅବହେଳା ପାଇଁ ୨ଜଣ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଠିକ୍‌…

ଭାରତରେ ଅଲଗା-ୟୁରୋପରେ ଅଲଗା କାହିଁକି? ଫାଣ୍ଟା ଠାରୁ ମ୍ୟାଗି ପର୍ଯ୍ୟନ୍ତ ପ୍ୟାକେଜ ହୋଇଥିବା ଖାଦ୍ୟ ପାଇଁ ଦ୍ୱୈତ ମାନଦଣ୍ଡ ଉପରେ ପ୍ରଶ୍ନ

ନୂଆଦିଲ୍ଲୀ,୨୫।୮: ଭାରତରେ ୟୁରୋପ ତୁଳନାରେ ପ୍ୟାକେଜ ହୋଇଥିବା ଖାଦ୍ୟ ଏବଂ ପାନୀୟର ସମାନ ବିଶ୍ୱ ବ୍ରାଣ୍ଡ ପାଇଁ ଭିନ୍ନ ରଚନା, ପୁଷ୍ଟିକର ସୂଚନା ଏବଂ ଚେତାବନୀ ଲେବଲର…

ଉତ୍ତରାଷାଢ଼ା ନକ୍ଷତ୍ର ସହ ଆୟୁଷ୍ମାନ ଯୋଗ: ଆଜିଠୁ ଏହି ୫ ରାଶିଙ୍କ ଭଲ ଦିନ ଆରମ୍ଭ, ଚାକିରିରେ ପ୍ରମୋସନ ସହ ଧନବର୍ଷା!

୨୫ ଅଗଷ୍ଟ ୨୦୨୬ ଦିନଟି ପଞ୍ଚାଙ୍ଗ ଓ ଜ୍ୟୋତିଷ ଦୃଷ୍ଟିରୁ ବେଶ ଖାସ୍‌ ରହିପାରେ। ଏହି ଦିନ ଶ୍ରାବଣ ଶୁକ୍ଳ ପକ୍ଷର ଦ୍ୱାଦଶୀ ତିଥି ଏବଂ ମଙ୍ଗଳବାର।…

କାର୍‌କୁ ୧୦୦ ମିଟର ଘୋଷାଡ଼ି ନେଲା ଟ୍ରକ, ଆଉ ତା’ପରେ…

ଭୁବନେଶ୍ୱର,୨୫।୮: ରାଜଧାନୀ ଭୁବନେଶ୍ୱର ପାହାଳ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଭାରସାମ୍ୟ ହରାଇ ଏକ କାର୍‌କୁ ଧକ୍କା ଦେଇ ୧୦୦ ମିଟର ପର୍ଯ୍ୟନ୍ତ…

ଚନ୍ଦନ କଳସ ଯାତ୍ରାକୁ କୋରାପୁଟରେ ଭବ୍ୟ ସ୍ବାଗତ

କୋରାପୁଟ,୨୫।୮(ଅମିତାଭ ବେହେରା): ସନ୍ଥ ଶିରୋମଣି ଗୁରୁ ରବିଦାସଜୀଙ୍କ ୬୫୦ତମ ଜୟନ୍ତୀ ଅବସରରେ ସାମାଜିକ ସମରସତା ଓ ଭାଇଚାରାର ବାର୍ତ୍ତା ନେଇ ଆୟୋଜିତ ‘ସମରସ ସଂକଳ୍ପ ଅଭିଯାନ’ର ପବିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri