୪ ଗଣତନ୍ତ୍ର ସମର୍ଥକଙ୍କୁ ଫାଶୀଦଣ୍ଡ, ମ୍ୟାନମାର୍‌ ମିଲିଟାରୀ ଶାସକଙ୍କୁ ବିରୋଧ…

ନାପିଦ୍ୱ, ୨୬।୭ : ମ୍ୟାନ୍‌ମାରର ମିଲିଟାରୀ ଶାସକ ୪ ଗଣତନ୍ତ୍ର ସମର୍ଥକଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି। ସେନା ପକ୍ଷରୁ କୁହାଯାଇଛି ଯେ ଏହି ଚାରିଜଣ ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା। ଫାଶୀ ଦିଆଯାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଡେମୋକ୍ରାଟିକ ନେତା କୋ ଜିମି ଏବଂ ବହିଷ୍କୃତ ନେତା ଅଙ୍ଗ ସାନ ସୁ କିଙ୍କ ସରକାରର ପୂର୍ବତନ ସାଂସଦ ଫିଓ ଜିଆ ଥୋ ମଧ୍ୟ ଥିଲେ। ମ୍ୟାନମାରରେ, ଗତ ପାଞ୍ଚ ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ଫାଶୀ ଦିଆଯାଇଛି। ନ୍ୟୁଜ ଏଜେନ୍ସି ରଏଟର୍ସ ଅନୁଯାୟୀ ଏହି କାର୍ଯ୍ୟକର୍ତ୍ତାଙ୍କୁ ଜାନୁଆରୀରେ ଦଣ୍ଡିତ କରାଯାଇଥିଲା। ନାଗରିକଙ୍କ ସରକାର ବୋଲି ନିଜକୁ କହି ବୁଲୁଥିବା ମିଲିଟାରୀ ଶାସକଙ୍କ ନାଗରିକ ଜାତୀୟ ଏକତା ସରକାରର ମାନବାଧିକାର ମନ୍ତ୍ରୀ ଅଙ୍ଗ ମିୟୋ ଗଣତନ୍ତ୍ର ବିରୋଧୀ ଅଭିଯୋଗକୁ ଖାରଜ କରିଦେଇଛନ୍ତି। ସେ କହିଛନ୍ତି ଯେ ମୃତ୍ୟୁଦଣ୍ଡା ଦେଶ ଦେବାର ଭୟ ମାଧ୍ୟମରେ ଲୋକଙ୍କୁ ଶାସନ କରିବାର ଏହା ଏକ ପ୍ରୟାସ।

କୁଓ୍ବାନଙ୍କ ସହିତ ୫୩ ବର୍ଷିୟ ଗଣତନ୍ତ୍ର ସମର୍ଥକ କ୍ୱାଇ ମିନ ୟେଙ୍କୁ ମଧ୍ୟ ଆତଙ୍କବାଦ ବିରୋଧୀ ଆଇନ ଉଲ୍ଲଂଘନ କରିଥିବା ଅଭିଯୋଗରେ ଫାଶୀ ଦିଆଯାଇଛି। ଗତ ବର୍ଷ ଅକ୍ଟୋବରରେ ତାଙ୍କୁ ଗିରଫ କରାଯାଇଥିଲା। ଏମାନଙ୍କ ବ୍ୟତୀତ, ମାର୍ଚ୍ଚ ୨୦୨୧ ରେ ସେନା ସୂଚନାଦାତା ସନ୍ଦେହରେ ଜଣେ ମହିଳାଙ୍କୁ ନିର୍ଯାତନା ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ହଲା ମାୟୋ ଓଙ୍ଗ ଏବଂ ଅନଗ ଥୁରା ଜୋଙ୍କୁ ମଧ୍ୟ ଫାଶୀ ଦିଆଯାଇଛି ଏନେଇ ମ୍ୟାନମାର୍‌ ମିଲିଟାରୀ ଶାସକଙ୍କୁ ପୃଥିବୀ ବ୍ୟାପି ବିରୋଧ କରାଯାଇଛି।

ଏସିଆର ହ୍ୟୁମାନ ରାଇଟ୍ସ ୱାଚର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏଲେନ ପିଆରସନ ୪ ଜଣଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟକୁ ନିଷ୍ଠୁରତା ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଏହା ଏକ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ସାମରିକ କାର୍ଯ୍ୟ। ମାନବ ଅଧିକାର ପ୍ରସଙ୍ଗରେ ଜାତିସଂଘର ବିଶେଷଜ୍ଞ ଥୋମାସ ଆଣ୍ଡ୍ରିୟୁ ଏହି ଘଟଣାର ଦୃଢ଼ ବିରୋଧ କରିବାକୁ କହିଛନ୍ତି। ଆମେରିକା ଚାଇନାକୁ ଏନେଇ ମ୍ୟାନମାରକୁ ବିରୋଧ କରିବାକୁ କହିଛି।

ଡିସେମ୍ବର ୨୦୨୧ରେ ମ୍ୟାନମାରର ନୋବେଲ ବିଜେତା ତଥା ଗଣତନ୍ତ୍ରର ସମର୍ଥକ ଅଙ୍ଗ ସାନ ସ୍ୟୁକିଙ୍କୁ ୪ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ୧ ଫେବୃଆରୀ ୨୦୨୧ ରାତିରେ ସେନା ସ୍ୟୁ କିଙ୍କୁ ସେନାର କ୍ଷମତା ଦଖଲ ପରେ ଗିରଫ କରାଯାଇଥିଲା। ସେବେଠାରୁ ସାମରିକ ନେତା ଜେନେରାଲ ମିନ ଅଙ୍ଗ ହୁଲିଙ୍ଗ ଦେଶର ପ୍ରଧାନମନ୍ତ୍ରୀ ରହିଆସିଛନ୍ତି। ସେ କହିଥିଲେ ଯେ ୨୦୨୩ରେ ଜରୁରୀକାଳୀନ ପରିସ୍ଥିତି ରଦ୍ଦ ହୋଇ ଦେଶରେ ସାଧାରଣ ନିର୍ବାଚନ ହେବ। ମିଆଁମାରରେ ରକ୍ତାକ୍ତ ସଂଘର୍ଷ ପରେ ଏହି କ୍ଷମତା ଦଖଲ ହୋଇଥିଲା। ଏଥିରେ ୯୪୦ ଜଣଙ୍କର ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୁଶପଲ୍ଲୀ ଚଳଚଞ୍ଚଳ: ମା’ ଚାମୁଣ୍ଡାଙ୍କ ପୀଠରେ ଆରମ୍ଭ ହେଲା ନବରାତ୍ର ପୂଜା

ଗଞ୍ଜାମ,୧୧ା୧୦(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ୍‌ ମଲାଡ଼ ପଞ୍ଚାୟତ ଅନ୍ତର୍ଗତ କୁଶପଲ୍ଲୀସ୍ଥିତ ମା’ ଚାମୁଣ୍ଡାଙ୍କ ପୀଠରେ ଶାରଦୀୟ ଦୁର୍ଗାପୂଜା ଅବସରରେ ୯ ଦିନବ୍ୟାପୀ ନବରାତ୍ର ପୂଜା ଓ ଅଖଣ୍ଡ…

CM ବିଜୟଙ୍କୁ ବଡ଼ ପ୍ରତିଶ୍ରୁତି ଦେଲେ ମୋଦି, କେନ୍ଦ୍ରରୁ ଯାହା….

ଚେନ୍ନାଇ,୧୧।୧୦: ତାମିଲନାଡୁକୁ ବିକାଶର ନୂଆ ଶିଖରରେ ପହଞ୍ଚାଇବା ପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରକାରର ସହଯୋଗ ଯୋଗାଇଦେବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରବିବାର ଚେନ୍ନାଇରେ…

‘ରକ୍ତ ଜମାଟ ବାନ୍ଧିବା ସମସ୍ୟା’: ନାନା ପାଟେକରଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି…

ମୁମ୍ବାଇ: ବିଶିଷ୍ଟ ବଲିଉଡ ଅଭିନେତା ନାନା ପାଟେକରଙ୍କର ଅକ୍ଟୋବର ୮,୨୦୨୬ ରେ ଗୋଆରେ ଦେହାନ୍ତ ହୋଇଛି। ତାଙ୍କ ମୃତ୍ୟୁ ପରେ, ଗୋଆର ପଣାଜୀ ପୋଲିସ ଏକ ଅସ୍ବାଭାବିକ…

ଖଡ଼ିଆଳ କଲେଜ ସାଇନ୍‌ ଡାଏ: ଅଧ୍ୟକ୍ଷଙ୍କ ଇସ୍ତଫା ଦାବି ନେଇ ତେଜିଲା ଛାତ୍ର ଆନ୍ଦୋଳନ

ଖଡ଼ିଆଳ,୧୧ା୧୦(ସୁଜିତ୍‌ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ ହେବା ଘଟଣାକୁ ନେଇ କ୍ୟାମ୍ପସରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।…

ମାସିକ ୧୮ ହଜାର ଦରମାରେ କୋଟିପତି ହେବାକୁ ଚାହୁଁଛନ୍ତି କି? ୨୬ ବର୍ଷୀୟ ଯୁବକଙ୍କ କମାଲକୁ ନେଇ ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୧୧।୧୦: ଦୃଢ଼ ଇଚ୍ଛାଶକ୍ତି, ନୂଆ କୌଶଳ ଶିଖିବାର ଆଗ୍ରହ ଏବଂ ନିୟମିତ ସଞ୍ଚୟ-ନିବେଶର ଅଭ୍ୟାସ ଜଣେ ଯୁବକଙ୍କ ଜୀବନକୁ କିପରି ବଦଳାଇପାରେ, ତାହାର ଉଦାହରଣ ହେଉଛନ୍ତି ମଧ୍ୟପ୍ରଦେଶ…

ବାଘଛାଲ କାରବାର ଘଟଣାର ୪ ଅଭିଯୁକ୍ତ ଗିରଫ, କେତେଦୂର ଲମ୍ବିଛି ଚେର, ଜାରି ରହିଛି ଖୋଳତାଡ଼

ମୋହନା,୧୧ା୧୦(ମନ୍ମଥ ମିଶ୍ର): କଲରାପତରିଆ ବାଘଛାଲ କାରବାର ଘଟଣାରେ ବନ ବିଭାଗ ୪ ଅଭିଯୁକ୍ତଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଗଜପତି ଜିଲା ମୋହନା ବନାଞ୍ଚଳ…

Amitabh Bachchan Networth: କେତେ ଧନୀ ବିଗ ବି, ଗୋଟିଏ ବର୍ଷରେ ଆୟର ପରିମାଣ ଜାଣିଲେ…

ମୁମ୍ବାଇ: ବଲିଉଡର ମେଗାଷ୍ଟାର୍‌ ଅମିତାଭ ବଚ୍ଚନ ଅକ୍ଟୋବର ୧୧ ରେ ନିଜର ୮୪ତମ ଜନ୍ମଦିନ ପାଳନ କରୁଛନ୍ତି। ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ଧରି ଚଳଚ୍ଚିତ୍ର ଜଗତରେ…

ମୋଦିଙ୍କୁ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ ବିଜୟ

ଚେନ୍ନାଇ,୧୧।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର (ଅକ୍ଟୋବର ୧୧) ଚେନ୍ନାଇରେ ପହଞ୍ଚିଛନ୍ତି। ସେଠାରେ ସେ ୧୩,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?