Posted inଖେଳ

ଲିଖିତ, ଫିଟ୍‌ନେସ୍‌ ପରୀକ୍ଷାରେ ପାସ୍‌ କଲେ ୪ ଓଡ଼ିଆ ରେଫରି

ଭୁବନେଶ୍ୱର,୧୫।୧(ବ୍ୟୁରୋ): ଓଡ଼ିଶାର ୪ ଜଣ ଫୁଟବଲ ରେଫରି କାଟ-୨ ଜାତୀୟ ରେଫରିର ମର୍ଯ୍ୟାଦା ହାସଲ କରିବା ପାଇଁ ପରୀକ୍ଷାର ଗୋଟିଏ ପର୍ଯ୍ୟାୟରେ ଉନ୍ନତି କରିଛନ୍ତି। ଅଲ୍‌ ଇଣ୍ଡିଆ ଫୁଟବଲ ଆସୋସିଏଶନ (ଏଆଇଏଫ୍‌ଏଫ୍‌) ଦ୍ୱାରା ଆୟୋଜିତ ହୋଇଥିବା ଲିଖିତ ଓ ଫିଟ୍‌ନେସ୍‌ ପରୀକ୍ଷାରେ ୪ ଓଡ଼ିଆ ରେଫରି ଉତ୍ତୀର୍ଣ୍ଣ ହୋଇଛନ୍ତି।

ଗତ ୭ ଓ ୯ ତାରିଖରେ ଗୁଆହାଟୀର ଏଲ୍‌ଏନ୍‌ଆଇପିଇରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। କାଟା-୨ ଜାତୀୟ ରେଫରିର ମାନ୍ୟତା ହାସଲ କରିବାକୁ ଏହି ୪ ରେଫରି ଏବେ ପ୍ରାକ୍ଟିକାଲ ଓ ଭିଭା ରାଉଣ୍ଡର ସମ୍ମୁଖୀନ ହେବେ। ଏହି ୪ ରେଫରି ହେଲେ କିଶନ ଦାସ, ଆଶୀର୍ବାଦ କାନୁନଗୋ, ଭିମ୍‌ କୁମାର ଛେତ୍ରୀ ଓ ଅରୁନ ନାୟକ। ଫୁଟବଲ ଆସୋସିଏଶନ ଅଫ୍‌ ଓଡ଼ିଶା (ଫାଓ) ସମ୍ପାଦକ ଆଶୀର୍ବାଦ ବେହେରା, ଫାଓର ଅନ୍ୟ ପଦାଧିକାରୀମାନେ ଏହି ୪ ରେଫରିଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ଫାଓର ହେଡ୍‌ ଅଫ୍‌ ଦି ରେଫରି ଦୁର୍ଗାମାଧବ ନାଏକ ଏ ନେଇ ଗଠନମୂଳକ କାର୍ଯ୍ୟ କରିଥିବାରୁ ତାଙ୍କୁ ମଧ୍ୟ ଆସୋସିଏଶନ ପକ୍ଷରୁ ପ୍ରଶଂସା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଲିଆ ପିସିବିର ପ୍ରଥମ ମହିଳା ନିର୍ଦ୍ଦେଶକ

ଇସ୍‌ଲାମାବାଦ୍‌, ୧୧ା୧୧ (ଏପି)- ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ପ୍ରଥମ ଥର ଜଣେ ମହିଳା ନିର୍ଦ୍ଦେଶକଙ୍କୁ ନିଯୁକ୍ତି ଦେଇଛି। ପିସିବିର ୪ଜଣ ନୂଆ ନିର୍ଦ୍ଦେଶକଙ୍କ ମଧ୍ୟରେ...

ଆଇପିଏଲ୍‌ ଅକ୍‌ଶନ ପୂର୍ବରୁ ବଡ଼ ଘୋଷଣା କଲା ବିସିସିଆଇ

ବାଙ୍ଗାଲୋର,୯।୨: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ୧୫ତମ ସଂସ୍କରଣ ଲାଗି ଅଷ୍ଟ୍ରେଲିଆ ଖେଳାଳିଙ୍କ ଉପଲବ୍ଧତା ଏବେ କିଛି କଣ୍ଡିଶନ ଉପରେ ନିର୍ଭର କରୁଛି। ସବୁଠୁ ଧନୀ...

ଏସିଆ କପ୍‌ରେ ବ୍ରୋଞ୍ଜ ଜିତିଲା ଭାରତ

ଜାକର୍ତ୍ତା,୧।୬: ଇଣ୍ଡୋନେସିଆରେ ଚାଲିଥିବା ଏସିଆ କପ୍‌ ହକିରେ ଭାରତ ଏକ ବଡ଼ ଉପଲବ୍ଧି ହାସଲ କରିଛି। ବୁଧବାର ଜାକର୍ତ୍ତାରେ ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ଜାପାନକୁ ୧-୦...

ଓମେନ୍ସ କ୍ରିକ୍‌ଜୋନ୍‌: ମାନ୍ଧନା ଶ୍ରେଷ୍ଠ ବ୍ୟାଟ୍ସଓମ୍ୟାନ, ଦୀପ୍ତି କ୍ରିକେଟର୍‌

ଭୁବନେଶ୍ୱର,୮।୧ (ସ୍ପୋଟର୍‌ସ ବ୍ୟୁରୋ)- ମହିଳା କ୍ରିକେଟ୍‌ ସମ୍ବଦ୍ଧିତ ଓ୍ବେବସାଇଟ୍‌ ଓ ଡିଜିଟାଲ ମାଗାଜିନ ‘ଓମେନ୍ସ କ୍ରିକ୍‌ଜୋନ’ ପକ୍ଷରୁ ଏହାର ଦ୍ୱିତୀୟ ସଂସ୍କରଣ ମାଗାଜିନ ଉନ୍ମୋଚିତ ହୋଇଯାଇଛି।...

ଅମ୍ପାୟର ନୋ ବଲ ଦେବାରୁ ଚାଲାକି କଲେ ପୋଲାର୍ଡ

ବିଜୟନଗରମ୍‌,୧୨।୧୧- ଓ୍ବେଷ୍ଟଇଣ୍ଡିଜ ଦଳର ଅଧିନାୟକ କିରନ ପୋଲାର୍ଡ ଏଠାରେ ଆଫଗାନିସ୍ତାନ ବିପକ୍ଷରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚ୍‌ରେ ନିଜ ଚାଲାକିର ନମୁନା ଦେଖାଇଛନ୍ତି। ଆଫଗାନିସ୍ତାନ ଇନିଂସର...

ଟି୨୦ ଫର୍ମାଟ୍‌ରେ ସକ୍ରିୟ ରହିବେ ମାଲିଙ୍ଗା

କଲମ୍ବୋ, ୨୪।୭(ଏ.ଏଫ୍‌.ପି.)- ଶ୍ରୀଲଙ୍କା ଅଭିଜ୍ଞ ଦ୍ରୁତ ବୋଲର ତଥା ଉଇକେଟଟେକର ଲସିଥ୍‌ ମାଲିଙ୍ଗା ଏବେ ଅବସର ନେବାକୁ ଯାଉଛନ୍ତି। ବାଂଲାଦେଶ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ...

ପନ୍ତଙ୍କ ମା’ଙ୍କ ସହ ଫୋନ୍‌ରେ କଥା ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୩୦।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଡ଼କ ଦୁର୍ଘଟଣାରେ ଆହତ ହୋଇଥିବା ଭାରତୀୟ କ୍ରିକେଟର ଋଷଭ ପନ୍ତଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ଶୁକ୍ରବାର ସେ ପନ୍ତଙ୍କ...

8

ନର୍ଥଇଷ୍ଟ ୟୁନାଇଟେଡ୍‌-ଏଟିକେ ମୋହନବାଗାନ ମ୍ୟାଚ ଅମୀମାଂସିତ

ବାମ୍ବୋଲିମ୍‌, ୭ା୩: ସ୍ଥାନୀୟ ଜିଏମ୍‌ସି ଷ୍ଟାଡିୟମରେ ଶନିବାର ନର୍ଥଇଷ୍ଟ ୟୁନାଇଟେଡ୍‌ ଏଫ୍‌ସି ଏବଂ ଏଟିକେ ମୋହନବାଗାନ ମଧ୍ୟରେ ଅନୁଷ୍ଠିତ ଇଣ୍ଡିଆନ ସୁପରଲିଗ୍‌ ଫୁଟ୍‌ବଲର ପ୍ରଥମ ଲେଗ୍‌...

Advertisement
Archives

Model This Week