ଚାଇନା ମାନଚିତ୍ରକୁ ଆଉ ୪ ଦେଶର ବିରୋଧ

ନୂଆଦିଲ୍ଲୀ,୨ା୯: ଚାଇନାର ନୂଆ ମାନଚିତ୍ରକୁ ଭାରତ ବିରୋଧ କରିବା ପରେ ଏବେ ମାଲେସିଆ, ଫିଲିପାଇନ୍ସ, ତାଇଓ୍ବାନ ଏବଂ ଭିଏଟ୍‌ନାମ ମଧ୍ୟ ଏହାକୁ ଭିତ୍ତିହୀନ ମାନଚିତ୍ର କହି କଡ଼ା ସମାଲୋଚନା କରିଛନ୍ତି। ନୂଆ ମାନଚିତ୍ରରେ ଦକ୍ଷିଣ ଚାଇନା ସାଗର ଏବଂ ଅନ୍ୟ କେତେକ ବିବାଦୀୟ ଅଞ୍ଚଳକୁ ଚାଇନାର ସାର୍ବଭୌମ ଭୂଖଣ୍ଡ ଭାବେ ଦର୍ଶାଯାଇଛି। ଏହି ବିବାଦୀୟ ମାନଚିତ୍ରରେ ଭାରତର ଅରୁଣାଚଳପ୍ରଦେଶ, ଡୋକଲାମ ସମେତ ଅକ୍ସାଇ ଚୀନ୍‌କୁ ଚାଇନାର ଅଂଶ ଭାବେ ଦେଖାଯାଇଛି। ସେହିପରି ଉତ୍ତରପୂର୍ବରେ ଥିବା ରୁଷିଆର ବୋଲଶୋଏ ଉସୁରିସ୍କି ଆଇଲାଣ୍ଡକୁ ଚାଇନା ନିଜର ବୋଲି ନୂଆ ମାନଚିତ୍ରରେ ଦର୍ଶାଇଛି। ଭିଏଟ୍‌ନାମର ସ୍ପ୍ରାଟ୍‌ଲି ଏବଂ ପରାସେଲ୍‌ ଆଇଲାଣ୍ଡ ସମେତ ଏହାର ଜଳରାଶିକୁ ଚାଇନା ନିଜର ବୋଲି ଦର୍ଶାଇଥିବାରୁ ସାର୍ବଭୌମତ୍ୱର ଉଲ୍ଲଂଘନ ହୋଇଥିବା ହାନୋଇ ଅଭିଯୋଗ କରିଛି। ମ୍ୟାପ୍‌ର ନାଇନ୍‌-ଡଟେଡ୍‌ ଲାଇନ ଉପରେ ଚାଇନାର ସାର୍ବଭୌମତ୍ୱ ଓ ସାମୁଦ୍ରିକ ଅଧିକାର ଅବୈଧ ବୋଲି ଭିଏଟ୍‌ନାମ ପକ୍ଷରୁ ଏକ ବିବୃତିରେ କୁହାଯାଇଛି।
ଦକ୍ଷିଣ ଚାଇନା ସାଗରରେ ଚାଇନାର ସମ୍ପ୍ରସାରଣ ଦାବିକୁ ଫିଲିପାଇନ୍ସ ସ୍ବୀକୃତି ଦେବ ନାହିଁ ବୋଲି କହିଛି। ସେହିପରି ମାଲେସିଆ ଏବଂ ତାଇଓ୍ବାନ ସରକାର ସେମାନଙ୍କ ଅଞ୍ଚଳ ଉପରେ ବେଜିଂର ଦାବିକୁ କଡ଼ା ଶବ୍ଦରେ ସମାଲୋଚନା କରିଛନ୍ତି। ନୂଆ ମ୍ୟାପ୍‌ ସମ୍ପର୍କରେ ଗତ ବୁଧବାର ବେଜିଂରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଚାଇନା ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଓ୍ବାଙ୍ଗ୍‌ ଓ୍ବେନ୍‌ବିନ୍‌ କହିଥିଲେ, ପ୍ରାସଙ୍ଗିକ ପକ୍ଷମାନେ ଅତ୍ୟଧିକ ବ୍ୟାଖ୍ୟା କରିବାରୁ ନିବୃତ୍ତ ରହିବା ତାଙ୍କ ସରକାର ଆଶା କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟେକ୍ସାସରେ ମିଳିଲା ୧୯୦ ବର୍ଷ ପୁରୁଣା ଲୁହା କମାଣ ଗୋଳା

ସାନ୍‌ ଆଣ୍ଟୋନିଓ (ଟେକ୍ସାସ),୨୭ା୬:ଆମେରିକାର ଟେକ୍ସାସ ପ୍ରଦେଶରେ ଥିବା ପ୍ରସିଦ୍ଧ ‘ଆଲାମୋ’ ଐତିହାସିକ ସ୍ଥଳରୁ ପ୍ରତ୍ନତତ୍ତ୍ୱବିତ୍‌ମାନେ ଏକ ଅକ୍ଷତ ଲୁହା କମାଣ ଗୋଳା (କ୍ୟାନନ୍‌ବଲ୍‌) ପାଇଛନ୍ତି। ଏହା ୧୮୩୬…

ପ୍ରବଳ ବର୍ଷା ସମ୍ଭାବନା: ୪୦ରୁ ୫୦ କିମି ବେଗରେ ବହିବ ପବନ, ଏସବୁ ଜିଲାରେ ଅରେଞ୍ଜ୍‌ ଓ୍ବାର୍ନିଂ

ଭୁବନେଶ୍ୱର,୨୭ା୬(ବନ୍ଦନା ସେଠୀ):ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ଜାରି ରହିଛି। ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ପାଗରେ ସେପରି କିଛି ବିଶେଷ ପରିବର୍ତ୍ତନ ନ ଥିବା…

ପୁଣି ମୁହାଁମୁହିଁ ହେଲେ ଆମେରିକା-ଇରାନ: ବଡ଼ ଆକ୍ରମଣ କଲା ଓ୍ବାଶିଂଟନ୍‌

ତେହରାନ,୨୭।୬:ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ପୁଣି ଥରେ ବୃଦ୍ଧି ପାଇବା ଆରମ୍ଭ କରିଛି। ଆମେରିକା ଇରାନୀ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ସ୍ଥାନଗୁଡ଼ିକୁ ଟାର୍ଗେଟ କରିଥିଲା। ହର୍ମୁଜ…

କାହିଁକି ମିଳିଲାନି ବୈଭବ ସୂର୍ଯ୍ୟବଂଶୀଙ୍କୁ ଡେବ୍ୟୁର ସୁଯୋଗ? ନିରାଶ ହେଲେ ପ୍ରଶଂସକ

ନୂଆଦିଲ୍ଲୀ, ୨୬।୬: ଆୟରଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କୁ ସାମାନ୍ୟ ନିରାଶ ହେବାକୁ ପଡ଼ିଛି। ଦଳର ନୂଆ ଅଧିନାୟକ ଶ୍ରେୟସ ଆୟର ଟସ୍…

ବରଗଡ଼ରେ ଚାଞ୍ଚଲ୍ୟ: ଏ-କ୍ଲାସ୍ କଣ୍ଟ୍ରାକ୍ଟରଙ୍କୁ ବନ୍ଧୁକ ମୁନରେ ଧମକ, ଥାନାରେ ଏତଲା ପରେ…

ବରଗଡ଼, ୨୬।୬ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଏକ ସାଙ୍ଘାତିକ ଘଟଣା ସାମ୍ନାକୁ ଆସିଛି। ଜଣେ ଜଣାଶୁଣା ଏ-କ୍ଲାସ କଣ୍ଟ୍ରାକ୍ଟର ସୁଜୟ ଶ୍ରୀମନ୍ତ ବିଶିଙ୍କୁ ବନ୍ଧୁକ ମୁନରେ…

ବାଣପୁରରେ ଦୁର୍ଘଟଣା: ଭାରସାମ୍ୟ ହରାଇ ବିଲ ମଝିକୁ ଓଲଟିଲା ଦ୍ରୁତଗାମୀ କାର୍, ୫ ମଦ୍ୟପ ଯୁବକ…

ବାଣପୁର, ୨୬।୬ (ଦିଲ୍ଲୀପ କୁମାର ସ୍ୱାଇଁ): ନାଚୁଣୀ ଥାନା ଅଧୀନ ଦେଓଗାଁ ଆଗୁଳଛକ ନିକଟ ବ୍ରିଜ୍‌ ପାଖରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଏକ…

ଦୁବାଇରେ ହଠାତ ବାଜିଲା ସାଇରନ୍‌! ମିସାଇଲ୍‌ ଆକ୍ରମଣର ଚେତାବନୀ, ଖେଳିଗଲା ଆତଙ୍କ

ଦୁବାଇ,୨୬।୬: ସଂଯୁକ୍ତ ଆରବ ଏମିରେଟ୍ସ (UAE) କର୍ତ୍ତୃପକ୍ଷଙ୍କ ପକ୍ଷରୁ ଶୁକ୍ରବାର ଦିନ ଦୁବାଇ ପାଇଁ ଏକ ମିସାଇଲ ଆକ୍ରମଣର ସତର୍କ ସୂଚନା (Alert) ଜାରି କରାଯାଇଛି। ଏହାକୁ…

ଚାଇନାର ୧୦୯ ମହଲା ବିଶିଷ୍ଟ ଅଟ୍ଟାଳିକା ‘CITIC  ଟାଓ୍ବାର’ ସହ ପିଟିହେଲା ବିମାନ, ସାମ୍ନାକୁ ଆସିଲା ଭୟଙ୍କର VIDEO

ବେଜିଂ,୨୬।୬: ଚାଇନାର ରାଜଧାନୀ ବେଜିଂରେ ଶୁକ୍ରବାର ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ବେଜିଂର ସବୁଠାରୁ ଉଚ୍ଚ ସ୍କାଈସ୍କ୍ରେପର (ଗଗନଚୁମ୍ବୀ ଅଟ୍ଟାଳିକା) ଅଟ୍ଟାଳିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri