ଖର୍ଚ୍ଚରେ ସ୍ବଚ୍ଛତା ରଖିବାକୁ ୫-ଟି ସଚିବଙ୍କ ଗୁରୁତ୍ୱ

ଯାଜପୁର/ଯାଜପୁର ରୋଡ୍‌/କଳିଙ୍ଗନଗର,୨ା୯(ହର୍ଷବର୍ଦ୍ଧନ ବେହେରା/ପବିତ୍ର ରଞ୍ଜନ ମହାନ୍ତି/ଶୁଭାଶିଷ ରାଉତ)
ଯାଜପୁର ଜିଲାର ବ୍ୟାସନଗର, ରସୁଲପୁର ବ୍ଲକର ବ୍ରହ୍ମବରଦା, ସୁକିନ୍ଦା ବ୍ଲକ ନଛିପୁରା ଏବଂ ଯାଜପୁର ଟାଉନରେ ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ଅଭିଯୋଗପତ୍ର ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ ମହଲରୁ ଶତାଧିକ ଦରଖାସ୍ତ ଗ୍ରହଣ ହୋଇଛି। ଏଗୁଡ଼ିକର ସମାଧାନ ପାଇଁ ଅଫିସରମାନେ ଦାୟିତ୍ୱ ନେବେ। ଗୋଟିଏ ବି ଦରଖାସ୍ତ ଛଡ଼ାଯିବ ନାହିଁ। ମୁଖ୍ୟମନ୍ତ୍ରୀ ମନ୍ଦିର, ମସ୍‌ଜିଦ, ଚର୍ଚ୍ଚ, କମ୍ୟୁନିଟି ସେଣ୍ଟର ଆଦି ନିର୍ମାଣ ଦାବି ଉପରେ ୭ ଦିନ ମଧ୍ୟରେ ଅର୍ଥ ମଞ୍ଜୁର କରି ଖୁସି ଖବର ଦେବେ। ଗୋଟିଏ ପଞ୍ଚାୟତରୁ ଯଦି ଅଧିକ କମ୍ୟୁନିଟି ସେଣ୍ଟର ଦାବି ହୋଇଥିବ, ତେବେ ସେମାନଙ୍କୁ ଅପେକ୍ଷା କରିବାକୁ ପଡ଼ିବ। ବିଭିନ୍ନ ପ୍ରକଳ୍ପ ପାଇଁ ମଞ୍ଜୁର ହେଉଥିବା ଅର୍ଥର ସ୍ବଚ୍ଛତା ସହ ଖର୍ଚ୍ଚ କରିବାକୁ ସଚିବ ପାଣ୍ଡିଆନ ଅନୁରୋଧ କରିଛନ୍ତି। ଶୁକ୍ରବାର ବ୍ୟାସନଗର ପୌର ପରିଷଦ ଚାନ୍ଦମା ପଡିଆଠାରେ ଅନୁଷ୍ଠିତ ଅଭିଯୋଗପତ୍ର ଗ୍ରହଣ କାର୍ଯ୍ୟକ୍ରମରେ ୫-ଟି ସଚିବ ଉପରୋକ୍ତ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ସେ ଆହୁରି କହିଛନ୍ତି, ମଞ୍ଜୁର ଅର୍ଥର ଠିକ୍‌ ବିନିଯୋଗ କଲେ ଦ୍ୱିତୀୟ ଓ ତୃତୀୟ କିସ୍ତି ପାଇପାରିବେ।
ରସୁଲପୁର ଏବଂ କୋରେଇ ବ୍ଲକରେ ପାନୀୟ ଜଳ ପ୍ରକଳ୍ପ ପାଇଁ ୧୪୦ କୋଟି ଟଙ୍କା ମଞ୍ଜୁର ହୋଇଛି। ପ୍ରତ୍ୟେକ ଘରକୁ ପାଇପ ଯୋଗେ ବିଶୁଦ୍ଧ ପାଣି ଯୋଗାଇ ଦିଆଯିବ। ଚାଷୀମାନଙ୍କ ପାଇଁ ରୌଦ୍ରପୁର ଓ ତୁଳସୀପୁରଠାରେ ଏକ ମେଗା ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଏଥିପାଇଁ ୯୦ କୋଟି ଟଙ୍କା ମଞ୍ଜୁର ହୋଇଛି ଏବଂ ୧୨ ମାସ ସୁଦ୍ଧା ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଏଥିରେ ୧୦ ହଜାର ଏକର ଜମିରେ ପାଣି ମାଡ଼ିବ। ଏହାସହ ପାଣିକୋଇଲିଠାରେ ଏକ ଟ୍ରମା କେୟାର ସେଣ୍ଟର ନିର୍ମାଣ ହେଉଛି। ଏଥିପାଇଁ ୧୦୧ କୋଟି ଟଙ୍କା ମଞ୍ଜୁର ହୋଇଛି। ଏହି ପ୍ରକଳ୍ପକୁ ୩ ମାସ ମଧ୍ୟରେ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବେ। ଏହାବାଦ୍‌ କୋରେଇ ସିଏଚ୍‌ସିର ଉନ୍ନତୀକରଣ ପାଇଁ ୨୦ କୋଟି ଟଙ୍କା, ସାଲବା, ବନ୍ଦାଳୋ, ମୁକୁନ୍ଦପୁର, ପୂର୍ବକୋଟ ଓ ବରୁଣ୍ଡେଇ ନଦୀବନ୍ଧ ରାସ୍ତା ପାଇଁ ୫୦ କୋଟି, ଏନ୍‌ଏଚ୍‌-୧୬ରୁ ଅଟଳପୁର ରାସ୍ତା ପାଇଁ ୧୫ କୋଟି, ବୈତରଣୀ ଡାହାଣ ପାର୍ଶ୍ୱ ନଦୀବନ୍ଧର ସୁଦୃଢ଼ୀକରଣ ପାଇଁ ୬୨ କୋଟି, ମୁକୁନ୍ଦପୁର ବ୍ରିଜ୍‌ ପାଇଁ ୧୦ କୋଟି ଟଙ୍କା ମଞ୍ଜୁର ହୋଇଛି ବୋଲି ୫-ଟି ସଚିବ ପାଣ୍ଡିଆନ କହିଛନ୍ତି।
ମିଶନ ଶକ୍ତି ମହିଳାମାନଙ୍କୁ ସଶକ୍ତୀକରଣ ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ୟମ ଜାରି ରଖିଛନ୍ତି। ଏବେ ମୁଖ୍ୟମନ୍ତ୍ରୀ ୫ ଲକ୍ଷ ଟଙ୍କା ବିନା ସୁଧରେ ଋଣ ପ୍ରଦାନ କରୁଛନ୍ତି। ଖାଲି ପଡ଼ିଥିବା ଦୋକାନ ଗୃହଗୁଡ଼ିକୁ ମିଶନ ଶକ୍ତି ମହିଳାମାନଙ୍କୁ ବିନା ଟଙ୍କାରେ ଭଡ଼ାରେ ଦିଆଯିବ। ସେଭଳି ଦୋକାନ ଗୃହଗୁଡ଼ିକୁ ଚିହ୍ନଟ କରି ବିଡିଓଙ୍କୁ ଜଣାଇଲେ ତାହା କାର୍ଯ୍ୟକାରୀ ହେବ। ସ୍ବାସ୍ଥ୍ୟସେବା ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାମାନଙ୍କୁ ୧୦ ଲକ୍ଷ ଓ ପୁରୁଷମାନଙ୍କୁ ୫ ଲକ୍ଷ ଟଙ୍କା ସହାୟତା ଘୋଷଣା କରି ସାରିଛନ୍ତି ବୋଲି ପାଣ୍ଡିଆନ କହିଛନ୍ତି। ଏହାପୂର୍ବରୁ ଚାନ୍ଦମା ପଡ଼ିିଆରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡ୍‌ରେ ପାଣ୍ଡିଆନ ଓହ୍ଲାଇଥିବାବେଳେ ତାଙ୍କୁ ମହିଳାମାନେ ପୁଷ୍ପ ବୃଷ୍ଟି କରି ସ୍ବାଗତ କରିଥିଲେ। ଏପରି କି କେତେଜଣ ମହିଳା ପଣତକାନିରେ ତାଙ୍କ ମୁହଁର ଝାଳକୁ ପୋଛି ଦେଇଥିବା ଦେଖିବାକୁ ମିଳିଥିଲା।
ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଦାନଗଦି ବ୍ଲକ ନଛିପୁରା ପଞ୍ଚାୟତଠାରେ ପାଣ୍ଡିଆନ ପହଞ୍ଚତ୍ ପିଇବା ପାଣି ପାଇଁ ଯେଉଁ ସବୁ ଅଭିଯୋଗ ଆସିଛି ୨ ଦିନ ମଧ୍ୟରେ ତାହାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାବାଦ ସୁକିନ୍ଦା ବ୍ଲକର ଘରେ ଘରେ ପିଇବା ପାଣି ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ୩୪୦ କୋଟି ଟଙ୍କା ଯୋଗାଇ ଦେଇଛନ୍ତି। କାମ ଆସନ୍ତା ମାର୍ଚ୍ଚ ୨୦୨୪ ସୁଦ୍ଧା ଶେଷ ହେବ। ଚାଷୀମାନଙ୍କ ପାଇଁ ୧୦୪ କୋଟି ଟଙ୍କାର ମେଗା ଉଠା ଜଳସେଚନ ପ୍ରକଳ୍ପ ଚାଲିଛି। ଏଥିରେ ୯ ହଜାର ହେକ୍ଟର ଜମି ଜଳ ସେଚିତ ହେବ। ସେହିପରି ସୁକିନ୍ଦା ସିଏଚ୍‌ସିକୁ ଅତ୍ୟାଧୁନିକ ଯନ୍ତ୍ରପାତି ଯୋଗାଇଦେବା ପାଇଁ ୧୫ କୋଟି ଟଙ୍କା ମଞ୍ଜୁର ହୋଇଛି। ରାସ୍ତା ଓ ପାଣ୍ଡରା ନାଳ ଉପରେ ସେତୁ ନିର୍ମାଣ ପାଇଁ ୨.୫ କୋଟି ଟଙ୍କା ଯୋଗାଇ ଦିଆଯାଇଛି। ଆସନ୍ତା ଡିସେମ୍ବର ସୁଦ୍ଧା ୫-ଟି ସ୍କୁଲ କାମ ଶେଷ ହେବ। ଏହାବାଦ ଟାଟା ଷ୍ଟିଲ୍‌-ମୂଳାସାର ରାସ୍ତା ପାଇଁ ୧୦ କୋଟି ଓ ଉଚ୍ଚବାଲି-ବାଙ୍ଗରକୋଟା ରାସ୍ତାର ଉନ୍ନତି ପାଇଁ ୧୫ କୋଟି ଟଙ୍କା ମଞ୍ଜୁର ହୋଇଛି ବୋଲି ପାଣ୍ଡିଆନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?