Posted inଅପରାଧ

ଭାଲୁ, ହରିଣ ଅଙ୍ଗ ଚୋରା ଚାଲାଣବେଳେ ୪ ଗିରଫ

ହଲ୍‌ଦଓ୍ବାନୀ, ୧୧।୧୦: ଭାଲୁ, ହରିଣ ଓ କଇଁଛ ଅଙ୍ଗ ଚୋରାଚାଲାଣ ସମୟରେ ୨ଟି ଭିନ୍ନ ଘଟଣାରେ ସପ୍ତାହକ ମଧ୍ୟରେ ଉତ୍ତରାଖଣ୍ଡ ବନ ବିଭାଗ ଓ ପୋଲିସ ପକ୍ଷରୁ ୪ ଜଣଙ୍କୁ ଗିରଫ କରାଯାଇଛି। ବାଗେଶ୍ୱର ଜିଲାରେ ରବିବାର ଭାଲୁ ଓ ହରିଣ ଶରୀରର କିଛି ଅଂଶ ଚୋରା ଚାଲାଣ ଅଭିଯୋଗରେ ପୋଲିସ ଜଣେ ଲୋକକୁ ଗିରଫ କରିଛି। ସୂଚନା ପାଇ ପୋଲିସ ଜିଲାର କପକୋଟ ଅଞ୍ଚଳରୁ ଚଢ଼ଉ କରି ଜଣେ ବ୍ୟକ୍ତିଙ୍କ ନିକଟରୁ ବାଇଲ ଭାଲୁ ଓ ହରିଣର କିଛି ଅଂଶ ଜବତ କରାଯାଇଥିଲା। ଯାହାର ଆନୁମାନିକ ବଜାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି। ଔଷଧୀୟ କାମରେ ବ୍ୟବହୃତ ପାଇଁ ଏହି ଜନ୍ତୁଗୁଡ଼ିକର ଅଙ୍ଗ ଚୋରା ଚାଲାଣ କରାଯାଉଥିବା ଜଣାପଡ଼ିଛି। ସେହିଭଳି ୟୁଏସ୍‌ ନଗର ଜିଲାର ରୁଦ୍ରପୁର ଅଞ୍ଚଳରେ ୪.୫ କେଜି ଦୁର୍ଲଭ ଫ୍ଲାସସେଲ କଇଁଛ ମାଂସ ଚୋରା ଚାଲାଣ ମାମଲାରେ ପୋଲିସ ୩ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି। ବନ୍ୟଜନ୍ତୁ ସୁରକ୍ଷା ଅଧିନିୟମ ଅନୁଯାୟୀ ସମସ୍ତଙ୍କୁ ଗିରଫ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨ଜଣଙ୍କୁ ହାଣିଦେଲେ

ସମ୍ବଲପୁର/ପଡ଼ିଆବାହାଲ, ୨୪ା୯ (ବ୍ୟୁରୋ/ଡି.ଏନ.ଏ.): ସମ୍ବଲପୁର ଜିଲା ଜୁଜୁମୁରା ଥାନା ଅଧୀନ ଭଣ୍ଡାରିମାଲ ଗାଁରେ ସୋମବାର ରାତ୍ରି ପ୍ରାୟ ୯ଟାରେ ଦୁଇଜଣ ବ୍ୟକ୍ତିଙ୍କୁ ବିଭତ୍ସ ଭାବରେ ଟାଙ୍ଗିଆରେ...

ପାରିବାରିକ କଳହ: ସାନଭାଇ କଟୁରି ଚୋଟରେ ବଡ଼ଭାଇ ମୃତ

ନୟାଗଡ଼ ଅଫିସ,୫।୬: ପାରିବାରିକ କଳହକୁ କେନ୍ଦ୍ରକରି ସାନଭାଇ କଟୁରି ଚୋଟରେ ବଡ଼ଭାଇର ମୃତ୍ୟୁ ଘଟିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛିି ନୟାଗଡ଼ ଜିଲା ଶରଣକୁଳ...

ମନ୍ଦିର ହୁଣ୍ଡି, ଆଲମାରି ଭାଙ୍ଗି ଲକ୍ଷାଧିକ ଟଙ୍କା ଚୋରି

ନିରାକାରପୁର, ୨୬।୮(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତରେ ଥିବା ରାମ ମନ୍ଦିର ଓ ସାଇ ମନ୍ଦିରରୁ ରବିବାର ବିଳମ୍ବିତ ରାତିରେ ଚୋରି ହୋଇଛି। କେହି ଦୁର୍ବୃତ୍ତ...

ଯୁବକଙ୍କ ତଣ୍ଟି କାଟିଲେ ଦୁର୍ବୃତ୍ତ : ଡାକ୍ତରଖାନାରେ ଭର୍ତ୍ତି, ପୋଲିସର ଛାନ୍‌ଭିନ

ବୀରମହାରାଜପୁର,୧୦ା୬(ଡି.ଏନ୍‌.ଏ.) : ଗରମ ଯୋଗୁ ଘର ଛାତ ଉପରେ ଶୋଇଥିବା ଜଣେ ବିବାହିତ ଯୁବକଙ୍କ ଉପରେ ସଶସ୍ତ୍ର ଆକ୍ରମଣ ହୋଇଛି। ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା...

ତାଲା ଭାଙ୍ଗି ଚୋରି

ଆସିକା,୬।୬(ଡି.ଏନ୍‌.ଏ.)- ଆସିକା ସହରାଞ୍ଚଳରେ ପୁଣି ଲୁଟେରା ସକ୍ରିୟ ହୋଇଉଠିଛନ୍ତି। ବୁଧବାର ରାତିରେ ଆସିକା ଏନ୍‌ଏସିର ଅଶୋକା ସିନେମା ରୋଡରେ ଦୁର୍ବୃତ୍ତ ଏକ ସେଲୁନ୍‌ ଦୋକାନ ତାଲା...

ରାଜଧାନୀରେ ଚାଞ୍ଚଲ୍ୟ: ୪ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର

ଭୁବନେଶ୍ୱର,୫।୭ (ବ୍ୟୁରୋ): ରାଜଧାନୀରେ ଜଣେ ୪ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର ହୋଇଛି। ନୟାପଲ୍ଲୀ ଥାନାଞ୍ଚଳରେ ଶୁକ୍ରବାର ରାତିରେ ଘଟିଛି ଏହି ସ୍ପର୍ଶକାତର ଘଟଣା। ଶିଶୁଟି ଗୁରୁତର ଅବସ୍ଥାରେ...

ହାଡ଼ିଆ ହତ୍ୟାକାଣ୍ଡକୁ ମାସେ ପୂରିଲା: ଧରାପଡ଼ିନାହାନ୍ତି ଅଭିଯୁକ୍ତ ଦୁଇ ଭାଇ

କଟକ ଅଫିସ,୨।୧୦: ଦୁର୍ଦ୍ଦାନ୍ତ ଅପରାଧୀ ହାଡ଼ିଆ ଓରଫ ପ୍ରକାଶ ବେହେରା ହତ୍ୟା ଘଟଣାକୁ ଶୁକ୍ରବାର ଏକମାସ ପୂରଣ ହୋଇଛି। ଅଭିଯୁକ୍ତଙ୍କୁ ଚିହ୍ନଟ ସରିଛି ବୋଲି କଟକ...

ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା

ପୁରୁଷୋତ୍ତମପୁର,୧।୬(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା କଇଠଡା ଗ୍ରାମରେ ଶନିବାର ରାତିରେ ଜଣେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା କରାଯାଇଛି। ସେ ହେଲେ କଇଠଡାର ଡାକ୍ତର...

Coronavirus Update

Archives

Model This Week

Why Dharitri