ଆଇପିଏଲ୍‌ର ଟପ୍‌-୫ ଉଇକେଟ୍‌ ହାସଲକାରୀ ବୋଲର ତାଲିକାରେ ୪ ଭାରତୀୟ

ନୂଆଦିଲ୍ଲୀ, ୧୦।୯: ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ କ୍ରିକେଟ୍‌ ଟୁର୍ନାମେଣ୍ଟ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୩ତମ ସଂସ୍କରଣ ଆସନ୍ତା ୧୯ରୁ ଆରମ୍ଭ ହେବ। ଚଳିତ ବର୍ଷ କରୋନା ମହାମାରୀ ଲାଗି ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆଇପିଏଲ୍‌କୁ ଭାରତ ପରିବର୍ତ୍ତେ ୟୁଏଇରେ ଆୟୋଜିତ କରିବାକୁ ନିଷ୍ପତ୍ତି ନେଇଛି। ଆଇପିଏଲ୍‌-୧୩ ଆରମ୍ଭ ହେବାକୁ ଆଉ ୨ ସପ୍ତାହରୁ କମ୍‌ ସମୟ ବାକି ରହିଥିବାବେଳେ ଏବେ ଆସନ୍ତୁ ନଜର ପକାଇବା ଟୁର୍ନାମେଣ୍ଟର ଇତିହାସରେ ସର୍ବାଧିକ ଉଇକେଟ୍‌ ହାସଲ କରିଥିବା ଶ୍ରେଷ୍ଠ-୫ ବୋଲରଙ୍କ ଉପରେ। ଏହି ତାଲିକାର ସର୍ବାଗ୍ରେ ଶ୍ରୀଲଙ୍କାର ଲସିଥ୍‌ ମାଲିଙ୍ଗା ରହିଛନ୍ତି। ସେହିଭଳି ଶ୍ରେଷ୍ଠ-୫ ଜଣଙ୍କ ମଧ୍ୟରେ ୪ ଜଣ ଭାରତୀୟ ବୋଲର ମଧ୍ୟ ସ୍ଥାନ ପାଇଛନ୍ତି।
ଇଣ୍ଡିଆନ୍ସ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ମାଲିଙ୍ଗା ବର୍ତ୍ତମାନ ସୁଦ୍ଧା ଆଇପିଏଲ୍‌ରେ ୧୨୨ ମ୍ୟାଚ୍‌ ଖେଳି ୧୭୦ ଉଇକେଟ୍‌ ହାସଲ କରିଛନ୍ତି। କିନ୍ତୁ ବ୍ୟକ୍ତିଗତ କାରଣ ଲାଗି ମାଲିଙ୍ଗା ଚଳିତ ସିଜନରେ ଖେଳିବେନି ବୋଲି ନିଷ୍ପତ୍ତି ନେଇଛନ୍ତି। ସେହିଭଳି ଭେଟେରାନ ଭାରତୀୟ ସ୍ପିନର ଅମିତ୍‌ ମିଶ୍ର ଏହି ତାଲିକାର ୨ୟ ସ୍ଥାନରେ ରହିଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଅମିତ୍‌ ୧୪୭ ମ୍ୟାଚ୍‌ରୁ ୨୬.୪୪ ଆଭରେଜରେ ୧୫୭ ଉଇକେଟ୍‌ ନେଇଛନ୍ତି। ଆଇପିଏଲ୍‌ରେ ସେ ୩ଥର ହ୍ୟାଟ୍ରିକ ଉଇକେଟ୍‌ ନେବାର ସୌଭାଗ୍ୟ ଲାଭ କରିଛନ୍ତି।


ଭାରତୀୟ ବରିଷ୍ଠ ସ୍ପିନର ହରଭଜନ ସିଂ ମଧ୍ୟ ଆଇପିଏଲ୍‌ରେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ୪୦ ବର୍ଷୀୟ ହରଭଜନ ୧୬୦ ମ୍ୟାଚ୍‌ରୁ ୧୫୦ ଉଇକେଟ୍‌ ନିଜ ନାମରେ କରିଛନ୍ତି। ଚେନ୍ନାଇ ସୁପର୍‌ କିଙ୍ଗ୍‌ସର ଏହି ଅଫ୍‌-ସ୍ପିନର କିନ୍ତୁ ଆଗାମୀ ସିଜନରୁ ଓହରି ଯାଇଛନ୍ତି। ହରଭଜନଙ୍କ ସହ ସମାନ ସଂଖ୍ୟକ ଉଇକେଟ୍‌ ନେଇ ମିଳିତ ଭାବେ ୩ୟ ସ୍ଥାନରେ ରହିଛନ୍ତି ଲେଗ୍‌-ସ୍ପିନର ପିୟୂଷ ଚାଓ୍ବଲା। ସେ ବର୍ତ୍ତମାନ ସୁଦ୍ଧା ୧୫୦ ଉଇକେଟ୍‌ ନେଇସାରିଛନ୍ତି। ୨୦୧୯ ଖେଳାଳି ନିଲାମୀରେ ଚେନ୍ନାଇ ତାଙ୍କୁ ୬.୭୫ କୋଟି ଟଙ୍କାରେ କ୍ରୟ କରିଥିଲା। ଟି୨୦ ସ୍ପେଶାଲିଷ୍ଟ ତଥା ଓ୍ବେଷ୍ଟଇଣ୍ଡିଜ ଅଲ୍‌ରାଉଣ୍ଡର ଡ୍ବେନ ବ୍ରାଭୋ ଆଇପିଏଲ୍‌ରେ ୧୪୭ ଉଇକେଟ୍‌ ନିଜ ନାମରେ ଲିପିବଦ୍ଧ କରିଛନ୍ତି। ସର୍ବାଧିକ ଉଇକେଟ୍‌ ହାସଲକାରୀ ବୋଲର ତାଲିକାରେ ସେ ୪ର୍ଥ ସ୍ଥାନରେ ରହିଛନ୍ତି। ଚେନ୍ନାଇ ପାଇଁ ବ୍ରାଭୋ ଜଣେ ପ୍ରମୁଖ ଖେଳାଳି ସାବ୍ୟସ୍ତ ହୋଇଛନ୍ତି। ଏହି ତାଲିକାର ସର୍ବନିମ୍ନ ତଥା ୫ମ ସ୍ଥାନରେ ରହିଛନ୍ତି ଭାରତର ଭୁବନେଶ୍ୱର କୁମାର। ସନରାଇଜର୍ସ ହାଇଦ୍ରାବାଦର ଏହି ବୋଲର ୧୧୭ ମ୍ୟାଚ୍‌ରୁ ୧୩୩ ଉଇକେଟ୍‌ ଅକ୍ତିଆର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହେଲା ବଡ଼ ଖୁଲାସା, ଏହି ଗୋଟିଏ ଭୁଲ୍‌ ପାଇଁ ଆର୍‌ସିବିରେ ନାହାନ୍ତି ଚହଲ…

ନୂଆଦିଲ୍ଲୀ,୨୩।୪: ଯୁଜବେନ୍ଦ୍ର ଚହଲଙ୍କୁ ଦଳରେ ନ ରଖିବାର ନିଷ୍ପତ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)କୁ ଅବଶୋଷ ରହିବ। କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଫ୍ରାଞ୍ଚାଇଜ୍‌ର ପୂର୍ବ କ୍ରିକେଟ...

ଇତିହାସ ରଚିଲେ ଚହଲ: ଆଇପିଏଲ୍‌ରେ ଏମିତି କାରନାମା କରିବାରେ ପ୍ରଥମ ବୋଲର

ନୂଆଦିଲ୍ଲୀ,୨୩।୪: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୟୁଜବେନ୍ଦ୍ର ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ମୁମ୍ବାଇ...

ଅରେଞ୍ଜ କ୍ୟାପ୍‌ ଉପରେ କୋହଲଙ୍କ କବ୍‌ଜା: ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ରୋଚକ

ନୂଆଦିଲ୍ଲୀ,୨୩।୪: ବ୍ୟାଟ୍ସମ୍ୟାନ ଭାବରେ ବିରାଟ କୋହଲିଙ୍କ ଆଭିମୁଖ୍ୟ ଆଇପିଏଲ ୨୦୨୪ ରେ ଜାରି ରହିଛି। ବିରାଟ କୋହଲି ୮ଟି ମ୍ୟାଚରେ ହାରାହାରି ୬୩.୧୭ରେ ୩୭୯ ରନ...

ହଠାତ୍‌ ପଡ଼ିଆ ମଝିରେ ବିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା: ଜାଣନ୍ତୁ କାହିଁକି

ମୁମ୍ବାଇ,୨୩।୪: ରାଜସ୍ଥାନ ରୟାଲ୍ସର ଓପନର୍‌ ଯଶସ୍ବୀ ଜୟସ୍ବାଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୬୦ ବଲରେ ୧୦୪ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ...

ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ

ଭୁବନେଶ୍ୱର,୨୩।୪: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ବା ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ ଭାବେ ବିଶ୍ୱଜିତ ବିଶ୍ୱାଳ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୪ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ରୁଡ୍‌ଙ୍କୁ କ୍ୟାରିୟରର ବଡ଼ ଟାଇଟଲ

ବାର୍ସିଲୋନା, ୨୩ା୪ (ଏପି): କାସ୍ପର ରୁଡ୍‌ ବାର୍ସିଲୋନା ଓପନ ଟେନିସ ଚାମ୍ପିୟନ ହୋଇଛନ୍ତି। ଟୁର୍ନାମେଣ୍ଟର ଫାଇନାଲରେ ସେ ଷ୍ଟିଫାନସ ସିତ୍‌ସିପାସଙ୍କୁ ୭-୫, ୬-୩ରେ ହରାଇ ଦେଇଛନ୍ତି।...

ବାଗାନ ମୁକାବିଲା ପାଇଁ ଓଡ଼ିଶା ଏଫ୍‌ସି ପ୍ରସ୍ତୁତ

ଭୁବନେଶ୍ୱର, ୨୩।୪ (ତପନ ସ୍ବାଇଁ): ଇତିହାସ ସୃଷ୍ଟି ହୋଇସାରିଛି। ଓଡ଼ିଶା ଏଫ୍‌ସି ପ୍ରଥମ ଥର ପାଇଁ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ସେମିଫାଇନାଲରେ ପ୍ରବେଶ କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri