କାନଝରି ନଦୀ ପୋଲ ଉପରେ ୪ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ: ଗମନାଗମନ ଠପ୍‌

ପାଟଣା,୨୨।୮(ସ୍ବ.ପ୍ର.): ଗତ କିଛି ଦିନରୁ ଜାରି ରହିଥିବା ଲାଘୁଚାପ ବର୍ଷା ଯୋଗୁ ବେହାଲ ହୋଇପଡ଼ିଛି କେନ୍ଦୁଝର ଜିଲା। ପାଟଣା କେନ୍ଦେଇପଶି ରାସ୍ତାର ଭିମାପଡା ନିକଟରେ ଥିବା କାନଝରି ନଦୀ ପୋଲ ଉପରେ ଶନିବାର ୪ ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ପାଟଣାରୁ କେନ୍ଦୁଝର, ତୁରୁମୁଙ୍ଗା, କେନ୍ଦେଇପଶି ଓ ବାଉଁଶୁଳିକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଛିନ୍ନ ହୋଇଛି। ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଉଭୟ ପାଶ୍ୱର୍ର୍ରେ ଗାଡିମଟର ଅଟକି ରହିଛି। ଏଥିସହ ଗମନାଗମନ ବାଧାପ୍ରାପ୍ତ ହୋଇଛି। ଲଗାଣ ବର୍ଷା ଯୋଗୁ ଉପରମୁଣ୍ଡରେ ଥିବା କାନଝରି ଡ୍ୟାମର ଜଳସ୍ତର ବୃଦ୍ଧି ହେବାରୁ ଗୋଟିଏ ଗେଟ୍‌ ଖୋଲା ଯାଇଛି। ଯାହାଦ୍ୱାରା ବନ୍ୟାଜଳ ପୋଲ ଉପରେ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି। ପ୍ରତି ସେକେଣ୍ଡରେ ଡ୍ୟାମରୁ ଶହେ କ୍ୟୁସେକ ଜଳ ନିଷ୍କାସିତ ହେଉଥିବା ସୂଚନା ମିଳିଛି। ସୁରକ୍ଷା ଦୃଷ୍ଟିରୁ ଘଟଣାସ୍ଥଳରେ ପାଟଣା ପୋଲିସ ଓ ଅଗ୍ନିଶମ ବାହିନୀ ମୁତୟନ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଫେଇ କର୍ମଚାରୀଙ୍କୁ ବି ଛାଡ଼ିଲାନି ପୋଲିସ: ମାଡ଼ ପ୍ରତିବାଦରେ କାର୍ଯ୍ୟବନ୍ଦ, ମିଳିଲା କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି

ଫୁଲବାଣୀ ଅଫିସ, ୧୮ା୪- ଲକ୍‌ଡାଉନ୍‌ରେ ସାମାଜିକ ଦୂରତ୍ୱ ରକ୍ଷା କରିବା ନିମନ୍ତେ ପୋଲିସ ବିଭାଗର କେତେଜଣ ତଳିଆ କର୍ମଚାରୀ କିଛି ନ ବୁଝି ଲୋକଙ୍କୁ ମାଡ଼...

ବାହାର ରାଜ୍ୟ ଫେରନ୍ତାଙ୍କ ପଞ୍ଜୀକରଣ ଆରମ୍ଭ

ଭୁବନେଶ୍ୱର,୨୫ା୪(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱର ପରେ ରାଜ୍ୟରେ କରୋନା ସଂକ୍ରମଣର ହଟ୍‌ସ୍ପଟ୍‌ ପାଲଟିଛି ଭଦ୍ରକ, ବାଲେଶ୍ୱର ଏବଂ ଯାଜପୁର। ବିଶେଷକରି ପଶ୍ଚିମବଙ୍ଗ ଫେରନ୍ତାଙ୍କ ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା...

ଭୁବନେଶ୍ୱରରୁ ଆଜି ୩୭୬ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୮।୯(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ମଙ୍ଗଳବାର ଆଉ ୩୭୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ କ୍ୱାରାଣ୍ଟାଇନରୁ ୧୪୫ ଓ ଲୋକାଲ କଣ୍ଟାକ୍ଟ କେସ ୨୩୧ ରହିଛି। ଏ...

ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍‌: ୨୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ

ଭଦ୍ରକ ଅଫିସ,୨୩।୩ : ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ପଳଦାବାଙ୍କ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଜଗାକାଳିଆ ବୁଧବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରସାମ୍ୟ ହରାଇ ବସ୍‌ଟି...

ଶାନ୍ତିଶୃଙ୍ଖଳାରେ ଶେଷ ହେଲା ସାନି ମତଦାନ

ରତ୍ନଗିରି,୧୯ା୫(ଡି.ଏନ.ଏ.)- ବରୀ ନିର୍ବାଚନମଣ୍ଡଳୀର ବୁଥ୍‌ ନଂ. ୮୨, ୧୫୮, ୧୬୨, ୧୬୩ ଓ ୧୯୪ରେ ରବିବାର ଶାନ୍ତିଶୃଙ୍ଖଳା ମଧ୍ୟରେ ସାନି ମତଦାନ ଶେଷ ହୋଇଛି। ୧୯୪...

ସହାୟତା ବାହାନାରେ ଏଟିଏମ୍‌ କାର୍ଡ ବଦଳାଇ ଲୁଟୁଥିଲେ ଟଙ୍କା: ୨ ଆନ୍ତଃରାଜ୍ୟ ଅପରାଧୀଙ୍କୁ ଧରିଲା ଛତ୍ରପୁର ପୋଲିସ

ଛତ୍ରପୁର, ୧୭।୧୧(ଡି.ଏନ୍‌.ଏ.)- ରାଜ୍ୟର ବିଭିନ୍ନ ଜ଼ିଲାରେ ଏଟିଏମ୍‌ରୁ କାର୍ଡ ମାଧ୍ୟମରେ ଟଙ୍କା ଉଠାଣ ବେଳେ ଲୋକଙ୍କୁ ସହାୟତା ଆଳରେ ସେମାନଙ୍କ ଏଟିଏମ୍‌ କାର୍ଡ ବଦଳାଇ ଟଙ୍କା...

୬ ମାସ ହେଲା ଚାଲୁନି ଜଳଯୋଗାଣ ପ୍ରକଳ୍ପ

ଅମରପାଲି, ୧୯।୫(ଡି.ଏନ.ଏ.):ଦୀର୍ଘ ୬ମାସରୁ ଅଧିକ ସମୟ ହେଲା ଜଳଯୋଗାଣ ପ୍ରକଳ୍ପ ଅଚଳ ହୋଇଥିବାରୁ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ଗ୍ରାମରେ ଦେଖାଦେଇଛି ଜଳ...

ସ୍ନାନମଣ୍ଡପରେ ଦର୍ଶନ ଦେଲେ ତିନିଠାକୁର

ବାରିପଦା ଅଫିସ,୧୭।୬: ଦ୍ୱିତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ବାରିପଦା ଜଗନ୍ନାଥ ମନ୍ଦିରରେ ସୋମବାର ଭୋର ୪ଟାରେ ମହାପ୍ରଭୁ ପହଣ୍ଡି ହୋଇ ସ୍ନାନମଣ୍ଡପକୁ ଆସିଥିଲେ। ଭୋର ପ୍ରାୟ ୫ଟାରେ...

Advertisement
Archives

Model This Week