ତାଇଓ୍ବାନ ଆକାଶ ମାର୍ଗ ସୀମାରେ ୪ ଚାଇନା ବିମାନ ଅନୁପ୍ରବେଶ, ୮ ଦିନରେ ୭ ଥର…

ତାଇପେଇ, ୧୦।୪ : ତାଇଓ୍ବାନ ଆକାଶ ମାର୍ଗ ସୀମାରେ ୪ ଚାଇନା ବିମାନ ଅନୁପ୍ରବେଶ କରିଛି। ଏପ୍ରିଲ୍‌ ମାସର ପ୍ରଥମ ୮ ଦିନ ମଧ୍ୟରେ ଚାଇନା ବିମାନ ଏଭଳି ୭ ଥର ଅନୁପ୍ରବେଶ କରିଥିବା ତାଇଓ୍ବାନ ଅଭିଯୋଗ କରିଛି। ତାଇୱାନର ବାୟୁ ପ୍ରତିରକ୍ଷା ଅଞ୍ଚଳରେ ଚାଇନାର ବିମାନ ଶେନିଆଙ୍ଗ ଜେ -୧୧ ଯୁଦ୍ଧ ବିମାନ, ଶାନକ୍ସି -୮, ସିଏଆଇସିଡବ୍ଲ୍ୟୁଜେଡ୍‌-୧୦ ହେଲିକପ୍ଟର ଏବଂ ଏମ୍‌ଆଇ-୧୭ କାର୍ଗୋ ହେଲିକପ୍ଟର ଦେଖିବାକୁ ମିଳିଥିଲା।

ଏହି ସମସ୍ତ ବିମାନ ତାଇୱାନର ଦକ୍ଷିଣ-ପଶ୍ଚିମ ସେକ୍ଟରରେ ପ୍ରବେଶ କରିଥିଲେ। ଏହା ପରେ ତାଇୱାନ ପକ୍ଷରୁ ଚାଇନା ବିମାନକୁ ଚେତାବନୀ ଦିଆଯାଇଥିଲା। ତାଇୱାନର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଏହାର ବାୟୁ ପ୍ରତିରକ୍ଷା କ୍ଷେତ୍ରର ସୁରକ୍ଷା ପାଇଁ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ନିୟୋଜିତ କରାଯାଇଛି। ତାଇୱାନ କହିଛି ଯେ ଏପ୍ରିଲରେ ସପ୍ତମ ଥର ପାଇଁ ତାଇୱାନର ଆକାଶ ମାର୍ଗରେ ଚାଇନାର ବିମାନ ଦେଖିବାକୁ ମିଳିଛି।

ଚାଇନା ଦୀର୍ଘ ଦିନ ଧରି ତାଇୱାନକୁ ନିଜର ବୋଲି ଦାବି କରିଆସୁଛି। ତେବେ ଚାଇନା ଗତ କିଛି ମାସ ମଧ୍ୟରେ ତାଇୱାନ ଉପରେ ଅଧିକ ଆକ୍ରମଣାତ୍ମକ ହୋଇପଡିଛି। ଅନେକ ଥର ଚାଇନାର ବିମାନ ତାଇୱାନର ପ୍ରତିରକ୍ଷା କ୍ଷେତ୍ରକୁ ଅନୁପ୍ରବେଶ କରୁଛି।

ପ୍ରକୃତପକ୍ଷେ ତାଇୱାନ ଏବଂ ଆମେରିକା ମଧ୍ୟରେ ବଢୁଥିବା ଘନିଷ୍ଠତା ପାଇଁ ଚାଇନା ଚିନ୍ତିତ ହୋଇ ପଡ଼ିଛି। ଚାଇନା କହିଛି ଯେ ଯଦି ତାଇୱାନ ଏବଂ ତା ମଧ୍ୟରେ କୌଣସି ତୃତୀୟ ଦେଶ ଆସେ, ତେବେ ଏହାର ପରିଣାମ ଖରାପ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରୁଥିବା ଅଭିଯୋଗରେ ଦଶହଜାର କମ୍ପାନୀ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଏବେ ଆମେରିକାରେ ନିର୍ବାଚନ ହେଲେ କିଏ ମାରିବେ ବାଜି: ସର୍ଭେରେ ଆଶ୍ଚର୍ଯ୍ୟଜନକ ଖୁଲାସା

ଓ୍ବାଶିଂଟନ,୨୬।୪: ନଭେମ୍ବରରେ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ସମ୍ପର୍କରେ ଓପିନିୟନ୍‌ ପୋଲ୍‌ ପ୍ରକାଶ ପାଇଛି। ପୁଣି ଥରେ ଡୋନାଲ୍ଡ ଟ୍ରମ୍ପ ଏବଂ ଜୋ ବଇଡେନ...

୨୦୨୩ରେ ୨୮.୨ କୋଟି ଦୁର୍ଭିକ୍ଷ ପ୍ରଭାବିତ

ଜାତିସଂଘ,୨୬ା୪:୨୦୨୩ରେ ୫୯ଟି ଦେଶର ପ୍ରାୟ ୨୮.୨ କୋଟି ଲୋକ ଅତ୍ୟଧିକ କ୍ଷୁଧା ମଧ୍ୟରେ ରହିଛନ୍ତି। ଯୁଦ୍ଧ କ୍ଷତିଗ୍ରସ୍ତ ଗାଜାରେ ବହୁସଂଖ୍ୟାରେ ଲୋକ ଦୁର୍ଭିକ୍ଷର ସମ୍ମୁଖୀନ ହୋଇଥିବା...

ଲଣ୍ଡନ ରାସ୍ତାରେ ରାଜାଙ୍କ ଘୋଡ଼ା

ଲଣ୍ଡନ,୨୬ା୪:ବ୍ରିଟେନ୍‌ ରାଜାଙ୍କ ୪ଟି ଘୋଡ଼ା ବୁଧବାର ପୂର୍ବାହ୍ନର ଗହଳି ସମୟରେ କେନ୍ଦ୍ରୀୟ ଲଣ୍ଡନରେ ବିନା ସବାରରେ ଦୌଡ଼ୁଥିବା ଦେଖିବାକୁ ମିଳିଥିଲା। ସେଥିରୁ ୨ଟି ଘୋଡ଼ା କୌଣସି...

ମୋଦିଙ୍କୁ ନିମନ୍ତ୍ରଣ କଲେ ମେଲୋନି

ନୂଆଦିଲ୍ଲୀ, ୨୬ା୪:ଜୁନ୍‌ରେ ହେବାକୁ ଥିବା ଜି-୭ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଟାଲୀ ପ୍ରଧାନମନ୍ତ୍ରୀ ଜିୟୋର୍ଜିଆ ମେଲୋନି ଟେଲିଫୋନ ଯୋଗେ ଗୁରୁବାର ନିମନ୍ତ୍ରଣ କରିଛନ୍ତି।...

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

ଗୁଗୁଲ ସର୍ଚ୍ଚର ସମସ୍ତ ରେକର୍ଡ ଭାଙ୍ଗିଲା ଉତ୍ତରାଧିକାର ଟ୍ୟାକ୍ସ, ସାମ ପିଟ୍ରୋଡାଙ୍କୁ ବି କରିଛନ୍ତି ଖୁବ ସର୍ଚ୍ଚ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ, ଭାରତୀୟ ବିଦେଶ କଂଗ୍ରେସ ସଭାପତି ସାମ ପିଟ୍ରୋଡାଙ୍କ ଉତ୍ତରାଧିକାର ଟ୍ୟାକ୍ସ ସମ୍ପର୍କରେ ଦେଇଥିବା ବିବୃତ୍ତି ଉପରେ ରାଜନୀତି ବନ୍ଦ ହେଉନାହିଁ। ଗୁରୁବାର (ଏପ୍ରିଲ...

ଭୂକମ୍ପ ଝଟ୍‌କାରେ ଥରିଲା ପାକିସ୍ତାନର ସବୁଠାରୁ ବଡ ସହର କରାଚି, ଲୋକେ ଭୟଭୀତ

ଇସଲାମାବାଦ,୨୫।୪: ବୁଧବାର ରାତିରେ ଭୂକମ୍ପ ଯୋଗୁଁ ପାକିସ୍ତାନର ବୃହତ୍ତମ ସହର କରାଚି ଥରି ଉଠିଛି। କରାଚିରେ ୩.୨ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟି ଲୋକଙ୍କୁ ଭୟଭୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri